/odisha-reporter/media/post_attachments/uploads/2020/08/lingaraj.jpg)
lingaraj
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ କାଲିଠାରୁ 'ଏକାମ୍ରକ୍ଷେତ୍ର ଯୋଜନା' ଖୁବ୍ ଚର୍ଚ୍ଚାରେ ରହିଛି। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷକ ଭିତରେ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିବା ବେଳେ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ମଧ୍ୟ ହୋଇଛି। ଏହାପରେ ରାଜଧାନୀବାସୀଙ୍କ ସମେତ ପ୍ରଭୁ ଲିଙ୍ଗରାଜଙ୍କ ଭକ୍ତଙ୍କ ମନ ଖୁସି ହୋଇଛି। ଅପେକ୍ଷା କେବେ ଝଲସିବ ଏକାମ୍ରକ୍ଷେତ୍ର। ସୌନ୍ଦର୍ଯ୍ୟକରଣ ପରେ କେବେ ମିଳିବ ପ୍ରଭୁଙ୍କ ଦର୍ଶନ...
ଏକାମ୍ରକ୍ଷେତ୍ରର ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଟ୍ୱିଟ୍ କରି ସୂଚନା ଦେଇଥିଲେ। ସେ ଏକାଧିକ ଫଟୋ ଏବଂ ଭିଡିଓ ଶେୟାର କରି ଯୋଜନାର ପରିକଳ୍ପନା ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଶେୟାର ଫଟୋ ଓ ଭିଡିଓକୁ ଦେଖିଲେ ଯେ କେହି ବି ଆକର୍ଷିତ ହେବା ଆଦୌ ଅସମ୍ଭବ ନୁହେଁ। ଯୋଜନା କାର୍ଯ୍ୟକାରୀ ହେଲେ, କିଛି ଏଭଳି ଝଲସିବ ଏକାମ୍ରକ୍ଷେତ୍ର।
ଏକାମ୍ର ଯୋଜନାରେ ମନ୍ଦିରର ଉନ୍ନତିକରଣ ସହ ପ୍ରଭାବିତ ଉଠାଦୋକାନୀ ଓ ଅନ୍ୟ ବ୍ୟବସାୟୀମାନଙ୍କ ଥାଇଥାନର ସୁବନ୍ଦୋବସ୍ତ କରାଯାଇଛି। ମହାପ୍ରଭୁ ଲିଙ୍ଗରାଜଙ୍କ ପାଇଁ ଆପଣଙ୍କ ତ୍ୟାଗକୁ ଓଡ଼ିଆ ଜାତି ସବୁବେଳେ ମନେରଖିବ। ପ୍ରଭୁ ଲିଙ୍ଗରାଜଙ୍କ ସେବା ପାଇଁ ସରକାରଙ୍କ ବିକାଶ କାର୍ଯ୍ୟରେ ସହଯୋଗ କରିବାକୁ ସମସ୍ତଙ୍କୁ ମୁଁ ବିନମ୍ର ଅନୁରୋଧ କରୁଛି। pic.twitter.com/lu4Nl77SME
— Naveen Patnaik (@Naveen_Odisha) August 17, 2020
ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଟ୍ୱିଟ ପରେ ଯୋଜନାକୁ ନେଇ ଘନେଇଛି ବିବାଦ। କୁହାଯାଉଛି, ତାମିଲ ଲିଙ୍କ୍ ବିନା ମୁଖ୍ୟମନ୍ତ୍ରୀ କୌଣସି ବିଷୟ ଚିନ୍ତା କରିପାରିବେ ନାହିଁ। ପ୍ରକୃତରେ ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ଶେୟାର କରିଥିବା ଫଟୋରେ ପ୍ରଭୁ ଲିଙ୍ଗରାଜ ମନ୍ଦିର ଚାରିପଟେ ଦେଖାଯାଉଥିବା ଭକ୍ତଙ୍କ ବେଶଭୂଷାରୁ ସେମାନେ ତାମିଲ ଲୋକ ବୋଲି ଜଣାପଡ଼ିଛନ୍ତି। ଚିତ୍ରରେ କେତେ ଜଣ ତାମିଲ ଭକ୍ତଙ୍କୁ ଦେଖିବାକୁ ମିଳିଛି। ଏନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଓ ସମାଲୋଚନା ଆରମ୍ଭ ହୋଇଯାଇଛି।
ଶ୍ରୀଲିଙ୍ଗରାଜ ମନ୍ଦିର ପରେ ଏକାମ୍ରକ୍ଷେତ୍ରର ଦ୍ବିତୀୟ ଆକର୍ଷଣ ହେଉଛି ବିନ୍ଦୁ ସାଗର। ଏହି ପବିତ୍ର ପୁଷ୍କରିଣୀ ସହିତ ମହାପ୍ରଭୁଙ୍କର ରହିଛି ଅନନ୍ୟ ସମ୍ପର୍କ। ବିନ୍ଦୁ ବିନ୍ଦୁ ତୀର୍ଥରୁ ସୃଷ୍ଟି ହୋଇଥିବା ଏହି ପବିତ୍ର ପୁଷ୍କରିଣୀ ଏକାମ୍ରକ୍ଷେତ୍ରର ଆଧ୍ୟାତ୍ମିକ ଜୀବନର ଅନନ୍ୟ ଅଙ୍ଗ। ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ସହ ଏହା ଜଡିତ। pic.twitter.com/UHOPQR7iSs
— Naveen Patnaik (@Naveen_Odisha) August 17, 2020
ପୂର୍ବରୁ ୧୦ରୁ ୧୫ ହଜାର ଲୋକଙ୍କ ପାଇଁ ସୁବିଧା ଥିବାବେଳେ ଏକାମ୍ର ଯୋଜନାରେ ବିକାଶ କାର୍ଯ୍ୟ ଶେଷ ହେବା ପରେ ଦୁଇ ଲକ୍ଷରୁ ଅଧିକ ଲୋକ ମନ୍ଦିର ସମ୍ମୁଖରେ ସମବେତ ହୋଇ ମହାପ୍ରଭୂଙ୍କର ପବିତ୍ର ଶିବରାତ୍ରୀ ଉତ୍ସବରେ ସାମିଲ ହୋଇପାରିବେ। ଏଥିସହିତ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ଅନ୍ୟ ଯାତ୍ରା ସମୟରେ ତୀର୍ଥଯାତ୍ରୀ ପରିଚାଳନା ଆହୁରି ସହଜ ହେବ। pic.twitter.com/wyfOtO2WE9
— Naveen Patnaik (@Naveen_Odisha) August 17, 2020
ପର୍ଯ୍ୟଟକଙ୍କ ସୁବିଧା ଏହି ଯୋଜନାରେ ପାଇଁ ବିନ୍ଦୁ ସାଗରର ଚତୁପାର୍ଶ୍ଵରେ ପ୍ରଶସ୍ତ ରାସ୍ତା, ଆଲୋକୀକରଣର ମଧ୍ୟ ସୁବନ୍ଦୋବସ୍ତ କରାଯାଇଛି। ଏଥିସହ ଭଜନ ମଣ୍ଡପ ଏବଂ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, ଏକାମ୍ରବାସୀଙ୍କର ସୁବିଧା, ପରିବହନ ବ୍ୟବସ୍ଥା, ଜଳ ନିଷ୍କାସନ, ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ବିଭିନ୍ନ ବିଷୟ ଉପରେ ଧ୍ୟାନ ଦିଆଯାଇଛି। pic.twitter.com/CQVmd9IpUB
— Naveen Patnaik (@Naveen_Odisha) August 17, 2020
କୁହାଯାଉଛି, ମୁଖ୍ୟମନ୍ତ୍ରୀଙ୍କ ତାମିଲ ପ୍ରେମ ଯୋଗୁ ସବୁ କାର୍ଯ୍ୟରେ ସେ ତାମିଲ୍ ତାମିଲ୍ ହେଉଛନ୍ତି। ସମ୍ପୂର୍ଣ୍ଣ ଯୋଜନାର ନକ୍ସା ବୋଧହୁଏ ତାମିଲନାଡ଼ୁ ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବାରୁ ସେଥିରେ ଓଡ଼ିଆ ଭକ୍ତଙ୍କ ଛବି ଦେଖିବାକୁ ମିଳିଲା ନାହିଁ। ପ୍ରକଳ୍ପର ଠିକା ମଧ୍ୟ ତାମିଲନାଡ଼ୁ କଣ୍ଟ୍ରାକ୍ଟରଙ୍କୁ ଦିଆଯାଇଥିବା ଅଭିଯୋଗ ହେଉଛି। ନବୀନ କାହିଁକି କୌଣସି ଓଡ଼ିଆ କଳାକାର, ଶିଳ୍ପୀ ଓ କାରିଗରୀକୁ ସୁଯୋଗ ଦେଲେ ନାହିଁ? ପ୍ରଭୁ ଲିଙ୍ଗରାଜ ମହାରାଜଙ୍କ ମନ୍ଦିର ଓଡ଼ିଆ ଲୋକ ଗଢ଼ିଥିବା ବେଳେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଓଡ଼ିଆଙ୍କୁ ନୁହେଁ ବରଂ ତାମିଲମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ଦୁର୍ଭାଗ୍ୟଜନକ ବୋଲି ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି।
ଅନ୍ୟପଟେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନେଇ କଡ଼ା ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି, "ମୁହଁରେ ବନ୍ଦେ ଉତ୍କଳ ଜନନୀ..କାମରେ ବନ୍ଦେ ତାମିଲ ଜନନୀ । ଛାମୁଙ୍କର ଏହି postରେ ତାଙ୍କୁ ଲିଙ୍ଗରାଜ ମନ୍ଦିର କଡ଼ରେ ଚାଲିବାପାଇଁ ସ୍ୱାଭିମାନୀ ଓଡ଼ିଆ ମିଳିଲେନି ଯେ ଏଠିବି ତାମିଲ୍ ଲୋକ ଆଣି ଠିଆ କରେଇଛନ୍ତି। କେତେ ଟଙ୍କାର ଠିକା? ଓଡ଼ିଆଙ୍କ ମାନ ସମ୍ମାନ ତ ଆଗରୁ ଖାଇସାରିଥିଲେ ଏବେ ଆମ ଈଷ୍ଟ ଦେବତାଙ୍କୁ ବି ତାମିଲ ହାତରେ ଟେକି ଦେଲେ।"
ମୁହଁରେ ବନ୍ଦେ ଉତ୍କଳ ଜନନୀ..କାମରେ ବନ୍ଦେ ତାମିଲ ଜନନୀ ।
ଛାମୁଙ୍କର ଏହି post ରେ ତାଙ୍କୁ ଲିଙ୍ଗରାଜ ମନ୍ଦିର କଡ଼ରେ ଚାଲିବାପାଇଁ ସ୍ୱାଭିମାନୀ ଓଡ଼ିଆ ମିଳିଲେନି ଯେ ଏଠିବି ତାମିଲ ଲୋକ ଆଣି ଠିଆ କରେଇଛନ୍ତି। କେତେ ଟଙ୍କାର ଠିକା?
ଓଡ଼ିଆଙ୍କ ମାନ ସମ୍ମାନ ତ ଆଗରୁ ଖାଇସାରିଥିଲେ ଏବେ ଆମ ଈଷ୍ଟ ଦେବତାଙ୍କୁ ବି ତାମିଲ ହାତରେ ଟେକି ଦେଲେ। pic.twitter.com/xhliwECyHz— Lekha Samantsinghar (@DrLekhaShree) August 18, 2020
ତେବେ କୋଭିଡ୍ କିଟ୍ କିଣା ପ୍ରସଙ୍ଗ ହେଉ ବା ଏକାମ୍ର ଯୋଜନା ହେଉ ଅବା ତାମିଲ ପତ୍ରିକାରେ ନବୀନ ପଟ୍ଟନାୟକଙ୍କ ଭୁରି ଭୁରି ପ୍ରଶଂସା କିଂବା ବ୍ୟକ୍ତିଗତ ସଚିବ, ସବୁ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରହିଛି ଅଳ୍ପବହୁତ ତାମିଲ ପ୍ରେମ। ଆଉ ଏ ପ୍ରେମ ଓଡ଼ିଆଙ୍କ ପାଇଁ ମହଙ୍ଗା ନ ପଡ଼ୁ ଏତିକି ହିଁ ଆଶା କରାଯାଇପାର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
