Advertisment

ଲକଡାଉନରେ ମାନସିକ ଚାପ ଦୂର କରିଛି ଅନଲାଇନ୍ ଗେମିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ ସ୍ଥିତିରେ ଅନେକ ଦେଶରେ ଗତ କିଛି ମାସ ଧରି ଲକଡାଉନ କରିଦିଆଯାଇଥିଲା। ଅନେକ ଦିନ ଲୋକମାନେ ଘର ଭିତରେ ରହି ସମୟ କାଟୁଥିଲେ। ତେବେ ବର୍ତ୍ତମାନ କେତେକ ଦେଶରେ ଜନସଚେତନତା ସୃଷ୍ଟି କରାଯାଇ ଲକଡାଉନ କଟକଣାକୁ ସାମାନ୍ୟ ଢିଲା କରିଦିଆଯାଇଛି। ହେଲେ ଦୀର୍ଘଦିନ ଧରି କାମଧନ୍ଦା ଛାଡ଼ି ଘରେ ବସି ରହିବା ସାମାନ୍ୟ ଘଟଣା ନ ଥିଲା। ଭାରତରେ ମଧ୍ୟ ତିନିଟି ପର୍ଯ୍ୟାୟରେ ଲକଡାଉନ ଘୋଷଣା କରାଗଲା। ଆଜିଠାରୁ ଚତୁର୍ଥ ପର୍ଯାୟ […]

ଲକଡାଉନରେ ମାନସିକ ଚାପ ଦୂର କରିଛି ଅନଲାଇନ୍ ଗେମିଂ

online-game

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ ସ୍ଥିତିରେ ଅନେକ ଦେଶରେ ଗତ କିଛି ମାସ ଧରି ଲକଡାଉନ କରିଦିଆଯାଇଥିଲା। ଅନେକ ଦିନ ଲୋକମାନେ ଘର ଭିତରେ ରହି ସମୟ କାଟୁଥିଲେ। ତେବେ ବର୍ତ୍ତମାନ କେତେକ ଦେଶରେ ଜନସଚେତନତା ସୃଷ୍ଟି କରାଯାଇ ଲକଡାଉନ କଟକଣାକୁ ସାମାନ୍ୟ ଢିଲା କରିଦିଆଯାଇଛି। ହେଲେ ଦୀର୍ଘଦିନ ଧରି କାମଧନ୍ଦା ଛାଡ଼ି ଘରେ ବସି ରହିବା ସାମାନ୍ୟ ଘଟଣା ନ ଥିଲା। ଭାରତରେ ମଧ୍ୟ ତିନିଟି ପର୍ଯ୍ୟାୟରେ ଲକଡାଉନ ଘୋଷଣା କରାଗଲା। ଆଜିଠାରୁ ଚତୁର୍ଥ ପର୍ଯାୟ ସାମାନ୍ୟ ପରିବର୍ତ୍ତନ ସହ ଆରମ୍ଭ ହୋଇଛି। ଏହାରି ଭିତରେ ମାନସିକ ଚାପକୁ କମାଇବାକୁ ଏବଂ ସମୟ ଅତିବାହିତ କରିବାକୁ ଲୋକେ ଅନେକ ଉପାୟ ଆପଣାଇଛନ୍ତି। ଏକ ସର୍ଭେରୁ ଜଣାପଡ଼ିଛି ଯେ, ଲୋକେ ଲକଡାଉନ୍ ଅବଧିରେ ସମୟ କାଟିବାକୁ ସର୍ବାଧିକ ଅନଲାଇନ ଗେମ୍ସର ସହାୟତା ନେଇଥିଲେ।

Advertisment

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଲକଡାଉନ ସମୟରେ ଅଧିକାଂଶ ଲୋକ ଘରେ ବସି ବସି ଅନଲାଇନ୍ ଗେମିଂରେ ସମୟ ବିତାଉଥିଲେ। ଏପ୍ରିଲ ମାସରେ ଫେସବୁକ ଗେମିଂ ଘଣ୍ଟା ପ୍ରତି ୨୩୮ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ସେହିଭଳି ଲାଇଭ୍ ଗେମ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ଟ୍ୱିଚର ଚାହିଦା ମଧ୍ୟ ବେଶ ରହିଥିଲା। ଏଥିରେ ଗେମିଂ ଘଣ୍ଟା ପ୍ରତି ୧୦୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ୟୁଟ୍ୟୁବ ଭ୍ୟୁଅରଶିପ୍ ୬୫ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି।

ଲାଇଭ୍ ଷ୍ଟ୍ରିମିଂ ଡାଟା ଏନାଲେଟିକ୍ସ ପ୍ଲାଟଫର୍ମ ଷ୍ଟ୍ରିମଏଲିମେଣ୍ଟ ଏବଂ ଆର୍ସେନଲର ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି ଯେ, ଗେମିଂ ପାଇଁ ଲୋକେ କେଉଁ ପ୍ଲାଟଫର୍ମରେ ଅଧିକ ସମୟ ବିତାଉଛନ୍ତି। ତଦ୍ଦନୁଯାୟୀ ଲୋକମାନେ ଟ୍ୱିଚରେ ସର୍ବାଧିକ ୧.୬୫ ବିଲିୟନ ଘଣ୍ଟା ଗେମ୍ ଖେଳିବାରେ ସମୟ ଅତିବାହିତ କରିଛନ୍ତି। ସେହିପରି ୟୁଟ୍ୟୁବରେ ୪୬.୧ କୋଟି ଘଣ୍ଟା ଏବଂ ଫେସବୁକ ଗେମିଂରେ ୨୯.୧ କୋଟି ଘଣ୍ଟା ଲୋକେ ସମୟ କାଟିଛନ୍ତି।

Advertisment

ଅନ୍ୟପଟେ ମାଇକ୍ରୋସଫ୍ଟ ମିକ୍ସରକୁ ଲୋକେ ସେତେଟା ପସନ୍ଦ କରି ନ ଥିବା ଦେଖିବାକୁ ମିଳିଛି। ଏହାର ଗେମିଂ ଘଣ୍ଟା ପ୍ରତି ମାତ୍ର ୦.୨ ପ୍ରତିଶତ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି। ତେବେ ଷ୍ଟାଣ୍ଡଏଲୋନ୍ ଗେମିଂ ଆପ ଏବଂ ସେଲିବ୍ରିଟି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଫେସବୁକ ଏ କ୍ଷେତ୍ରରେ ବାଜି ମାରି ନେଇଛି।

ସୂଚନା ଥାଉ କି, ଲାଇଭ୍-ଷ୍ଟ୍ରିମିଂ ସଫ୍ଟଓ୍ୱେୟାର ସେବା ଷ୍ଟ୍ରିମଲ୍ୟାବ୍ସର ତାଜା ତଥ୍ୟ ଅନୁଯାୟୀ, ୟୁଟ୍ୟୁବ୍କୁ ୧.୧ ବିଲିୟନ ଘଣ୍ଟା ଏବଂ ଟ୍ୱିଚକୁ ୩.୧ ବିଲିୟନ ଘଣ୍ଟା ଲୋକେ ସମୟ ଦେଇଛନ୍ତି। ସେହିପରି ୨୦୨୦ର ପ୍ରଥମ ତିନି ମାସରେ ଫେସବୁକ ଗେମ୍ ଷ୍ଟ୍ରିମିଂ ପ୍ଲାଟଫର୍ମରେ ପ୍ରାୟ ୫୫.୪ କୋଟି ଘଣ୍ଟା ଲୋକ ସମୟ ଅତିବାହିତ କରିଛନ୍ତି। ଏହାର ଅର୍ଥ ହେଲା, ଲୋକେ ଅନଲାଇନ୍ ଗେମିଂକୁ ଆଜିକାଲି ବେଶ ପସନ୍ଦ କରୁଛନ୍ତି। ପ୍ରକାଶଯୋଗ୍ୟ, ଫେସବୁକ ନିକଟରେ ଗୁଗଲ୍ ପ୍ଲେ ଷ୍ଟୋରରେ ନିଜସ୍ୱ ଗେମିଂ ଆପ୍ ଲଞ୍ଚ୍ କରିସାରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe