Advertisment

ପୁଅର ଜୀବନକୁ ଶିକୁଳିରେ ବାନ୍ଧି ରଖିଛି ମା'

ଉଦଳା (ମାନସ ପାଣି):  ପ୍ରତ୍ୟେକ ବାପା ମା’ ଚାହାଁନ୍ତି ପୁଅ ବଡ଼ ହେବ, ରୋଜଗାର କରିବ। ପରିଣତ ବୟସରେ ସୁଖ ଦୁଃଖର ସାଥି ହେବ। ହେଲେ ଏଠାରେ ଚିତ୍ର କିନ୍ତୁ ଅଲଗା। ମାନସିକ ବିକୃତି ଯୋଗୁଁ ଶିକୁଳିରେ ପୁଅର ଜୀବନକୁ ବାନ୍ଧି ରଖିଛି ମା’। ଗୋଟିଏ ପଟେ ଆର୍ଥୀକ ଅନଟନ, ଆଉ ଗୋଟିଏ ପଟେ ପୁଅର ଚିକିତ୍ସା ପାଇଁ ଚାଲିଛି ଅସହାୟ ମା’ର ସଂଗ୍ରାମ। ଆଖିର ଲୁହ କହୁଛି ସତରେ ପୁଅ ପାଇଁ ମା’ର ଦରଦ କେତେ। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପୁଅର ଜୀବନକୁ ଶିକୁଳିରେ ବାନ୍ଧି ରଖିଛି ମା'

mother-son (2)

ଉଦଳା (ମାନସ ପାଣି):  ପ୍ରତ୍ୟେକ ବାପା ମା' ଚାହାଁନ୍ତି ପୁଅ ବଡ଼ ହେବ, ରୋଜଗାର କରିବ। ପରିଣତ ବୟସରେ ସୁଖ ଦୁଃଖର ସାଥି ହେବ। ହେଲେ ଏଠାରେ ଚିତ୍ର କିନ୍ତୁ ଅଲଗା। ମାନସିକ ବିକୃତି ଯୋଗୁଁ ଶିକୁଳିରେ ପୁଅର ଜୀବନକୁ ବାନ୍ଧି ରଖିଛି ମା'। ଗୋଟିଏ ପଟେ ଆର୍ଥୀକ ଅନଟନ, ଆଉ ଗୋଟିଏ ପଟେ ପୁଅର ଚିକିତ୍ସା ପାଇଁ ଚାଲିଛି ଅସହାୟ ମା'ର ସଂଗ୍ରାମ। ଆଖିର ଲୁହ କହୁଛି ସତରେ ପୁଅ ପାଇଁ ମା'ର ଦରଦ କେତେ। ପୁଅ କାଳେ କୁଆଡେ ଚାଲିଯିବ, ସେଥିପାଇଁ ତାକୁ ଶିକୁଳିରେ ବାନ୍ଧି ରଖିଛି ମା'।

Advertisment

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ସାଳଚୁଆ  ପଞ୍ଚାୟତର କୁକୁଡାଗଡି ଗାଁର ସାରଦାମଣି ଭେଣ୍ଡିରିଆ । ପରିବାର କହିଲେ କେବଳ ତାଙ୍କ ସାନ ପୁଅ ଜିତେନ୍ଦ୍ର ଭେଣ୍ଡିରିଆଙ୍କୁ ବଘାଏ। ତାଙ୍କ ବୟସ ୨୧ ବର୍ଷ। ଯେଉଁ ବୟସରେ ପାଠ ପଢିଵା କଥା ସେହି ବୟସରେ ଶିକୁଳିରେ ବନ୍ଧା ହୋଇଛି ତାଙ୍କ ଜୀବନ।ନା ସେ ଠିକ ସେ କଥା ହୋଇପାରୁଛନ୍ତି ନା ଚାଲି ପାରୁଛନ୍ତି। ଦୀର୍ଘ ୧୦ ବର୍ଷ ହେବ ଶିକୁଳି ବନ୍ଧା ପଡିଛି ଜିତେନ୍ଦ୍ରଙ୍କ ଜୀବନ। ମାନସିକ ରୋଗରେ ପୀଡିତ ହୋଇ ସେ ଜୀବନ ଯୁଦ୍ଧ ସହ ସଂଗ୍ରାମ କରୁଛନ୍ତି। ସେପଟେ ଆର୍ଥୀକ ଅନଟନରେ ବୁଡି ରହିଥିବା ଜୀତେନ୍ଦ୍ରଙ୍କ ଅସହାୟ ମା' ପୁଅର ଚିକିତ୍ସା ପାଇଁ ନିଇତି ଲୁହ ଗଡାଉଛନ୍ତି। ଅନେକ ସମୟରେ ଜିତେନ୍ଦ୍ର ଘରୁ ପଳାଇଯାଉଥିବାବେଳେ ମା ସାରଦାମଣୀ ତାଙ୍କୁ ଏକ ଘରେ ଲୁହା ଶିକୁଳିରେ ବାନ୍ଧି ରଖିଛନ୍ତି। ଜିତେନ୍ଦ୍ରଙ୍କର ଖାଇବା ଠାରୁ ଶୋଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସେଇଠାରେ ହିଁ ହୋଇଥାଏ ବୋଲି ଜିତେନ୍ଦ୍ର ଙ୍କ ମା' କୁହନ୍ତି।

ସାରଦାମଣୀଙ୍କ ସ୍ୱାମୀ ସର୍ବେଶ୍ୱର ଭେଣ୍ଡିରିଆଙ୍କ ଦୁଇ ବର୍ଷ ହେବ ଆରପାରିକୁ ଚାଲିଯାଇଛନ୍ତି।  ବଡ଼ ପୁଅର ମଧ୍ୟ ଏକ ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି | ରୋଜଗାରିଆ ଲୋକଙ୍କୁ ହରାଇବା ପରେ ସାରଦାମଣୀ ହୋଇଯାଇଛନ୍ତି ନିରୂପାୟ। ସାନ ପୁଅ ଜିତେନ୍ଦ୍ରର ଚିକିତ୍ସା ପାଇଁ ତାଙ୍କ ପାଖରେ ନା' ଏବେ ଟଙ୍କା ଅଛି ନା' ସରକାରୀ ସହାୟତା।  ଏପରିକି ତାଙ୍କ ପାଖରେ ମୁଣ୍ଡ ଗୁଞ୍ଚିବାକୁ ଭଲ ଘର ଖଣ୍ଡେ ମଧ୍ୟ ନାହିଁ। ନଡା ଛପର ଘରେ ତାଙ୍କ ଜୀବନ ବିତୁଛି। ସରକାରୀ ସହାୟତାରୁ ମଧ୍ୟ ସେ ବଞ୍ଚିତ।

Advertisment

ଜିତେନ୍ଦ୍ର ଭିନ୍ନକ୍ଷମ ଭତ୍ତା ଓ ଖାଦ୍ୟସୁରକ୍ଷା ଯୋଜନାରୁ ବଞ୍ଚିତ ଥିବାବେଳେ ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି। ସେପଟେ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ସେ ବିଡିଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କରି ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।