ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇ-ଭଉଣୀ ସମ୍ପର୍କର ନିବିଡ଼ତା ସ୍ୱରୂପ ପ୍ରତି ବର୍ଷ ପାଳିତ ହୋଇଥାଏ ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ସ୍ନେହର ଡୋରି ସଦୃଶ ରାକ୍ଷୀଟିଏ ବାନ୍ଧିବାକୁ ବର୍ଷ ତମାମ ଅପେକ୍ଷା କରିଥାଏ ଭଉଣୀଟିଏ। ରାକ୍ଷୀକୁ ଆଉ ମାତ୍ର ଦୁଇ ଦିନ ଥିବାବେଳେ ବଜାରରେ ରାକ୍ଷୀ କିଣିବାକୁ ଦେଖିବାକୁ ମିଳୁଛି ବେଶ୍ ଉତ୍ସାହ। ଏବେ କିନ୍ତୁ ଇକୋ ଫ୍ରେଣ୍ଡଲି ରାକ୍ଷୀ ପ୍ରତି ବଢ଼ିଛି ଆକର୍ଷଣ ।
[caption id="attachment_668189" align="aligncenter" width="650"]
ବଜାରରେ ଅନେକ ପ୍ରକାରର ରାକ୍ଷୀ ମିଳୁଥିବାବେଳେ ଭୁବନେଶ୍ୱର ପଟିଆ ଅଂଚଳରେ ରହୁଥିବା ପ୍ରିୟଦର୍ଶିନୀ ଦାଶ ନାମ୍ନୀ ମହିଳା ପ୍ରସ୍ତୁତ କରିଛନ୍ତି ଇକୋ ଫ୍ରେଣ୍ଡଲି ରାକ୍ଷୀ । ବାଉଁଶ ଓ ନିମ୍ବ କାଠ, ବେତ କୋଳି ଓ ବିଭିନ୍ନ ପ୍ରାକୃତିକ ଜିନିଷକୁ ନେଇ ତିଆରି କରିଛନ୍ତି ଏହି ରାକ୍ଷୀ । ଏଥିରେ କୌଣସି ଧାତୁ କିମ୍ବା ରାସାୟନିକ ପଦାର୍ଥର ବ୍ୟବହାର ହୋଇନାହିଁ । ପୂରା ଜୈବିକ ଜିନିଷରେ ପ୍ରସ୍ତୁତ କରୁଛନ୍ତି ଭଳିକି ଭଳି ରାକ୍ଷୀ ।
[caption id="attachment_668190" align="aligncenter" width="650"]
କେବଳ ରାକ୍ଷୀ ନୁହେଁ ଏହି ସବୁ ସାମଗ୍ରୀକୁ ପଲିସ୍ କରି ଚୁଡି, କାନଫୁଲ, ହାର, ମୁଦି, ମୁଣ୍ଡର କ୍ଲିପ୍ ଭଳି ଭିନ୍ନ ଭିନ୍ନ ଅଳଙ୍କାର ପ୍ରସ୍ତୁତ କରିଛନ୍ତି। ରଙ୍ଗ ପାଇଁ ହଳଦୀ, ମେହେନ୍ଦୀ, କଫି, ପିଆଜ ଆଉ ଶାଗ ପତ୍ର ବ୍ୟବହାର ହୋଇଛି । ଏହି କଳାର ପ୍ରସାର ଲାଗି ସେ ରାୟଗଡ଼ାର ୨୫ ଆଦିବାସୀ ଝିଅଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ଆଗକୁ ଏହି କଳାକୁ ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ କରାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି ।
[caption id="attachment_668191" align="aligncenter" width="650"]
ଏନେଇ ପ୍ରିୟଦର୍ଶିନୀ ଦାସ କହିଛନ୍ତି, ବାଉଁଶ ଉପରେ ବହୁ ଶ୍ରଦ୍ଧା ଥିବାରୁ କିଛି ଇକୋ-ପ୍ରେଣ୍ଡଲି ରାକ୍ଷୀ ତିଆରି କରିଛି। ଫ୍ରେଣ୍ଡସିପ୍ ବ୍ୟାଣ୍ଡ, ଜୁଏଲାରୀ ବି ତିଆରି କରିଛି। ମୋଟା ବାଉଁଶରେ ବେଲ, ତୁଳସୀ, ନିମ୍ବ ଆଦିକୁ ବ୍ୟବହାର କରି ରାକ୍ଷୀ ତିଆରି କରିଛି। ଏହାକୁ ହଳଦି ଦ୍ୱାରା ବଏଲ କରିଛି। ଏହାଦ୍ୱାରା କିଛି ନିଯୁକ୍ତି ମିଳିବା ସହ ଟଙ୍କା ରୋଜଗାର ବି କରିହେବ ଭାବି ଏପରି କରିଛି।