Advertisment

ଦୀପାବଳିରେ ଭୁଲରେ ବି କରନ୍ତୁନି ଏସବୁ କାମ: ମା’ ଲକ୍ଷ୍ମୀ ହୋଇଯିବେ କ୍ଷୁବ୍ଧ

ଆଗକୁ ଦୀପାବଳି। ହିନ୍ଦୁ ଧର୍ମର ବଡ଼ ପର୍ବଗୁଡିକ ଭିତରୁ ଗୋଟିଏ। ଆଉ ଏଥିପାଇଁ ପୂରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ଦୀପାବଳି ଦିନ ପ୍ରାୟ ସମସ୍ତଙ୍କ ଘରେ ଲକ୍ଷ୍ମୀ ପୂଜା ହୋଇଥାଏ। କାରଣ ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି, ଏହି ଦିନ ମାଆ ଲକ୍ଷ୍ମୀ ଘରକୁ ଆସିଥାନ୍ତି। ତେଣୁ ହିନ୍ଦୁ ଧର୍ମର ଲୋକମାନେ ଲକ୍ଷ୍ମୀଙ୍କ ସ୍ୱାଗତ ପାଇଁ ସବୁ ପ୍ରକାର ଆୟୋଜନ କରିଥାନ୍ତି। ହେଲେ ଦୀପାବଳିରେ ଏମିତି କିଛି କାର୍ଯ୍ୟ ଅଛି ଯାହା କଲେ ମା’ ଲକ୍ଷ୍ମୀ […]

ଅଦ୍ୟତନ ହୋଇଛି
ଦୀପାବଳିରେ ଭୁଲରେ ବି କରନ୍ତୁନି ଏସବୁ କାମ: ମା’ ଲକ୍ଷ୍ମୀ ହୋଇଯିବେ କ୍ଷୁବ୍ଧ

56

Advertisment

ଆଗକୁ ଦୀପାବଳି। ହିନ୍ଦୁ ଧର୍ମର ବଡ଼ ପର୍ବଗୁଡିକ ଭିତରୁ ଗୋଟିଏ। ଆଉ ଏଥିପାଇଁ ପୂରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ଦୀପାବଳି ଦିନ ପ୍ରାୟ ସମସ୍ତଙ୍କ ଘରେ ଲକ୍ଷ୍ମୀ ପୂଜା ହୋଇଥାଏ। କାରଣ ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି, ଏହି ଦିନ ମାଆ ଲକ୍ଷ୍ମୀ ଘରକୁ ଆସିଥାନ୍ତି। ତେଣୁ ହିନ୍ଦୁ ଧର୍ମର ଲୋକମାନେ ଲକ୍ଷ୍ମୀଙ୍କ ସ୍ୱାଗତ ପାଇଁ ସବୁ ପ୍ରକାର ଆୟୋଜନ କରିଥାନ୍ତି।

Advertisment

ହେଲେ ଦୀପାବଳିରେ ଏମିତି କିଛି କାର୍ଯ୍ୟ ଅଛି ଯାହା କଲେ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି। ତେଣୁ ସେଗୁଡ଼ିକ ପ୍ରତି ଧ୍ୟାନ ଦେବା ଜରୁରୀ। ତେବେ ଆସନ୍ତୁ ଜାଣିବା ସେ କେଉଁ କାମ ଯାହାକୁ ଦୀପାବଳିରେ କରିବା ଉଚିତ ନୁହେଁ ।

  • ଦୀପାବଳି ଦିନ ଘରକୁ ଅପରିଷ୍କାର କରନ୍ତୁ ନାହିଁ। କାରଣ ଘର ମଇଳା ହେଲେ ମା’ ଲକ୍ଷ୍ମୀ ରାଗି ଯାଆନ୍ତି ।
  • ଦୀପାବଳି ଦିନ ଭୁଲ୍‌ରେ ବି ଘରେ କଳି ଝଗଡ଼ା ଲାଗନ୍ତୁ ନାହିଁ। ବଡ଼ ଲୋକମାନଙ୍କ ପ୍ରତି ଖରାପ ଭାଷା ପ୍ରୟୋଗ କରନ୍ତୁ ନାହିଁ। ଏମିତି କଲେ ମା’ ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ନାହିଁ। ମନରୁ ଅହଂକାର ଓ କ୍ରୋଧକୁ କାଢ଼ି ମନକୁ ପ୍ରଫୁଲ୍ଲିତ ରଖନ୍ତୁ ଆଉ ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତୁ।
  • ଦୀପାବଳି ଦିନ ମଦ ପିଅନ୍ତୁ ନାହିଁ କି ଅନ୍ୟ କୌଣସି ପ୍ରକାରର ନିଶା ସେବନ କରନ୍ତୁ ନାହିଁ। ନ ହେଲେ ମାଆ ଲକ୍ଷ୍ମୀ ରୁଷ୍ଟ ହୋଇଯିବେ। ଆଉ ଏହା ହିଁ ଆପଣଙ୍କ ଦାରିଦ୍ର୍ୟର କାରଣ ପାଲଟିଯିବ। ପୂରା ଘର ଅଭାବ ଓ ଅନଟନରେ ବୁଡ଼ିଯିବ।
  • ଝାଡ଼ୁ ହେଉଛି ସ୍ୱଚ୍ଛତାର ପ୍ରତୀକ। ଏଣୁ ଝାଡୁର ନିରାଦର କରିବା ଦ୍ୱାରା ମା’ ଲକ୍ଷ୍ମୀ କ୍ଷୁବ୍ଧ ହୋଇଥାନ୍ତି। ଝାଡୁକୁ କେବେ ପାଦରେ ମାରନ୍ତୁ ନାହିଁ। ଦୀପାବଳି ଦିନ ଝାଡ଼ୁ ବ୍ୟବହାର କରିବା ପରେ ଏହାକୁ ଏପରି ସ୍ଥାନରେ ରଖନ୍ତୁ , ଯେଉଁଠି କାହାର ନଜର ନ ପଡ଼େ ଓ କାହାର ପାଦ ନ ବାଜେ।
  • ଦୀପାବଳି ଦିନ ସନ୍ଧ୍ୟାରେ ଆଦୌ ନିଦ୍ରା ଯାଆନ୍ତୁ ନାହିଁ। ଏମିତି କଲେ ବର୍ଷ ତମାମ ଅଭାବରେ ଘାଣ୍ଟି ହେବେ। କାରଣ ସନ୍ଧ୍ୟାରେ ମା’ ଲକ୍ଷ୍ମୀ ଘରକୁ ଆସନ୍ତି। ଯଦି ସେତେବେଳେ ଘରେ କେହି ଶୋଇଥାଆନ୍ତି, ତା’ହେଲେ ସେ ଆଉ ଘରେ ପ୍ରବେଶ କରନ୍ତି ନାହିଁ ବୋଲି ବିଶ୍ୱାସ ରହିଛି। ତେଣୁ ସନ୍ଧା ସମୟକୁ ମା’ ଲକ୍ଷ୍ମୀଙ୍କ ପୂଜା ଓ ଆରାଧନା ଭଳି ଧାର୍ମିକ କାମରେ କିମ୍ବା ଦୀପାବଳି ଉତ୍ସବ ପାଳିବାରେ ବିତାନ୍ତୁ। ହେଲେ ରୋଗୀମାନେ ସନ୍ଧ୍ୟା ସମୟରେ ଶୋଇଲେ କୌଣସି ଅସୁବିଧା ନାହିଁ।
  • ଦୀପାବଳି  ହେଉଛି ଆଲୋକର ପର୍ବ। ତେଣୁ ଏହିଦିନ ଘରକୁ ଚିକ୍‌ମିକ୍‌ ଆଲୁଅରେ ସଜାନ୍ତୁ। ଗୃହକୁ ବିଲକୁଲ ଅନ୍ଧାର ରଖନ୍ତୁ ନାହିଁ । କଥାରେ ଅଛି ମା’ ଲକ୍ଷ୍ମୀ ଏହି ଦିନ ଆଲୋକରେ ଚକମକ୍‌ କରୁଥିବା ସ୍ଥାନକୁ ଯାତ୍ରା କରନ୍ତି। ତେଣୁ ଯଦି ଆପଣଙ୍କ ଘର ଅନ୍ଧାର ରୁହେ ତେବେ ମା’ ଲକ୍ଷ୍ମୀ ଫେରିଯାଇ ପାରନ୍ତି। ସେଥିପାଇଁ ଘରକୁ ଦୀପ ଓ ରଙ୍ଗିନ୍‌ ଆଲୁଅରେ ଆଲୋକିତ କରି ରଖନ୍ତୁ।
  • ଦୀପାବଳିରେ ଜୁଆ ଖେଳନ୍ତୁ ନାହିଁ । ଏହା ଦ୍ୱାରା ମା’ ଲକ୍ଷ୍ମୀଙ୍କର ଅନାଦାର ହୋଇଥାଏ। ଫଳରେ ମାଆ ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ। ମାଆଙ୍କ କୃପା ଦୃଷ୍ଟିରୁ ଆପଣ ଓ ଆପଣଙ୍କ ପରିବାର ବଞ୍ଚିତ ରହିଯିବେ, ଯାହାଦ୍ୱାରା ଘରର ସୁଖ ସମୃଦ୍ଧିରେ ବାଧା ଘରିବ।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe