Advertisment

୩୦ ମାସ ବିତିଗଲା, ସରିପାରୁନି କଲ୍‌ଭର୍ଟ ନିର୍ମାଣ

ଖଡ଼ିଆଳ (କୁନାଲ ଚରଣ ବେହେରା): ୩୦ ମାସ ବିତିଗଲା। ହେଲେ ଏକ ଛୋଟିଆ କଲ୍‌ଭର୍ଟର ନିର୍ମାଣ କାର୍ଯ୍ୟ ସାରିପାରିଲାନି ପ୍ରଶାସନ। ୧୦ ମାସ ତଳେ ସରିବାର ଥିଲା ଏହି କଲଭର୍ଟ କାମ। ହେଲେ ଏଯାଏଁ ଛାତପଡ଼ିପାରିଲାନି। ତେଣୁ ଲୋକଙ୍କ ଯାତାୟତରେ ହେଉଛି ବଡ଼ ସମସ୍ୟା। ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ମହକୁମା ଠାରୁ ଖଡ଼ିଆଳ ବ୍ଲକ୍ କେନ୍ଦୁମୁଣ୍ଡା ଦେଇ ସୀମାନ୍ତ ଛତିଶଗଡ଼କୁ ଥିବା ରାସ୍ତାର ଉନ୍ନତିକରଣ କରାଯାଉଛି। […]

ଅଦ୍ୟତନ ହୋଇଛି
୩୦ ମାସ ବିତିଗଲା, ସରିପାରୁନି କଲ୍‌ଭର୍ଟ ନିର୍ମାଣ

Road-2

Advertisment

ଖଡ଼ିଆଳ (କୁନାଲ ଚରଣ ବେହେରା): ୩୦ ମାସ ବିତିଗଲା। ହେଲେ ଏକ ଛୋଟିଆ କଲ୍‌ଭର୍ଟର ନିର୍ମାଣ କାର୍ଯ୍ୟ ସାରିପାରିଲାନି ପ୍ରଶାସନ। ୧୦ ମାସ ତଳେ ସରିବାର ଥିଲା ଏହି କଲଭର୍ଟ କାମ। ହେଲେ ଏଯାଏଁ ଛାତପଡ଼ିପାରିଲାନି। ତେଣୁ ଲୋକଙ୍କ ଯାତାୟତରେ ହେଉଛି ବଡ଼ ସମସ୍ୟା। ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।

Advertisment

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ମହକୁମା ଠାରୁ ଖଡ଼ିଆଳ ବ୍ଲକ୍ କେନ୍ଦୁମୁଣ୍ଡା ଦେଇ ସୀମାନ୍ତ ଛତିଶଗଡ଼କୁ ଥିବା ରାସ୍ତାର ଉନ୍ନତିକରଣ କରାଯାଉଛି। ତେବେ ରାସ୍ତା ନିର୍ମାଣ କାମ ଅତି ମନ୍ଥର ଗତିରେ ଚାଲିଛି। ଏହି ରାସ୍ତାରେ ଧୂଙ୍ଗିଆମୁଣ୍ଡା ଗାଁ ନିକଟରେ ଏକ କଲଭର୍ଟ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି। ଏଥିପାଇଁ କଲଭର୍ଟକୁ ଲାଗିଥିବା ଏକ ବିଲ ଦେଇ ନାଳ ଭିତରେ ଅସ୍ଥାୟୀ ଅପ୍ରୋଚ ରାସ୍ତା ନିର୍ମାଣ କରାଯାଇଛି। ଖରାଦିନେ ଏହି ବାଟ ଦେଇ ଲୋକେ ଯିବା ଆସିବା କରୁଥିଲେ। ହେଲେ ବର୍ଷାରେ ଆପ୍ରୋଚ ରାସ୍ତା ଧୋଇ ହୋଇଯାଇଛି। ଫଳରେ ଲୋକେ ଯିବାଆସିବା କଲା ବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

କେନ୍ଦୁମୁଣ୍ଡା ପଞ୍ଚାୟତର ଲୋକେ ବ୍ଲକ ଅଫିସ୍, ବ୍ୟାଙ୍କ ଓ ଅନ୍ୟାନ୍ୟ କାମରେ ଯା’ଆସ କଲା ବେଳେ ହଇରାଣ ହେଉଛନ୍ତି। କଲଭର୍ଟ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନଥିବାରୁ ଓ ଆପ୍ରୋଚ ରୋଡ୍ ବର୍ଷାରେ ଧୋଇ ହୋଇ ଯାଇଥିବାରୁ ଏ ଅଞ୍ଚଳର ଲୋକେ ଏକ ଦୀର୍ଘ ବୁଲାଣିଆ ରାସ୍ତା ଦେଇ ଯା’ଆସ କରୁଛନ୍ତି। ଏହି ଅଞ୍ଚଳବାସୀ ବ୍ରିଜ୍ ଓ ରାସ୍ତା କାମ ଯଥାଶୀଘ୍ର ସାରିବାକୁ ପ୍ରଶାସନ ନିକଟରେ ବାରମ୍ବାର ଦାବି କରୁଥିଲେ ହେଁ ଏହାକୁ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ଉଗ୍ରେସନ ମାଳି ଓ ପଦ୍ମନ ଚିନ୍ଦା।

Advertisment

ଏହି ରାସ୍ତା ଉପରେ ସିନାପାଲି ବ୍ଲକର ଲୋକେ ମଧ୍ୟ ନିର୍ଭର କରନ୍ତି। କାରଣ ଏହି ରାସ୍ତା ଗୋହେରାପଦର ଦେଇ ସିଧାସଳଖ ରାୟପୁର ସହରକୁ ଯାଇଛି। ଛତିଶଗଡ଼ ଦେଓ ଭୋଗ ଅଞ୍ଚଳର ଲୋକେ ଏହି ରାସ୍ତା ଦେଇ ବିଭିନ୍ନ କାମରେ ସିନାପାଲି ଆସିଥାଆନ୍ତି। ହେଲେ କଲଭର୍ଟ କାମ ସରୁନଥିବାରୁ ପ୍ରତିଦିନ ଲୋକେ ହଇରାଣ ହେଉଛନ୍ତି।

ଏହି ରାସ୍ତା କାମ ଖଡ଼ିଆଳ ପୂର୍ତ୍ତ ବିଭାଗ(ଆରଏଣ୍ଡବି) ଜେଇଙ୍କ ତତ୍ତ୍ୱାବଧାନରେ କରାଯାଉଛି। ଖଡ଼ିଆଳର ଆର.ଏସ. ଇନ୍‌ଫ୍ରାଷ୍ଟ୍ରକଚର ନାମକ ଠିକା ସଂସ୍ଥା ନିର୍ମାଣ କାମ କରୁଛି। ୧୪.୮୧୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୨୦୨୦ ମସିହା ଫେବ୍ରୁଆରୀ ୧୧ ତାରିଖରେ ଏକ ଚୁକ୍ତିନାମା କରାଯାଇଥିଲା। ମୋଟ ୨୨ କୋଟି ୪ ଲକ୍ଷ ୨୩ ହଜାର ୯୭୩ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ବ୍ୟୟ ଅଟକଳ ହୋଇଥିବା ବେଳେ ଠିକାସଂସ୍ଥା ୧୮ କୋଟି ୭୩ ଲକ୍ଷ ୮୨ ହଜାର ୪୧୯ ଟଙ୍କା ନେଇ କାମ କରିବାକୁ ଚୁକ୍ତି କରିଛି। ୨୦୨୦ ମସିହାରେ କାର୍ଯ୍ୟ ଆରମ୍ଭ କରାଯାଇ ଗତବର୍ଷ ସେପ୍ଟମ୍ବର ୧୧ ତାରିଖରେ କାମ ଶେଷ ହେବାର ଚୁକ୍ତିନାମା ହୋଇଥିଲା। ଏହି ଚୁକ୍ତି ଅବଧି ପୂରିଛି। ହେଲେ ଠିକାସଂସ୍ଥା କାମ ଶେଷ କରିନାହିଁ। ଯାହାକୁ ନେଇ କାର୍ଯ୍ୟ ନିରୀକ୍ଷଣ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ଓ ଠିକାସଂସ୍ଥା କାମ କରିବା ତରିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

[caption id="attachment_751754" align="aligncenter" width="650"]publive-image ଅଧପନ୍ତରିଆ ହୋଇପଡ଼ିଛି କଲଭଟ ନିର୍ମାଣ କାମ।[/caption]

ଏଭଳି ଦାୟିତ୍ୱହୀନତା ନିମନ୍ତେ ଅଞ୍ଚଳବାସୀ ବର୍ଷ ବର୍ଷ ଧରି ହିନସ୍ତା ହୋଇଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ଦାୟିତ୍ୱହୀନ ଯନ୍ତ୍ରୀ ଓ ଠିକାରଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ରାସ୍ତା ଏବଂ ବ୍ରିଜ୍ କାମ ସାରିବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ଏ ସମ୍ପର୍କରେ ଖଡିଆଳ ପୂର୍ତ୍ତ ବିଭାଗ ନିରୀକ୍ଷଣ ଅଧ୍ୟକ୍ଷକ ଯନ୍ତ୍ରୀ କିଶୋର କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, କଲଭର୍ଟର ପିଲାର କାମ ସରିଛି। ଖାଲି ଛାତ ପଡ଼ିବ। ଦଶ ଦିନ ମଧ୍ୟରେ କଲଭର୍ଟ କାମ ସମ୍ପୂର୍ଣ୍ଣ ହୋଇଯିବ।

ଅଧିକାରୀଙ୍କ ଏଭଳି ଉତ୍ତରକୁ ନେଇ ଅଞ୍ଚଳବାସୀ ତାଜୁବ ହୋଇଛନ୍ତି। ବର୍ଷ ବର୍ଷ ଧରି ପଡ଼ିରହିଥିବା କାମକୁ ୧୦ ଦିନରେ ସାରିଦେବାକୁ ଯନ୍ତ୍ରୀ କହିବା ଧର୍ମକୁ ଆଖିଠାର ବୋଲି ସ୍ଥାନୀୟ ବାସିନ୍ଦା ହାରାବତୀ ମାଝୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe