Advertisment

ଅସହାୟଙ୍କ ମୁହଁରେ ହସ ଫୁଟାଉଛି ‘ସେବା ଉତ୍ସବ’

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନାଁ ଶିବରାମ ମହାପାତ୍ର। ଘର ନୟାଗଡ଼ ଜିଲ୍ଲା ନୂଆଗାଁରେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି କରନ୍ତି। ହେଲେ ତାଙ୍କ ନିଃସ୍ୱାର୍ଥପର ସେବା ଯୋଗୁ ସେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଶିବରାମ ୪ ବର୍ଷ ହେବ ‘ସେବା ଉତ୍ସବ’ ପାଳନ କରି ଆସୁଛନ୍ତି। ଉତ୍ସବଟି ଟିକେ ନିଆରା। ଏହା ୧୦ ଦିନ ଧରି ଚାଲିଥାଏ। ଏହି ଉତ୍ସବରେ ନୃତ୍ୟଗୀତର ଆସର ଜମେ ନାହିଁ। କିନ୍ତୁ ଅସହାୟ ଓ ଦୁର୍ଗମ ଅଞ୍ଚଳରେ ଥିବା ଲୋକଙ୍କ […]

ଅସହାୟଙ୍କ ମୁହଁରେ ହସ ଫୁଟାଉଛି ‘ସେବା ଉତ୍ସବ’

siba

Advertisment

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନାଁ ଶିବରାମ ମହାପାତ୍ର। ଘର ନୟାଗଡ଼ ଜିଲ୍ଲା ନୂଆଗାଁରେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି କରନ୍ତି। ହେଲେ ତାଙ୍କ ନିଃସ୍ୱାର୍ଥପର ସେବା ଯୋଗୁ ସେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

Advertisment

ଶିବରାମ ୪ ବର୍ଷ ହେବ ‘ସେବା ଉତ୍ସବ’ ପାଳନ କରି ଆସୁଛନ୍ତି। ଉତ୍ସବଟି ଟିକେ ନିଆରା। ଏହା ୧୦ ଦିନ ଧରି ଚାଲିଥାଏ। ଏହି ଉତ୍ସବରେ ନୃତ୍ୟଗୀତର ଆସର ଜମେ ନାହିଁ। କିନ୍ତୁ ଅସହାୟ ଓ ଦୁର୍ଗମ ଅଞ୍ଚଳରେ ଥିବା ଲୋକଙ୍କ ମୁହଁରେ ହସ ଫୁଟିଥାଏ। ଯେଉଁ ଜାଗାରେ ପ୍ରଶାସନ ପହଞ୍ଚି ନାହିଁ, ଆଉ ବିକାଶ ଯେଉଁଠି ସାତ ସପନ ସେଠାରେ ‘ସେବା ଉତ୍ସବ’ ପହଞ୍ଚି ଥାଏ। ଏହି ଉତ୍ସବ ମାଧ୍ୟମରେ ସେ ଜିଲ୍ଲାର ବିଭିନ୍ନ ଉପାନ୍ତ ଆଦିବାସୀ ଅଞ୍ଚଳକୁ ଯାଇ ବସ୍ତ୍ର ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥାଆନ୍ତି। ଯେଉଁ ଜାଗାକୁ ରାସ୍ତା ଯାଇନି ସେଠାକୁ  ଯାଇ ମଧ୍ୟ ଲୋକଙ୍କ ଦୁଃଖ ବୁଝିବା ସହ ସେବା ଯୋଗାଇ ଦିଅନ୍ତି। ତାଙ୍କର ଏହି ନିଆରା ଉତ୍ସବକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଏଥିସହ ସେ ରକ୍ତଦାନ ଶିବିର, ହେଲଥ କ୍ୟାମ୍ପ, ଆଦି ଅନେକ କାର୍ଯ୍ୟ କରି ବହୁ ଯୁବକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ତାଙ୍କର ଏହି କାମରେ କିଛି ଯୁବକ ତାଙ୍କୁ ସାହାଯ୍ୟ କରିଥାନ୍ତି। ଏଥିସହ ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି।

ଶିବରାମ କହିଛନ୍ତି, “ସ୍ୱାଧୀନତାର ୭ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଏମିତି କିଛି ଗାଁ ଅଛି, ଯେଉଁଠି ଆଜି ପର୍ଯ୍ୟନ୍ତ ପ୍ରଶାସନ ପହଞ୍ଚି ପାରିନାହିଁ। ତେଣୁ ‘ସେବା ଉତ୍ସବ’ ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ ଥିବା ଅସହାୟ ଲୋକଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି। ପ୍ରତିବର୍ଷ ୧୦ ଦିନ ଧରି ଲୋକଙ୍କୁ ସ୍ୱାସ୍ଥ୍ୟସେବା, ବସ୍ତ୍ର ଦାନ ଓ ଖାଦ୍ୟ ବଣ୍ଟନ କରୁଛୁ।  ଏହି କ୍ରମରେ ଚଳିତ ବର୍ଷ ମଧ୍ୟ ଆମେ ଜିଲ୍ଲାର କିଛି ଦୁର୍ଗମ ଅଞ୍ଚଳକୁ ଯାଇ ଏହିସବୁ କାର୍ଯ୍ୟକ୍ରମ ଜାରି ରଖିଛୁ। ଆମେ ତ’ ସବୁଦିନ ଲୋକଙ୍କ ଅଭାବ ଅସୁବିଧା ଦୂର କରିପାରିବୁ ନାହିଁ। କିନ୍ତୁ ଯେତେ ସମ୍ଭବ ଲୋକଙ୍କ ପାଖରେ ପହଞ୍ଚି ସେବା ଦେବା ଆମର ମୁଖ୍ୟ ଉଦ୍ଦେଶ୍ୟ।”

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe