Advertisment

ବଡ଼ ପୁଅର ମିଛ ମାମଲାରେ ଛନ୍ଦିହୋଇ ବାର ଦ୍ୱାର ହେଉଛନ୍ତି ବୃଦ୍ଧା ମାଆ!

ଯାଜପୁର (ଜନ୍ମେଜେୟ ଦାଶ): “ପୁଅ ଜନମ କରିଥିଲି, ମାର ଧର କଲା। ଏ ବୟସରେ ଥାନାରେ ପୂରାଇଲା।” ଇଏ ହେଉଛି ଜଣେ ୮୬ ବର୍ଷ ବୟସ୍କା ମାଆର କୋହ। ଘରର ସମସ୍ତ ସମ୍ପତ୍ତି ହାତେଇବା ପାଇଁ ବଡ଼ ପୁଅ, ତା’ ମାଆକୁ ତଡିଦେବା ସହିତ ଥାନାରେ ମିଥ୍ୟା ମାମଲା କରିଛି। ମାମଲାରେ ଛନ୍ଦି ହେବା ପରେ ବାର୍ଦ୍ଧକ୍ୟ ଅବସ୍ଥାରେ ଥାନା ଦୌଡ଼ୁଛନ୍ତି ସୁଲୋଚନା ଧଳ। ଯାଜପୁର ଜିଲ୍ଲା ଜଳକା ଗାଁର ଗୋପୀନାଥ ଧଳଙ୍କର ୧୦ ବର୍ଷ ତଳେ […]

ବଡ଼ ପୁଅର ମିଛ ମାମଲାରେ ଛନ୍ଦିହୋଇ ବାର ଦ୍ୱାର ହେଉଛନ୍ତି ବୃଦ୍ଧା ମାଆ!

Jajpur

Advertisment

ଯାଜପୁର (ଜନ୍ମେଜେୟ ଦାଶ): “ପୁଅ ଜନମ କରିଥିଲି, ମାର ଧର କଲା। ଏ ବୟସରେ ଥାନାରେ ପୂରାଇଲା।” ଇଏ ହେଉଛି ଜଣେ ୮୬ ବର୍ଷ ବୟସ୍କା ମାଆର କୋହ। ଘରର ସମସ୍ତ ସମ୍ପତ୍ତି ହାତେଇବା ପାଇଁ ବଡ଼ ପୁଅ, ତା’ ମାଆକୁ ତଡିଦେବା ସହିତ ଥାନାରେ ମିଥ୍ୟା ମାମଲା କରିଛି। ମାମଲାରେ ଛନ୍ଦି ହେବା ପରେ ବାର୍ଦ୍ଧକ୍ୟ ଅବସ୍ଥାରେ ଥାନା ଦୌଡ଼ୁଛନ୍ତି ସୁଲୋଚନା ଧଳ।

Advertisment

ଯାଜପୁର ଜିଲ୍ଲା ଜଳକା ଗାଁର ଗୋପୀନାଥ ଧଳଙ୍କର ୧୦ ବର୍ଷ ତଳେ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀ ସୁଲୋଚନା ଧଳ ବଡ଼ ପୁଅ ଅଭିମନ୍ୟୁ ଧଳଙ୍କ ପାଖକୁ ଚାଲି ଯାଇଥିଲେ। ସେଠାରେ ତାଙ୍କ ପାଖରେ ରହୁଥିଲେ। ମାଆଙ୍କୁ ପୋଷିବା ବେଳେ ତାଙ୍କର ସମ୍ପତ୍ତି ଉପରେ ବଡ଼ ପୁଅର ନଜର ରଖିଥିବା ଅଭିଯୋଗ ହୋଇଥିଲା। ସେ ଘରର ସମସ୍ତ ସମ୍ପତ୍ତି ଅନ୍ୟ ଭାଇ ଭଉଣୀଙ୍କୁ ନଦେଇ ଏକାକୀ ହଡ଼ପ୍‌ କରିବାକୁ ଯୋଜନା କରିଥିଲା। ହେଲେ ମାଆ ସୁଲୋଚନା ସମସ୍ତ ସମ୍ପତ୍ତିକୁ ୩ ପୁଅ ଓ ୪ ଝିଅଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବା ପାଇଁ କହିଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ବିବାଦ।

ଆରମ୍ଭ ହୋଇଥିଲା ମାଆ ସୁଲୋଚନାଙ୍କ ଉପରେ ନିର୍ଯାତନା। ତାଙ୍କୁ ଘରୁ ତଡ଼ି ଦେଇଥିଲେ। ଆଶ୍ରା ଖୋଜି ଖୋଜି ମାଆ ସୁଲୋଚନା ମଝିଆଁ ଓ ସାନ ପୁଅଙ୍କ ପାଖରେ ପହଞ୍ଚିଥିଲେ। ହେଲେ ସମ୍ପତ୍ତି ଲୋଭରେ ପାଗଳ ହୋଇଥିବା  ବଡ଼ପୁଅ ଅଭିମନ୍ୟୁ ଧଳ ଓ ତାଙ୍କ ପରିବାର ଲୋକ ମିଶି ମଝିଆଁ ଭାଇ ଏବଂ ସାନ ଭାଇଙ୍କ ପରିବାର ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏପରିକି ମାଆଙ୍କୁ ପୋଷୁଥିବା ମଝିଆଁ ଓ ସାନ ଭାଇଙ୍କ ନାଁରେ ମଧ୍ୟ ଥାନାରେ ମିଥ୍ୟା ମାମଲା କରୁଥିଲା ବଡ଼ ପୁଅ। ଯେଉଁଥିପାଇଁ ସାନ ଓ ମଝିଆ ଭାଇ ମାଆଙ୍କୁ ଘରୁ ତଡି ଦେବାକୁ ବାଧ୍ୟ ହୋଇଥିଲେ।

Advertisment

ଜୀବନର ଶେଷ ସମୟରେ ବୃଦ୍ଧା ମା' ବାର ଦୁଆର ହୋଇ ଏବେ ଜଣେ ଝିଅ ଘରେ ଆଶ୍ରୟ ନେଇଥିଲେ। ହେଲେ ସେହି ଝିଅ ସହ ମଧ୍ୟ ବଡ଼ ପୁଅ ଝଗଡ଼ା କରି ତାଙ୍କ ନାଁରେ ଥାନାରେ ମିଥ୍ୟା ଏତଲା ଦେଇଥିଲେ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ମା'ଙ୍କୁ ଆଶ୍ରୟ ଦେବାକୁ ସମସ୍ତେ ପଛଘୁଞ୍ଚା ଦେଉଛନ୍ତି। ବଡ଼ ଭାଇ ଅସୁବିଧାରେ ପକାଉଥିବାରୁ ଅନ୍ୟ ଭାଇ ଭଉଣୀ, ମା'ଙ୍କୁ ନିଜ ଘରେ ରଖିବାକୁ ମନା କରିଦେଲେଣି। ଏଭଳି ପରିସ୍ଥିତିରେ ମା' ସୁଲୋଚନା ଯିବେ କୁଆଡେ? ରହିବେ କେଉଁଠି? ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେପଟେ ପୁଅର ମିଥ୍ୟା ଅଭିଯୋଗରେ ଘାଣ୍ଟି ହୋଇ ଏବେ ଦୈନିକ ଥାନାକୁ ଦୌଡ଼ୁଛନ୍ତି ୮୬ ବର୍ଷୀୟା ବୃଦ୍ଧା ମାଆ। ଏବେ ବୃଦ୍ଧା ସୁଲୋଚନା ମଝିଆଁ ଝିଅ ଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe