କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବାପା ଜିତିଥିଲେ ଓଡ଼ିଶାରୁ

ଭୁବନେଶ୍ୱର: ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବାସବରାଜ ବୋମାଇ। ୨୩ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ଏହି ନେତାଙ୍କ ବାପା ଏସଆର ବୋମାଇ ମଧ୍ୟ ରାଜ୍ୟରେ ୧୧ଶ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସୋମାପ୍ପା ରୟପ୍ପା ବୋମାଇ ୧୯୮୮ରୁ ୮୯ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ। ସୋମାପ୍ପା ରୟପ୍ପା ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଓଡ଼ିଶାରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ଜୁଲାଇ ୨, ୧୯୯୨ରେ ସେ ଓଡ଼ିଶାରୁ ରାଜ୍ୟସଭାକୁ […]

dharmendra-bsavraj

dharmendra-bsavraj

Subhransu Sekhar
  • Published: Wednesday, 28 July 2021
  • Updated: 29 July 2021, 04:12 AM IST

Sports

Latest News

ଭୁବନେଶ୍ୱର: ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବାସବରାଜ ବୋମାଇ। ୨୩ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ଏହି ନେତାଙ୍କ ବାପା ଏସଆର ବୋମାଇ ମଧ୍ୟ ରାଜ୍ୟରେ ୧୧ଶ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସୋମାପ୍ପା ରୟପ୍ପା ବୋମାଇ ୧୯୮୮ରୁ ୮୯ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ।

ସୋମାପ୍ପା ରୟପ୍ପା ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଓଡ଼ିଶାରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ଜୁଲାଇ ୨, ୧୯୯୨ରେ ସେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ରାଜ୍ୟସଭାରେ ୬ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ଏପ୍ରିଲ ୨, ୧୯୯୮ରେ ସେ ଅବସର ଗ୍ରହଣ କରିଥିଲେ। ପରେ କର୍ଣ୍ଣାଟକରୁ ଏପ୍ରିଲ ୩, ୧୯୯୮ରୁ ଏପ୍ରିଲ ୨, ୨୦୦୪ ଯାଏ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

ସବୁଠୁ ବଡ଼ କଥା ହେଲା ସୋମାପ୍ପା ରୟପ୍ପା ବୋମାଇ ଓଡ଼ିଶାରୁ ସଂସଦକୁ ପ୍ରତିନିଧିତ୍ୱ କରୁଥିବା ବେଳେ ଦେଶରେ କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରୀ ହୋଇଥିଲେ। ଯାହାକି ଏବେ ଶିକ୍ଷା ମନ୍ତ୍ରୀ ଭାବରେ ପରିଚିତ। ଏବେ ଏହି ପଦରେ ରହିଛନ୍ତି ମଧ୍ୟପ୍ରଦେଶର ରାଜ୍ୟସଭା ସାଂସଦ ତଥା ଓଡ଼ିଆ ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ସମୟରେ ଦେଶରେ ଦେବଗୌଡ଼ା ଏବଂ ଆଇ.କେ. ଗୁଜରାଲ ସରକାର ଥିଲା। ଦେବଗୌଡ଼ା କେନ୍ଦ୍ରରେ ୟୁନାଇଟେଡ ଫ୍ରଣ୍ଟ ସରକାରରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପୂର୍ବରୁ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ। ବାସବରାଜଙ୍କ ବାପା ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପଛରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଭୂମିକା ଓ ସମର୍ଥନ ରହିଥିଲା।

ସୋମାପ୍ପା ରୟପ୍ପା ବୋମାଇ ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାବରେ ସାମିଲ ହୋଇଥିଲେ। ସେ ବ୍ରିଟିଶ ଶାସନ କାଳରେ ମହୀଶୂର ରାଜ୍ୟ, ବମ୍ବେ ପ୍ରେସିଡେନ୍ସି, ହାଇଦ୍ରାବାଦ ଏବଂ ମାଡ୍ରାସ ପ୍ରେସିଡେନ୍ସି ମଧ୍ୟରେ ବିସ୍ତାର ହୋଇଥିବା କର୍ଣ୍ଣାଟକର ଏକୀକରଣ (କନ୍ନଡ)ରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ପେସାରେ ଜଣେ ଓକିଲ ଥିବା ଏହି ଲିଙ୍ଗାୟତ ନେତା ହୁବଲି ରୁରାଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅନେକ ଥର କର୍ଣ୍ଣାଟକ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୨ରୁ ୧୯୭୮ ପର୍ଯ୍ୟନ୍ତ କର୍ଣ୍ଣାଟକ ବିଧାନ ପରିଷଦର ସଦସ୍ୟ ମଧ୍ୟ ଥିଲେ।

ଏସଆର ବୋମାଇ ବନାମ ୟୁନିଅନ ଅଫ୍ ଇଣ୍ଡିଆ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ବିଚାର ଥିଲା। ଯେଉଁଥିରେ କୋର୍ଟ ଭାରତର ସମ୍ବିଧାନର ଧାରା ୩୫୬ର ଧାରା ଏବଂ ଆନୁସଙ୍ଗିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସର୍ବୋଚ୍ଚ ଅଦାଲତ ଧାରା ୩୫୬ ଅନୁଯାୟୀ ରାଜ୍ୟ ସରକାରଙ୍କୁ ବରଖାସ୍ତ କରିବାକୁ କେନ୍ଦ୍ରର କ୍ଷମତା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହି ମାମଲା କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ ବହୁତ ପ୍ରଭାବ ପକାଇଥିଲା। ଏହି ବିଚାର ପରେ ଦେଶରେ ରାଷ୍ଟ୍ରପତି ନିୟମ ବା ଶାସନ ଲାଗୁ ହେବାର ଉଦାହରଣ ହ୍ରାସ ପାଇଛି।

ସୋମାପ୍ପା ରୟପ୍ପା ବୋମାଇଙ୍କ ପୁଅ ହେଉଛନ୍ତି ବାସବରାଜ ବୋମାଇ। ଯିଏକି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଉତ୍ତରାଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos