ଶ୍ରୀମନ୍ଦିର ସରକାରଙ୍କର ଏକ ବିଭାଗ ନୁହେଁ: ଗଜପତି ଦିବ୍ୟସିଂହ ଦେବ

ଶ୍ରୀମନ୍ଦିର ସରକାରଙ୍କର ଏକ ବିଭାଗ ନୁହେଁ। ଏହା ଏକ ଧର୍ମପୀଠ। ସୁପ୍ରିମକୋର୍ଟଙ୍କ ଆକ୍ଟ ଅନୁସାରେ ସରକାର କେବଳ ଶ୍ରୀମନ୍ଦିରର ପ୍ରଶାସନିକ ଦିଗ ଉପରେ ଦୃଷ୍ଟି ଦେଉଛନ୍ତି। କିନ୍ତୁ ଏହା ଏକ ଧର୍ମପୀଠ ହେଉଥିଲେ ମଧ୍ୟ ଧାର୍ମିକ ଦିଗ କିପରି ସୁଚାରୁରୂପେ ସମ୍ପନ୍ନ ହେବ ବା ସୁସ୍ଥ ହେବ। ତାହାର ଚିନ୍ତା ସରକାରଙ୍କର ନାହିଁ। ଏପରିକି ଆଇନ୍‌ରେ ମଧ୍ୟ ଏହାର କୌଣସି ବ୍ୟବସ୍ଥା ନାହିଁ ଏବଂ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଟିକେ ହେଲେ ବ୍ୟବସ୍ଥା ନାହିଁ। ରଥଯାତ୍ରାର ପବିତ୍ର […]

puriraja

puriraja

Minati Mishra
  • Published: Friday, 12 July 2019
  • Updated: 13 July 2019, 10:06 AM IST

Sports

Latest News

ଶ୍ରୀମନ୍ଦିର ସରକାରଙ୍କର ଏକ ବିଭାଗ ନୁହେଁ। ଏହା ଏକ ଧର୍ମପୀଠ। ସୁପ୍ରିମକୋର୍ଟଙ୍କ ଆକ୍ଟ ଅନୁସାରେ ସରକାର କେବଳ ଶ୍ରୀମନ୍ଦିରର ପ୍ରଶାସନିକ ଦିଗ ଉପରେ ଦୃଷ୍ଟି ଦେଉଛନ୍ତି। କିନ୍ତୁ ଏହା ଏକ ଧର୍ମପୀଠ ହେଉଥିଲେ ମଧ୍ୟ ଧାର୍ମିକ ଦିଗ କିପରି ସୁଚାରୁରୂପେ ସମ୍ପନ୍ନ ହେବ ବା ସୁସ୍ଥ ହେବ। ତାହାର ଚିନ୍ତା ସରକାରଙ୍କର ନାହିଁ। ଏପରିକି ଆଇନ୍‌ରେ ମଧ୍ୟ ଏହାର କୌଣସି ବ୍ୟବସ୍ଥା ନାହିଁ ଏବଂ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଟିକେ ହେଲେ ବ୍ୟବସ୍ଥା ନାହିଁ। ରଥଯାତ୍ରାର ପବିତ୍ର ଅବସରରେ ‘ଓଟିଭି’ର କାର୍ଯ୍ୟକ୍ରମ ‘ଖୋଲାକଥା’ରେ ଯୋଗ ଦେଇ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାପ୍ରଭୁଙ୍କର ସେବା ଓ ସରକାରଙ୍କର ଜଗନ୍ନାଥଙ୍କ ପ୍ରତି କ’ଣ ସବୁ କର୍ତ୍ତବ୍ୟ ରହିବା ଦରକାର, ତାହା ମନ ଖୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଗଜପତିଙ୍କୁ କିଛି ପ୍ରଶ୍ନ କରାଯାଇଥିଲା। ସେଥିରୁ କିଛି ପ୍ରଶ୍ନର ଉତ୍ତର ଗଜପତି ଏହିପରି ଭାବରେ ରଖିଛନ୍ତି। ଏଠାରେ ତାଙ୍କ ସାକ୍ଷାତକାରର କିଛି ଅଂଶ ଦିଆଯାଇଛି।

୧. ୭୦ ଦଶକରେ ଶ୍ରୀମନ୍ଦିରର ଯେଉଁ ଅବସ୍ଥା ଓ ଏବେ ଯେଉଁ ବ୍ୟବସ୍ଥା, ସେଥିରେ କ’ଣ ଫରକ ରହିଛି।

ଉତ୍ତର: ସ୍ଥିତିରେ ଅନେକ ସୁଧାର ଆସିଛି। ତେବେ ଏବେ ବି ଅନେକ ଅସୁବିଧା ଓ ସମସ୍ୟା ରହିଛି। ୧୯୬୦ ମସିହା ପରଠାକୁ ଅନେକ ସରକାର ଆସିଲେଣି। ଅନେକ କମିଶନ୍ ଓ କମିଟି ଗଠନ ହୋଇଛି।  କିନ୍ତୁ ସବୁ ପ୍ରସ୍ତାବ ଅବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ପାରି ନାହିଁ। ଏହାର ମୁଖ୍ୟ କାରଣ ପ୍ରାଧାନ୍ୟର ଅଭାବ। ଯୁଗ ଯୁଗ ଧରି ଗଜପତିମାନେ ଯେମିତି ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କୁ ପ୍ରାଧ୍ୟାନ୍ୟ ଦେଉଥିଲେ,  ସ୍ୱାଧୀନତା ପରେ ରାଜ୍ୟ ସରକାର ସମସ୍ତ ଦାୟିତ୍ୱ ହାତକୁ ନେବା ପରେ ସେମିତି ପ୍ରାଧ୍ୟାନ୍ୟ ଦେଉ ନାହାନ୍ତି। ଏବେ କେବଳ ରଥଯାତ୍ରା ବେଳେ ପ୍ରାଧ୍ୟାନ୍ୟ ମିଳୁଛି। କିନ୍ତୁ ଅନ୍ୟ ଦିନଗୁଡ଼ିକରେ ସେମିତି ଦୃଷ୍ଟି ଦିଆଯାଉ ନାହିଁ।

୨. ମନ୍ଦିରରେ ହେଉଥିବା  ବିଶୃଙ୍ଖଳା ତିନୋଟି କାରଣ କ’ଣ?
ବିଶୃଙ୍ଖଳା ପଛରେ ତିନୋଟି କାରଣ ରହିଛି। ଯଦି ଏହି ତିନୋଟିର ସମାଧାନ କରି ଦିଆଯାଏ, ତା’ହେଲେ ସବୁ ବ୍ୟବସ୍ଥିତ ହୋଇ ରହିବ। ପ୍ରଥମ କାରଣଟି ହେଉଛି ପ୍ରଶାସନିକ ବ୍ୟବସ୍ଥା। ଏହା ଏକ ତିନି ଥାକିଆ ବ୍ୟବସ୍ଥା। ଏଥିରେ ବହୁତ ସୁଧାର ଆଣିବାର ଆବଶ୍ୟକତା ରହିଛି। ତେଣୁ ପ୍ରଶାସନିକ ବ୍ୟବସ୍ଥାର ଉନ୍ନତିକରଣର ଆବଶ୍ୟକତା ରହିଛି। ଦ୍ୱିତୀୟଟି ହେଉଛି ସେବକ ବ୍ୟବସ୍ଥା। ଶ୍ରୀମନ୍ଦିରରେ ବିଶୃଙ୍ଖଳାର ଅନ୍ତ କରିବାକୁ ଏହି ବ୍ୟବସ୍ଥାର ମଧ୍ୟ ଉନ୍ନତିକରଣ ଆବଶ୍ୟକ। ମହାପ୍ରଭୁଙ୍କର ଦୈନିକ ସେବା ପୂଜା ଉତ୍ତମ ରୂପେ ପାଳନ ହେବା ଆବଶ୍ୟକ। ସେହିଭଳି ଭକ୍ତମାନେ ମଧ୍ୟ ସୁବିଧାରେ ଦର୍ଶନ କରିବା ଆବଶ୍ୟକ। ଏହି ଦୁଇଟି କ୍ଷେତ୍ରରେ ସେବକମାନଙ୍କର ମୁଖ୍ୟ ଭୂମିକା ରହିଛି। ତେଣୁ ସେମାନେ ଯଦି ଶୃଙ୍ଖଳିତ ଭାବେ ସେମାନଙ୍କ ଦାୟିତ୍ୱ ସମ୍ଭାଳି ନେବେ, ତା’ହେଲେ ସବୁ କିଛି ସୁରୁଖୁରୁରେ ଚାଲିବ। ତୃତୀୟ ସମସ୍ୟା ହେଉଛି ଶ୍ରୀ ମନ୍ଦିର ସରକାରଙ୍କର ଏକ ବିଭାଗ ନୁହେଁ। ଏହା ଏକ ଧର୍ମପୀଠ। ସୁପ୍ରିମକୋର୍ଟଙ୍କ ଆକ୍ଟ ଅନୁସାରେ ସରକାର କେବଳ ଶ୍ରୀମନ୍ଦିରର ପ୍ରଶାସନିକ ଦିଗ ଉପରେ ଦୃଷ୍ଟି ଦେଉଛନ୍ତି। କିନ୍ତୁ ଏହା ଏକ ଧର୍ମପୀଠ ହେଉଥିଲେ ମଧ୍ୟ ଧାର୍ମିକ ଦିଗ କିପରି ସୁଚାରୁରୂପେ ସମ୍ପନ୍ନ ହେବ ବା ସୁସ୍ଥ ହେବ। ତାହାର ଚିନ୍ତା ସରକାରଙ୍କର ନାହିଁ। ଏପରିକି ଆଇନ୍‌ରେ ମଧ୍ୟ ଏହାର କୌଣସି ବ୍ୟବସ୍ଥା ନାହିଁ ଏବଂ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଟିକେ ହେଲେ ବ୍ୟବସ୍ଥା ନାହିଁ। ପ୍ରଶାସନ ଏକପାଖିଆ ହୋଇପଡ଼ିଛି। ଯେଉଁଥିରେ ମନ୍ଦିରର କେବଳ ପ୍ରଶାସନିକ ଦିଗକୁ ନିଆଯାଉଛି। ଧାର୍ମିକ ଦିଗକୁ ସରକାର ଜାଣିଛନ୍ତି ନା କିଛି କରିପାରୁଛନ୍ତି।

୩. ସୁପ୍ରିମ କୋର୍ଟ ବଂଶାନୁକ୍ରମିକ ସେବା ବିରୋଧୀ। ଏଥିରେ ଆପଣଙ୍କର ରାୟ କ’ଣ?
ଉତ୍ତର: ଶ୍ରୀମନ୍ଦିରର ପୂଜା ପଦ୍ଧତି ଅନନ୍ୟ। ଏଥିରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ। ଏହି ରୀତିନୀତିକୁ ପାଳନ କରିବା ପାଇଁ ଆମକୁ କେତେ ସଂଖ୍ୟକ ଏବଂ କେଉଁ ଶ୍ରେଣୀର ସେବକଙ୍କର ଆବଶ୍ୟକତା ରହିଛି, ତାହାର ଏକ ବାସ୍ତବ ଆକଳନ କରିବାକୁ ପଡ଼ିବ। ଯେଉଁମାନେ ଉତ୍ତମ ସେବକ ଏବଂ ନିଷ୍ଠାର ସହିତ ମହାପ୍ରଭୁଙ୍କର ସେବା କରୁଛନ୍ତି, ତାଙ୍କୁ ରଖିବା ଉଚିତ୍‌। ଅନ୍ୟ ସେବକମାନଙ୍କୁ ଉତ୍ତମ କମ୍ପେନ୍‌ସେସନ୍‌ ଦେଇ ସେବାରୁ ନିବୃତ୍ତ କରାଯାଉ। ଯାହା ରାଜ୍ୟ ସରକାର କରିପାରିବେ। କିନ୍ତୁ ତାଙ୍କର ଅଧିକାର ରହିବ। ଏଠାରେ ବଂଶାନୁକ୍ରମିକ ଅଧିକାରକୁ ଲୋପ କରିବାର କୌଣସି ଆବଶ୍ୟକତା ନାହିଁ।

୪. ଅନେକ ସମୟରେ ମନ୍ଦିରକୁ ଆକ୍ରମଣ ହୋଇଛି, ସେଥିପାଇଁ ଅନ୍ୟ ସମ୍ପ୍ରଦାୟକୁ ମନ୍ଦିରକୁ ପ୍ରବେଶ ନାହିଁ। ଆପଣଙ୍କୁ ଲାଗୁଛି ଯେ, ଏଥିରେ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି ?

ଉତ୍ତର: ବର୍ତ୍ତମାନ ଆତଙ୍କବାଦ ପ୍ରବଳ ମାତ୍ରାରେ ମୁଣ୍ଡ ଟେକିଛି। ଜଗନ୍ନାଥ ମନ୍ଦିରର ମଧ୍ୟ ହାଇ ରିକ୍ସରେ ରହିଛି। ତେଣୁ ଯଦି ସବୁ ସମାଜର ଲୋକଙ୍କୁ ମନ୍ଦିରକୁ ପ୍ରବେଶ କରିବାର ଅନୁମତି ଦିଆଯାଏ, ଟେରରିଷ୍ଟ ଆଙ୍ଗେଲ୍‌କୁ ସମ୍ଭାଳି ପାରିବେ କି? ସବୁ ଲୋକ ଆସିଲେ ଶ୍ରୀମନ୍ଦିର ସୁରକ୍ଷିତ ରହିପାରିବ କି ନାହିଁ। ଏହି ଦାୟିତ୍ୱ ରାଜ୍ୟ ସରକାରଙ୍କର। କିନ୍ତୁ ଧାର୍ମିକ ଦିଗରୁ ଏହାର ନିଷ୍ପତ୍ତି କେବଳ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ହିଁ ନେଇପାରିବେ।

thakuraraja୫. ଆପଣ ଆଲୌକିକତାରେ ବିଶ୍ୱାସ କରନ୍ତି, କେବେ ଆପଣଙ୍କ ଜୀବନରେ ସେମିତି କିଛି ଘଟିଛି?
ଉତ୍ତର: ଗୋଟିଏ ଦିବ୍ୟ ସତ୍ତା ସର୍ବଦା କାମ କରୁଛି। ମୋ ଜୀବନରେ ଯାହା ବି କିଛି ଘଟିଛି, ମୁଁ ଭାବୁଛି ମହାପ୍ରଭୁଙ୍କର ଆଶୀର୍ବାଦ ନଥିଲେ ଏହା ସମ୍ଭବ ହୋଇପାରି ନଥାନ୍ତା।

୬. ଆପଣ ଶାସକ ବର୍ଗର ଲୋକ। ଆପଣଙ୍କ ପୂର୍ବପୁରୁଷ ଶାସନ କରୁଥିଲେ,ଲୋକଙ୍କୁ ନିୟୋଜିତ କରୁଥିଲେ। ଏବେ କିନ୍ତୁ ସରକାର ଆପଣଙ୍କୁ ପାଉଣା ଦେଉଛନ୍ତି। ଏହା ଶୁଣିବା ପାଇଁ ଟିକେ ଅଖାଡୁଆ ଲାଗୁନାହିଁ ?
ଉତ୍ତର: ଗଜପତି କୌଣସି ବ୍ୟକ୍ତି ନୁହଁନ୍ତି। ବାସ୍ତବରେ ଗଜପତି ହେଉଛନ୍ତି ଏକ ଅନୁଷ୍ଠାନ। ଏହି ଅନୁଷ୍ଠାନଟି ଶ୍ରୀମନ୍ଦିର ଏବଂ ମହାପ୍ରଭୁଙ୍କର ସଂସ୍କୃତି ସହିତ ଜଡ଼ିତ। ତେଣୁ ଗଜପତି ପରମ୍ପରାକୁ ଜୀବିତ ରଖିବାକୁ ହେବ। ଏହା ହେଉଛି ଆମର କର୍ତ୍ତବ୍ୟ। ପରମ୍ପରାକୁ ଜୀବିତ ରଖିବା ପାଇଁ ଅର୍ଥର ଆବଶ୍ୟକତା ରହିଛି। ଗଜପତିଙ୍କର କୌଣସି ବ୍ୟବସାୟ ନାହିଁ କିମ୍ୱା ରାଜସ୍ଥାନ ରାଜପରିବାର ପରି ସମ୍ପତ୍ତି ଓ ପତିପ୍ରତି ନାହିଁ। ବର୍ତ୍ତମାନ ଗଜପତିଙ୍କର ଯାହା ଆୟ, ତାହା କେବଳ ଜଗନ୍ନାଥ ସଂସ୍କୃତିକୁ ଜୀବିତ ରଖିବା ପାଇଁ ଏକ ନିମିତ୍ତ ମାତ୍ର। ତେଣୁ ଗଜପତି ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପାଉଣା ଏକମାତ୍ର ସମ୍ୱଳ। ଗଜପତି କେବେ ହେଲେ ସାଇକେଲ୍‌ରେ ବୁଲି ପାରିବେ ନାହିଁ। ତେଣୁ ଗଜପତିର ସମ୍ମାନ ରକ୍ଷା କରିବା ପାଇଁ, ରାଜବାଟୀ ଛିଡ଼ା ରଖିବା ପାଇଁ ଏବଂ ଶ୍ରୀମନ୍ଦିର ପରମ୍ପରା ପରି ଶ୍ରୀନଅରର ପରମ୍ପରାକୁ ବଜାୟ ରଖିବା ପାଇଁ ଅର୍ଥର ଆବଶ୍ୟକତା ରହିଛି।

୭. ପରବର୍ତ୍ତୀ ଗଜପତି କିଏ ?
ଉତ୍ତର: ଏହି ସେବା ହେଉଛି, ମହାପ୍ରଭୁଙ୍କର ସେବା। ଗଜପତିଙ୍କର ନିଜର ସେବା ନୁହେଁ। ମହାପ୍ରଭୁ ହିଁ ନିଯୁକ୍ତି କରନ୍ତି। ତେଣୁ ପରବର୍ତ୍ତୀ ସେବକ କିଏ ହେବ, ତାହା ମହାପ୍ରଭୁଙ୍କ ନିଷ୍ପତ୍ତି। ତେଣୁ ମହାପ୍ରଭୁଙ୍କ ଉପରେ ହିଁ ଏହାକୁ ଛାଡ଼ିଦେବା।

https://www.youtube.com/watch?v=mk1mPIkIcyE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story