Advertisment

ଦେଢ଼ କିଲୋମିଟର ଦୂରରେ ଅଟକିଛି ବିକାଶ!

ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ ସୁବୁଦ୍ଧି): ଦେଢ଼ କିଲୋମିଟର ଦୂରରେ ଅଟକିଛି ବିକାଶ! ଯେଉଁଥିପାଇଁ ପଥୁରିଆ ଆବୁଡ଼ା ଖାବୁଡ଼ା ରାସ୍ତାରେ ଚାଲିଚାଲି ଯାଉଛନ୍ତି ୪ ଖଣ୍ଡ ଗାଁର ଲୋକ। ଏଥିପ୍ରତି ରାଜ୍ୟ ସରକାର ବା ଠିକା ସଂସ୍ଥା କାହାରି ନଜର ପଡ଼ୁନାହିଁ। ବିକାଶର ଏପରି ବିଚିତ୍ର ଚିତ୍ର ଆସିଛି ନକ୍ସଲ ପ୍ରବଣ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରୁ। ଲକ୍ଷ୍ମୀପୁର ବ୍ଲକ୍‌ର ନକ୍ସଲ ପ୍ରବଣ ଗାଁ ହେଉଛି କେରିମିଟି, ମୁରଲାପୁଟ, ସାପାମ୍ବା ଓ ରୋହିଅମ୍ବା ଗାଁ। ଏହି ସବୁ […]

ଅଦ୍ୟତନ ହୋଇଛି
ଦେଢ଼ କିଲୋମିଟର ଦୂରରେ ଅଟକିଛି ବିକାଶ!

Narayanpatna

Advertisment

ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ ସୁବୁଦ୍ଧି): ଦେଢ଼ କିଲୋମିଟର ଦୂରରେ ଅଟକିଛି ବିକାଶ! ଯେଉଁଥିପାଇଁ ପଥୁରିଆ ଆବୁଡ଼ା ଖାବୁଡ଼ା ରାସ୍ତାରେ ଚାଲିଚାଲି ଯାଉଛନ୍ତି ୪ ଖଣ୍ଡ ଗାଁର ଲୋକ। ଏଥିପ୍ରତି ରାଜ୍ୟ ସରକାର ବା ଠିକା ସଂସ୍ଥା କାହାରି ନଜର ପଡ଼ୁନାହିଁ। ବିକାଶର ଏପରି ବିଚିତ୍ର ଚିତ୍ର ଆସିଛି ନକ୍ସଲ ପ୍ରବଣ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରୁ।

Advertisment

ଲକ୍ଷ୍ମୀପୁର ବ୍ଲକ୍‌ର ନକ୍ସଲ ପ୍ରବଣ ଗାଁ ହେଉଛି କେରିମିଟି, ମୁରଲାପୁଟ, ସାପାମ୍ବା ଓ ରୋହିଅମ୍ବା ଗାଁ। ଏହି ସବୁ ଗୁଡିକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପ୍ରାୟ ତିନି କୋଟି ଟଙ୍କାର ରାସ୍ତା ନିର୍ମାଣକୁ ଟେଣ୍ଡର କରାଯାଇଥିଲା। ଟେଣ୍ଡର ନେଇ ଠିକା ସଂସ୍ଥା କାମ ଆରମ୍ଭ କଲା। ହେଲେ ମୋଟ୍‌ ୯ କିମି ରାସ୍ତାରୁ ପ୍ରାୟ ୮ କିମି ରାସ୍ତା ନିର୍ମାଣ କଲା। ବାକି ଦେଢ଼ କିମି ରାସ୍ତା ଅଧପନ୍ତରିଆ ଭାବେ ଛାଡ଼ିଦେଇ ଚାଲିଗଲା ଠିକା ସଂସ୍ଥା। ଯାହାଫଳରେ ୪ ଖଣ୍ଡ ଗାଁ ଏବେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବୃଦ୍ଧବୃଦ୍ଧା, ଗର୍ଭବତୀ ଓ ରୋଗୀମାନେ ନାକେଦମ୍‌ ହେଉଛନ୍ତି।

ନାରାୟଣପାଟଣା ବ୍ଲକ୍‌ ସୀମାନ୍ତକୁ ଲାଗିଥିବା ଏହି ଗାଁ ଗୁଡିକୁ ଯିବାକୁ ହେଲେ ପଟାମୁଣ୍ଡା ଦେଇ ଯିବାକୁ ପଡ଼ିଥାଏ। ତେବେ ପଟାମୁଣ୍ଡାଠାରୁ ଦେଢ଼ କିମି ଘାଟି ରାସ୍ତା ନିର୍ମାଣ ନ ହେବା ଯୋଗୁ ୪ ଖଣ୍ଡ ଗ୍ରାମର ଲୋକେ ବିଶେଷ କରି ବର୍ଷା ଦିନେ ବହୁ ଅସୁବିଧାରେ ପଡ଼ୁଛନ୍ତି। ନକ୍ସଲ ପ୍ରବଣ ଅଞ୍ଚଳ ଗୁଡିକୁ ମୁଖ୍ୟତଃ ଗମନା ଗମନ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଦୁର୍ଗମ ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଅଧ୍ୟୁଷିତ ଏହି ୪ଟି ଗାଁର ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି।

Advertisment

ତେବେ ଏନେଇ ପୂର୍ତ୍ତ ବିଭାଗ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଏନେଇ ଲକ୍ଷ୍ମୀପୁରରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଲୋକେ ଅଭିଯୋଗ କରିଥିଲେ। ମାତ୍ର କୌଣସି ସୁଫଳ ମିଳିନଥିବା ଲୋକମାନେ ଅଭିଯୋଗ କରିଛନ୍ତି। କେରିମିଟିକୁ ଛାଡ଼ିଦେଲେ ଅନ୍ୟ ଗାଁ ଗୁଡିକରେ ବିଦ୍ୟୁତ ଓ ପାନୀୟ ଜଳର ସମସ୍ୟା ଥିବା ଅଭିଯୋଗ ହେଉଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଲୋକେ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe