Advertisment

ଦିବ୍ୟାଙ୍ଗଙ୍କ ସେବାରେ ସମର୍ପିତ ସୁକାନ୍ତ

ସୋର (ଶଶିକାନ୍ତ ବେହେରା): ସୁକାନ୍ତ କୁମାର ସାହୁ ଜଣେ ଯୁବ ଡାକ୍ତର। ୨୦୧୮ରୁ ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ବେଳେ ଏହା ମଧ୍ୟରେ ନିଜର ଚିକିତ୍ସା ସେବାକୁ ସେ ସୀମିତ କରି ନାହାନ୍ତି। ବିଭିନ୍ନ ସ୍ଥାନରେ ଶିବିର କରି ସେ ଲୋକଙ୍କ ଚିକିତ୍ସା କରନ୍ତି। ତା’ସହିତ ଦିବ୍ୟାଙ୍ଗଙ୍କ ଚିକିତ୍ସା କରିବାକୁ ସେ ବିଶେଷ ଭାବେ ଉତ୍ସାହିତ। ସେଥିପାଇଁ ସୋର ଠାରୁ ୧୫ କିଲୋମିଟର ଦୂରରେ ଥିବା ଦିବ୍ୟାଙ୍ଗ ସ୍ୱତନ୍ତ୍ର ବିଦ୍ୟାଳୟକୁ ସେ ତାଙ୍କ ସେବା […]

author-image
Biswobandita Swain
ଅଦ୍ୟତନ ହୋଇଛି
ଦିବ୍ୟାଙ୍ଗଙ୍କ ସେବାରେ ସମର୍ପିତ ସୁକାନ୍ତ

photo-dr

ସୋର (ଶଶିକାନ୍ତ ବେହେରା): ସୁକାନ୍ତ କୁମାର ସାହୁ ଜଣେ ଯୁବ ଡାକ୍ତର। ୨୦୧୮ରୁ ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ବେଳେ ଏହା ମଧ୍ୟରେ ନିଜର ଚିକିତ୍ସା ସେବାକୁ ସେ ସୀମିତ କରି ନାହାନ୍ତି। ବିଭିନ୍ନ ସ୍ଥାନରେ ଶିବିର କରି ସେ ଲୋକଙ୍କ ଚିକିତ୍ସା କରନ୍ତି। ତା’ସହିତ ଦିବ୍ୟାଙ୍ଗଙ୍କ ଚିକିତ୍ସା କରିବାକୁ ସେ ବିଶେଷ ଭାବେ ଉତ୍ସାହିତ। ସେଥିପାଇଁ ସୋର ଠାରୁ ୧୫ କିଲୋମିଟର ଦୂରରେ ଥିବା ଦିବ୍ୟାଙ୍ଗ ସ୍ୱତନ୍ତ୍ର ବିଦ୍ୟାଳୟକୁ ସେ ତାଙ୍କ ସେବା କେନ୍ଦ୍ର ଭାବେ ବାଛି ନେଇଛନ୍ତି।

Advertisment

ସପ୍ତାହକୁ ଥରେ ବା ଦୁଇ ଥର ସେ ଏହି ସ୍କୁଲ୍‌କୁ ଆସନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି ଓ ଆବଶ୍ୟକ ହେଉଥିଲେ ଔଷଧ ଦିଅନ୍ତି। ଔଷଧ ପାଇଁ ସେ ପଇସା ନିଅନ୍ତି ନାହିଁ। ଏପରିକି ସେ ପିଲାମାନଙ୍କ ପାଇଁ ଖାଇବା ଜିନିଷ ମଧ୍ୟ ନେଇ ଆସନ୍ତି। ଦିବ୍ୟାଙ୍ଗ ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଓ ସେମାନଙ୍କ ସହିତ କିଛି ସମୟ ବିତାଇ ସେ ଅପାର ଆନନ୍ଦ ପା’ନ୍ତି। ଏହି ଆନନ୍ଦ ହିଁ ତାଙ୍କୁ ସେଠାକୁ ଯିବାକୁ ପ୍ରେରିତ କରିଥାଏ।

ସୁକାନ୍ତ କହନ୍ତି, ଏହି ସ୍କୁଲ୍‌ର ପିଲାମାନେ ଠିକ୍‌ ଭାବେ ଚିକିତ୍ସା ପାଇପାରୁନାହାନ୍ତି। ଏହି ସ୍କୁଲ୍‌ରୁ ସୋର ମେଡିକାଲ୍‌ ୧୫ କିଲୋମିଟର ଦୂର ହୋଇଥିବାରୁ ସେମାନେ ନିୟମିତ ବ୍ୟବଧାନରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆସି ପାରନ୍ତି ନାହିଁ। ତେଣୁ ମୁଁ ସେମାନଙ୍କ ଚିକିତ୍ସା କରିବାକୁ ଚାଲିଆସେ। ମୋତେ ସେମାନଙ୍କ ସେବା କରି ବହୁତ ଭଲ ଲାଗେ।

Advertisment

publive-imageଏହି ବିଦ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କ କହିବା ଅନୁଯାୟୀ, ଡାକ୍ତର ସାହୁ ସପ୍ତାହକୁ ଥରେ ବା ଦୁଇ ଥର ଏଠାକୁ ଆସି ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି।  ପିଲାମାନେ ମଧ୍ୟ ଡାକ୍ତରଙ୍କୁ ଭଲ ଭାବେ ଚିହ୍ନିଗଲେଣି। ଡାକ୍ତରଙ୍କୁ ଦେଖିଲେ ପିଲାମାନେ ଆଉ ଡରୁ ନାହାନ୍ତି। ତାଙ୍କୁ ଦେଖିଲେ ସେମାନେ ଖୁସି ହୋଇଯା’ନ୍ତି।

ଅନେକ ସମୟରେ ଡାକ୍ତରଙ୍କ ସେବା ମନୋବୃତ୍ତି ଉପରେ ପ୍ରଶ୍ନ ଉଠୁଥିବା ବେଳେ ସୁକାନ୍ତଙ୍କ ଭଳି ଡାକ୍ତର ହିଁ ନିଜ ବୃତ୍ତିର ସମ୍ମାନକୁ ବଜାୟ ରଖିଛନ୍ତି ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।