ତାଲିବାନ କ’ଣ? କେମିତି ତିଆରି ହେଲା ଏହି ସଂଗଠନ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୯୯୦ ପୂର୍ବରୁ ଆଫଗାନିସ୍ତାନ ଉପରେ ସୋଭିଏତ ସୈନ୍ୟ ବା ଏବେର ରୁଷର ପ୍ରଭାବ ରହିଥିଲା। କିନ୍ତୁ ୧୯୯୦ରେ ଏହି ଦେଶର ସୈନ୍ୟ ପଳାଇବା ପରେ ତାଲିବାନ ଉତ୍ତର ପାକିସ୍ଥାନରେ ଜନ୍ମ ନେଇଥିଲା। Pashto ଭାଷାରେ ତାଲିବାନର ଅର୍ଥ ହେଉଛି ‘ଛାତ୍ର’। ଏହି ‘ଛାତ୍ର’ ମାନେ ବିଶେଷ ଭାବରେ କଟ୍ଟର ଇସଲାମିକ ବର୍ଗର। ଏମାନେ ଇସଲାମିକ ଧର୍ମର ଶିକ୍ଷା ଦ୍ୱାରା ଅନୁପ୍ରାଣିତ ହୁଅନ୍ତି। କୁହାଯାଏ ଯେ ସୁନ୍ନି ଇସଲାମର ପଣ୍ଡିତମାନେ ଧାର୍ମିକ ଅନୁଷ୍ଠାନ ସହାୟତାରେ […]

Taliban

Taliban

Subhransu Sekhar
  • Published: Monday, 16 August 2021
  • Updated: 16 August 2021, 05:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୯୯୦ ପୂର୍ବରୁ ଆଫଗାନିସ୍ତାନ ଉପରେ ସୋଭିଏତ ସୈନ୍ୟ ବା ଏବେର ରୁଷର ପ୍ରଭାବ ରହିଥିଲା। କିନ୍ତୁ ୧୯୯୦ରେ ଏହି ଦେଶର ସୈନ୍ୟ ପଳାଇବା ପରେ ତାଲିବାନ ଉତ୍ତର ପାକିସ୍ଥାନରେ ଜନ୍ମ ନେଇଥିଲା। Pashto ଭାଷାରେ ତାଲିବାନର ଅର୍ଥ ହେଉଛି ‘ଛାତ୍ର’। ଏହି ‘ଛାତ୍ର’ ମାନେ ବିଶେଷ ଭାବରେ କଟ୍ଟର ଇସଲାମିକ ବର୍ଗର। ଏମାନେ ଇସଲାମିକ ଧର୍ମର ଶିକ୍ଷା ଦ୍ୱାରା ଅନୁପ୍ରାଣିତ ହୁଅନ୍ତି। କୁହାଯାଏ ଯେ ସୁନ୍ନି ଇସଲାମର ପଣ୍ଡିତମାନେ ଧାର୍ମିକ ଅନୁଷ୍ଠାନ ସହାୟତାରେ ପାକିସ୍ତାନରେ ସେମାନଙ୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତାଲିବାନ ଉପରେ 'ଦେଓବନ୍ଦି' ବିଚାରଧାରାର ପ୍ରଭାବ ରହିଛି। ଏହି ତାଲିବାନ ପାଇଁ ପ୍ରଥମେ ସାଉଦି ଆରବରୁ ଆର୍ଥିକ ସହାୟତା ଆସୁଥିଲା ବୋଲି ସୂଚନା ରହିଛି। ତେଣୁ ତାଲିବାନ ଆଗକୁ ବଢ଼ିବା ପଛରେ ପାକିସ୍ତାନ ଏବଂ ସାଉଦି ଆରବ ବୋଲି କୁହାଯାଏ।

ସଂଗଠନ ଆରମ୍ଭ ହେବା ଦିନରୁ ତାଲିବାନ ଘୋଷଣା କରିଥିଲା ଯେ ଇସଲାମିକ ଅଞ୍ଚଳରୁ ବିଧର୍ମୀ ଶାସନକୁ ହଟାଯିବ। ଶରିଆ ଆଇନ ଏବଂ ଏକ ଇସଲାମିକ ରାଷ୍ଟ୍ର ପ୍ରତିଷ୍ଠା କରିବା ଏମାନଙ୍କର ଲକ୍ଷ୍ୟ ଥିଲା। ଆରମ୍ଭରୁ ଏମାନେ ଲୋକଙ୍କ ଉପରେ ଅତ୍ୟାଚାର କରି ସନ୍ତୁଷ୍ଟ ହେଉଥିଲେ। କିନ୍ତୁ ସେତେବେଳେ ଲୋକେ ହଠାତ୍ ପ୍ରତିକ୍ରିୟାଶୀଳ ହୋଇନଥିଲେ। ପରବର୍ତ୍ତୀ ସମୟରେ ତାଲିବାନ ଏତେ ଶକ୍ତିଶାଳୀ ହୋଇଗଲା ଯେ ତାଙ୍କଠାରୁ ମୁକ୍ତି ପାଇବା ପାଇଁ ଲୋକଙ୍କ ଆଶା ଶେଷ ହୋଇଯାଇଥିଲା। ଆଉ କିଭଳି ମୁକ୍ତି ପାଇବେ ସେ ନେଇ ତ୍ରାହି ତ୍ରାହି ଡାକୁଥିଲେ।

ରୁଷ-ଆମେରିକା ଶୀତଳ ଯୁଦ୍ଧରୁ ତିଆରି ହେଲା ତାଲିବାନ!

ଆଫଗାନିସ୍ତାନରେ ରୁଷର ପ୍ରଭାବକୁ ଶେଷ କରିବା ପାଇଁ ତାଲିବାନକୁ ଆମେରିକା ହିଁ ସମର୍ଥନ କରିଥିବା କୁହାଯାଏ। ୧୯୯୮ ସୁଦ୍ଧା ତାଲିବାନ ଆଫଗାନିସ୍ତାନର ପ୍ରାୟ ୯୦% ନିୟନ୍ତ୍ରଣରେ ରଖିଥିଲା। ହେଲେ ୯/୧୧ର ଟୁଇନ୍‌ ଟାୱାର ଧ୍ୱଂସ ଘଟଣା ପରେ ଆମେରିକାର ତାଲିବାନ ପ୍ରତି ଥିବା ଚିନ୍ତାଧାରା ବଦଳିଥିଲା। ଏହି ଆକ୍ରମଣ ପଛରେ ଅଲକାଏଦା ଏବଂ ଲାଡେନ ଥିଲେ। ଏମାନଙ୍କୁ ତାଲିବାନ ହିଁ ସୁରକ୍ଷା ଯୋଗାଇଥିଲା ବୋଲି ଆମେରିକା ଜାଣିବାକୁ ପାଇଥିଲା।

ଏହାପରେ ଆମେରିକା ତାଲିବାନ ବିରୋଧରେ ଯୁଦ୍ଧ କରି ୨୦୦୧ରେ ତାଲିବାନକୁ କ୍ଷମତାରୁ ହଟାଇ ଦେଇଥିଲା। କିନ୍ତୁ କାବୁଲ-କାନ୍ଦାହାର ଭଳି ବଡ଼ ସହରରେ ଏବଂ ପାହାଡ଼ିଆ ଅଞ୍ଚଳରେ ତାଲିବାନକୁ ହଟାଇବାରେ ସଫଳ ହୋଇପାରି ନଥିଲା ଆମେରିକା ଏବଂ ନାଟୋ। ବିଶେଷକରି ପାକିସ୍ତାନ ସୀମାରେ ଥିବା ଅଞ୍ଚଳରେ ତାଲିବାନକୁ ପାକିସ୍ତାନ ସମର୍ଥନ କରିଥିବାରୁ ଏହି ଗୋଷ୍ଠୀ ସକ୍ରିୟ ରହିଥିଲା। ତେଣୁ ଏବେ ଆମେରିକା ନିଜ ସୈନ୍ୟ ପ୍ରତ୍ୟାହାର କରିବ ବୋଲି ଘୋଷଣା କରିବା ପରେ ତାଲିବାନ ପୁଣିଥରେ ମୁଣ୍ଡ ଟେକିଥିଲା। ଆମେରିକାର ସମ୍ପୂର୍ଣ୍ଣ ସେନା ଯିବାକୁ ୩ ସପ୍ତାହ ବାକି ରହିଥିବା ବେଳେ ତାଲିବାନ ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଛି।

୨୦ ବର୍ଷ ପରେ ତାଲିବାନ କିପରି ଏତେ ଶକ୍ତିଶାଳୀ ହେଲା?

୨୦୦୧ରେ ଆମେରିକା ଏବଂ ନାଟୋର ମିଳିତ ଲଢ଼େଇରେ ତାଲିବାନକୁ କେବଳ ପାର୍ବତ୍ୟ ଅଞ୍ଚଳକୁ ଠେଲି ଦେଇଥିଲା। କିନ୍ତୁ ୨୦୧୨ରେ ନାଟୋ ବେସ ଉପରେ ତାଲିବାନ ଆକ୍ରମଣ କରିଥିଲା। ଆଉ ଏହିଠାରୁ ୨୦୦୧ ପରେ ସୁପ୍ତ ହୋଇ ରହିଥିବା ତାଲିବାନ ପୁଣି ଥରେ ମୁଣ୍ଡ ଟେକିବା ଆରମ୍ଭ କରିଥିଲା। ୨୦୧୫ରେ ତାଲିବାନ ଆଫଗାନିସ୍ତାନର କୁଣ୍ଡୁଜ ନାମକ ଏକ ବଡ଼ ଅଞ୍ଚଳକୁ ଦଖଲ କରି ପ୍ରତ୍ୟାବର୍ତ୍ତନର ସିଗନାଲ ଦେଇଥିଲା। ଏବେ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବ ବୋଲି ଏପ୍ରିଲରେ ଘୋଷଣା କରିଥିଲା। ଅର୍ଥାତ୍ ଆଫଗାନିସ୍ତାନ ପ୍ରତି ଆମେରିକାର ଆଗ୍ରହ କମିଗଲା। ଯାହାକୁ ଦୀର୍ଘ ଦିନ ଧରି ସୁଯୋଗ ଭାବରେ ଅପେକ୍ଷା କରି ସୁପ୍ତ ଅବସ୍ଥାରେ ନିରୀକ୍ଷଣ କରୁଥିଲା ତାଲିବାନ।

ଏହାପରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ, ପାକିସ୍ତାନୀ ସେନା ଏବଂ ଆଇଏସଆଇ ଗୁପ୍ତଚର ତାଲିବାନକୁ ସମସ୍ତ ପ୍ରକାର ସହାୟତା ଯୋଗାଇଥିଲେ। ଦୁଇ ଦେଶର ସୀମାରେ ପାକିସ୍ତାନର ସୈନ୍ୟମାନେ ତାଲିବାନ ସହିତ ଯିବା ଆସିବା ଆରମ୍ଭ କରିଥିଲେ। ଏହି କାରଣ ପାଇଁ ଆଫଗାନିସ୍ତାନରୁ ଯାଇ ଓମାନରେ ଥିବା ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଗୋଟିଏ ବୈଠକରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ। ତାଲିବାନକୁ ପାକିସ୍ତାନ ସେନା ସମର୍ଥନ କରି ଶାନ୍ତି ଭାଙ୍ଗିବାକୁ ପାକିସ୍ତାନ ଚେଷ୍ଟା କରୁଛି ବୋଲି କହିଥିଲେ। ଯାହାକୁ କିନ୍ତୁ ଇମ୍ରାନ ଖାନ୍ ଖାରଜ କରିଥିଲେ। କିନ୍ତୁ ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ପାକିସ୍ତାନର ଲୋକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି।

୨୦୨୦ରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାର ସ୍ଥିର କରିଥିଲେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବ। କିନ୍ତୁ ଏହା ପୂର୍ବରୁ ତାଲିବାନ ସହ ଶାନ୍ତି ଆଲୋଚନା ଆରମ୍ଭ କରିଥିଲା। କାତାର ରାଜଧାନୀ ଦୋହାରେ ଆମେରିକା ଏ ନେଇ ତାଲିବାନ ଏବଂ ଆଫଗାନିସ୍ତାନ ସହିତ ମିଶି ଏକ ଶାନ୍ତି ଚୁକ୍ତି ବୈଠକ କରିଥିଲା। ଏ ନେଇ ଦୋହାରେ ମଧ୍ୟ ଅନେକ ଥର ବୈଠକ ହୋଇଥିଲା। ଗୋଟିଏ ପଟେ ତାଲିବାନ ପ୍ରତ୍ୟକ୍ଷ ଭାବରେ ଆଲୋଚନା କରିବାର ରାସ୍ତା ଆପଣେଇଥିଲା ଏବଂ ଅନ୍ୟ ପଟେ ବଡ଼ ସହର ଏବଂ ସାମରିକ ବେସ ଉପରେ ଆକ୍ରମଣ କରିବା ପରିବର୍ତ୍ତେ ଛୋଟିଆ ଛୋଟିଆ ଅଞ୍ଚଳକୁ ନିଜ ଦଖଲକୁ ନେବା ପାଇଁ ତାଲିବାନ ରଣନୀତି ଉପରେ କାମ ଆରମ୍ଭ କରି ଦେଇଥିଲା।

ଏହାରି ଭିତରେ ଆମେରିକାରେ କ୍ଷମତା ପରିବର୍ତ୍ତନ ହୋଇଥିଲା। ଜୋ ବାଇଡେନ ହୋଇଥିଲେ ଆମେରିକାର ରାଷ୍ଟ୍ରପତି। ୨୦୨୧ମସିହା ଏପ୍ରିଲରେ ବାଇଡେନ ଘୋଷଣା କରିଥିଲେ ଆମେରିକାରୁ ସୈନ୍ୟ ପ୍ରତ୍ୟାହାର କରାଯିବ। ଏହାପରେ ତାଲିବାନ ପାଖରେ ଥିବା ୯୦ ହଜାରରୁ ଅଧିକ ଯୁଦ୍ଧ ବିମାନ ବିଭିନ୍ନ ସହର ମୁହାଁ ହୋଇଥିଲା। ଆଫଗାନିସ୍ତାନ ପାଖରେ ୩ ଲକ୍ଷରୁ ଅଧିକ ସେନା ଥିଲେ ମଧ୍ୟ ତାଲିବାନର ଆକ୍ରମଣାତ୍ମକ ଭଙ୍ଗୀ ଦେଖି ଆଫଗାନିସ୍ତାନ ସେନା ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା। ଏବେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ରାଷ୍ଟ୍ରପତି ଅଶରଫ ଘନି, ତାଙ୍କର ପ୍ରମୁଖ ସହଯୋଗୀ, କମାଣ୍ଡର ଅବଦୁଲ ରସିଦ ଦୋସ୍ତୁମ ଏବଂ ଅନେକ ଯୋଦ୍ଧା ପଡ଼ୋଶୀ ଦେଶକୁ ଚାଲିଯାଇଥିବା ସୂଚନା ରହିଛି। ପ୍ରଥମେ ଅସରଫ ତାଜିକିସ୍ତାନ ଯାଇଥିବା କୁହାଯାଉଥିଲା। କିନ୍ତୁ ଏବେର ସଦ୍ୟ ରିପୋର୍ଟ ଅନୁଯାୟୀ ଅସରଫ ଘନି ଓମାନ ଯାଇଛନ୍ତି। ଏହାପରେ ସେଠାରୁ ସେ ଆମେରିକା ପଳାଇବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story