/odisha-reporter/media/post_attachments/uploads/2019/02/crpf_1550555775_725x725.jpg)
crpf_1550555775_725x725
ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଗଲେ ୪୪ ଭାରତୀୟ ସିଆରପିଏଫ୍ ଯବାନ। ଆଜି ବି ସେଦିନ ଘଟିଥିବା ବର୍ବରକାଣ୍ଡ କଥା ମନେ ପଡିଲେ ଦେହ ଶିତେଇ ଉଠେ। ସହିଦ୍ ଯବାନ୍ଙ୍କ ବଳିଦାନ ଆଜି ବି ପ୍ରତ୍ୟେକ ଭାରତୀୟଙ୍କୁ ଆନ୍ଦୋଳିତ କରୁଛି। ହେଲେ କଥାରେ ଅଛି ରଖେ ହରି ମାରେ କିଏ। ଯାହା ସିଆରପିଏଫ୍ ଯବାନ ଠାକା ବେଲ୍କରଙ୍କ ପକ୍ଷରେ ପ୍ରମାଣିତ ହୋଇଛି। ସେଦିନ ଗୋଟିଏ ଖବର ଠାକା ବେଲ୍କରଙ୍କ ଜୀବନର ମୋଡ଼କୁ ବଦଳେଇ ଦେଇଥିଲା।
ସୂଚନାମୁତାବକ, ଠାକାଙ୍କ ବିବାହ ଫେବୃଆରୀ ୨୪ରେ ହେବାକୁ ସ୍ଥିର ହୋଇଥିଲା। ତେଣୁ ସେ ଛୁଟି ପାଇଁ ଆବେଦନ କରିଥିଲେ। କିନ୍ତୁ ଶ୍ରୀନଗର ଯିବା ପର୍ଯ୍ୟନ୍ତ ତାଙ୍କ ଛୁଟି ଆବେଦନ ପତ୍ରକୁ ମଞ୍ଜୁର ମିଳି ନଥିଲା । ଯାହା ପାଇଁ ସେ ଅନ୍ୟ ଯବାନମାନଙ୍କ ସହ ଶ୍ରୀନଗର ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବସରେ ବସିବା ପରେ ତାଙ୍କୁ ଛୁଟି ମଞ୍ଜୁର ହୋଇ ଯାଇଥିବା ଖବର ମିଳିଥିଲା । ଯେଉଥିପାଇଁ ସେ ବସରୁ ଓହ୍ଲାଇ ନିଜ ସାଥୀ ଯବାନମାନଙ୍କୁ ବିଦାୟ ଦେଇଥିଲେ ।
ଘରେ ପହଞ୍ଚିବା ପରେ ଠାକା ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଜାଣିବାକୁ ପାଇଥିଲେ । ଠାକାଙ୍କ ଭାଇଙ୍କ କହିବା ଅନୁଯାୟୀ, ସେ ପୁଲଓ୍ଵାମା ଘଟଣା ବିଷୟରେ ଜାଣିବା ପରେ କାହା ସହ କଥା ହୋଇନାହାନ୍ତି । ଏବେ ବିବାହର ଖୁସି ତାଙ୍କ ପାଇଁ ମୂଲ୍ୟହୀନ ହୋଇଯାଇଥିବା କହିଛନ୍ତି । ଏହି ଘଟଣା ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିବା କହିଛନ୍ତି ଠାକାଙ୍କ ଭାଇ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
