Advertisment

ଭୁଲ୍‌ରେ ୨୯ ତାରିଖ ପର୍ଯ୍ୟନ୍ତ କରନ୍ତୁନି ଏସବୁ କାମ, ନହେଲେ କୋପ କରିବେ ମା’ ଦୁର୍ଗା

ସେପ୍ଟେମ୍ବର ୨୧ ତାରିଖରୁ ନବରାତ୍ରୀ ଆରମ୍ଭ ହୋଇଯାଇଛି। ସେପ୍ଟେମ୍ବର ୨୯ ତାରିଖରେ ରାମ ନବମୀ ସହିତ ଏହା ସମାପ୍ତ ହେବ। ହିନ୍ଦୁ ଧର୍ମରେ ନବରାତ୍ରୀକୁ ସବୁଠୁ ଭଲ ବ୍ରତ ବୋଲି ମନେ କରାଯାଏ। ଏହି ଦିନଗୁଡ଼ିକରେ ବ୍ରତ ରଖିଲେ ଆତ୍ମା ଶୁଦ୍ଧ ହେବା ସହିତ ଶରୀର ବି ସୁସ୍ଥ ରହେ। ଶାସ୍ତ୍ରରେ କୁହାଯାଇଛି ଯେ ଏହି ଦିନଗୁଡ଼ିକରେ ମା’ ଦୁର୍ଗା ଧରାପୃଷ୍ଠରେ ବାସ କରନ୍ତି। ତେଣୁ ଘରେ ଘରେ ମା’ଙ୍କ ପୂଜା କରାଯାଏ। ନବରାତ୍ରୀ ସମୟରେ ଆମମାନଙ୍କ […]

ଅଦ୍ୟତନ ହୋଇଛି
ଭୁଲ୍‌ରେ ୨୯ ତାରିଖ ପର୍ଯ୍ୟନ୍ତ କରନ୍ତୁନି ଏସବୁ କାମ, ନହେଲେ କୋପ କରିବେ ମା’ ଦୁର୍ଗା
Advertisment

ସେପ୍ଟେମ୍ବର ୨୧ ତାରିଖରୁ ନବରାତ୍ରୀ ଆରମ୍ଭ ହୋଇଯାଇଛି। ସେପ୍ଟେମ୍ବର ୨୯ ତାରିଖରେ ରାମ ନବମୀ ସହିତ ଏହା ସମାପ୍ତ ହେବ। ହିନ୍ଦୁ ଧର୍ମରେ ନବରାତ୍ରୀକୁ ସବୁଠୁ ଭଲ ବ୍ରତ ବୋଲି ମନେ କରାଯାଏ। ଏହି ଦିନଗୁଡ଼ିକରେ ବ୍ରତ ରଖିଲେ ଆତ୍ମା ଶୁଦ୍ଧ ହେବା ସହିତ ଶରୀର ବି ସୁସ୍ଥ ରହେ। ଶାସ୍ତ୍ରରେ କୁହାଯାଇଛି ଯେ ଏହି ଦିନଗୁଡ଼ିକରେ ମା’ ଦୁର୍ଗା ଧରାପୃଷ୍ଠରେ ବାସ କରନ୍ତି। ତେଣୁ ଘରେ ଘରେ ମା’ଙ୍କ ପୂଜା କରାଯାଏ।

Advertisment

ନବରାତ୍ରୀ ସମୟରେ ଆମମାନଙ୍କ ମଧ୍ୟରୁ ଅନେକ ବ୍ରତ ରଖନ୍ତି। ତେବେ ବ୍ରତ ପାଳନ ବେଳେ କିଛି କଥା ପ୍ରତି ଦୃଷ୍ଟି ଦେବାକୁ ପଡ଼େ। କିଛି କାର୍ଯ୍ୟ ଅଛି ଯେଉଁଗୁଡ଼ିକୁ ବ୍ରତ ପାଳନ କରୁଥିବା ବ୍ୟକ୍ତିମାନେ ନବରାତ୍ରୀ ସମୟରେ ଆଦୌ କରିବା ଉଚିତ ନାହିଁ। ଏହି କଥାଗୁଡ଼ିକୁ ପାଳନ କଲେ ମା’ଙ୍କ କୃପାଦୃଷ୍ଟି ସବୁବେଳେ ବଜାୟ ରହେ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା କ’ଣ ସେହି କାର୍ଯ୍ୟଗୁଡ଼ିକ।

  • Maa Durgaନବରାତ୍ରୀ ବ୍ରତ ରଖୁଥିବା ବ୍ୟକ୍ତିମାନେ ଏହି ଦିନଗୁଡ଼ିକରେ ଦାଢ଼ି-ନିଶ କାଟିବା ଉଚିତ ନୁହେଁ। କିନ୍ତୁ ଏହି ଦିନଗୁଡ଼ିକରେ ଛୋଟ ଛୁଆଙ୍କୁ ଲଣ୍ଡା କରିବା ଶୁଭ ବୋଲି ମନେ କରାଯାଏ। ତେଣୁ ଏହି କାମଟି କରିପାରିବେ।
  • ଆପଣ ନଅ ଦିନ ଧରି ବ୍ରତ ରଖିଥିଲେ ଉଷୁନା ଭାତ ଓ ରୁଟି ଆଦି ଖାଆନ୍ତୁ ନାହିଁ। ଲୁଣ ବି ଖାଆନ୍ତୁ ନାହିଁ। ଅରୁଆ ଚାଉଳରେ ଖେଚୁଡ଼ି ପ୍ରସ୍ତୁତ କରି ଖାଇପାରିବେ। ସେହିଭଳି ଫଳ ଓ ବାଦାମ ଜାତୀୟ ଖାଦ୍ୟ ଖାଇପାରିବେ।
  • ବିଷ୍ଣୁ ପୁରାଣରେ କୁହାଯାଇଛି ବ୍ରତ ପାଳନ କରିବା ସମୟରେ ମଦ ପିଇବା ଉଚିତ ନୁହେଁ। ସେହିଭଳି ମାଛମାଂସ ବି ଖାଇବା ଉଚିତ ନୁହେଁ। ଶାରୀରିକ ସଂପର୍କ ରଖିବା ବି ଉଚିତ ନୁହେଁ ବୋଲି କୁହାଯାଇଛି। ଏସବୁ କଲେ ବ୍ରତ ବିଫଳ ହୁଏ ବୋଲି କୁହାଯାଇଛି।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe