Advertisment

ନୃଶଂସ ମୁଲ୍ଲା ଦାଦୁଲ୍ଲା, ତାଲିବାନୀ ବି ଏହି ନେତାକୁ ଡରନ୍ତି

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ପୂରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷ କରି ମହିଳାମାନେ ତାଲିବାନୀଙ୍କ ଦ୍ୱାରା କେଉଁଭଳି ଅତ୍ୟାଚାରର ଶିକାର ହେଉଥିଲେ, ସେକଥା ଭାବିଲା ବେଳକୁ ଦେହ ଶୀତେଇ ଯାଉଛି। ୨୦୨୦ ମସିହା ନଭେମ୍ବର ମାସରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜଣେ ମହିଳାଙ୍କ ସହ ତାଲିବାନ କେମିତି ବର୍ବରତା କରିଥିଲା, ସେକଥା ପ୍ରକାଶ ପାଇଥିଲା। ମହିଳା ଜଣଙ୍କ ଆଫଗାନ ପୁଲିସ୍‌ ବାହିନୀରେ ଚାକିରି କରିଥିବାରୁ ତାଙ୍କୁ ତାଲିବାନୀମାନେ ଗୁଳି କରିବା ସହ […]

ଅଦ୍ୟତନ ହୋଇଛି
ନୃଶଂସ ମୁଲ୍ଲା ଦାଦୁଲ୍ଲା, ତାଲିବାନୀ ବି ଏହି ନେତାକୁ ଡରନ୍ତି

Mullah

Advertisment

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ପୂରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷ କରି ମହିଳାମାନେ ତାଲିବାନୀଙ୍କ ଦ୍ୱାରା କେଉଁଭଳି ଅତ୍ୟାଚାରର ଶିକାର ହେଉଥିଲେ, ସେକଥା ଭାବିଲା ବେଳକୁ ଦେହ ଶୀତେଇ ଯାଉଛି। ୨୦୨୦ ମସିହା ନଭେମ୍ବର ମାସରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜଣେ ମହିଳାଙ୍କ ସହ ତାଲିବାନ କେମିତି ବର୍ବରତା କରିଥିଲା, ସେକଥା ପ୍ରକାଶ ପାଇଥିଲା।

Advertisment

ମହିଳା ଜଣଙ୍କ ଆଫଗାନ ପୁଲିସ୍‌ ବାହିନୀରେ ଚାକିରି କରିଥିବାରୁ ତାଙ୍କୁ ତାଲିବାନୀମାନେ ଗୁଳି କରିବା ସହ ଦୁଇଟି ଯାକ ଆଖି ତାଡ଼ି ହତ୍ୟା କରିଥିଲେ। ମହିଳା ଜଣଙ୍କ ଆଫଗାନର ଘଜନି ପ୍ରଦେଶରେ କାମ କରୁଥିବା ବେଳେ ଅକ୍ଟୋବର ମାସରେ ଆକ୍ରମଣର ଶିକାର ହୋଇଥିଲେ।

ମେ’ ମାସରେ ତାଲିବାନ ଆଫଗାନ ଦଖଲ ପ୍ରକ୍ରିୟା ଆରମ୍ଭ କରିଥିଲା। ଏହି ସମୟରେ କାନ୍ଦାହାରର ଜଣେ ବ୍ୟକ୍ତି କାମାଲୁଦ୍ଦିନଙ୍କ ବିଷୟରେ ଦି ୱାର୍ଲ୍ଡ ଷ୍ଟ୍ରିଟ ଜର୍ଣ୍ଣାଲ ଖବର ପ୍ରକାଶ କରିଥିଲା। କାମାଲୁଦ୍ଦିନ ଗୋଟିଏ ସେଲୁନକୁ ଯିବା ସହ ଦାଡ଼ି କାଟି ନିଶ ରଖିବାକୁ ଚାହିଁଥିଲେ।

Advertisment

କିନ୍ତୁ ଏଥିପାଇଁ ତାଙ୍କ ବାପା ଓ ଭାଇଙ୍କ ସହ ତାଲିବାନୀମାନେ ଯାହା କରିଥିଲେ, ସେକଥା ତାଙ୍କର ମନେପଡ଼ି ଯାଇଥିଲେ। ସେ ନିଜର ଯୋଜନା ବଦଳାଇ ଦେଇଥିଲେ। ସେମାନେ ସ୍ମାର୍ଟଫୋନ ବ୍ୟବହାର କରୁଥିବାରୁ ତାଲିବାନ ପକ୍ଷରୁ ସେମାନଙ୍କୁ ଦଣ୍ଡ ଦିଆଯାଇଥିଲା। ଉଭୟଙ୍କ ଫୋନକୁ ଭଙ୍ଗା ଯିବା ସହ ସିମ୍‌ କାର୍ଡକୁ ନଷ୍ଟ କରିଦିଆଯାଇଥିଲା। ଏବେ ତାଲିବାନ ପୁଣି ଶାସନକୁ ଫେରିଥିବାରୁ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି।

କିନ୍ତୁ ଏହି ଭୟର କାରଣ ହେଉଛି ନୃଶଂସ ମୁଲ୍ଲା ଦାଦୁଲ୍ଲା। ସେ କେମିତି ଲୋକଙ୍କ ସହ କାଣ୍ଡ ଭିଆଉଥିଲା, ସେକଥା ସମସ୍ତେ ଭଲ ଭାବେ ଅବଗତ ଅଛନ୍ତି। ଦାଦୁଲ୍ଲା ଏତେ ଭୟଙ୍କର ଥିଲା ଯେ ତା’କୁ ତାଲିବାନୀମାନେ ମଧ୍ୟ ଡରୁଥିଲେ।

ପୂର୍ବରୁ ତାଲିବାନ ୧୯୯୬ରୁ ୨୦୦୧ ଯାଏ ଆଫଗାନରେ ଶାସନ କରିଥିଲା। ୧୯୯୦ ମସିହାରେ ଯେତେବେଳେ ଆଫଗାନରେ ତାଲିବାନ ତା’ର ଦବଦବା ଦେଖାଇବା ଆରମ୍ଭ କରିଥିଲା ସେତେବେଳେ ସଂଗଠନର ମେରୁଦଣ୍ଡ ଥିଲା ମୁଲ୍ଲା ଦାଦୁଲ୍ଲା। ତା’ର କାର୍ଯ୍ୟକଳାପ ପାଇଁ ତାଲିବାନ ମୁଖ୍ୟ ମୁଲ୍ଲା ଓମାର ମଧ୍ୟ ତା’କୁ ପସନ୍ଦ କରୁ ନଥିଲା। ତଥାପି ସେ ସଂଗଠନ ପାଇଁ କାମ କରୁଥିଲା। ସଂଗଠନରେ ଦାଦୁଲ୍ଲାର ମଧ୍ୟ ହକୁମାତି ଚାଲୁଥିଲା।

୧୯୮୦ରେ ଉଭୟ ମୁଲ୍ଲା ଓମାର ଓ ମୁଲ୍ଲା ଦାଦୁଲ୍ଲା ମୁଜାହିଦ୍ଦିନ ଭାବେ ସୋଭିଏତ ଫୋର୍ସ ବିରୋଧରେ ଲଢ଼େଇ କରିଥିଲେ। ସୋଭିଏତ ବିରୋଧରେ ଜିହାଦ କରିବା ବେଳେ ଓମାର ଗୋଟିଏ ଆଖି ହରାଇଥିଲା ଓ ଦାଦୁଲ୍ଲା ଗୋଟିଏ ଗୋଡ଼ ହରାଇଥିଲା।

ମୁଲ୍ଲା ଦାଦୁଲ୍ଲା ଏତେ ଖତରନାକ ଥିଲା ଯେ ତାଲିବାନକୁ ବିରୋଧ କରୁଥିବା ଗାଁରେ ସଂପୂର୍ଣ୍ଣ ନିଆଁ ଲଗାଇ ଦେଉଥିଲା। ଶତ୍ରୁତମାନଙ୍କୁ ଅପହରଣ କରି ମୁଣ୍ଡ କାଟ ଠାରୁ ଆରମ୍ଭ କରି ସର୍ବସମ୍ମୁଖରେ ଅତ୍ୟନ୍ତ ବୀଭତ୍ସ ଭାବେ ମାରୁଥିଲା। ତା’ ହୃଦୟ ଏତେ ନିଷ୍ଠୁର ଥିଲା ଯେ ସେ ମହିଳା ଓ ଶିଶୁମାନଙ୍କୁ ବି କ୍ଷମା କରୁ ନଥିଲା। ସମସ୍ତଙ୍କୁ ହତ୍ୟା କରିବା ହିଁ ତା’ର ଏକମାତ୍ର ଲକ୍ଷ୍ୟ ରହିଥିଲା।

ଛୋଟ ପିଲାମାନଙ୍କୁ ମୁଲ୍ଲା ଦାଦୁଲ୍ଲା ମାରୁଥିବାରୁ ମୁଲ୍ଲା ଓମାର ଏଥିରେ ବରିକ୍ତ ପ୍ରକାଶ କରିଥିଲା। ଫଳରେ ୧୯୯୭ରେ ତା’କୁ ସଂଗଠନରୁ ମୁଲ୍ଲା ଓମାର ବାହାର କରିଦେଇଥିଲା। ସଂଗଠନରୁ ବାହାରି ପରେ ସେ ଶତାଧିକ ଲୋକଙ୍କୁ ନେଇ ନିଜର ଗୋଟିଏ ଗୋଷ୍ଠୀ ଗଠନ କରିଥିଲା। ଏଥିରେ ଆତ୍ମଘାତୀ ଆତଙ୍କବାଦୀମାନେ ବି ରହିଥିଲେ।

୨୦୦୦ ମସହାରେ ବାମୟାନରେ ରହୁଥିବା ହାଜାର ସଂଖ୍ୟାଲଘୁଙ୍କ ନରସଂହାର କରିବାକୁ ଦାଦୁଲ୍ଲା ନିର୍ଦ୍ଦେଶ ଦେଇଥିଲା। ୨୦୦୧ରେ ବୋମା ବର୍ଷଣ କରି ବାମୟାନରେ ଥିବା ଦୁଇଟି ବୁଦ୍ଧ ପ୍ରତିମୂର୍ତ୍ତିକୁ ମଧ୍ୟ ଦାଦୁଲ୍ଲା ଧ୍ୱଂସ କରିଦେଇଥିଲା। ରେଡିଓରେ ସେହି ବର୍ଷ ସେ ଶିହା ମୁସଲିମଙ୍କୁ ହତ୍ୟା କରିବାକୁ ଆହ୍ୱାନ କରିଥିଲେ।

ତେବେ ଆମେରିକା ଫୋର୍ସ ଆଫଗାନରେ ପ୍ରବେଶ କରିବାରୁ ସେ ଫେରାର ହୋଇଯାଇଥିଲା। କିନ୍ତୁ ଏହାର ୬ ବର୍ଷ ପରେ ଆମେରିକା ଓ ନାଟୋ ରେଡ୍ରେ ତା’ର ମୃତ୍ୟୁ ଘଟିଥିଲା। ତା’ ପାଖରେ କାମ କରୁଥିବା ସଦସ୍ୟମାନେ ଏବେ ବି ତାଲିବାନ ସହ ରହିଛନ୍ତି। ମୁଲ୍ଲା ଓମାର ମଧ୍ୟ ୨୦୧୩ରୁ ମରି ସାରିଛି। କିନ୍ତୁ ଦାଦୁଲ୍ଲା ନୀତିରେ ତାଲିବାନୀମାନେ ଚାଲୁଥିବାରୁ ପୁଣିଥରେ ଆଫଗାନରେ ନରସଂହାର ଠାରୁ ଆରମ୍ଭ କରି ହିଂସା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

Taliban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe