Advertisment

କେବେ ଯୋଡ଼ି ହେବ କୋରାପୁଟ ସହ ଶୁକୁ ? ଜୀବନକୁ ବାଜି ଲଗାଉଛନ୍ତି ୧୨୦ ଗାଁ ଲୋକ

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): କେବେ ଯୋଡି ହେବ କୋରାପୁଟ ସହ ଶୁକୁ ? ଦୁଇ ଫୁଟିଆ ପୋଲ ଉପରେ ଜୀବନକୁ ବାଜି ଲଗାଇ ଯିବାଆସିବା କରୁଛନ୍ତି ଶହ ଶହ ଅଞ୍ଚଳବାସୀ। ଛାତ୍ରଛାତ୍ରୀ, ରୋଗୀ ମଧ୍ୟ ସମାନ ହିନସ୍ତା ହେଉଛନ୍ତି। କୋରାପୁଟ ପୌରପାଳିକାକୁ ଲାଗି ରହିଛି କୋଲାବ ଜଳଭଣ୍ଡାର। ଜଳଭଣ୍ଡାରେ ଗୋଟିଏ ପାଖରେ ରହିଛି କୋରାପୁଟ ଜିଲ୍ଲାର କୋରାପୁଟ, ଲମତାପୁଟ ଓ ନନ୍ଦପୁର ବ୍ଲକର ଛ’ଟି ପଞ୍ଚାୟତ ଅନ୍ତର୍ଗତ ୧୨୦ଟି ଗାଁ। ଯାହା କୋରାପୁଟ ସଦର ମହକୁମା ଠାରୁ ୫ରୁ […]

ଅଦ୍ୟତନ ହୋଇଛି
କେବେ ଯୋଡ଼ି ହେବ କୋରାପୁଟ ସହ ଶୁକୁ ? ଜୀବନକୁ ବାଜି ଲଗାଉଛନ୍ତି ୧୨୦ ଗାଁ ଲୋକ

rail

Advertisment

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): କେବେ ଯୋଡି ହେବ କୋରାପୁଟ ସହ ଶୁକୁ ? ଦୁଇ ଫୁଟିଆ ପୋଲ ଉପରେ ଜୀବନକୁ ବାଜି ଲଗାଇ ଯିବାଆସିବା କରୁଛନ୍ତି ଶହ ଶହ ଅଞ୍ଚଳବାସୀ। ଛାତ୍ରଛାତ୍ରୀ, ରୋଗୀ ମଧ୍ୟ ସମାନ ହିନସ୍ତା ହେଉଛନ୍ତି।

Advertisment

କୋରାପୁଟ ପୌରପାଳିକାକୁ ଲାଗି ରହିଛି କୋଲାବ ଜଳଭଣ୍ଡାର। ଜଳଭଣ୍ଡାରେ ଗୋଟିଏ ପାଖରେ ରହିଛି କୋରାପୁଟ ଜିଲ୍ଲାର କୋରାପୁଟ, ଲମତାପୁଟ ଓ ନନ୍ଦପୁର ବ୍ଲକର ଛ’ଟି ପଞ୍ଚାୟତ ଅନ୍ତର୍ଗତ ୧୨୦ଟି ଗାଁ। ଯାହା କୋରାପୁଟ ସଦର ମହକୁମା ଠାରୁ ୫ରୁ ୭ କିଲୋମିଟର ହେବ। ତେବେ ଏହି ୬ ପଞ୍ଚାୟତବାସୀଙ୍କୁ ସଦର ମହକୁମାକୁ ଆସିବାକୁ ଭରସା ସାଜିଛି ୨ ଫୁଟିଆ ରେଲୱେ ବ୍ରିଜ୍। ରେଳ ପୋଲ ଉପର ଦେଇଗଲେ ମାତ୍ର ୧୫ ମିନିଟରେ କୋରାପୁଟରେ ପହଞ୍ଚି ହୋଇଥାଏ। କିନ୍ତୁ ନନ୍ଦପୁର ଦେଇ ମୁଖ୍ୟ ରାସ୍ତାରେ ଗଲେ ପ୍ରାୟ ୧୦୦ କିଲୋମିଟର ପରେ ସଦର ମହକୁମାରେ ପହଞ୍ଚି ପାରନ୍ତି ୧୨୦ ଗାଁ’ର ଲୋକେ।

ରେଲୱେ ବ୍ରିଜ ନମ୍ବର ୫୪୩। କୋଲାବ ଜଳଭଣ୍ଡର ଉପରେ ଦେଇ ଯାଇଛି ଏହି ରେଳ ପୋଲ। ବ୍ରିଜ୍‌ର ଗୋଟିଏ ପଟେ ଚାଲୁଛି ଲୌହ ଦାନବ, ପାଖକୁ ରହିଛି ୨ ଫୁଟିଆ ରାସ୍ତା। ବ୍ରିଜ୍ ତଳେ ଅକାତକାତ ପାଣି। ରେଲୱେ ପକ୍ଷରୁ ନିର୍ମାଣ ହୋଇଥିବା ଏହି ପୋଲ ଉପରେ ବାଟୋଇ ଯାତାୟତ କରୁଛନ୍ତି। ଏହାଛଡ଼ା ବାଇକ୍ ଓ ସାଇକେଲରେ ବସି ମଧ୍ୟ ଲୋକେ ଯିବାଆସିବା କରୁଛନ୍ତି। ଏହି ସମୟରେ କିଛି ବି ଅଘଟଣ ଘଟିପାରେ, ତଥାପି ଜୀବନକୁ ବାଜି ଲଗାଇ ଲୋକେ ଯାତାୟତ କରୁଛନ୍ତି। ଦୁଇ ଚକିଆ ଯାନରେ ଯିବା ବେଳେ ତଳକୁ ନଜର ପଡ଼ିଗଲେ ପ୍ରାଣ ଚାଲି ଗଲା ପରି ଭୟ ସଞ୍ଚାର ହୁଏ।

Advertisment

୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହିଠାରେ ପୋଲ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ହେଲେ ଏବେବି ଘୋଷଣା ମୂଲ୍ୟହୀନ ପ୍ରତିୟମାନ ହୋଇ ପଡ଼ିଛି। ନିର୍ବାଚନ ପରେ ନିର୍ବାଚନ ଯାଉଛି। ସ୍ଥାୟୀ ପୋଲ କରିଦେବାକୁ ପ୍ରତିଶ୍ରୁତି ମିଳୁଛି। ହେଲେ ନିର୍ବାଚନ ବୈତରଣୀ ପାର ହେବା ପରେ ଆଉ ଲୋକଙ୍କ ସମସ୍ୟାକୁ ପଚାରେ କିଏ? ତେଣେ ସମସ୍ୟା ଯେଉଁଠିକୁ ସେଇଁଠି। ନା ସମସ୍ୟାର ସମାଧାନ ହେଉଛି ନା ଅଞ୍ଚଳବାସୀଙ୍କ ଦୁଃଖ ଯାଉଛି।

ସମସ୍ୟା ନେଇ ସେଠାକାର ଲୋକେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଜଣାଇଛନ୍ତି। ଆନ୍ଦୋଳନ ଓ ବିକ୍ଷୋଭ କରିଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବିପତ୍ର ଦିଆଯାଇଛି। ବ୍ରିଜ୍ କରିବାକୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି। ତେବେ ପ୍ରଶାସନିକ ଦାୟିତ୍ୱହୀନତା ଯୋଗୁ ଏ ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ନିମନ୍ତେ ସ୍ଥାୟୀ ପୋଲଟିଏ ନିର୍ମାଣ ହୋଇପାରିଲା ନାହିଁ।

[caption id="attachment_792059" align="aligncenter" width="650"]publive-image ବିପଦସଙ୍କୁଳ ରାସ୍ତାରେ ଲୋକେ ଯାତାୟତ କରୁଛନ୍ତି।[/caption]

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏହି ରେଳପୋଲ କଡ ଦେଇ ଯିବା ଆସିବା କରିବା ପାଇଁ ଜଳ ଭଣ୍ଡାର ଉପରେ ସ୍ଥାୟୀ ପୋଲଟିଏ କରିବା ପାଇଁ ସରକାର ଘୋଷଣା କରିଥିଲେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରଶାସନିକ ଅନୁମତି ମିଳିଥିଲା। ହେଲେ କେବେ ଏହି କାର୍ଯ୍ୟ ନିମନ୍ତେ ଟେଣ୍ଡର ଡକାଯିବ ଓ କେବ‌େ କାମ ଆରମ୍ଭ ହେବ ତାହାକୁ ନେଇ ପ୍ରଶ୍ନ ଠିଆ ହୋଇଛି।

ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟାଳୟ ସୂଚନା ମୁତାବକ, ଏଠାରେ ବିଜୁ ସେତୁ ଯୋଜନାରେ ‌୪୫ ମିଟର ବିଶିଷ୍ଟ ତଥା ୧୨ଟି ସ୍ପାନର ପୋଲ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ପୋଡାଲ କହିଛନ୍ତି, ମୁଖ୍ୟମନ୍ତ୍ରୀ ଘୋଷଣା ମୁତାବକ ପୋଲ ନିର୍ମାଣ ନିମନ୍ତେ ୮୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। କୋରାପୁଟ ସାଂସଦ ସପ୍ତଗିରି ଉଲାକା ମଧ୍ୟ ପୁରୁଣା କଥାକୁ ଦୋହରାଇ କହିଛନ୍ତି, ଟେଣ୍ଡର ହୋଇସାରିଲାଣି। କାମ ଆରମ୍ଭ ହେବ।

[caption id="attachment_792058" align="aligncenter" width="650"]publive-image ବ୍ରିଜ୍ ନିର୍ମାଣ ନିମନ୍ତେ ପ୍ରଶାସନିକ ମଞ୍ଜୁରୀ ମିଳିଥିବା ବ୍ୟୟ ମଞ୍ଜୁରୀ ଚିଠି।[/caption]

ସ୍ଥାନୀୟ ବାସିନ୍ଦା ଭାଗିରଥୀ ପାଟଣିଆ କହିଛନ୍ତି, ମୋତେ ଏବେ ୫୦ ବର୍ଷ। ୩୫ ବର୍ଷ ହେବ ଶୁଣୁଛି ବ୍ରିଜ୍ ହେବ। ୬ ପଞ୍ଚାୟତର ୧୨୦ ଗାଁ ଲୋକେ ଏଥିଯୋଗୁ ହିନସ୍ତା ହେଉଛନ୍ତି। ୨୦୧୯ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ବ୍ରିଜ୍ କରଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆସନ୍ତା ସାଧାରଣ ନିର୍ବାଚନ ସୁଧା ବ୍ରିଜ୍ ନ ହେଲେ ଭୋଟ ବର୍ଜନ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe