Advertisment

ଦେବଗଡ: ସଂରକ୍ଷଣ ବ୍ୟବସ୍ଥା ନାହିଁ, କମ୍ ମୂଲ୍ୟରେ ପିଆଜ ବିକ୍ରି କରୁଛନ୍ତି ଚାଷୀ

ଦେବଗଡ: ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ ରହିଛି । ହୁ ହୁ ହୋଇ ବଢୁଛି ଦର । ୧୫ଦିନ ମଧ୍ୟରେ ପିଆଜ ଦର ୨୦ ଟଙ୍କାରୁ ବଢି କେଜିପ୍ରତି ୪୫ ଟଙ୍କାରୁ ଅଧିକରେ ପହଞ୍ଚିଛି । ପିଆଜ ଦର ବୃଦ୍ଧି ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ରାଜ୍ୟରେ ଉତ୍ପାଦିତ ହେଉଥିବା ପିଆଜକୁ ସରକାର ଠିକ ଭାବେ ବିନିଯୋଗ କରିପାରୁ ନ ଥିବାରୁ ଏପରି ସମସ୍ୟା ଉପୁଜୁ ଥିବା ଅଭିଯୋଗ ହେଉଛି । […]

ଅଦ୍ୟତନ ହୋଇଛି
ଦେବଗଡ: ସଂରକ୍ଷଣ ବ୍ୟବସ୍ଥା ନାହିଁ, କମ୍ ମୂଲ୍ୟରେ ପିଆଜ ବିକ୍ରି କରୁଛନ୍ତି ଚାଷୀ

onion

Advertisment

ଦେବଗଡ: ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ ରହିଛି । ହୁ ହୁ ହୋଇ ବଢୁଛି ଦର । ୧୫ଦିନ ମଧ୍ୟରେ ପିଆଜ ଦର ୨୦ ଟଙ୍କାରୁ ବଢି କେଜିପ୍ରତି ୪୫ ଟଙ୍କାରୁ ଅଧିକରେ ପହଞ୍ଚିଛି । ପିଆଜ ଦର ବୃଦ୍ଧି ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ରାଜ୍ୟରେ ଉତ୍ପାଦିତ ହେଉଥିବା ପିଆଜକୁ ସରକାର ଠିକ ଭାବେ ବିନିଯୋଗ କରିପାରୁ ନ ଥିବାରୁ ଏପରି ସମସ୍ୟା ଉପୁଜୁ ଥିବା ଅଭିଯୋଗ ହେଉଛି । ଏପରି ଅଭିଯୋଗ ଆସିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅଞ୍ଚଳରେ । ଆବଶ୍ୟକ ଭିତ୍ତିଭୁମୀ ଅଭାବରୁ ଚାଷୀ ଅମଳ ପିଆଜ ବହୁ କମ ମୂଲ୍ୟରେ ବିକ୍ରି କରିଦେଉଥିବା ଦେଖିବାକୁ ମିଳୁଛି।piaja1

Advertisment

ରିଆମାଳ ବ୍ଲକ ଅଞ୍ଚଳରେ ପ୍ରାୟ ୬୦୦ ହେକ୍ଟର ଜମିରେ ପିଆଜ ଚାଷ ହୋଇଥାଏ। ଏହି ଜମିରୁ ପ୍ରାୟ ୬୦୦୦ କୁଇଣ୍ଟାଲ ପିଆଜ ଉତ୍ପାଦନ ହୋଇଥାଏ । ପିଆଜ ଗଚ୍ଛିତ କରି ରଖିବାକୁ ସରକାରଙ୍କ ପକ୍ଷରୁ ପିଆଜ ଘର ଯୋଗାଇ ଦିଆଯାଉଛି । ତେବେ କିଛି ଚାଷୀଙ୍କୁ ଏପରି ଘର ମିଳିଥିବା ବେଳେ ଆଉ କିଛିଙ୍କୁ ମିଳିନାହିଁ । ଯେଉଁମାନେ ପିଆଜ ଘର ପାଇଛନ୍ତି ତାହା ମଧ୍ୟ ସେମାନଙ୍କ ଆବଶ୍ୟକତା ପୂରଣ କରିପାରୁନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ବହୁ ପିଆଜ ଘର ନଷ୍ଟ ମଧ୍ୟ ହୋଇଗଜଲାଣି । ଏପରି ସ୍ଥିତିରେ ଚାଷୀ ବାଧ୍ୟ ହୋଇ ପିଆଜ କେଜି ପ୍ରତି ୫ରୁ ୧୦ ଟଙ୍କାରେ ବିକ୍ରି କରିଦେଉଛନ୍ତି । ଅଞ୍ଚଳର ପିଆଜ ଚାଷୀ ନିରାକାର ସାହୁ, ରସାନନ୍ଦ ପ୍ରଧାନ, ବିଶିକେଶନ ପ୍ରଧାନ କହିଛନ୍ତି ଯେ, ଆମେ ଚାଷ ଉପରେ ନିର୍ଭର କରି ପରିବାର ଭରଣପୋଷଣ କରୁଛୁ । ହେଲେ ଆବଶ୍ୟକ ଭିତ୍ତିଭୂମୀ ଅଭାବରୁ ବଜାର ମୂଲ୍ୟଠାରୁ ବହୁତ କମ ଦାମରେ ପିଆଜ ବିକ୍ରି କରିଦେଉଛୁ। ସରକାର ଏଥିପ୍ରତି ଦୃଷ୍ଟି ଦେଇ ସଂରକ୍ଷଣ ବ୍ୟବସ୍ଥା କଲେ ଆମେ କିଛିଦିନ ପିଆଜ ଗଚ୍ଛିତ କରି ରଖି ଦୁଇ ପଇସା ଅଧିକ ଲାଭ ପାଇ ପାରିବୁ ।piaja

ଏ ସମ୍ପର୍କରେ ଦେବଗଡ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଗିରିଜା ଭୂଷଣ ସତପଥୀଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ଅଞ୍ଚଳରେ ପ୍ରାୟ ୬ହଜାର କୁଇଣ୍ଟାଲ ପିଆଜ ଉତ୍ପାଦନ ହେଉଛି । ସରକାରଙ୍କ ପକ୍ଷରୁ ମିଳୁଥିବା ଆଲଟମେଣ୍ଟ ଅନୁଯାୟୀ ପିଆଜ ଘର ଚାଷୀଙ୍କୁ ଯୋଗାଇ ଦିଆଯାଉଛି । ପୂର୍ବରୁ ଛୋଟ ଛୋଟ ପିଆଜ ଘର ଯୋଗାଇ ଦିଆଯାଉଥିଲା । ଏବେ ୨୫ରୁ ୩୦ ବଡ ଘର ଯୋଗାଇ ଦିଆଯାଇଛି । ପ୍ରତି ବଡ ଘରେ ୨୫ ମାଟ୍ରିକ ଟନ ପିଆଜ ସଂରକ୍ଷଣ କରାଯାଇ ପାରିବ । ତେବେ ଏହା ଆବଶ୍ୟକତା ମେଣ୍ଟାଇ ପାରୁ ନ ଥିବାରୁ ଏପରି ସମସ୍ୟା ଉପୁଜୁଛି । ସେ ଆହୁରି କହିଛନ୍ତି ଯେ, ରିଆମାଳ ଅଞ୍ଚଳରେ ପିଆଜ ଚାଷୀ ଋଣ କରି ଚାଷ କରୁଛନ୍ତି । ତେଣୁ ଋଣ ସୁଝିବା ପାଇଁ ଅମଳ ପରେ ପରେ ସେମାନେ ପିଆଜ ବିକ୍ରି କରି ଦେଇଥାନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ସହ ଅଧିକ ପିଆଜ ଘର ଯୋଗାଇ ଦିଆଯିବାକୁ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe