ସାର୍ଟିଫିକେଟ୍‌ ପାଇବା ପାଇଁ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ସହାୟତା ଦେଲେ ରାନୀ ପଣ୍ଡା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସହାୟତାର ହାତ ବଢ଼ାଇଲେ ଆଇଟମ୍‌ ଗର୍ଲ ତଥା ଯଲିଉଡ୍‌ ଅଭିନେତ୍ରୀ ରାନୀ ପଣ୍ଡା। ସାର୍ଟିଫିକେଟ୍‌ ପାଇବା ପାଇଁ ମନରେଗାରେ ମାଟି କାମ କରୁଥିବା ଇଞ୍ଜିନିୟରିଂ ଛାତ୍ରୀ ଲୋଜି ବେହେରାଙ୍କୁ ସେ ଦେଇଛନ୍ତି ୨୫,୦୦୦ ଟଙ୍କା। ଏହି ଅର୍ଥ ଲୋଜିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେ ଟ୍ରାନ୍ସର୍ଫର କରିଛନ୍ତି। ସେଥିପାଇଁ ରାନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋଜି ଓ ତାଙ୍କ ବାପା ଲୋକନାଥ। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗୋରଡ଼ାପିଡି ଗାଁର ଲୋକନାଥ ବେହେରା। ସେ ଜଣେ […]

rani

rani

Manoranjan Sial
  • Published: Tuesday, 26 January 2021
  • Updated: 27 January 2021, 01:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସହାୟତାର ହାତ ବଢ଼ାଇଲେ ଆଇଟମ୍‌ ଗର୍ଲ ତଥା ଯଲିଉଡ୍‌ ଅଭିନେତ୍ରୀ ରାନୀ ପଣ୍ଡା। ସାର୍ଟିଫିକେଟ୍‌ ପାଇବା ପାଇଁ ମନରେଗାରେ ମାଟି କାମ କରୁଥିବା ଇଞ୍ଜିନିୟରିଂ ଛାତ୍ରୀ ଲୋଜି ବେହେରାଙ୍କୁ ସେ ଦେଇଛନ୍ତି ୨୫,୦୦୦ ଟଙ୍କା। ଏହି ଅର୍ଥ ଲୋଜିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେ ଟ୍ରାନ୍ସର୍ଫର କରିଛନ୍ତି। ସେଥିପାଇଁ ରାନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋଜି ଓ ତାଙ୍କ ବାପା ଲୋକନାଥ।

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗୋରଡ଼ାପିଡି ଗାଁର ଲୋକନାଥ ବେହେରା। ସେ ଜଣେ ରାଜମିସ୍ତ୍ରୀ। ସେଥିରୁ ଯାହା ଉନ୍‌କମ୍‌ ହୁଏ, ପୂରା ପରିବାର ଚଳେ। ପରିବାର କହିଲେ ଲୋକନାଥଙ୍କ ବାପା-ମାଆ, ପତ୍ନୀ ଓ ୫ ଝିଅ। ତାଙ୍କ ବଡ଼ ଝିଅ ହେଉଛନ୍ତି, ଲୋଜି ବେହେରା। ୨୦୧୩ ମସିହାରେ ରୋଜି ମ୍ୟାଟ୍ରିକ ପାସ୍‌ କରିଥିଲେ। ପରେ ପିପିଲି କଲେଜରୁ ଯୁକ୍ତ ପାସ୍‌ କରିଥିଲେ। ଏହା ପରେ ଲୋଜି ଖୋର୍ଦ୍ଧାରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଡିପ୍ଲୋମାରେ ନାମ ଲେଖାଇ ଥିଲେ। କଠିନ ପରିଶ୍ରମ ପରେ ସେ ଡିପ୍ଲୋମାରେ ପାସ୍‌ କରିଥିଲେ। ହେଲେ ହଷ୍ଟେଲ୍‌ ଡ୍ୟୁ ବାବଦକୁ ୪୪,୦୦୦ ଟଙ୍କା ଦେଇପାରିନଥିଲେ। ଯେଉଁଥିପାଇଁ କଲେଜ କର୍ତ୍ତୃପକ୍ଷ ତାଙ୍କୁ ସାର୍ଟିଫିକେଟ୍‌ ଦେବାକୁ ମନା କରିଥିଲେ। ଏହା ପରେ ରୋଜି ଚିନ୍ତାରେ ପଡ଼ି ଯାଇଥିଲେ। ଧାର ଉଧାର କରି ୨୦ ହଜାର ଟଙ୍କା ଦେଇଥିଲେ।

ବାକି ଟଙ୍କା ପରେ ଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏହା ସତ୍ତ୍ୱେ ତାଙ୍କୁ ସାର୍ଟିଫିକେଟ୍‌ ମିଳିନଥିଲା। ଯେଉଁଥିପାଇଁ ତାଙ୍କ ବି-ଟେକ୍‌ ପଢ଼ିବା ସ୍ୱପ୍ନ, ସ୍ୱପ୍ନରେ ରହିଗଲା। ବି-ଟେକ୍‌ ଆଡ୍‌ମିଶନ୍‌ ସମୟ ଅତିକ୍ରାନ୍ତ କରିବା ପରେ ଲୋଜି ଗାଁକୁ ଫେରି ଆସିଲେ। ଗତ ୨୦ ଦିନ ହେଲା ଗାଁରେ ଚାଲିଥିବା ମନରେଗା କାମ କରୁଛନ୍ତି। ନିଜର ସ୍ୱପ୍ନ ସିନା ସାକାର ହେଲାନି, ହେଲେ ବାପାଙ୍କ ଆଶା ପୂରଣ କରିବେ। ଆଉ ମନରେଗା ମଜୁରୀରୁ ପଇସା ନେଇ କଲେଜକୁ ସାର୍ଟିଫିକେଟ୍‌ ମୁକୁଳାଇବେ ବୋଲି କହିଛନ୍ତି ରୋଜି।

ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଅଭିନେତ୍ରୀ ରାନୀ ସହାୟତାରେ ହାତ ବଢ଼ାଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos