Advertisment

ଓଡ଼ିଶାରେ ଇ-ଆରଟିଆଇ ବିଫଳ!

ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ କାନୁନଗୋ): ୧୭ ବର୍ଷ ପରେ ବି ଓଡ଼ିଶାରେ ଅନଲାଇନ ଆରଟିଆଇ ବିଫଳ! କେନ୍ଦ୍ର ସରକାରଙ୍କ ଆରଟିଆଇ ପୋର୍ଟାଲ ଠିକ୍ କାମ କରୁଛି। ହେଲେ ଓଡ଼ିଶାରେ ଅନଲାଇନରେ ଆରଟିଆଇ ଆବେଦନ ମୂଲ୍ୟହୀନ ହୋଇପଡ଼ିଛି। ଇ-ଚାଲାଣରେ କଟୁଛି ୧୦ ଟଙ୍କା, ହେଲେ ମିଳୁନି ଉତ୍ତର। ଲୋକଙ୍କୁ ସହଜରେ ଉତ୍ତର ନ ମିଳିବାର ହୋଇଛି ବ୍ୟବସ୍ଥା ହୋଇଥିବା ଭଳି ଲାଗୁଛି। ‘ମୋ ସରକାର ଓ ୫ଟି’ କେବଳ କାଗଜକଲମରେ ରହିଯାଇଛି। ୨୦୦୫ରେ ସାରା ଦେଶରେ ଲାଗୁ ହୋଇଥିଲା ସୂଚନା […]

ଅଦ୍ୟତନ ହୋଇଛି
ଓଡ଼ିଶାରେ ଇ-ଆରଟିଆଇ ବିଫଳ!

RTI

Advertisment

ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ କାନୁନଗୋ): ୧୭ ବର୍ଷ ପରେ ବି ଓଡ଼ିଶାରେ ଅନଲାଇନ ଆରଟିଆଇ ବିଫଳ! କେନ୍ଦ୍ର ସରକାରଙ୍କ ଆରଟିଆଇ ପୋର୍ଟାଲ ଠିକ୍ କାମ କରୁଛି। ହେଲେ ଓଡ଼ିଶାରେ ଅନଲାଇନରେ ଆରଟିଆଇ ଆବେଦନ ମୂଲ୍ୟହୀନ ହୋଇପଡ଼ିଛି। ଇ-ଚାଲାଣରେ କଟୁଛି ୧୦ ଟଙ୍କା, ହେଲେ ମିଳୁନି ଉତ୍ତର। ଲୋକଙ୍କୁ ସହଜରେ ଉତ୍ତର ନ ମିଳିବାର ହୋଇଛି ବ୍ୟବସ୍ଥା ହୋଇଥିବା ଭଳି ଲାଗୁଛି। ‘ମୋ ସରକାର ଓ ୫ଟି’ କେବଳ କାଗଜକଲମରେ ରହିଯାଇଛି।

Advertisment

୨୦୦୫ରେ ସାରା ଦେଶରେ ଲାଗୁ ହୋଇଥିଲା ସୂଚନା ଅଧିକାର ଆଇନ ବା ଆରଟିଆଇ। ଲୋକଙ୍କ ଟଙ୍କାରେ ଚାଲୁଥିବା ସବୁ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ସଂପୂର୍ଣ୍ଣ ତଥ୍ୟ ମିଳିବା ପାଇଁ କରାଯାଇଥିଲା ଆଇନ ଓ ନିୟମାବଳୀ। ଆଇନ ଲାଗୁ ହେବାର ୧୭ ବର୍ଷ ପରେ ବି ଓଡ଼ିଶାରେ ଅନଲାଇନରେ ଆରଟିଆଇ ଆବେଦନ କଲେ ମିଳୁନି ଉତ୍ତର। ଅନେକ ସମୟରେ ଇ-ଚାଲାଣରେ ୧୦ ଟଙ୍କାର ଆବେଦନ ଫି ନିଆଯାଉଛି, ଇ-ମେଲରେ ପ୍ରାପ୍ତିୱୀକାର ବା ଆକନଲେଜମେଣ୍ଟ ନମ୍ବର ବି ମିଳିଯାଉଛି। ହେଲେ ଧାର୍ଯ୍ୟ ସମୟ ପରେ ବି ମୁଳନି ଉତ୍ତର। କେନ୍ଦ୍ର ସରକାର ଅନଲାଇନ ବ୍ୟବହାରକାରୀ ପାଇଁ ତାଙ୍କର rtionline.gov.in ଓ୍ବେବସାଇଟକୁ ଅତ୍ୟନ୍ତ ସରଳ ଓ ସହଜ କରିଥିବାବେଳେ ଓଡ଼ିଶା ସରକାରଙ୍କ ଓ୍ବେବସାଇଟ rtiodisha.gov.in ବ୍ୟବହାରକାରୀ ପାଇଁ ଅତ୍ୟନ୍ତ ଜଟିଳ ଓ ନିଷ୍ଫଳ ହୋଇପଡ଼ିଥିବା ଦେଖାଯାଉଛି। ଅଧିକାଂଶ ସମୟରେ ଉତ୍ତର ମିଳୁନି।

ଏ ନେଇ ସୂଚନା ଅଧିକାର କର୍ମୀ ପ୍ରତାପ ମହାନ୍ତି କୁହନ୍ତି- ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପୋର୍ଟାଲରେ ଅନଲାଇନରେ ସୂଚନା ପାଇଁ ଆବେଦନ କଲେ ଏହା ପ୍ରାୟ କାମ ଦେଉନାହିଁ। ଯେତେବେଳେ କି କେନ୍ଦ୍ର ସରକାରଙ୍କ ଆରଟିଆଇ ପୋର୍ଟାଲରୁ ସହଜରେ ସମୟସୀମା ଭିତରେ ଉତ୍ତର ମିଳିଯାଉଛି। ୫ଟି କେବଳ ଏକ ଫମ୍ପା ସ୍ଲୋଗାନ।
ନିକଟରେ ଆରଟିଆଇ ଆଇନର କାର୍ଯ୍ୟକାରିତା ଉପରେ ଆଲୋଚନା ପାଇଁ ଭୁବନେଶ୍ବର ଆସିଥିବା ଏନସିପିଆରଆଇର ଯୁଗ୍ମ ଆବାହକ ନିଖଲ ଦେ କହିଛନ୍ତି- କେନ୍ଦ୍ର ସରକାର ଆରଇଟିଆଇ ପାଇଁ ରାଜ୍ୟଗୁଡ଼ିକୁ ସଫଟଓ୍ବେୟାର ଦେବାକୁ ରାଜି। ରାଜ୍ୟମାନେ କେନ୍ଦ୍ରଠାରୁ ଭଲ ସଫଟଓ୍ବୟର ଆଣିପାରିବେ। ରାଜସ୍ଥାନ ତାର ସମସ୍ତ ମୂଳ ସୂଚନାକୁ ଜନସୂଚନା ପୋର୍ଟାଲରେ ରଖିଦେଇଛି। ଯାହା ଲୋକଙ୍କ ପାଇଁ ଖୁବ୍ ସୁବିଧାଜନକ ହେଉଛି। ପୂର୍ବରୁ ରାଜସ୍ଥାନରେ ବି ଅନଲାଇନରେ ଆରଟିଆଇରେ ଆବେଦନ ପ୍ରକ୍ରିୟା ଠିକ୍ କାମ ଦେଉନଥିଲା। ଯଦି ପ୍ରକୃତରେ ଏହା ଲୋକଙ୍କ କାମରେ ଲାଗୁନି ସେଭଳି ସାଇଟ୍ ଥାଇ ତାର ଅର୍ଥ କଣ?

Advertisment

କେନ୍ଦ୍ର ସରକାରଙ୍କ ଓ୍ବେବସାଇଟରେ ଯଦି ଜଣେ ସୂଚନା ଅଧିକାରୀଙ୍କ ଉତ୍ତରରେ ଆପଣ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେହି କାର୍ଯ୍ୟାଳୟର ସର୍ବୋଚ୍ଚ ଅଫିସରଙ୍କୁ ପ୍ରଥମ ଅପିଲ କରିବା ପାଇଁ ଆଉ କୌଣସି ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ହେଲେ ଓଡ଼ିଶାରେ ପ୍ରଥମ ଅପିଲ ପାଇଁ ୨୦ ଟଙ୍କା ଦେବାକୁ ହେବ। ତାହା ମଧ୍ୟ ଘରେ ବସି ଅନଲାଇନରେ ନୁହେଁ, ସେଥପାଇଁ ଆପଣଙ୍କୁ କୋର୍ଟ ଯିବାକୁ ପଡ଼ିବ ଓ ୨୦ ଟଙ୍କାର କୋର୍ଟ ଫିକୁ ଡାକରେ କିମ୍ବା ସଂପୃକ୍ତ ଅଧିକାରୀଙ୍କ ପାଖରେ ଯାଇ ଜମା କରିବାକୁ ପଡ଼ିବ। ଯଦି ଆପଣ ଏଥିରେ ସନ୍ତୁଷ୍ଯ ନହୋଇ ଦ୍ବିତୀୟ ଅପିଲ ପାଇଁ ତୋଷାଳି ପ୍ଲାଜାରେ ଅବସ୍ଥାପିତ ସୂଚନା କମିଶନରଙ୍କ ପାଖରେ ଆବେଦନ କରିବାକୁ ଚାହିଁବେ ତାହା ବି ଅନଲାଇନରେ ନିଆଯିବ ନାହିଁ। ୨୫ଟଙ୍କା କୋର୍ଟ ଫି ସଂଗ୍ରହ କରି ଜମା କରିବାକୁ ପଡ଼ିବ।

ଏନସିପିଆରଆଇର ଆବାହକ ଅରୁଣା ରୟ କହିଛନ୍ତି- ରାଜସ୍ଥାନର ୱେବସାଇଟ ଓ ଅନଲାଇନ ବ୍ୟବସ୍ଥାକୁ ଓଡ଼ିଶା ଦେଖୁ। ରାଜେନୈତିକ ଇଚ୍ଛାଶକ୍ତି ନଆସିଲେ ଏହା ଠିକ୍ କାମ କରିବ ନାହିଁ। ଓଡ଼ିଶାରେ ଏ ନେଇ ସ୍ୱର ଉତ୍ତୋଳନ ହେଉ।

ତେବେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ କହିଛନ୍ତି- ଓଡ଼ିଶାରେ ଅନଲାଇନ ଆରଟିଆଇ ଠିକ କାମ କରୁଛି। କେତେ କ୍ଷେତ୍ରରେ ସମସ୍ୟା ଥାଇପାରେ। ତାହା ଜାଣିଲେ ଆମେ ପଦକ୍ଷେପ ନେବୁ।

କେନ୍ଦ୍ର ସରକାରଙ୍କ ପରେ ବର୍ତମାନ ରାଜସ୍ଥାନ ସରକାର ବି ଆରଟିଆଇ ପୋର୍ଟାଲକୁ ନାଗରିକମାନଙ୍କ ପାଇଁ ଅତ୍ୟନ୍ତ ବ୍ୟବହାର ଉପଯୋଗୀ କରିଛନ୍ତି। ଏଥିସହ ସୂଚନା ଅଧିକାର ଆଇନରେ ପ୍ରତି ସରକାରୀ ଅଫିସ ସଂପର୍କରେ ଦିଆଯାଉଥିବା ୧୭ଟି ମୂଳ ସୂଚନାକୁ ସର୍ବସାଧାରଣରେ ଦେବା ପାଇଁ ଗୋଟିଏ ଜନସୂଚନା ପୋର୍ଟାଲ ଖୋଲିଛନ୍ତି, ଯେଉଁଥିରେ ଗୋଟିଏ ସ୍ଥାନରେ ୧୧୫ଟି ବିଭାଗର ୩୨୬ ପ୍ରକାର ଯୋଜନା ସଂପର୍କରେ ତଥ୍ୟ ବା ସୂଚନା ରହିଛି।

RTI E Rti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe