Advertisment

ବାରବାଟୀ ଟ୍ରାକ୍ ଛୋଟ ଅଛି ଭାବି ରାତିରେ ଶୋଇପାରିନଥିଲେ ମିଲ୍‌ଖା ସିଂହ, ସକାଳେ ଉଠି ନିଜେ ମାପିଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଫ୍ଲାଇଂ ଶିଖ” ମିଲ୍‌ଖା ସିଂହ। ନିଜ କ୍ୟାରିଅରରେ ପ୍ରାୟ ୮୦ଟି ରେସ୍‌ ଜିତିଥିବା ଫ୍ଲାଇଂ ଶିଖ୍‌ ଜୀବନ ରେସ୍‌ରେ ହାରିଗଲେ। ଶୁକ୍ରବାର ବିଳମ୍ୱିତ ରାତିରେ ତାଙ୍କର ବିୟୋଗ ହୋଇଯାଇଛି। ତାଙ୍କ ତିରୋଧାନରେ ଭାରତୀୟ କ୍ରୀଡ଼ା ଜଗତରେ ଏକ ଯୁଗର ଅବସାନ ଘଟିଛି। ତେବେ ଏହି ମହାନ ଖେଳାଳିଙ୍କର ଓଡ଼ିଶା ସହିତ ରହିଛି ସମ୍ପର୍କ। ୨୦୧୬ ମସିହାରେ ଏକଲବ୍ୟ ପୁରସ୍କାର ଉତ୍ସବରେ ଭାଗ ନେଇ ମିଲ୍‌ଖା ସିଂହ ବଖାଣିଥିଲେ ପୂରା କାହାଣୀ। ୧୯୫୭ ମସିହାରେ […]

ଅଦ୍ୟତନ ହୋଇଛି
ବାରବାଟୀ ଟ୍ରାକ୍ ଛୋଟ ଅଛି ଭାବି ରାତିରେ ଶୋଇପାରିନଥିଲେ ମିଲ୍‌ଖା ସିଂହ, ସକାଳେ ଉଠି ନିଜେ ମାପିଥିଲେ

Milkha

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଫ୍ଲାଇଂ ଶିଖ” ମିଲ୍‌ଖା ସିଂହ। ନିଜ କ୍ୟାରିଅରରେ ପ୍ରାୟ ୮୦ଟି ରେସ୍‌ ଜିତିଥିବା ଫ୍ଲାଇଂ ଶିଖ୍‌ ଜୀବନ ରେସ୍‌ରେ ହାରିଗଲେ। ଶୁକ୍ରବାର ବିଳମ୍ୱିତ ରାତିରେ ତାଙ୍କର ବିୟୋଗ ହୋଇଯାଇଛି। ତାଙ୍କ ତିରୋଧାନରେ ଭାରତୀୟ କ୍ରୀଡ଼ା ଜଗତରେ ଏକ ଯୁଗର ଅବସାନ ଘଟିଛି। ତେବେ ଏହି ମହାନ ଖେଳାଳିଙ୍କର ଓଡ଼ିଶା ସହିତ ରହିଛି ସମ୍ପର୍କ। ୨୦୧୬ ମସିହାରେ ଏକଲବ୍ୟ ପୁରସ୍କାର ଉତ୍ସବରେ ଭାଗ ନେଇ ମିଲ୍‌ଖା ସିଂହ ବଖାଣିଥିଲେ ପୂରା କାହାଣୀ।

Advertisment

୧୯୫୭ ମସିହାରେ କଟକ ବାରବାଟୀ ଷ୍ଟାଡିୟମରେ ହୋଇଥିଲା ନ୍ୟାସନାଲ୍‌ ଆଥଲେଟିକ୍ସ ମିଟ୍‌। ଏଥିରେ ଭାଗ ନେଇଥିଲେ ମିଲ୍‌ଖା ସିଂହ। ସେ ୨୦୦ ଓ ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ। ୪୦୦ ମିଟର ଇଭେଣ୍ଟରେ ମିଲ୍‌ଖା ଦୌଡ଼ି ଭାଙ୍ଗିଦେଲେ ଏସୀୟ ରେକର୍ଡ। ତାଙ୍କର ଏହି ପ୍ରଥମ ଅନ୍ତର୍ଜାତୀୟ ସଫଳତାରେ ସାରା ଦେଶ ଝୁମିଥିଲା। ହେଲେ ମିଲ୍‌ଖା ନିଜକୁ ନିଜେ ବିଶ୍ୱାସ କରିପାରିନଥିଲେ। କାଳେ ବାରବାଟୀ ଷ୍ଟାଡିୟମ୍‌ ଟ୍ରାକ୍‌ ଛୋଟ ଅଛି ଭାବି ଭାବି ସେ ରାତି ସାରା ଶୋଇପାରିଲେ ନାହିଁ। ଆଉ ତା’ପର ଦିନ ସକାଳେ ଉଠି ନିଜେ ମାପ ଫିତା ଧରି ସେ ଟ୍ରାକ୍‌ ମାପିଥିଲେ। ମାପିବା ପରେ ବାରବାଟୀର ଟ୍ରକ୍‌ ଏକ୍‌ଦମ୍‌ ପୂରା ଠିକ୍‌ ଥିବା ଜାଣିବା ପରେ ତାଙ୍କୁ ଶାନ୍ତି ମିଳିଥିଲା। ୨୦୧୬ ମସିହାରେ ଇମ୍ଫାର ଚାରିଟେବୁଲ୍‌ ସଂସ୍ଥା ଇମ୍ପାକ୍ଟ ପକ୍ଷରୁ ଦିଆଯାଉଥିବା ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏକଥା କହିଥିଲେ ମିଲ୍‌ଖା ସିଂହ।

[caption id="attachment_652450" align="aligncenter" width="650"]Milkha Singh ପତ୍ନୀଙ୍କ ସହ ମିଲ୍‌ଖା ସିଂ[/caption]

Advertisment

୧୯୫୭ରେ ବାରବାଟୀରେ ଏସୀୟ ରେକର୍ଡ ଭାଙ୍ଗିବା ପରେ ୧୯୫୮ ୱିଲ୍ସ ରାଜ୍ୟ ଗୋଷ୍ଠୀକ୍ରୀଡାରେ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ମିଲ୍‌ଖା। ଏହି ଖୁସିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଦିନକ ପାଇଁ ଜାତୀୟ ଛୁଟି ଘୋଷଣା କରିଥିଲେ। ସେହିବର୍ଷ ଏସିଆଡ୍‌ରେ ୨୦୦ ଓ ୪୦୦ ମିଟରରେ ମଧ୍ୟ ମିଲ୍‌ଖା ଗୋଲ୍‌ଡ ମେଡାଲ୍‌ ଜିତିଥିଲେ। ୧୯୫୬ ମେଲ୍‌ବର୍ଣ୍ଣ, ୧୯୬୦ ରୋମ୍‌ ଓ ୧୯୬୪ ଟୋକିଓ ଅଲିମ୍ପିକ୍ସରେ ସେ ଭାଗ ନେଇଥିଲେ। ୧୯୬୦ ମସିହାରେ ରୋମ୍‌ ଅଲିମ୍ପିକ୍ସରେ ମିଲ୍‌ଖା ଫେଭରିଟ୍ ଥିଲେ। ହେଲେ ଚତୁର୍ଥ ସ୍ଥାନରେ ରହିଯାଇଥିଲେ। ଗୋଟିଏ ସେକେଣ୍ଡରେ ଶହେ ଭାଗରୁ ଏକ ଭାଗ ସମୟ ପାଇଁ ସେ ବ୍ରୋଞ୍ଜ ମେଡାଲ୍‌ରୁ ବଞ୍ଚିତ ହୋଇଥିଲେ।

ସେହିବର୍ଷ ଲାହୋରରେ ଆୟୋଜିତ ଏକ ସ୍ୱତନ୍ତ୍ର କ୍ରୀଡ଼ା ଉତ୍ସବରେ ପାକିସ୍ତାନର ଟପ୍‌ ରନର୍‌ ଅବଦୁଲ ଖାଲିକଙ୍କୁ ପରାସ୍ତ କରିଥିଲେ। ଯେଉଁଥିପାଇଁ ମିଲ୍‌ଖାଙ୍କୁ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ୍‌ ଆୟୁବ ଖାନ୍‌, “ଫ୍ଲାଇଙ୍ଗ ଶିଖ୍‌”ର ଆଖ୍ୟା ଦେଇଥିଲେ। ୧୯୬୨ ଏସିଆଡ୍‌ରେ ୪୦୦ ମିଟର ଓ ୪ ଗୁଣା ୪୦୦ ରିଲେ ରେସ୍‌ରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିଣିଥିଲେ ମିଲ୍‌ଖା।

ଅଲିମ୍ପିଆନ୍‌ ରଚିତା ପଣ୍ଡାମିସ୍ତ୍ରୀ କହିଛନ୍ତି-“ତାଙ୍କ ପାଇଁ ଆଜି ଇଣ୍ଡିଆରେ ଆଥ୍‌ଲେଟିକ୍ସର ନାଁ ରହିଛି। ଛୋଟ ଛୋଟ ପିଲାଙ୍କ ମୁହଁରେ ମିଲ୍‌ଖା ସିଂହଙ୍କ ନାଁ ସବୁ ବେଳ ପାଇଁ ରହିବ। ଆମ ସମୟରେ ଆମେ ତାଙ୍କର ଆଶୀର୍ବାଦ ନେଇ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାଉଥିଲୁ। ମୁଁ ବିଶ୍ୱାସ କରିପାରୁନି ସେ ନାହାନ୍ତି ବୋଲି।”

ଅଲିମ୍ପିଆନ ଦୂତି ଚାନ୍ଦ କହିଛନ୍ତି-“ମୁଁ ତାଙ୍କୁ ଆଦର୍ଶ ଭାବେ। କାହିଁକି ନା ସେ ବହୁ ସଂଘର୍ଷ କରି କ୍ରୀଡ଼ା ଜଗତକୁ ଆସିଥିଲେ।”

ଆଜକୁ ୬ ଦିନ ତଳେ ଅର୍ଥାତ ୧୩ ତାରିଖରେ ମିଲ୍‌ଖା ସିଂହଙ୍କ ଧର୍ମପତ୍ନୀ ନିର୍ମଳ କୌର୍‌ ସାଇନିଙ୍କ ବିୟୋଗ ହୋଇଯାଇଥିଲା। ନିର୍ମଳ ମଧ୍ୟ ଭାରତୀୟ ମହିଳା ଭଲିବଲ ଦଳର ଅଧିନାୟକ ଥିଲେ। ମିଲ୍‌ଖାଙ୍କ ପୁଅ ଜୀଭ୍‌ ମିଲଖା ସିଂ ବି ଦେଶର ପ୍ରଥମ ପେଶାଦାର ଗଲଫର ଭାବେ ୟୁରୋପିଆନ ଟୁରରେ ସାମିଲ ହୋଇଥିଲେ। ୪ଟି ଇଭେଣ୍ଟ୍ ଜିତିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe