Advertisment

ଫାର୍ମ ହାଉସରେ ପଶି ଆମ୍ବ ଖାଇଗଲେ ହାତୀ, ଚିନ୍ତାରେ ଚାଷୀ

କେନ୍ଦୁଝର(ପ୍ରଣୟ କୁମାର ପାଣି): ଏଥର ଭଲ ଆମ୍ବ ହୋଇଥିଲା। ବେପାର ଭଲ ହେବ ବୋଲି ଭାବିଥିଲେ। ହେଲେ ହାତୀ ପଲ ସବୁ କିଛି ଓଲଟ ପାଲଟ କରିଦେଲେ। ଫାର୍ମ ହାଉସ୍‌ରେ ପଶି ଆମ୍ବ ଗଛ ଭାଙ୍ଗି ଦେଲେ। ଆଉ ଆମ୍ବ ଖାଇଗଲେ ହାତୀ। ଯାହାକୁ ନେଇ ଚିନ୍ତାରେ ଆମ୍ବ ଚାଷୀ ସୁବାସ ଚନ୍ଦ୍ର ମିଶ୍ର। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଟିଲେ ପଞ୍ଚାୟତ ଆଡକଟା ଗାଁର ସୁବାସ ଚନ୍ଦ୍ର ମିଶ୍ର। ତାଙ୍କର ୨୫ ଏକର ଜମିରେ ରହିଛି […]

author-image
Manoranjan Sial
ଅଦ୍ୟତନ ହୋଇଛି
ଫାର୍ମ ହାଉସରେ ପଶି ଆମ୍ବ ଖାଇଗଲେ ହାତୀ, ଚିନ୍ତାରେ ଚାଷୀ

Mango

କେନ୍ଦୁଝର(ପ୍ରଣୟ କୁମାର ପାଣି): ଏଥର ଭଲ ଆମ୍ବ ହୋଇଥିଲା। ବେପାର ଭଲ ହେବ ବୋଲି ଭାବିଥିଲେ। ହେଲେ ହାତୀ ପଲ ସବୁ କିଛି ଓଲଟ ପାଲଟ କରିଦେଲେ। ଫାର୍ମ ହାଉସ୍‌ରେ ପଶି ଆମ୍ବ ଗଛ ଭାଙ୍ଗି ଦେଲେ। ଆଉ ଆମ୍ବ ଖାଇଗଲେ ହାତୀ। ଯାହାକୁ ନେଇ ଚିନ୍ତାରେ ଆମ୍ବ ଚାଷୀ ସୁବାସ ଚନ୍ଦ୍ର ମିଶ୍ର।

Advertisment

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଟିଲେ ପଞ୍ଚାୟତ ଆଡକଟା ଗାଁର ସୁବାସ ଚନ୍ଦ୍ର ମିଶ୍ର। ତାଙ୍କର ୨୫ ଏକର ଜମିରେ ରହିଛି ଫାର୍ମ ହାଉସ୍। ଯେଉଁଠି କଲିଜା ମୁଣ୍ଡା କିଶମର ଆମ୍ବ ସହିତ ଦଶେରୀ, ଆନ୍ଧ୍ରପଲ୍ଲୀ, ମଲ୍ଲିକା, ହେମସାଗର, କୁଆଁରୀ ଓ ତୋତା ପଲେଇ ଆମ୍ବ ଚାଷ କରିଥିଲେ। ଭଲ ଆମ୍ବ ଫଳିଥିଲା। ଏହାଛଡ଼ା ୬୦୦ଟି ଉନ୍ନତ ମାନର କାଜୁ ଗଛ ଓ ୫୦ଟି ଲେମ୍ବୁ ଗଛ ଲଗାଇଥିଲେ। ଏଥିସହ ୫ଟି ପୋଖରୀରେ ମାଛ ଚାଷ କରାଯାଇଥିଲା। ଏତଦ୍ ବ୍ୟତୀତ ଆମ୍ବଗଛ ତଳେ ହଳଦୀ, ବିରି, କୋଳଥ, ଅଦା, ସାରୁ ଆଜି ଚାଷ କରାଯାଇଥିଲା। ପିତାଙ୍କଠାରୁ ପ୍ରେରଣା ପାଇ ସୁବାସ ମିଶ୍ର ଚାଷରେ ମନୋନିବାସ କରିଥିଲେ।

ଚଳିତବର୍ଷ ତାଙ୍କ ଆମ୍ବ ବଗିଚାରେ ପ୍ରବଳ ଆମ୍ବ ହୋଇଥିଲା। ଅଶାଥିଲା ଭଲ ଦୁଇପଇସା ରୋଜଗାର କରିବେ। ବିଶେଷତଃ ସାବିତ୍ରୀ ଓ ରଜପର୍ବ ଅବସରରେ ଭଲ ବ୍ୟବସାୟ କରିବେ। ୭୦ କୁଇଣ୍ଟାଲ ଆମ୍ବ ଅମଳ କରିବେ ବୋଲି ଆଶା ରଖିଥିଲେ। ହେଲେ ତାଙ୍କର ଆଶା, ଆଶାରେ ରହିଗଲା। ନିକଟସ୍ଥ ଜଙ୍ଗଲରୁ ଆସିଥିବା ୯ ଟିକିଆ ହାତୀପଲ୍ଲ ଆମ୍ବ ବଗିଚାରେ ପଶି ଉଜାଡି ଦେଲେ। ହାତୀ ପଲ ପ୍ରତିଦିନ ଆମ୍ବ ବଗିଚାରେ ପଶି ଖାଇବା ସହିତ ନଷ୍ଟ କରିଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ହାତୀ ପଲ ଅନ୍ୟୁନ ୨୦ କୁଇଣ୍ଟାଲ ଆମ୍ବ ହାତୀ ନଷ୍ଟ କରିଦେବା ସହିତ ବହୁ ଗଛ ଭାଙ୍ଗି ଦେଇଛନ୍ତି। ଯାହାକୁ ନେଇ ଚିନ୍ତାରେ ଆମ୍ବ ଚାଷୀ ସୁବାସ ମିଶ୍ର।

Advertisment

ସୂଚନାରୁ ପ୍ରକାଶ, ହାତୀ ପ୍ରତିଦିନ ଫାର୍ମ ହାଉସକୁ ଆସୁଥିବା ଦେଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ଫାର୍ମ ହାଉସରେ ପର୍ଯ୍ୟାପ୍ତ ପରିମାଣରେ ଲାଇଟ୍ ଲାଗିଛି। ଏଥିସହିତ ହାତୀକୁ ଘଉଡାଇବା ପାଇଁ ସାଇରନ୍ ବାଜିବାର ବ୍ୟବସ୍ଥା କରାଯାଇଛି। ହେଲେ ଏଥିପ୍ରତି ହାତୀମାନେ ଖାତିର କରୁନାହାନ୍ତି। ଅନାୟସରେ ହାତୀମାନେ ଫାର୍ମହାଉସ୍ ଭିତରେ ପଶି ଯାଇ ଚାଷ ନଷ୍ଟ କରୁଥିବା ଦେଖିବାକୁ ମିଳିଛି।