Advertisment

ଶୁଭଫଳ ପାଇଁ ମକର ସଂକ୍ରାନ୍ତିରେ କରନ୍ତୁ ଏହି ସବୁ କାମ

ଆଉ ଦିନକ ପରେ ପବିତ୍ର ମକର ସଂକ୍ରାନ୍ତି। ଏହି ପର୍ବଟି ସୂର୍ଯ୍ୟଙ୍କ ସହ ଜଡ଼ିତ। ଦେଶର ପ୍ରତି କୋଣରେ ଏହାକୁ ଭିନ୍ନ ଭିନ୍ନ ଭାବରେ ପାଳନ କରାଯାଏ। ଏହି ଦିନର ଧାର୍ମିକ ମହତ୍ତ୍ୱ ସହ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ଏହି ଦିନରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୁଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ନିଜ ପୁତ୍ର ଶନିଙ୍କ ରାଶି ମକରରେ ପ୍ରବେଶ କରିଥାଆନ୍ତି। ଜ୍ୟୋତିଷଶାସ୍ତ୍ରରେ ବି ଏହି ଦିନଟିର ବିଶେଷ ମହତ୍ୱ […]

author-image
Madhupriya Mistry
ଶୁଭଫଳ ପାଇଁ ମକର ସଂକ୍ରାନ୍ତିରେ କରନ୍ତୁ ଏହି ସବୁ କାମ

makara sankranti

ଆଉ ଦିନକ ପରେ ପବିତ୍ର ମକର ସଂକ୍ରାନ୍ତି। ଏହି ପର୍ବଟି ସୂର୍ଯ୍ୟଙ୍କ ସହ ଜଡ଼ିତ। ଦେଶର ପ୍ରତି କୋଣରେ ଏହାକୁ ଭିନ୍ନ ଭିନ୍ନ ଭାବରେ ପାଳନ କରାଯାଏ। ଏହି ଦିନର ଧାର୍ମିକ ମହତ୍ତ୍ୱ ସହ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ଏହି ଦିନରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୁଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ନିଜ ପୁତ୍ର ଶନିଙ୍କ ରାଶି ମକରରେ ପ୍ରବେଶ କରିଥାଆନ୍ତି। ଜ୍ୟୋତିଷଶାସ୍ତ୍ରରେ ବି ଏହି ଦିନଟିର ବିଶେଷ ମହତ୍ୱ ରହିଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକୁ ମକର ସଂକ୍ରାନ୍ତିରେ ପାଳନ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଉଭୟ ପୁରୁଷ ଓ ମହିଳା ଏହି କାର୍ଯ୍ୟଗୁଡ଼ିକୁ କରିପାରିବେ।publive-image

Advertisment

ରାଶି ଓ ଗୁଡ଼ ସେବନ କରନ୍ତୁ: ରାଶି ଓ ଗୁଡ଼ ଖାଇବା ଦ୍ୱାରା ଶରୀର ଗରମ ହୋଇଥାଏ। ତେଣୁ ଶୀତଦିନରେ ଏହାର ସେବନ ଆମ ଶରୀରକୁ ଶୀତ ଯୋଗୁଁ ହେଉଥିବା ରୋଗରୁ ଦୂରେଇ ରଖିଥାଏ। ମକର ସଂକ୍ରାନ୍ତି ଦିନ ଶୀତର ପ୍ରଭାବ ଥାଏ। ତେଣୁ ଏହି ଦିନ ରାଶି ଓ ଗୁଡ଼ ଖାଇବାର ପରମ୍ପରା ରହିଛି।

ଗୁଡ ଓ ଖେଚୁଡି ଦାନ କରନ୍ତୁ: ମକର ସଂକ୍ରାନ୍ତି ଦିନ ଗୁଡ ଓ ଖେଚୁଡି ଦାନ କରିବାର ବିଶେଷ ମହତ୍ତ୍ବ ରହିଛି। ଆପଣ ଏହାକୁ ଦାନ ମଧ୍ୟ କରି ପାରିବେ। ଏପରି କରିବା ଦ୍ବାରା ଅଧିକ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ଦିନ ଚାଉଳ ଓ ବିରି ଡାଲି ଦାନ କରିବା ମଧ୍ୟ ମହତ୍ବ ରହିଛି।

Advertisment

ରାଶି ଦାନ କରନ୍ତୁ: ଜ୍ୟୋତିଷଙ୍କ ଅନୁଯାୟୀ ଏହି ଦିନ ସମସ୍ତ ରାଶିର ବ୍ୟକ୍ତି ରାଶି ଦାନ କରିବା ଉଚିତ। ସଂକ୍ରାନ୍ତିରେ ରାଶି ଖାଇବା ଓ ଦାନ କରିବା ଶୁଭ ହୋଇଥାଏ। ଏହି ଦିନ ରାଶି ଦାନ କଲେ ଆପଣଙ୍କ ଉପରୁ ଅନେକ ଦୋଷ ହଟି ଯାଇଥାଏ। ବିଶେଷ କରି କାଳସର୍ପ, ରାହୁ କେତୁ ଓ ଶନି ଦଶା ଦୂର ହୋଇଥାଏ।publive-image

ସୂର୍ଯ୍ୟଙ୍କୁ ପାଣି ଦିଅନ୍ତୁ: ଦାନ କରିବା ସହ ଗଙ୍ଗା ସ୍ନାନ କରି ଭଗବାନ ସୂର୍ଯ୍ୟଙ୍କୁ ପୂଜା କରିବା ବିଶେଷ ମହତ୍ତ୍ୱ ରଖିଥାଏ।  ମକର ସଂକ୍ରାନ୍ତିରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ତେଣୁ ଏହି ଦିନକୁ ମକର ସଂକ୍ରାନ୍ତି କୁହାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଏହି ଦିନର ଜ୍ୟୋତିଷ ଶାସ୍ତ୍ରରେ ବହୁତ ମହତ୍ତ୍ୱ ରହିଛି। ଏହି ରାଶି ପରିବର୍ତ୍ତନର ପ୍ରଭାବ ପ୍ରାୟ ସବୁ ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ତେଣୁ ଏହି ଦିନ ସୂର୍ଯ୍ୟଙ୍କୁ ପାଣି ଚଢ଼ାନ୍ତୁ, ଶୁଭ ଫଳ ମିଳିବ। ସୂର୍ଯ୍ୟଙ୍କୁ ପୁଜା କରିବା ସମୟରେ ତମ୍ବାର ପାତ୍ରରେ ଜଳ ଅର୍ପଣ କରିବା ଉଚିତ।

ଶନିଦେବଙ୍କ ପୂଜା କରନ୍ତୁ:  ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଶନିଙ୍କ ରାଶିରେ ପ୍ରବେଶ କରିଥାଆନ୍ତି। ତେଣୁ ଏହି ଦିନ ଶନିଦେବଙ୍କୁ ପୂଜା କରିବା ଲାଭଦାୟକ ହୋଇଥାଏ। ଶନିଙ୍କୁ ପୂଜା କରିବା ସମୟରେ ସୋରିଷ ତେଲରେ କଳା ରାଶି ପକାଇ ଦୀପ ଜାଳନ୍ତୁ। ଏପରି କରିବା ଦ୍ବାରା ଦୁଇଗୁଣା ଫଳ ମିଳିବ।

କିଛି ସମୟ ସୂର୍ଯ୍ୟକିରଣରେ ବସନ୍ତୁ: ମକର ସଂକ୍ରାନ୍ତିଠାରୁ ଶୀତର ପ୍ରକୋପ ଧୀରେ ଧୀରେ କମିବା ଆରମ୍ଭ ହୋଇଥାଏ। ଏହି ଦିନ ସୂର୍ଯ୍ୟ କିରଣ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ଶରୀରର ଚମକ ବଢ଼ିବା ସହ ସକାରାତ୍ମକ ପ୍ରଭାବ ପଡ଼ିଥାଏ।

Makara Sankranti