କ'ଣ ଖାଇବେ, କ'ଣ ନ ଖାଇବେ, ଆଉ କିପରି ଖାଇବେ ଜାଣନ୍ତୁ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଫିଟ୍ ଇଣ୍ଡିଆ’ ଅଭିଯାନର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ବିଷୟରେ ଚର୍ଚ୍ଚା କରିବା ସହ ନିଜର ସିକ୍ରେଟ୍ ସଜନା ଶାଗ ପରଟା ରେସିପି ମଧ୍ୟ ଦେଶବାସୀଙ୍କ ସହ ଶେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ସବୁବେଳେ ଦେଶବାସୀଙ୍କୁ ଫିଟ୍ ରହିବାକୁ ପରାମର୍ଶ ଦେଇଥାନ୍ତି। ମୋଦିଙ୍କ ସହ ଆଲୋଚନା ବେଳେ ସେଲିବ୍ରିଟି ନ୍ୟୁଟ୍ରିସନିଷ୍ଟ ରୁଜୁତା ଦିବାକର କହିଛନ୍ତି ଯେ, ଆମେ ଦୈନନ୍ଦିନ ଖାଉଥିବା ସାଧାରଣ ଖାଦ୍ୟରେ ମଧ୍ୟ ଫିଟ୍ […]

healthy

healthy

Pragnya Choudhury
  • Published: Saturday, 26 September 2020
  • Updated: 01 October 2020, 05:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): 'ଫିଟ୍ ଇଣ୍ଡିଆ' ଅଭିଯାନର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ବିଷୟରେ ଚର୍ଚ୍ଚା କରିବା ସହ ନିଜର ସିକ୍ରେଟ୍ ସଜନା ଶାଗ ପରଟା ରେସିପି ମଧ୍ୟ ଦେଶବାସୀଙ୍କ ସହ ଶେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ସବୁବେଳେ ଦେଶବାସୀଙ୍କୁ ଫିଟ୍ ରହିବାକୁ ପରାମର୍ଶ ଦେଇଥାନ୍ତି। ମୋଦିଙ୍କ ସହ ଆଲୋଚନା ବେଳେ ସେଲିବ୍ରିଟି ନ୍ୟୁଟ୍ରିସନିଷ୍ଟ ରୁଜୁତା ଦିବାକର କହିଛନ୍ତି ଯେ, ଆମେ ଦୈନନ୍ଦିନ ଖାଉଥିବା ସାଧାରଣ ଖାଦ୍ୟରେ ମଧ୍ୟ ଫିଟ୍ ରହିପାରିବା। କାରଣ ସେଥିରେ ଆବଶ୍ୟକ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ।

Healthy Diet

ଏଣୁ ଆପଣଙ୍କର ବି ଜାଣିବା ଉଚିତ୍ ଯେ, କେଉଁ ଖାଦ୍ୟ ଆପଣଙ୍କ ପାଇଁ ସ୍ୱାସ୍ଥ୍ୟବର୍ଦ୍ଧକ ଏବଂ କେଉଁଟି ନୁହେଁ। ତା'ହେଲେ ଆପଣ ଜଙ୍କ୍ ଫୁଡ୍ କେତେ କ୍ଷତିକାରଣ ବୁଝିପାରିବା ଏବଂ ଘରର ଖାଦ୍ୟ କେତେ ଉପକାରୀ ସେନେଇ ଅବଗତ ହେବେ। ଏପରି କି ଅନେକ ପ୍ରକାର ଶାରୀରିକ ଏବଂ ମାନସିକ ସମସ୍ୟାରୁ ମଧ୍ୟ ମୁକ୍ତି ପାଇବେ। ତେବେ ଗୋଟିଏ କଥା ସର୍ବଦା ମନେ ରଖନ୍ତୁ- 'ସୁସ୍ଥ ଖାଦ୍ୟ ଖାଇବେ ତ ମସ୍ତ ଜୀବନ ଜୀଇଁବେ।'

Eat healthy food

ଏହା ସତ ଯେ, କରୋନା ସଙ୍କଟ ଯୋଗୁ ଦୀର୍ଘ ସମୟ ଧରି ସାଧାରଣ ଜୀବନଶୈଳୀ ଆଉ ଆଗ ଭଳି ନାହିଁ। ପିଲାମାନଙ୍କ ସ୍କୁଲ ବେଳର ମଜାମସ୍ତି ଦିନ ଆଜି ଆଉ ନାହିଁ। ସ୍କୁଲରେ ଖେଳିବା ସମୟରେ, ଘରୁ ସ୍କୁଲ ଯିବା-ଆସିବା ବେଳେ କେବଳ ମଜାମସ୍ତି ନୁହେଁ ବରଂ ବ୍ୟାୟାମ ମଧ୍ୟ ହୋଇଯାଉଥିଲା। ହେଲେ ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ପିଲାମାନେ ଆଉ ପାଠ ପଢ଼ିବାକୁ ସ୍କୁଲ ଯାଉନାହାନ୍ତି। ଅନଲାଇନ୍ ମାଧ୍ୟମରେ ପାଠପଢ଼ା ଚାଲିଛି ଆଉ ଖୋଲାଖୋଲି ଭାବେ ପଡ଼ିଆକୁ ଯାଇ ଖେଳାଖେଳି କରିପାରୁ ନାହିଁ। ତେବେ ସ୍କୁଲ ଖୋଲିବା ନେଇ ଘୋଷଣା ମଧ୍ୟ ହୋଇସାରିଛି। ହେଲେ ଏ କଥା କେହି ବି ଜାଣନ୍ତି ନାହିଁ କି କରୋନା ଭୟରେ ଭବିଷ୍ୟତରେ ଆପଣ କେତେ ସ୍ୱାଭାବିକ ହୋଇପାରିବେ। ଏଣୁ ଏହି ସମୟରେ ଖୁବ୍ ସତର୍କତା ସହ ଆମକୁ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ।

milk

ଯେହେତୁ ଦୀର୍ଘ ଦିନ ହେଲେ ଲୋକେ ଘର ଭିତରେ ଥିଲେ, ଆଉ ଏବେ ଅନଲକ୍ ପର୍ଯ୍ୟାୟରେ କେବଳ କାମରେ ଲୋକେ ବାହାରକୁ ଯାଉଛନ୍ତି। ଫଳରେ ସୂର୍ଯ୍ୟ କିରଣରେ ଥିବା ଭିଟାମିନ୍-ଡି ଆମ ଶରୀରକୁ ପର୍ଯ୍ୟାପ୍ତ ମିଳୁନାହିଁ। ଏଣୁ ସକାଳୁ ସକାଳୁ ଏକ ଗିଲାସ କ୍ଷୀର ପିଇବାକୁ ଆଦୌ ଅବହେଳା କରନ୍ତୁ ନାହିଁ। ଯଦି ଆପଣଙ୍କୁ ଖାଲି କ୍ଷୀର ପିଇବାକୁ ପସନ୍ଦ ଲାଗୁନାହିଁ, ତେବେ ସେଥିରେ ପ୍ରୋଟିନ୍ ପାଉଡର ମିଶାଇ ମଧ୍ୟ ଆପଣ ପିଇପାରିବେ।

ଡାଇଟିସିଆନ୍ ପାୟଲ ଶର୍ମାଙ୍କ ଅନୁଯାୟୀ, ଯଦି ଆପଣ କ୍ଷୀର ସିଧାସଳଖ ଭାବେ ପିଇପାରୁ ନାହାନ୍ତି। ତା'ହେଲେ ଆପଣ ନିଜ ଖାଦ୍ୟରେ ଦହି ନିହାତି ସାମିଲ କରିବା ଆବଶ୍ୟକ। ସକାଳୁ ଅଣ୍ଡା ଖାଇପାରିବେ। ଦୁଇଟି ସିଝା ଅଣ୍ଡା କିମ୍ବା ଅଣ୍ଡାର କେବଳ ଧଳା ଅଂଶ ମଧ୍ୟ ଖାଇପାରିବେ।

egg

ଅଣ୍ଡା ସାଣ୍ଡଓ୍ୱିଚ୍ ଯଦି ଖାଇବାକୁ ପସନ୍ଦ କରନ୍ତି, ତେବେ ଅଟାରେ ତିଆରି ବ୍ରେଡ୍ ବା ବ୍ରାଉଡ୍ ବ୍ରେଡ୍ ବ୍ୟବହାର କରନ୍ତୁ। ଶରୀରର ଗ୍ରାଥ୍ ପାଇଁ ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ ନିହାତି ଜରୁରୀ। ଭିଟାମିଟ୍ ଏ ଅଭାବରୁ ମଧ୍ୟ ଆଗାମୀ ସମୟରେ ଶାରୀରିକ ସମସ୍ୟା ସୃଷ୍ଟି ହୋଇପାରେ। ଏଣୁ ଖାଦ୍ୟରେ ସବୁଜ ପନିପରିବା, କମଳା ପ୍ରଚୁର ପରିମାଣରେ ଖାଆନ୍ତୁ। ତେବେ ଭିଟାମିନ୍-ଏ ପାଇଁ ଗାଜର ଖାଇବାକୁ ଆଦୌ ଭୁଲନ୍ତୁ ନାହିଁ।

avoid juk food

ଯଦି ଆପଣ ଜଙ୍କ୍ ଫୁଡ୍ ଖାଇବାରୁ ନିବୃତ ରହି ସୁସ୍ଥ ଖାଦ୍ୟ ସେବନ କରିବା ଅଭ୍ୟାସ ଆପଣେଇବେ ନାହିଁ। ତା'ହେଲେ ଆପଣ ମେଦବହୁଳତା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ତେବେ ଆପଣ ଯଦି ମେଦବହୁଳ ତେବେ ଆପଣଙ୍କୁ ଅନ୍ୟ ସବୁ ରୋଗ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ନିକଟରେ ମ୍ୟାକ୍ସିକୋରେ ପିଲାମାନଙ୍କ ମେଦବହୁଳତା ସମସ୍ୟାକୁ ଦୃଷ୍ଟିରେ ରଖି ଜଙ୍କ୍ ଫୁଡ୍ ବ୍ୟାନ୍ କରିଦିଆଯାଇଛି। ସେଠାରେ ଜଙ୍କ୍ ଫୁଡ୍ ବିରୋଧୀ ଆଇନ ଅନୁଯାୟୀ, ପିଲାମାନଙ୍କୁ ଚିପ୍ସ, କ୍ୟାଣ୍ଡି, ସୋଡା ଏବଂ ଅନ୍ୟ ମୃଦୁ ପାନିୟ ବିକ୍ରି କରିବା ମଦ ଓ ସିଗାରେଟ୍ ବିକ୍ରି କରିବା ଭଳି ଏକ ଅପରାଧ। କାରଣ ସେଠାରେ ୭୩ ପ୍ରତିଶତରୁ ଅଧିକ ପିଲା ମେଦବହୁଳ ଅଟନ୍ତି। ଏମାନଙ୍କ ମଧ୍ୟରୁ ୩୪ ପ୍ରତିଶତ ଗୁରୁତର ମେଦବହୁଳ ସମସ୍ୟାରେ ପୀଡ଼ିତ। ତେବେ ଏହା କେବଳ ମ୍ୟାକ୍ସିକୋର ସମସ୍ୟା ନୁହେଁ, ଦୁନିଆର ଅନ୍ୟ ଦେଶଗୁଡ଼ିକରେ ତଥା ଭାରତରେ ମଧ୍ୟ କରୋନା କାଳରେ ଶାରୀରିକ ପରିଶ୍ରମ ଓ ବ୍ୟାୟାମ ଅଭାବରୁ ମୋଟାପଣ ବା ମେଦବହୁଳତା ସମସ୍ୟା ବଢ଼ିଯାଇଛି।

avod junk food

ପେଡିୟାଟ୍ରିସିୟନ୍ ଡା. ଲତିକା ଭଲ୍ଲା କରିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକାଂଶ ପିଲା ସପ୍ତାହରେ ୩-୪ ଥର ଜଙ୍କ୍ ଫୁଡ୍ ଖାଇଥାନ୍ତି। ଏନେଇ କିଶୋରାବସ୍ଥାର ପିଲାମାନଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା, ସେମାନେ ଜଙ୍କ୍ ଫୁଡ୍ ଶରୀର ପ୍ରତି କ୍ଷତିକାରକ ବୋଲି ଅବଗତ ଥିଲେ ସୁଦ୍ଧା ବାରମ୍ବାର ଖାଇବାକୁ ଇଚ୍ଛା ହେବା କାରଣରୁ ସେମାନେ ଖାଇବା ବନ୍ଦ କରିପାରୁ ନ ଥିବା କହିଥିଲେ। ବ୍ରିଟେନରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି, ଫାଷ୍ଟ ଫୁଡ୍, ଜଙ୍କ୍ ଫୁଡ୍ ତଥା ଅନ୍ୟ ପ୍ରୋସେସଡ୍ ଫୁଡରେ ମିଶାଯାଉଥିବା ପ୍ରିଜର୍ଭେଟିଭସ୍ ଅନେକ କ୍ଷତିକାରକ ଉପାଦାନ ରହିଛି, ଯାହା କିଛି ମିନିଟ୍ ସମୟ ମଧ୍ୟରେ ଅନ୍ତଃନଳୀର ଗୁଡ୍ ବ୍ୟାକ୍ଟେରିୟାଗୁଡ଼ିକୁ ମାରିଦେଇଥାଏ। ଏହି ଗୁଡ୍ ବ୍ୟାକ୍ଟେରିୟାଗୁଡ଼ିକ ଶରୀରର ପାଚନ ଶକ୍ତି ବୃଦ୍ଧି କରିବା ସହ ଓଜନ ନିୟନ୍ତ୍ରଣ କରିଥାଏ।

ଏଭଳି ପରିସ୍ଥିତିରେ ଯଥାସମ୍ଭବ ଜଙ୍କ୍ ଫୁଡ୍ ଖାଇବାଠାରୁ ନିବୃତ୍ତ ରହିବା ଆବଶ୍ୟକ। ଡା. ଲତିକାଙ୍କ ଅନୁଯାୟୀ, କିଶୋରବସ୍ଥାରେ ପିଲାମାନେ ବିଶେଷକରି ଯାହା ମଧ୍ୟ ଖାଉଛନ୍ତି, ତା'ର ନ୍ୟୁଟ୍ରିସନ୍ ଇଣ୍ଡେକ୍ସ ଉପରେ ଦୃଷ୍ଟି ଦେବା ଉଚିତ୍। ଯଦି ସୁସ୍ଥ ଖାଦ୍ୟ ତଥା ଖାଦ୍ୟାଭ୍ୟାସ ବିଷୟରେ କିଶୋରଙ୍କୁ ସଚେତନ କରିପାରିବା। ତେବେ ସେମାନେ କଣ ଖାଉଛନ୍ତି ଓ କିପିରି ଖାଉଛନ୍ତି ତାହା ହୃଦୟଙ୍ଗମ କରିପାରିବେ। ଏପରିସ୍ଥଳେ ସେମାନେ ମଦବହୁଳତାରୁ ନିଜକୁ ରକ୍ଷା କରିପାରିବେ। ସୁସ୍ଥ ଜୀବନଶୈଳୀ ଦ୍ୱାରା ସାମାନ୍ୟ ବଢ଼ିଥିବା ଓଜନକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ।

ଘରର ସାଦା ସରଳ ଖାଦ୍ୟ ଯଦି ଆପଣଙ୍କୁ ରୁଚୁନାହିଁ, ତେବେ ନିଜେ ଘରେ ମଧ୍ୟ ପିଜ୍ଜା, ନୁଡୁଲ୍ସ, ବର୍ଗର ପ୍ରସ୍ତୁତ କରି ଆପଣ ଖାଇପାରିବେ ଓ ପିଲାମାନଙ୍କୁ ଖୁଆଇପାରିବେ। ତେବେ ଘରେ ଏସବୁ ତିଆରି କଲାବେଳେ ପ୍ରଚୁର ପରିମାଣରେ ପନିପରିବା, ସ୍ପ୍ରାଉଟସ୍ ସାମିଲ କରନ୍ତୁ। ମଇଦା ବଦଳରେ ଅଟାରୁ ପ୍ରସ୍ତୁତ ପାସ୍ତା ଖାଆନ୍ତୁ।

ଡାଇଟିସିୟାନ୍ ପାୟଲ ଶର୍ମା କୁହନ୍ତି, ପିଲାମାନଙ୍କୁ ଫାଇବରଯୁକ୍ତ ଓ ଫ୍ୟାଟ୍ ରହିତ ଖାଦ୍ୟ ଦେବା ଆବଶ୍ୟକ। କେବଳ ଗୋଟିଏ ଗୋଟିଏ ଫଳ ଖାଇବା ବଦଳରେ ଫ୍ରୁଟ୍ ଚାଟ୍ ଖାଆନ୍ତୁ। ପିଲାମାନଙ୍କୁ ଆଇରନ୍, ଭିଟାମିନ୍-ଡି ଏବଂ କ୍ୟାଲସିୟମ ପ୍ରଚୁର ଆବଶ୍ୟକ ହୋଇଥାଏ। ଏଣୁ କ୍ଷୀର, ଦହି, ପନିର ମଧ୍ୟ ଖାଦ୍ୟରେ ସାମିଲ କରନ୍ତୁ। ଗଜା ମୁଗ, ବୁଟ ମଧ୍ୟ ଖାଇପାରିବେ। ଷ୍ଟ୍ରିମ୍ ଫୁଡ୍ ପିଲାମାନଙ୍କ ପାଇଁ ସବୁଠାରୁ ଉପକାରୀ। ଏଣୁ ଇଡଲୀ, ଅଳ୍ପ ତେଲରେ ଚକୁଳି, ଦୋସା, ଚିତଉ ମଧ୍ୟ ଖାଇପାରିବେ। ରେଡ୍ ମିଟ୍ ଖାଆନ୍ତୁ ନାହିଁ, ଏଥିରେ ଅତ୍ୟଧିକ ଫ୍ୟାଟ୍ ରହିଥାଏ। ଡିପ୍ ଫ୍ରାଏ ଚିକେନ୍, ମାଛ ମଧ୍ୟ ଖାଆନ୍ତୁ ନାହିଁ ବରଂ ବେକ୍ କରିକି କିମ୍ବା ଗ୍ରିଲ୍ଡ ଚିକେନ୍, ମାଛ ଖାଆନ୍ତୁ।

ସୁସ୍ଥ ଖାଆନ୍ତୁ, ମସ୍ତ ରୁହନ୍ତୁ:

  • ଶାକାହାରୀମାନେ ବାଦାମ, ଅଖରୋଟ୍ ଏବଂ ଅଳସି ମଞ୍ଜି ଖାଆନ୍ତୁ।ଫଳ, ସବୁଜ ପନିପରିବା ଖାଇଲେ ଇମ୍ୟୁନିଟି ବଢ଼ିଥାଏ ଏବଂ ଓଜନ ନିୟନ୍ତ୍ରଣ ରୁହେ।
  • ଦିନରେ ଚାରି ଥର ଖାଆନ୍ତୁ। ଭୋକ ଲାଗିବା ସମୟରେ ସୁସ୍ଥ ଖାଦ୍ୟ ପାଟିକୁ ରୁଚିକର ଲାଗିଥାଏ।
  • ପ୍ୟାକେଜଡ୍ ଫୁଡରେ ରାସାୟନିକ ପଦାର୍ଥ ମିଶିଥାଏ, ଫଳରେ ଖାଦ୍ୟର ନ୍ୟୁଟ୍ରିସନ ନଷ୍ଟ ହୋଇଯାଏ।
  • ଅଧିକ ଲୁଣ ଉଚ୍ଚ ରକ୍ତଚାପ, ହାର୍ଟ ଏବଂ କିଡନୀ ଜନିତ ରୋଗକୁ ନିମନ୍ତ୍ରଣ ଦେଇଥାଏ।
  • ମାଛରେ ଓମେଗା ଥ୍ରୀ ଫ୍ୟାଟ୍ ରହିଛି, ଯାହା ମସ୍ତିଷ୍କର ବିକାଶ ପାଇଁ ଅତି ଉପକାରୀ।
  • ସୁସ୍ଥ ରହିବାକୁ ହେଲେ ନିୟମିତ ବ୍ୟାୟାମ ଏବଂ ଭଲ ନିଦ୍ରା ନିହାତି ଆବଶ୍ୟକ।
  • କୋଲଡ୍ ଡ୍ରିଙ୍କ୍ ମେଦବହୁଳତାର ମୁଖ୍ୟ କାରଣ। ଏହା ବଦଳରେ ପଇଡ଼, ଅଳ୍ପ ଲୁଣ-ଚିନି ମିଶାଇ ଲେମ୍ୱୁ ସରବତ୍ ପିଅନ୍ତୁ।
  • ଶରୀର ଓ ମସ୍ତିଷ୍କ ପାଇଁ ପ୍ରୋଟିନ୍ ଆବଶ୍ୟକ। ଚିକେନ୍, ଅଣ୍ଡା, ଦୁଗ୍ଧ ଜାତୀୟ ଖାଦ୍ୟ ପଦାର୍ଥ, ବିନ୍ସ, ମଟର ଏବଂ ଡ୍ରାଏ ଫୁଡ୍ସ ଖାଇଲେ ଶରୀରକୁ ଆବଶ୍ୟକ ପ୍ରୋଟିନ୍ ମିଳିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story