୧୯୭୭ରୁ ୨୦୦୦: ବେଙ୍ଗଲରେ ଜ୍ୟୋତି ବସୁଙ୍କ ଯୁଗ

କୋଲକାତା: କଂଗ୍ରେସକୁ କ୍ଷମତାରୁ ହଟାଇ ବେଙ୍ଗଲରେ ଆରମ୍ଭ ହୋଇଥିଲା ବାମପନ୍ଥୀ ଶାସନ। ୧୯୭୭ରୁ ୨୦୦୦ ମସିହା ଯାଏ ବାମପନ୍ଥୀ ନେତା ଜ୍ୟୋତି ବସୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ନୂଆ ରାଜନୀତିକ ରେକର୍ଡ ସୃଷ୍ଟି କରିଥିଲେ। ସେ ଦୀର୍ଘ ୨୩ ବର୍ଷ ୧୩୭ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ଦେଶରେ କୌଣସି ରାଜନେତା ଏତେ ଦିନ କେବେ ହେଲେ କ୍ଷମତାରେ ରହିବାକୁ ସକ୍ଷମ ହୋଇ ନଥିଲେ। ହେଲେ ଜ୍ୟୋତି ବସୁ ସବୁ […]

Jyoti-Basu

Jyoti-Basu

Hemant Lenka
  • Published: Friday, 05 March 2021
  • Updated: 05 March 2021, 04:04 PM IST

Sports

Latest News

କୋଲକାତା: କଂଗ୍ରେସକୁ କ୍ଷମତାରୁ ହଟାଇ ବେଙ୍ଗଲରେ ଆରମ୍ଭ ହୋଇଥିଲା ବାମପନ୍ଥୀ ଶାସନ। ୧୯୭୭ରୁ ୨୦୦୦ ମସିହା ଯାଏ ବାମପନ୍ଥୀ ନେତା ଜ୍ୟୋତି ବସୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ନୂଆ ରାଜନୀତିକ ରେକର୍ଡ ସୃଷ୍ଟି କରିଥିଲେ। ସେ ଦୀର୍ଘ ୨୩ ବର୍ଷ ୧୩୭ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ଦେଶରେ କୌଣସି ରାଜନେତା ଏତେ ଦିନ କେବେ ହେଲେ କ୍ଷମତାରେ ରହିବାକୁ ସକ୍ଷମ ହୋଇ ନଥିଲେ। ହେଲେ ଜ୍ୟୋତି ବସୁ ସବୁ ଅସମ୍ଭବକୁ ସମ୍ଭବ କରିଥିଲେ।

୧୯୭୭ ଜୁନ୍‌ ୧୪ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। କେନ୍ଦ୍ରରେ ଇନ୍ଦିରା ଗାନ୍ଧି ସରକାରର ପତନ ପରେ ଏହି ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ଲେଫ୍ଟ ଫ୍ରଣ୍ଟ ଏକତରଫା ବିଜୟ ହାସଲ କରିଥିଲା। ଏଥିସହ ବେଙ୍ଗଲରେ ବାମପନ୍ଥୀ ସରକାର କରିଥିବା ୩୪ ବର୍ଷ ଶାସନର ମୂଳଦୁଆ ପଡ଼ିଥିଲା। ପ୍ରଥମ ବାମପନ୍ଥୀ ନେତା ଭାବେ ଜ୍ୟୋତି ବସୁ ବେଙ୍ଗଲର ମୁଖ୍ୟମନ୍ତ୍ରୀ ହୋଇଥିଲେ।

୧୯୭୭ ମସିହା ମାର୍ଚ୍ଚରେ ଜନତା ପାର୍ଟି କେନ୍ଦ୍ରରେ କ୍ଷମତା ଦଖଲ କରିଥିଲା। ଏହାପରେ କେନ୍ଦ୍ର ସରକାର ଦେଶର ୯ଟି ରାଜ୍ୟରେ କ୍ଷମତାରେ ଥିବା ଜାତୀୟ କଂଗ୍ରେସ(ଆର)ର ବିଧାନସଭାକୁ ଭଙ୍ଗ କରିବାକୁ ଚାହିଁଥିଲା। ଏହି ବିଧାନସଭା ମଧ୍ୟରେ ବେଙ୍ଗଲ ମଧ୍ୟ ରହିଥିଲା।

ଜନତା ପାର୍ଟି ସରକାରର ଏହି ନିଷ୍ପତ୍ତିକୁ ପଶ୍ଚିମବଙ୍ଗର କ୍ଷମତାସୀନ କଂଗ୍ରେସ(ଆର) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ହେଲେ ସୁପ୍ରିମକୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ଫଳରେ ବିଧାନସଭା ଭଙ୍ଗ ହୋଇଥିଲା।୧୯୭୭ ମସିହା ସଂସଦୀୟ ନିର୍ବାଚନରେ ଜନତା ପାର୍ଟି ଓ ବାମପନ୍ଥୀ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। ହେଲେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଉଭୟ ଦଳ ମଧ୍ୟରେ ସିଟ୍‌ ଶେୟାରିଂକୁ ନେଇ ମତ ପାର୍ଥକ୍ୟ ଦେଖାଯାଇଥିଲା।

ଜନତା ପାର୍ଟିକୁ ୫୬% ସିଟ୍‌ ଦେବାକୁ ଲେଫ୍ଟ ଫ୍ରଣ୍ଟ ରାଜି ହୋଇଥିଲା। ସେହିପରି ମେଣ୍ଟ ସରକାର ଗଠନ ହେଲେ ଜନତା ପାର୍ଟିର ସଦସ୍ୟ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଥିଲା। ହେଲେ ଜନତା ପାର୍ଟି ୭୦% ସିଟ୍‌ ପାଇଁ ଦାବି କରିବାରୁ ଉଭୟ ଅଲଗା ହୋଇଯାଇଥିଲେ।

ଶେଷରେ ରାଜ୍ୟର ୨୯୪ ବିଧାନସଭା ଆସନରେ କଂଗ୍ରେସ (ଆର୍‌), ଜନତା ପାର୍ଟି ଓ ଲେଫ୍ଟ ଫ୍ରଣ୍ଟ ମଧ୍ୟରେ ଲଢ଼େଇ ହୋଇଥିଲା। ଲେ‍ଫ୍ଟ ଫ୍ରଣ୍ଟ ମୋଟ ୨୯୩ ଆସନରେ ପ୍ରାର୍ଥୀ ଦେଇଥିଲା। ଏହା ମଧ୍ୟରୁ ୨୨୪ଟିରେ ସିପିଆଇଏମ, ଅଲ ଇଣ୍ଡିଆର ଫରୱାର୍ଡ ବ୍ଲକ ୩୬, ରେଭ୍ୟୁଲେସନାରୀ ସୋସିଆଲିଷ୍ଟ ପାର୍ଟି ୨୩, ମାର୍କସବାଦୀ ଫରୱାର୍ଡ ବ୍ଲକ ୨, ରେଭ୍ୟୁଲେସନାରୀ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ୪, ବିପ୍ଲବୀ ବଙ୍ଗଳା କଂଗ୍ରେସ ୨ ଓ ଲେଫ୍ଟ ଫ୍ରଣ୍ଟ ସମର୍ଥିତ ଜଣେ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। କଂଗ୍ରେସ (ଆର) ୨୯୦ ଓ ଜନତା ପାର୍ଟି ୨୮୯ଟି ଆସନରେ ପ୍ରାର୍ଥୀ ଦେଇଥିଲେ।

ବିଧାନସଭା ନିର୍ବାଚନରେ ଲେଫ୍ଟ ଫ୍ରଣ୍ଟ ୨୯୪ଟି ଆସନରୁ ୨୩୧ଟି ବାଜିମାତ କରିଥିଲା। ଜନତା ପାର୍ଟି ୨୯ଟି ଓ କଂଗ୍ରେସ(ଆର୍‌) ୨୦ଟି ଆସନରେ ଜିତିବାକୁ ସକ୍ଷମ ହୋଇଥିଲା। ସେହିପରି ସିପିଆଇ ମାତ୍ର ୨ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ଏକତରଫା ବିଜୟ ପରେ ୧୯୭୭ ମସିହା ଜୁନ୍‌ ୨୧ରେ ଲେଫ୍ଟ ଫ୍ରଣ୍ଟ ସରକାର ଗଠନ କରିଥିଲା ଓ ଜ୍ୟୋତି ବସୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେ ଏହି ପଦରେ ୧୯୮୨ ମସିହା ମେ’ ୨୩ ଯାଏ କାର୍ଯ୍ୟ କରିଥିଲେ।

୧୯୮୨ରେ ପଶ୍ଚିମବଙ୍ଗର ୯ମ ବିଧାନସଭା ନିର୍ବାଚନରେ ପୂର୍ବଭଳି ଲେଫ୍ଟ ଫ୍ରଣ୍ଟ ବିଜୟୀ ହୋଇଥିଲା। କଂଗ୍ରେସ(ଆର୍) ମୁଖ୍ୟ ବିରୋଧୀ ଦଳ ଭାବେ ମାନ୍ୟତା ପାଇଥିବା ବେଳେ ଜନତା ପାର୍ଟି ତୃତୀୟ ସ୍ଥାନକୁ ଖସି ଯାଇଥିଲା। ୧୯୮୨ ଜାନୁଆରୀ ୬ରେ କ୍ଷମତାସୀନ ସରକାର ମୌସୁମୀ ଅଧିବେଶନକୁ ଦୃଷ୍ଟିରେ ରଖି ୧୯୮୨ ମସିହା ମାର୍ଚ୍ଚ ୧୫ରେ ବିଧାନସଭା ନିର୍ବାଚନ କରିବାକୁ କହିଥିଲେ। କିନ୍ତୁ ବିଧାନସଭା ନିର୍ବାଚନ ମେ’ ମାସରେ ହିଁ ହୋଇଥିଲା। ବେଙ୍ଗଲ ସହ କେରଳ, ହିମାଚଳ ଓ ହରିଆଣାରେ ଏକାସଙ୍ଗେ ଭୋଟିଂ ହୋଇଥିଲା।

୧୯୮୨ ବିଧାନସଭା ନିର୍ବାଚନ ପୂର୍ବରୁ ଲେଫ୍ଟ ଫ୍ରଣ୍ଟରେ ସିପିଆଇ, ପଶ୍ଚିମବଙ୍ଗ ସୋସିଆଲିଷ୍ଟ ପାର୍ଟି ଓ ଡେମୋକ୍ରାଟିକ ସୋସିଆଲିଷ୍ଟ ପାର୍ଟି ସାମିଲ ହୋଇଥିଲେ। ତେବେ ସିପିଆଇର ମିଶ୍ରଣକୁ ନେଇ ମେଣ୍ଟରେ ତିକ୍ତତା ସୃଷ୍ଟି ହୋଇଥିଲା। ୧୯୮୨ରେ ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେଇଥିଲା।

ଲେଫ୍ଟ ଫ୍ରଣ୍ଟ ଭଳି ବିଜେପି ମଧ୍ୟ ମାର୍ଚ୍ଚ ମାସରେ ନିର୍ବାଚନ ପାଇଁ ଦାବି କରିଥିଲା। ୧୯୮୨ ବିଧାନସଭା ନିର୍ବାଚନ ପୂର୍ବରୁ ଗୋର୍ଖା ଆନ୍ଦୋଳନ ଦାର୍ଜିଲିଂରେ ଆରମ୍ଭ ହୋଇଥିଲା। ସ୍ୱତନ୍ତ୍ର ରାଜ୍ୟ ପାଇଁ ଦାର୍ଜିଲିଂରେ ଆନ୍ଦୋଳନ ହେବା ସହ ନୋ ଷ୍ଟେଟ ଓ ନୋ ଭୋଟ ନାରା ଦିଆଯାଇଥିଲା। ତଥାପି ଏଠାରେ ୫୯.୦୪% ମତଦାନ ହୋଇଥିଲା। ସିପିଆଇଏମ ସ୍ୱତନ୍ତ୍ର ଗୋର୍ଖା ଲ୍ୟାଣ୍ଡ ଦାବିକୁ ବିରୋଧ କରିଥିଲା। ଏଥିପାଇଁ ଦଳ ଏଠାରେ ଥିବା ୪ ବିଧାନସଭା ଆସନରୁ ୩ଟିରେ ଜିତିଥିଲା।

୧୯୮୨ ବିଧାନସଭା ନିର୍ବାଚନରେ ଲେଫ୍ଟ ଫ୍ରଣ୍ଟ ୨୯୪ଟି ଆସନରୁ ଏକାକୀ ୨୩୮ଟିରେ ବାଜିମାତ କରିଥିଲା। ଜାତୀୟ କଂଗ୍ରେସ (ଆଇ) ୪୯ଟି, ଭାରତୀୟ କଂଗ୍ରେସ (ଏସ୍‌) ୪ଟି, ଜନତା ପାର୍ଟି ଓ ବିଜେପି ଗୋଟିଏ ବି ଆସନ ଜିତି ପାରି ନଥିଲେ। ଲେଫ୍ଟ ଫ୍ରଣ୍ଟ ଜିତିବାରୁ ଜ୍ୟୋତି ବସୁ ୧୯୮୨ ମସିହା ମେ’ ୨୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେ ଏହି ପଦରେ ୧୯୮୭ ମସିହା ୨୯ ମାର୍ଚ୍ଚ ଯାଏ କାର୍ଯ୍ୟ କରିଥିଲେ।

୧୯୮୭ ମସିହା ବିଧାନସଭା ନିର୍ବାଚନରେ ଦ୍ୱିପାକ୍ଷିକ ଲଢ଼େଇ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ଲେଫ୍ଟ ଫ୍ରଣ୍ଟର ଜ୍ୟୋତି ବସୁ ଓ ଅନ୍ୟପଟେ ଭାରତୀୟ ଜାତୀୟ କଂଗ୍ରେସ(ଆଇ)ର ରାଜୀବ ଗାନ୍ଧି। ତେବେ ଏହି ଲଢ଼େଇରେ ଜ୍ୟୋତି ବସୁଙ୍କ ବିଜୟ ହୋଇଥିଲା। ତୃତୀୟ ଥର ପାଇଁ ଲେଫ୍ଟ ଫ୍ରଣ୍ଟ ରାଜ୍ୟରେ କ୍ଷମତା ଦଖଲ କରିଥିଲା।

୧୯୮୭ ନିର୍ବାଚନରେ ଲେଫ୍ଟ ଫ୍ରଣ୍ଟ ୮୭ ଜଣ ବିଧାୟକଙ୍କୁ ଟିକେଟ ଦେଇ ନଥିଲା। ଏଥିସହ ୩୫ ଜଣ ଛାତ୍ର ନେତାଙ୍କୁ ସିପିଆଇଏମ ଟିକେଟ ଦେଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା। ଜ୍ୟୋତି ବସୁ ସିପିଆଇଏମ ପ୍ରାର୍ଥୀ ଦେଇଥିବା ସବୁ ନିର୍ବାଚନ ମଣ୍ଡଳୀକୁ ଯାଇ ପ୍ରଚାର କରିଥିଲେ। କେନ୍ଦ୍ର ଅବହେଳା କଥା ଉଠାଇ ସେ ଲୋକଙ୍କୁ ଭୋଟ ମାଗିଥିଲେ।

ଅନ୍ୟପକ୍ଷରେ କଂଗ୍ରେସ ନୂତନ ବେଙ୍ଗଲ ବା ନୂଆ ବେଙ୍ଗଲ ଗଠନ ନାରାରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲା। ଦଳର ଷ୍ଟାର ପ୍ରଚାରକ ଥିଲେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି। ସେ ନିୟମିତ ଦିଲ୍ଲୀରୁ ଆସି ବେଙ୍ଗଲରେ ପ୍ରଚାର କରୁଥିଲେ। ନିର୍ବାଚନ ପୂର୍ବରୁ ରାଜୀବ ଗାନ୍ଧି ଓ ଗୋର୍ଖା ନ୍ୟାଶନାଲ ଲିବେରେସନ ଫ୍ରଣ୍ଟ ମଧ୍ୟରେ ଗୋଟିଏ ବୁଝାମଣା ହୋଇଥିଲା।

ଏଥିସହ ଦାର୍ଜିଲିଂରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା ଓ ଏକାଧିକ ପୁଲିସ୍‌ କର୍ମଚାରୀ ପ୍ରାଣ ହରାଇଥିଲେ। ଶେଷରେ ଭୋଟ ହୋଇଥିଲା ଓ ଲେଫ୍ଟ ଫ୍ରଣ୍ଟ ୨୯୪ଟି ଆସନରୁ ୨୫୧ଟିରେ ଜିତିଥିଲା। ଜାତୀୟ କଂଗ୍ରେସ (ଆଇ) ୪୦ଟି, ସୋସିଆଲିଷ୍ଟ ୟୁନିଟି ସେଣ୍ଟର ଅଫ ଇଣ୍ଡିଆ ୨, ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍‌ ୧ଟି ଆସନ ଜିତିଥିବା ବେଳେ ଜନତା ପାର୍ଟି ଓ ବିଜେପି ଖାତା ଖୋଲି ପାରି ନଥିଲେ।

ଲେଫ୍ଟ ଫ୍ରଣ୍ଟ ଜିତିବାରୁ ଜ୍ୟୋତି ବସୁ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ୧୯୮୭ ମସିହା ମାର୍ଚ୍ଚ ୩୦ରୁ ୧୯୯୧ ମସିହା ଜୁନ୍‌ ୧୮ ଯାଏ କାର୍ଯ୍ୟ କରିଥିଲେ।

ଦେଶର ଲୋକସଭା ନିର୍ବାଚନ ସହ ସମାନ୍ତରଳ ଭାବେ ୧୯୯୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୯୮୭ରେ କ୍ଷମତା ଦଖଲ କରିଥିବା ସରକାରର କାର୍ଯ୍ୟକାଳ ୧୯୯୨ ମସିହା ଫେବୃଆରୀ ମାସ ଯାଏ ଥିଲା। ତଥାପି ପଶ୍ଚିମବଙ୍ଗ ରାଜ୍ୟପାଳ ଆଗୁଆ ନିର୍ବାଚନ କରିବାକୁ ନିର୍ବାଚନ କମିଶନଙ୍କୁ ସୁପାରିସ କରିଥିଲେ।

୧୯୯୧ ବିଧାନସଭା ନିର୍ବାଚନରେ ଲେଫ୍ଟ ଫ୍ରଣ୍ଟ ଧର୍ମନିରପେକ୍ଷତା, ସଂପ୍ରଦାୟିକ ସଦଭାବ ଓ ମଣ୍ଡଳ କମିଶନଙ୍କ ପ୍ରସ୍ତାବ ଗୁଡ଼ିକ ଉପରେ ଫୋକସ କରିଥିଲା। ଜଣେ ମନ୍ତ୍ରୀଙ୍କୁ ମିଶାଇ ସିପିଆଇଏମ ୨୩ ଜଣ ବିଧାୟକଙ୍କୁ ଟିକେଟ ବି ଦେଇ ନଥିଲା। ଏହି କାରଣରୁ ଦଳ ୨୦୪ଟି ଆସନରେ ପ୍ରାର୍ଥୀ ଦେଇଥିଲା।

ଜାତୀୟ କଂଗ୍ରେସ ୧୯୯୧ ମସିହାରେ ଝାରଖଣ୍ଡ ପାର୍ଟି, ଜିଏନଏଲଏଫ, ୟୁସିପିଆଇ ଓ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ମେଣ୍ଟ କରିଥିଲା। କଂଗ୍ରେସ ଏକାକୀ ୨୮୫ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଝାରଖଣ୍ଡ ପାର୍ଟି ୪ଟି, ଜିଏନଏଲଏଫ ୩, ୟୁସିପିଆଇ ୧ଟି ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ଲଢ଼େଇ କରିଥିଲେ। ବିଜେପି ମଧ୍ୟ ୨୯୧ଟି ଆସନରେ ପ୍ରାର୍ଥୀ ଦେଇ ୧୯୮୭ ତୁଳନାରେ ନିଜ ଭୋଟ ଭାଗକୁ ୧୯୯୧ରେ ୦.୫୧%ରୁ ୧୧.୩୪%ରେ ପହଞ୍ଚାଇଥିଲା। କିନ୍ତୁ ଗୋଟିଏ ବି ଆସନ ଜିତିବାକୁ ସକ୍ଷମ ହୋଇ ନଥିଲା।

ଲେଫ୍ଟ ଫ୍ରଣ୍ଟ ୨୯୪ଟି ଆସନରୁ ୨୪୫ଟି ଜିତିବାରୁ ଜ୍ୟୋତି ବସୁ ୪ର୍ଥ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ କ୍ରମାଗତ ୪ର୍ଥ ଥର ପାଇଁ ୧୯୯୧ ମସିହା ଜୁନ୍‌ ୧୯ରୁ ୧୯୯୬ ମସିହା ମେ’ ୧୫ ଯାଏ କାର୍ଯ୍ୟ କରିଥିଲେ।

ପଶ୍ଚିମବଙ୍ଗର ୧୨ତମ ବିଧାନସଭା ନିର୍ବାଚନରେ ମଧ୍ୟ ଲେଫ୍ଟ ପ୍ରଣ୍ଟ ଜିତିଥିଲା। ୧୯୯୧ ଭଳି ୧୯୯୬ରେ ମଧ୍ୟ ଦେଶର ଲୋକସଭା ସହ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହୋଇଥିଲା। ଏଥର ଦଳ ୭୦ ଜଣ ନୂଆ ନେତାଙ୍କୁ ଟିକେଟ ଦେଇଥିଲା। ହେଲେ ଅଧିକାଂଶ ନିର୍ବାଚନରେ ଜିତି ପାରି ନଥିଲେ।

ଲେଫ୍ଟ ଫ୍ରଣ୍ଟ ୫ଟି ସ୍ଥାନରେ ଜନତା ଦଳ ପ୍ରାର୍ଥୀଙ୍କୁ ସମର୍ଥନ ମଧ୍ୟ କରିଥିଲା। ଲେଫ୍ଟ ଫ୍ରଣ୍ଟ ୨୯୪ଟି ଆସନରୁ ୨୦୩ଟି ଜିତି ୫ମଥର ରାଜ୍ୟରେ କ୍ଷମତା ଦଖଲ କରିଥିଲା। ଜ୍ୟୋତି ବସୁ ୫ମଥର ପାଇଁ ୧୯୯୬ ମସିହା ମେ’ ୧୩ରୁ ୨୦୦୦ ମସିହା ୫ ନଭେମ୍ବର ଯାଏ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ସ୍ୱାସ୍ଥ୍ୟଗତ କାରଣରୁ ଜ୍ୟୋତି ବସୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ। ଏହି କାରଣରୁ ନିର୍ବାଚନ ହେବା ଯାଏ ତାଙ୍କ ଶିଷ୍ୟ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ସେ ନଭେମ୍ବର ୬ରୁ ୨୦୦୧ ମସିହା ମେ’ ୧୪ ଯାଏ ଏହି ପଦରେ ରହିଥିଲେ।

ଏହା ମଧ୍ୟରେ ରାଜ୍ୟରେ ୧୩ତମ ବିଧାନସଭା ନିର୍ବାଚନ ପାଇଁ ଭୋଟ ହୋଇଥିଲା। ଏଥିରେ ଲେଫ୍ଟ ଫ୍ରଣ୍ଟ ଜିତିବାରୁ ବୁଦ୍ଧଦେବ ପୁଣିଥରେ ପଶ୍ଚିମଙ୍ଗର ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story