Advertisment

ଡ୍ୟୁଟି ଥାଇ ଡାକ୍ତର ଆସୁନାହାନ୍ତି, ଚିଲିକା ଭିତରେ ରୋଗୀ କଲବଲ

କୃଷ୍ଣପ୍ରସାଦ (ଓଡ଼ିଶା ରିପୋର୍ଟର): ଡାକ୍ତର ଅଛନ୍ତି। କିନ୍ତୁ ଡ୍ୟୁଟି ସମୟରେ ଡାକ୍ତରଖାନା ଆସୁନାହାନ୍ତି। ଏହି ଅଭିଯୋଗ ଆସିଛି ଚିଲିକା ନୂଆପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ। ପୁଣି ଜଣେ ନୁହେଁ, ନିଯୁକ୍ତି ପାଇଥିବା ସମସ୍ତ ୩ ଜଣ ଡାକ୍ତରଙ୍କ ବିରୋଧରେ ଆସିଛି ଏମିତି ଅଭିଯୋଗ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ୧୬ ଶଯ୍ୟା ବିଶିଷ୍ଟ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୪ଟି ପଞ୍ଚାୟାତର ୬ ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରନ୍ତି। ହେଲେ ଡାକ୍ତରମାନେ ରହୁ […]

ଅଦ୍ୟତନ ହୋଇଛି
ଡ୍ୟୁଟି ଥାଇ ଡାକ୍ତର ଆସୁନାହାନ୍ତି, ଚିଲିକା ଭିତରେ ରୋଗୀ କଲବଲ

chilika

Advertisment

କୃଷ୍ଣପ୍ରସାଦ (ଓଡ଼ିଶା ରିପୋର୍ଟର): ଡାକ୍ତର ଅଛନ୍ତି। କିନ୍ତୁ ଡ୍ୟୁଟି ସମୟରେ ଡାକ୍ତରଖାନା ଆସୁନାହାନ୍ତି। ଏହି ଅଭିଯୋଗ ଆସିଛି ଚିଲିକା ନୂଆପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ। ପୁଣି ଜଣେ ନୁହେଁ, ନିଯୁକ୍ତି ପାଇଥିବା ସମସ୍ତ ୩ ଜଣ ଡାକ୍ତରଙ୍କ ବିରୋଧରେ ଆସିଛି ଏମିତି ଅଭିଯୋଗ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି।

Advertisment

୧୬ ଶଯ୍ୟା ବିଶିଷ୍ଟ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୪ଟି ପଞ୍ଚାୟାତର ୬ ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରନ୍ତି। ହେଲେ ଡାକ୍ତରମାନେ ରହୁ ନଥିବା ଯୋଗୁ ରୋଗୀଙ୍କୁ ଉତ୍ତମ ଚିକିତ୍ସା ମିଳୁନାହିଁ। ଅନ୍ୟପଟେ ଅତି ସାଧାରଣ ରୋଗୀଙ୍କୁ ମଧ୍ୟ ବହୁ ସମୟରେ ଅନ୍ୟ ସ୍ଥାନକୁ ରେଫର କରାଯାଉଥିବା ଅଭିଯୋଗ ହୋଇଛି। ଫଳରେ ସେମାନେ ହଇରାଣ ହୋଇ ୭୦ରୁ ଅଧିକ କିମି ଦୂର ପୁରୀ, ଭୁବନେଶ୍ୱର ଓ ବ୍ରହ୍ମପୁର ଯାଇ ଚିକିତ୍ସିତ ହେଉଛନ୍ତି। ଗରିବ ଲୋକଙ୍କ ପାଇଁ ଏହା ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହେଉଛି। ଅନେକ ଗରିବ ଲୋକ ଦୂର ସ୍ଥାନକୁ ନଯାଇ ଭାଗ୍ୟକୁ ଆଦରି ରହିଯାଉଛନ୍ତି। ତେଣୁ ଲୋକଙ୍କୁ କିପରି ଏଠାରେ ପ୍ରତାରିତ କରାଯାଉଛି, ତାହା ସହଜରେ ଅନୁମେୟ।

ସ୍ଥିତି ଦେଖିବାକୁ ଆମ ପ୍ରତିନିଧି ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତରଖାନାର ଇନ୍‌ଫରମେସନ୍ ବୋର୍ଡରୁ ଯାହା ସୂଚନା ମିଳିଲା ସେଦିନ ଡ୍ୟୁଟିରେ ୩ ଜଣ ଡାକ୍ତର ଓ ୨ ଜଣ ନର୍ସ ଅଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଡାକ୍ତରଖାନାରେ ଉପସ୍ଥିତ ନଥିଲେ। ଇନ୍‌ଫରମେସନ୍ ବୋର୍ଡରେ ଜଣେ ଫାର୍‌ମାସିଷ୍ଟ ଡ୍ୟୁଟିରେ ଥିବା ଉଲ୍ଲେଖ ଥିବା ବେଳେ ସେ ଡାକ୍ତରଖାନାରେ ଉପସ୍ଥିତ ଥିଲେ।

Advertisment

ଡାକ୍ତର ଓ ନର୍ସଙ୍କ ଅନୁପସ୍ଥିତି ନେଇ ଫାର୍ମାସିଷ୍ଟକୁ ପଚରାଯିବାରେ ସେ କହିଥିଲେ ଯେ ଡାକ୍ତରମାନେ ନିଜସ୍ୱ ସମସ୍ୟା ଯୋଗୁ ଆସିନାହାନ୍ତି। ନର୍ସମାନେ ଆଉ ନାହାନ୍ତି। ସେମାନଙ୍କର ବଦଳି ହୋଇଯାଇଛି। ଇନ୍‌ଫରମେସନ୍ ବୋର୍ଡରେ ଥିବା ଲେଖା ପୁରୁଣା, ତାକୁ ବଦଳା ଯାଇପାରିନି।

[caption id="attachment_790558" align="aligncenter" width="650"]publive-image ଡାକ୍ତର ଆସି ନ ଥିବାରୁ ଆୟୁଷ ବର୍ହିବିଭାଗରେ ତାଲା ପଡ଼ିଛି।[/caption]

ଘଟଣା ସଂପର୍କରେ ଆମ ପ୍ରତିନିଧି ସିଡିଏମ୍‌ଓ ସୁଜାତା ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ। ତେବେ ସେ କହିଥିଲେ ଯେ ସେଠାକାର ଇନ୍‌ଚାର୍ଜଙ୍କୁ ପଚାରନ୍ତୁ। କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ସନ୍ତୋଷ କୁମାର ବେହେରା ଫୋନ୍ ଉଠାଇ ନଥିଲେ। ସେ ବି ନିଜେ ଡ୍ୟୁଟି ସମୟରେ ଡାକ୍ତରଖାନାରେ ଅନୁପସ୍ଥିତ ରହନ୍ତି ବୋଲି ଅଭିଯୋଗ ରହିଛି।

ଡାକ୍ତରଖାନାକୁ ଆସିଥିବା କିଛି ରୋଗୀ ଓ ରୋଗୀଙ୍କ ସଂପର୍କୀୟଙ୍କ ସହିତ ଆମ ପ୍ରତିନିଧି କଥା ହୋଇଥିଲେ। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ବାସିନ୍ଦା ଉମାକାନ୍ତ ସାହୁ କହିଥିଲେ, ଦେହ ଖରାପ ଥିବାରୁ ଡାକ୍ତରଙ୍କୁ ଦେଖାଇବାକୁ ଆସିଥିଲି। ହେଲେ ଡାକ୍ତର ନ ଥିବାରୁ ନିରାଶ ହୋଇ ଫେରିବାକୁ ପଡ଼ୁଛି।

ସେହିପରି ଚିନ୍ମୟ ଜାଲି କହିଥିଲେ, ମା’ଙ୍କ ରକ୍ତଚାପ ବଢ଼ିଯିବାରୁ ସେ ଅସୁସ୍ଥ ହୋଇପଡ଼ିଛନ୍ତି। ହେଲେ ଦିନ ସାଢ଼େ ୧୦ରୁ ଅଧିକ ହୋଇଥିଲେ ହେଁ ଡାକ୍ତର ଆସିନାହାନ୍ତି। ଉପସ୍ଥିତ ଆଟେଣ୍ଡାଣ୍ଟ ଆମକୁ ଅନ୍ୟ ମେଡିକାଲ ଯିବାକୁ କହୁଛନ୍ତି।

ସ୍ଥାନୀୟ ବାସିନ୍ଦା ପୂର୍ଣ୍ଣଚନ୍ଦ୍ର ଜେନା କହିଛନ୍ତି, ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ୟା ଲାଗି ରହିଛି। ଏନେଇ ସିଡିଏମ୍‌ଙ୍କୁ ବାରମ୍ବାର କୁହାଯାଇଛି। ହେଲେ ସେ ସମସ୍ୟାର ସମାଧାନ କରୁନାହାନ୍ତି। ଡାକ୍ତରମାନେ ଠିକ୍‌ ଭାବେ ଡ୍ୟୁଟି କରୁନାହାନ୍ତି। ମେଡିକାଲ ପରିସରରେ ଥିବା କ୍ୱାର୍ଟର୍ସରେ ରହୁନାହାନ୍ତି। ଏଠାରେ ରୋଗୀଙ୍କ ଜୀବନ ସହିତ ଖେଳ ଚାଲିଛି। ଏହାକୁ ନେଇ ସମସ୍ତଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସରକାର ତୁରନ୍ତ ଦାୟିତ୍ୱରେ ଅବହେଳା କରୁଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଚିଲିକା ଭିତରେ ଥିବା ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କିପରି ରୋଗୀଙ୍କୁ ଉନ୍ନତ ଚିକିତ୍ସା ମିଳିପାରିବ, ତା’ର ବ୍ୟବସ୍ଥା କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe