Advertisment

ଅଧୁରା ରହିଲା ଆଦିବାସୀ ଛାତ୍ରଛାତ୍ରୀଙ୍କ ପଢ଼ିବା ଆଶା, ଏଜୁକେସନାଲ କମ୍ପ୍ଲେକ୍ସକୁ ଭୂତକୋଠି କରିଦେଲେ ସରକାର

ଗୁଣପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ଉଦ୍‌ଘାଟନକୁ ୩ ବର୍ଷ ବିତିଲା। ହେଲେ ଆଦିବାସୀ ଛାତ୍ରଛାତ୍ରୀଙ୍କ କାମରେ ଆସି ପାରୁନି ଏଜୁକେସନାଲ କମ୍ପ୍ଲେସ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେପଟେ ଆଦିବାସୀଙ୍କ ସାମଗ୍ରିକ ଉନ୍ନତି ପାଇଁ ସରକାରଙ୍କ ଏହି ପଦକ୍ଷେପ ପୁଣି ଲୋକଣିଆ ବୋଲି ପ୍ରମାଣିତ ହୋଇଛି। କୋଟି କୋଟି ଟଙ୍କାରେ ଖର୍ଚ୍ଚରେ ନିର୍ମିତ ଏହି କମ୍ପ୍ଲେକ୍ସ ଏବେ ଭୂତ କୋଠି ହୋଇପଡ଼ିଛି। ରାୟଗଡା ଜିଲ୍ଲା ଗୁଣପୁରର ପୁଟାସିଙ୍ଗି ଠାରେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା କକ୍ଷରୁ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଅଧୁରା ରହିଲା ଆଦିବାସୀ ଛାତ୍ରଛାତ୍ରୀଙ୍କ ପଢ଼ିବା ଆଶା, ଏଜୁକେସନାଲ କମ୍ପ୍ଲେକ୍ସକୁ ଭୂତକୋଠି କରିଦେଲେ ସରକାର

comp

ଗୁଣପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ଉଦ୍‌ଘାଟନକୁ ୩ ବର୍ଷ ବିତିଲା। ହେଲେ ଆଦିବାସୀ ଛାତ୍ରଛାତ୍ରୀଙ୍କ କାମରେ ଆସି ପାରୁନି ଏଜୁକେସନାଲ କମ୍ପ୍ଲେସ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେପଟେ ଆଦିବାସୀଙ୍କ ସାମଗ୍ରିକ ଉନ୍ନତି ପାଇଁ ସରକାରଙ୍କ ଏହି ପଦକ୍ଷେପ ପୁଣି ଲୋକଣିଆ ବୋଲି ପ୍ରମାଣିତ ହୋଇଛି। କୋଟି କୋଟି ଟଙ୍କାରେ ଖର୍ଚ୍ଚରେ ନିର୍ମିତ ଏହି କମ୍ପ୍ଲେକ୍ସ ଏବେ ଭୂତ କୋଠି ହୋଇପଡ଼ିଛି। ରାୟଗଡା ଜିଲ୍ଲା ଗୁଣପୁରର ପୁଟାସିଙ୍ଗି ଠାରେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା କକ୍ଷରୁ ପକ୍ଷରୁ ଏହି କମ୍ପ୍ଲେକ୍ସ କରାଯାଇଛି। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ଏହାର ରକ୍ଷଣାବେକ୍ଷଣ ତଥା ପରିଚାଳନା ଦାୟିତ୍ୱରେ ରହିଛି।

Advertisment

ଦୁଇ କୋଟିରୁ ଅଧିକ ଟଙ୍କା ବେୟରେ ଆବଡା ଆଦିବାସୀ ପିଲାଙ୍କ ପାଇଁ ଏହି ଏଜୁକେସନାଲ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ଏଠାରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ପିଲାମାନଙ୍କ ଉଭୟ ପାଠପଢ଼ା ଓ ରହିବାର ବ୍ୟବସ୍ଥା ରହିଛି। ହେଲେ ନା କର୍ମଚାରୀ ନିଯୁକ୍ତ ହେଉଛନ୍ତି ନା ଏଠାରେ ପାଠପଢ଼ା ଆରମ୍ଭ ହୋଇପାରୁଛି। ଜିଲ୍ଲା ମଙ୍ଗଳ ବିଭାଗର ଦାୟିତ୍ୱହୀନତା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।

[caption id="attachment_794525" align="aligncenter" width="650"]publive-image ଏଜୁକେସନାଲ କମ୍ପ୍ଲେକ୍ସ ଭିତରେ ରହିଥିବା ବିଶାଳ ହଷ୍ଟେଲ ତାଲା ପଡ଼ିଛି।[/caption]

Advertisment

ଏନେଇ ସ୍ଥାନୀୟ ବାସିନ୍ଦା କରୁଣାକର ଶବର କହିଛନ୍ତି, ଏହି ବିଶାଳ କୋଠାରେ ଆଦିବାସୀ କଳା ସଂସ୍କୃତି ଝଲସୁଛି। କେଉଁଠି ଝୋଟି ଦିଆଛି ତ, କେଉଁଠି କଳାକୃତି ଦେଖିବାକୁ ମିଳୁଛି। କୋଠାରେ ବିଦ୍ୟୁତ ସରଞ୍ଜାମ ଲାଗି ସାରିଛି। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇବା ନିମନ୍ତେ ସୋଲାର ସିଷ୍ଟମ ଖଞ୍ଜା ଯାଇଛି। କର୍ମଚାରୀଙ୍କ ରହିବା ପାଇଁ କୋଠା ମଧ୍ୟ ରହିଛି। ସ୍କୁଲ କୋଠା ସହ ଲାଞ୍ଜିଆ ସଉରା ଅଞ୍ଚଳର ଛାତ୍ର ଓ ଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ହଷ୍ଟେଲ କରାଯାଇଛି। ହେଲେ ଯୋଜନା ବାଟବଣା ହୋଇଯାଇଛି। ଏହି ସ୍କୁଲକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ସ୍ଥାନୀୟ ଲୋକ ବହୁବାର ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ହେଁ ଫଳ ଶୂନ।

ମାଥ୍ୟୁ ଦଳବେହେରା କହିଛନ୍ତି, କୋଠା ନିର୍ମାଣ ହେବାର ପ୍ରାୟ ବର୍ଷେ ପରେ ଲୋକଙ୍କ ଦାବିକୁ ଦେଖି ୨୦୧୯ ମସିହା ଜୁଲାଇ ୮ ତାରିଖରେ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କମ୍ପ୍ଲେକ୍ସର ଉଦଘାଟନ କରିଥିଲେ। ହେଲେ ସ୍କୁଲ କାର୍ଯ୍ୟକାରୀ କରିବାର ଅସଲ ଓ ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟକୁ ଫଳପ୍ରଦ କରାଗଲା ନାହିଁ। ଅନାବନା ଗଛ ଭିତରେ ଭୂତକୋଠି ହୋଇପଡ଼ିଛି ଏହି କମ୍ପ୍ଲେକ୍ସ। ଫଳରେ ସୋଲାର ବ୍ୟାଟେରି ନଷ୍ଟ ହୋଇଗଲାଣି। କାନ୍ଥ ଗୁଡିକରେ ଉଇ ମାଡି ଗଲାଣି। ଏହା ଭିତରେ ଥିବା ସବୁ ଜିନିଷପତ୍ର ଖତ ଖାଉଛି। ତେଣୁ କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି କୋଠା ମାଟିରେ ମିଶିବା ପୂର୍ବରୁ କାର୍ଯ୍ୟକ୍ଷମ ହେଲେ ଅଞ୍ଚଳର ବହୁ ଆଦିବାସୀ ପିଲା ଉପକୃତ ହୋଇପାରନ୍ତେ।

[caption id="attachment_794529" align="aligncenter" width="650"]publive-image ଲାଗିଥିବା ଫଳକ।[/caption]

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲୋକନାଥ ଦଳବେହେରା କହିଛନ୍ତି, ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ କର୍ମଚାରୀ ଯୋଗାଇ ଦିଆଗଲେ ଆସନ୍ତା ଶିକ୍ଷାବର୍ଷ ଠାରୁ ଏହି ଏଜୁକେସନାଲ କମ୍ପ୍ଲେକ୍ସ କାର୍ଯ୍ୟକ୍ଷମ ହୋଇପାରନ୍ତା। କର୍ମଚାରୀ ନ ଥିବାରୁ ଏହି ସ୍କୁଲ ଖୋଲି ପାରୁନି।

[caption id="attachment_794526" align="aligncenter" width="650"]publive-image ରକ୍ଷଣାବେକ୍ଷଣ ଅଭାବରୁ ସୋଲାର ଲାଇଟ୍ ବ୍ୟାଟେରୀ ନଷ୍ଟ ହୋଇ ପଡ଼ିଛି।[/caption]

ତେବେ ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ମତାମତ ମିଳିପାରିନି।