Advertisment

ଭାରତୀୟ ରେଳବାଇ ବିଷୟରେ ଏସବୁ ରୋଚକ କଥା ଆପଣ ଜାଣନ୍ତି କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୬ ଅପ୍ରେଲ୍‌ ୧୮୫୩ ମସିହାରୁ ଭାରତରେ ରେଳ ସେବା ଆରମ୍ଭ ହୋଇଥିଲା। ଆଜି ଏହା ଏକ ବଡ଼ ବ୍ୟବସ୍ଥାରେ ପରିଣତ ହୋଇଛି। ବିଶ୍ୱର ସବୁଠାରୁ ବଡ଼ ରେଳ ନେଟ୍‌ୱର୍କ ମଧ୍ୟରେ ଭାରତୀୟ ରେଳବାଇର ନାଁ ୪ର୍ଥ ସ୍ଥାନରେ ରହିଛି। ଖାଲି ସେତିକି ନୁହେଁ, ଭାରତ ସରକାରଙ୍କ ସବୁଠାରୁ ବୃହତ୍‌ ରାଜସ୍ୱ ଉତ୍ସ ହେଉଛି ରେଳ ବିଭାଗ। ନିଯୁକ୍ତି କ୍ଷେତ୍ରରେ ମଧ୍ୟ ରେଳବାଇ ଭାରତରେ ପ୍ରମୁଖ ଭୂମିକା ବହନ କରୁଛି। ଭାରତୀୟ ରେଳବାଇ ବିଷୟରେ […]

author-image
Abinash Pati
ଅଦ୍ୟତନ ହୋଇଛି
ଭାରତୀୟ ରେଳବାଇ ବିଷୟରେ ଏସବୁ ରୋଚକ କଥା ଆପଣ ଜାଣନ୍ତି କି?

railway

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୬ ଅପ୍ରେଲ୍‌ ୧୮୫୩ ମସିହାରୁ ଭାରତରେ ରେଳ ସେବା ଆରମ୍ଭ ହୋଇଥିଲା। ଆଜି ଏହା ଏକ ବଡ଼ ବ୍ୟବସ୍ଥାରେ ପରିଣତ ହୋଇଛି। ବିଶ୍ୱର ସବୁଠାରୁ ବଡ଼ ରେଳ ନେଟ୍‌ୱର୍କ ମଧ୍ୟରେ ଭାରତୀୟ ରେଳବାଇର ନାଁ ୪ର୍ଥ ସ୍ଥାନରେ ରହିଛି।
Advertisment
ଖାଲି ସେତିକି ନୁହେଁ, ଭାରତ ସରକାରଙ୍କ ସବୁଠାରୁ ବୃହତ୍‌ ରାଜସ୍ୱ ଉତ୍ସ ହେଉଛି ରେଳ ବିଭାଗ। ନିଯୁକ୍ତି କ୍ଷେତ୍ରରେ ମଧ୍ୟ ରେଳବାଇ ଭାରତରେ ପ୍ରମୁଖ ଭୂମିକା ବହନ କରୁଛି। ଭାରତୀୟ ରେଳବାଇ ବିଷୟରେ କିଛି ରୋଚକ କଥା ଆସନ୍ତୁ ଜାଣିବା।

[caption id="attachment_275551" align="aligncenter" width="728"]indian railway photo- topyaps.com[/caption]

Advertisment
  •  ଆମେରିକା, ଚୀନ୍‌ ଓ ଋଷ ପରେ ଭାରତୀୟ ରେଳବାଇ ହେଉଛି, ବିଶ୍ୱର ଚତୁର୍ଥ ସବୁଠାରୁ ବଡ଼ ରେଳ ନେଟ୍‌ୱର୍କ।
  • ୨. ପ୍ରତିଦିନ ପ୍ରାୟ ୨.୫ କୋଟି ଯାତ୍ରୀ ଟ୍ରେନ୍‌ରେ ଯାତ୍ରା କରନ୍ତି। ଯାହା ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ୍‌ ଓ ଟାସମାନିଆର ମୋଟ ଜନସଂଖ୍ୟା ସହିତ ସମାନ ।
  • ୩. ଆକଳନ ଆନୁସାରେ ଭାରତରେ ବର୍ତ୍ତମାନ ୧.୧୫ ଲକ୍ଷ କି.ମି ଲମ୍ବା ରେଳ ଲାଇନ୍‌ ରହିଛି।

[caption id="attachment_275552" align="aligncenter" width="722"]people phot- topyaps.com[/caption]

  • ଭାରତୀୟ ଟ୍ରେନଗୁଡ଼ିକ ପ୍ରତିଦିନ ପ୍ରାୟ ୧୩.୫ ଲକ୍ଷ କିଲୋମିଟର୍‌ ଯାତ୍ରା ପୂରଣ କରିଥାନ୍ତି। ଏହା ପୃଥିବୀଠାରୁ ଚନ୍ଦ୍ରପୃଷ୍ଠର ଦୂରତ୍ୱର   ୩.୫ ଗୁଣା ହେବ।
  • ସବୁଠାରୁ ଅଧିକ ରୋଜଗାର୍‌ କରୁଥିବା ରେଳବାଇଗୁଡ଼ିକ ମଧ୍ୟରେ ଭାରତୀୟ ରେଳବାଇ ବିଶ୍ୱର ୯ମ ସ୍ଥାନରେ ରହିଛି।
ଶୌଚାଳୟ ବ୍ୟବସ୍ଥା ଆରମ୍ଭ ସହ ଆଉ କିଛି ରୋଚକ କଥା-
  • ପ୍ରଥମେ ରେଳଗାଡ଼ିରେ ଶୌଚାଳୟ ନ ଥିଲା। ଦୀର୍ଘ ୫୫ ବର୍ଷ ଧରି ବିନା ଶୌଚାଳୟରେ ରେଳଗାଡ଼ି ଚାଲୁଥିଲା। ଅଖିଳ ଚନ୍ଦ୍ର ସେନ୍‌ ନାମକ ଜଣେ ବ୍ୟକ୍ତି ୧୯୦୯ରେ ସାହିବଗଞ୍ଜ୍‌  ଡିଭିଜନ୍‌ ରେଳ ଅଫିସ୍‌କୁ ଖଣ୍ଡେ ଚିଠି ଲେଖି ଏହି ଅବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଏହି ଚିଠି ହିଁ ଟ୍ରେନ୍‌ର ଶୌଚାଳୟ ବ୍ୟବସ୍ଥାକୁ ଆଗକୁ ନେଇଥିଲା। ବର୍ତ୍ତମାନ ଅଖିଳଙ୍କ ଏହି ଚିଠିଟି ନୂଆଦିଲ୍ଲୀସ୍ଥିତ ରେଳବାଇ ମ୍ୟୁଜିୟମ୍‌ରେ ପ୍ରଦର୍ଶିତ ହେଉଛି।
  • 'ମେତୁପଲୟମ୍‌ ଉଟି ନୀଳଗିରି' ପ୍ୟାସେଞ୍ଜର୍‌ ଟ୍ରେନ୍‌ ଭାରତର ସବୁଠାରୁ ଧିମା ଚାଲୁଥିବା ଟ୍ରେନ୍‌। ଏହାର ଘଣ୍ଟା ପ୍ରତି ବେଗ ୧୦ରୁ ୧୬ କିମି। ସେହିପରି 'ଭୋପାଲ ଶତାବ୍ଦୀ ଏକ୍ସପ୍ରେସ' ସବୁଠାରୁ ଦ୍ରୁତଗତିରେ ଚାଲୁଥିବା ଟ୍ରେନ୍‌। ଏହାର ଘଣ୍ଟାପ୍ରତି ବେଗ ହେଉଛି ୧୫୦ କିମି।

[caption id="attachment_275555" align="aligncenter" width="837"]ib photo-topyaps.com[/caption]

  • ତାମିଲନାଡୁରେ ଥିବା 'ଶ୍ରୀଭେଙ୍କଟ ନରସିହ୍ମା ରାଜୁ ଭରୀ ପେତା' ରେଳ ଷ୍ଟେସନ୍‌ ହେଉଛି ଦେଶର ସବୁଠାରୁ ବଡ଼ ନାମ ବିଶିଷ୍ଟ ରେଳଷ୍ଟେସନ୍‌। ସେହିଭଳି 'ଇବ୍‌' ହେଉଛି ସବୁଠାରୁ ଛୋଟ ନାମ ବିଶିଷ୍ଟ ରେଳ ଷ୍ଟେସନ୍‌। ଯାହା ଓଡ଼ିଶାର ଝାରସୁଗୁଡ଼ାରେ ରହିଛି।
  • 'ନଭାପୁର' ରେଳ ଷ୍ଟେସନ୍‌ ହେଉଛି ଦେଶର ଏକମାତ୍ର ରେଳଷ୍ଟେସନ୍‌ ଯାହା ଦୁଇଟି ରାଜ୍ୟକୁ ଲାଗିଛି। ଏହାର ଅଧା ଭାଗ ମହାରାଷ୍ଟ୍ର ଓ ଆଉ ଅଧାଭାଗ ଗୁଜରାଟରେ ପଡ଼ିଥାଏ।
  • ମହାରାଷ୍ଟ୍ର ଅହମଦନଗରର ଗୋଟିଏ ସ୍ଥାନରେ ଦୁଇଟି ରେଳ ଷ୍ଟେସନ୍‌ ମୁହାଁମୁହିଁ ହୋଇ ରହିଛି। ଗୋଟିଏ ହେଲା ଶ୍ରୀରାମପୁର୍‌ ଓ ଅନ୍ୟଟି ହେଲା ବେଲାପୁର ରେଳ ଷ୍ଟେସନ୍।

    [caption id="attachment_275558" align="alignnone" width="750"]chenab bridge photo-tourmyjk.in[/caption]

  • ୧୯୯୪ ମସିହା ମାର୍ଚ୍ଚ ୨୪ ତାରିଖରେ ପ୍ରଥମଥର ପାଇଁ ଟିଭିରେ ଲାଇଭ୍‌ ରେଳ ବଜେଟ୍‌ ପ୍ରସାରଣ ହୋଇଥିଲା।
  • ବିଶ୍ୱର ସବୁଠାରୁ ଉଚ୍ଚା ରେଳ ପୋଲ ଭାରତର 'ଚେନାବ' ନଦୀ ଉପରେ ତିଆରି ହୋଇଛି। ଏହା ଜାମ୍ମୁ-କାଶ୍ମୀର୍‌ର ରିୟାସୀ ଜିଲ୍ଲାରେ ରହିଛି। ଏହା ପ୍ୟାରିସର ଆଇଫେଲ ଟାୱାର୍‌ ଠାରୁ ବି ଉଚ୍ଚା ହେବ।