Advertisment

ଓଡ଼ିଶାରେ ସେଓ ଚାଷ କରି ସଫଳ ହେଲେ ଉମାକାନ୍ତ

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ଓଡିଶାରେ ସେଓ ଚାଷ କରି ସଫଳତା ହାସଲ କରିଛନ୍ତି ଜଣେ ଯୁବ ଚାଷୀ। ଅତ୍ୟଧିକ ଥଣ୍ଡା ଜଳବାୟୁରେ ଫଳୁଥିବା ସେଓକୁ ୪୦ରୁ ୪୫ ଡିଗ୍ରୀ ତାପମାତ୍ରାରେ ପରୀକ୍ଷାମୂଳକ ଭାବେ ଚାଷ କରି ସଫଳ ହୋଇଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗମ୍ଭରାମୁଣ୍ଡା ଅଂଚଳର ଉମାକାନ୍ତ କାଉଡ଼ି। ଉମାକାନ୍ତ ଏକ ଘରୋଇ କଂପାନୀରୁ ଚାକିରି ଛାଡ଼ିବା ପରେ ଗାଁକୁ ଆସି ଚାଷ କରିବାକୁ ମନ ବଳାଇଥିଲେ। ଅଧିକ ତାପମାତ୍ରାରେ ମଧ୍ୟ ସେଓ ଚାଷ କରି ହେବ […]

author-image
Labanya Jyoti Masant
ଅଦ୍ୟତନ ହୋଇଛି
ଓଡ଼ିଶାରେ ସେଓ ଚାଷ କରି ସଫଳ ହେଲେ ଉମାକାନ୍ତ

SambalpurAppleFarming

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ଓଡିଶାରେ ସେଓ ଚାଷ କରି ସଫଳତା ହାସଲ କରିଛନ୍ତି ଜଣେ ଯୁବ ଚାଷୀ। ଅତ୍ୟଧିକ ଥଣ୍ଡା ଜଳବାୟୁରେ ଫଳୁଥିବା ସେଓକୁ ୪୦ରୁ ୪୫ ଡିଗ୍ରୀ ତାପମାତ୍ରାରେ ପରୀକ୍ଷାମୂଳକ ଭାବେ ଚାଷ କରି ସଫଳ ହୋଇଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗମ୍ଭରାମୁଣ୍ଡା ଅଂଚଳର ଉମାକାନ୍ତ କାଉଡ଼ି।

Advertisment

ଉମାକାନ୍ତ ଏକ ଘରୋଇ କଂପାନୀରୁ ଚାକିରି ଛାଡ଼ିବା ପରେ ଗାଁକୁ ଆସି ଚାଷ କରିବାକୁ ମନ ବଳାଇଥିଲେ। ଅଧିକ ତାପମାତ୍ରାରେ ମଧ୍ୟ ସେଓ ଚାଷ କରି ହେବ ବୋଲି ସୋସିଆଲ ମିଡିଆରୁ ଜାଣିପାରିଥିଲେ। ଏହାପରେ ସେ ଅନ୍‌ଲାଇନରେ ୫୦ଟି ସେଓ ଚାରା ମଗାଇଥିଲେ। ଗୋଟେ ଚାରା ପାଇଁ ସେ ୩୬୦ ଟଙ୍କା ଦେଇଥିଲେ।

publive-imageଉମାକାନ୍ତ କହିଛନ୍ତି, “୪୦ରୁ ୪୫ ଡିଗ୍ରୀ ଖରାରେ ସେଓ ଚାଷ ହୋଇପାରିବ ବୋଲି ମୁଁ ୟୁଟ୍ୟୁବରୁ ଜାଣିବାକୁ ପାଇଲି। ତା‘ପରେ ସେ ତାକୁ ନିଜ ବାଡ଼ିରେ ଚାରା ମଗାଇ ଲଗାଇଲି। ୩ ବର୍ଷରେ ଫଳ ଫଳିବ ବୋଲି କୁହାଯାଉଥିବା ବେଳେ ମାତ୍ର ୧୭ ମାସରେ ଫଳିଥିବାରୁ ମୁଁ ଅତ୍ୟନ୍ତ ଖୁସି।”

Advertisment

ଆଗକୁ ୫୦୦ ରୁ ୬୦୦ ସେଓ ଗଛ ଲଗାଇବାକୁ ଯୋଜନା କରିଛନ୍ତି ଉମାକାନ୍ତ।

publive-imageତାଙ୍କର ଏଭଳି ପ୍ରୟାସକୁ ଭୁରି-ଭୁରି ପ୍ରଂଶସା କରିଛନ୍ତି ସ୍ଥାନୀୟ ବାସିନ୍ଦା। ସରକାରୀ ସାହାଯ୍ୟ, ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଆଗକୁ ସେ ଆହୁରି ଭଲ ଚାଷ କରିବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ଗ୍ରାମବାସୀ।

publive-imageସେଓ ଚାଷ ପାଇଁ ଉମାକାନ୍ତଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି  କୁଚିଣ୍ଡା ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଭୀମସେନ ରାଉତ।

Odisha Reporter