Advertisment

ଆଶ୍ଚର୍ଯ୍ୟ ମନ୍ଦିର: ଯେଉଁଠି ମନସ୍କାମନା ପୂରଣ ପାଇଁ ମା’ଙ୍କୁ ଚପଲ ଅର୍ପଣ କରେ ଭକ୍ତ

ଭଗବାନଙ୍କୁ ପ୍ରସନ୍ନ କରିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ପୂଜା କରିବା ସହ ଫୁଲ, ଫଳ ଓ ପ୍ରସାଦ ଭଗବାନଙ୍କ ପାଖରେ ଅର୍ପଣ କରିଥାନ୍ତି। ହେଲେ କେବେ ଭଗବାନଙ୍କୁ ପ୍ରସନ୍ନ କରିବାକୁ ଚପଲ ଚଢାଇବା କୌଣସି ସ୍ଥାନରେ ଦେଖିଛନ୍ତି। ଆଜ୍ଞା ହଁ କର୍ଣ୍ଣାଟର ଭୁଲବର୍ଗ ମନ୍ଦିରରେ ମା’ ଲକମ୍ମା ଦେବୀଙ୍କୁ ପ୍ରସନ୍ନ କରିବାକୁ ଚପଲ ମାଳ ଚଢାବାକୁ ପଡିଥାଏ। କାହିଁ କେତେ ବର୍ଷ ହେବ ଏହି ପରମ୍ପରା ଚାଲି ଆସୁଛି। ମା’ଙ୍କ ଆଶୀର୍ବାଦ ନେବା […]

ଅଦ୍ୟତନ ହୋଇଛି
ଆଶ୍ଚର୍ଯ୍ୟ ମନ୍ଦିର: ଯେଉଁଠି ମନସ୍କାମନା ପୂରଣ ପାଇଁ ମା’ଙ୍କୁ ଚପଲ ଅର୍ପଣ କରେ ଭକ୍ତ

chapal

Advertisment

ଭଗବାନଙ୍କୁ ପ୍ରସନ୍ନ କରିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ପୂଜା କରିବା ସହ ଫୁଲ, ଫଳ ଓ ପ୍ରସାଦ ଭଗବାନଙ୍କ ପାଖରେ ଅର୍ପଣ କରିଥାନ୍ତି। ହେଲେ କେବେ ଭଗବାନଙ୍କୁ ପ୍ରସନ୍ନ କରିବାକୁ ଚପଲ ଚଢାଇବା କୌଣସି ସ୍ଥାନରେ ଦେଖିଛନ୍ତି। ଆଜ୍ଞା ହଁ କର୍ଣ୍ଣାଟର ଭୁଲବର୍ଗ ମନ୍ଦିରରେ ମା’ ଲକମ୍ମା ଦେବୀଙ୍କୁ ପ୍ରସନ୍ନ କରିବାକୁ ଚପଲ ମାଳ ଚଢାବାକୁ ପଡିଥାଏ। କାହିଁ କେତେ ବର୍ଷ ହେବ ଏହି ପରମ୍ପରା ଚାଲି ଆସୁଛି।

Advertisment

ମା’ଙ୍କ ଆଶୀର୍ବାଦ ନେବା ପାଇଁ ଏଠାକୁ ପ୍ରତିଦିନ ଦୂର ଦୂରାନ୍ତରୁ ଭକ୍ତି ଆସିଥାନ୍ତି। ମା’ଙ୍କୁ ଖୁସି କରିବା ପାଇଁ ଭକ୍ତ ଫୁଳ ମାଳ ସହିତ ଚପଲ ଗୁନ୍ଥି ଅର୍ପଣ କରିଥାନ୍ତି। ଏହାଛଡ଼ା ପ୍ରତିବର୍ଷ ଏଠାରେ ‘ଫୁଟ୍‌ବିୟର’ ଫେଷ୍ଟିଭାଲ ଆୟୋଜନ କରାଯାଏ। ଯେଉଁଥିରେ ଆଖପାଖ ଗାଁରେ ଲୋକେ ଭାଗ ନେଇ ମା’ଙ୍କୁ ଚପଲ ଚଢ଼ାନ୍ତି। ଏହି ଫେଷ୍ଟିଭାଲ ଦୀପାବଳିର ୬ ଦିନ ପରେ ପାଳନ କରାଯାଇଥାଏ। ଏଠାରେ ଭକ୍ତ ମାନସିକ ରଖିଥାନ୍ତି ଓ ଏହା ପୂରଣ ହେବାକୁ ମନ୍ଦିର ବାହାରେ ଥିବା ଗଛରେ ଚପଲ ଟାଙ୍ଗିଥାନ୍ତି।

ବିଶ୍ୱାସ ରହିଛି, ଭକ୍ତମାନେ ଟାଙ୍ଗୁଥିବା ଚପଲ ପିନ୍ଧି ମା’ ରାତିରେ ବୁଲିବାକୁ ବାହାରନ୍ତି। ଏହି ସମୟରେ ସେ ନକରାତ୍ମକ ଶକ୍ତିଙ୍କଠାରୁ ଗାଁକୁ ରକ୍ଷା କରିଥାନ୍ତି।

Advertisment

ପୂର୍ବରୁ ମା’ଙ୍କ ପାଖରେ ବଳି ଦିଆଯାଉଥିଲା। ତେବେ ବଳି ପ୍ରଥା ବନ୍ଧ ହୋଇଯିବା ପରେ ଏଠାରେ ମା’ଙ୍କୁ ଚପଲ ମାଳ ଭେଟି ଦେବାର ପରମ୍ପରା ଆରମ୍ଭ ହୋଇଛି।

ସୌଜନ୍ୟ-ଦୈନିକ ଜାଗରଣ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe