Advertisment

ବାହାଘର ପାଇଁ ସଞ୍ଚିତ ଟଙ୍କାରେ ଝିଅକୁ ବିମାନ ଚାଳକ କଲେ ବାପା

ନୂଆଦିଲ୍ଲୀ: ଝିଅର ପାଠପଢାଠୁ ଅଧିକ ଖର୍ଚ୍ଚ ତା ବିବାହରେ ହୋଇଥାଏ। ଅଧିକାଂଶ ପରିବାର କିଛି ଏମିତି କରିଥାନ୍ତି। ଝିଅ ଯେତେ ପଢୁ ବାହା ହେଇ କାଲି ସକାଳେ ସେ ପର ଘରକୁ ଯିବ ଏଇଟା ଯଦିଓ ଟିକେ ପୁରାତନ ଚିନ୍ତାଧାରା ହେଇଗଲାଣି ଏବେବି କିଛି ପରିବାର ଏହି ମାନସିକତାରେ ବଞ୍ଚୁଛନ୍ତି। ବମ୍ବେର ଋତୁ ରାଠୀଙ୍କ ପରିବାର କିନ୍ତୁ ଟିକେ ଭିନ୍ନ। ପେଶାରେ ଋତୁ ଜଣେ ବିମାନ ଚାଳକ। ଜୀବନରେ ସଫଳତାର ସ୍ୱାଦ ଚାଖିଥିବା ଋତୁଙ୍କ କହିବା ଅନୁଯାୟୀ, […]

ଅଦ୍ୟତନ ହୋଇଛି
ବାହାଘର ପାଇଁ ସଞ୍ଚିତ ଟଙ୍କାରେ ଝିଅକୁ ବିମାନ ଚାଳକ କଲେ ବାପା

nk

Advertisment

ନୂଆଦିଲ୍ଲୀ: ଝିଅର ପାଠପଢାଠୁ ଅଧିକ ଖର୍ଚ୍ଚ ତା ବିବାହରେ ହୋଇଥାଏ। ଅଧିକାଂଶ ପରିବାର କିଛି ଏମିତି କରିଥାନ୍ତି। ଝିଅ ଯେତେ ପଢୁ ବାହା ହେଇ କାଲି ସକାଳେ ସେ ପର ଘରକୁ ଯିବ ଏଇଟା ଯଦିଓ ଟିକେ ପୁରାତନ ଚିନ୍ତାଧାରା ହେଇଗଲାଣି ଏବେବି କିଛି ପରିବାର ଏହି ମାନସିକତାରେ ବଞ୍ଚୁଛନ୍ତି। ବମ୍ବେର ଋତୁ ରାଠୀଙ୍କ ପରିବାର କିନ୍ତୁ ଟିକେ ଭିନ୍ନ। ପେଶାରେ ଋତୁ ଜଣେ ବିମାନ ଚାଳକ। ଜୀବନରେ ସଫଳତାର ସ୍ୱାଦ ଚାଖିଥିବା ଋତୁଙ୍କ କହିବା ଅନୁଯାୟୀ, ପିଲାଦିନୁ ତାଙ୍କର ପାଇଲଟ୍‌ ହେବାର ଇଚ୍ଛା ଥିଲା।  ଉଚ୍ଚ ଶିକ୍ଷା ପାଇଁ ଯେତେବେଳେ ଅଧିକ ଟଙ୍କାର ଆବଶ୍ୟକ ହେଲା ତାଙ୍କ ବାପା ଋତୁଙ୍କ ବିବାହ ପାଇଁ ସଞ୍ଚୟ କରିଥିବା ଟଙ୍କା ଉଠାଇ ତାଙ୍କ ହାତରେ ଧରେଇ ଦେଇଥିଲେ।

Advertisment

ଋତୁଙ୍କ କହିବା ଅନୁଯାୟୀ, ତାଙ୍କ ବାପାଙ୍କର ଏହି ନିଷ୍ପତ୍ତିରେ ତାଙ୍କ ପରିବାର ଲୋକଙ୍କର କିଛି ଅସୁବିଧା ନଥିଲା କିନ୍ତୁ ତାଙ୍କ ସମ୍ପର୍କୀୟ ମାନେ ନାନା କଥା ଶୁଣାଇଥିଲେ।

ପିଲାଦିନୁ ଋତୁଙ୍କର ପାଇଲଟ୍‌ ହେବାର ଇଚ୍ଛା ଥିଲା, ସେ ଆମେରିକାରେ ପାଇଲଟ୍‌ ଟ୍ରେନିଂ ପାଇଁ ଫର୍ମ ଭରିଲେ। ସେଠାରେ ତାଙ୍କର ଆଡ୍‌ମିସନ୍‌ ମଧ୍ୟ ହୋଇଗଲା। କିନ୍ତୁ ଘରଠୁ ଏତେ ଦୂର ପଠାଇବାକୁ ଋତୁଙ୍କର ବାପା ମାଆ ଡରୁଥିଲେ। ବିଦେଶରେ  ପାଠ ପଢା ପାଇଁ ଅଧିକ ଟଙ୍କା ମଧ୍ୟ ଆବଶ୍ୟକ ଥିଲା।  ସେ ସମୟରେ ତାଙ୍କ ପଢା ଖର୍ଚ୍ଚ ପାଇଁ ଋତୁ ତାଙ୍କ ବିବାହ ପାଇଁ ସଞ୍ଚିତ ଧନକୁ ଖର୍ଚ୍ଚ କରିବା ପାଇଁ ବାପାଙ୍କୁ କହିଥିଲେ। ତାଙ୍କ ବାପା ମଧ୍ୟ ଋତୁଙ୍କ ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ।

Advertisment

ଆମେରିକାରେ ଦେଢ ବର୍ଷ ଟ୍ରେନିଂ ପରେ ଋତୁ ଯେତେବେଳେ ଭାରତ ଫେରିଲେ, ତାଙ୍କ ହାତରେ ଗୋଟେ ବି ଚାକିରି ନଥିଲା। ସେ ସମୟରେ ତାଙ୍କ ମାଆଙ୍କର ଦେହାନ୍ତ ମଧ୍ୟ ହୋଇଗଲା। ପରିବାର କରଜରେ ଡୁବିକି ଥିଲା।  ସେତେବେଳେ ଋତୁ ଗୋଟେ ପାର୍ଟ ଟାଇମ୍‌ ଚାକିରି କରିବା ସହ ପାଠ ପଢୁଥିଲେ। ଏହାପରେ ଗୋଟେ ଏୟାର ଲାଇନ୍ସରୁ ତାଙ୍କୁ ଅଫର ଆସିଲା ଏବେ ଋତୁ ୪ବର୍ଷ ଭିତରେ ୬୦ଥର ବିମାନ ଉଡାଇଛନ୍ତି। ଏହାପରେ ଋତୁଙ୍କର ପ୍ରମୋସନ୍‌ ହେଇଗଲା ଏବେ ଋତୁ କ୍ୟାପ୍ଟେନ୍‌ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe