Advertisment

ରିକ୍ସାବାଲାଙ୍କ ହାତକୁ ଟେକି ଦେଲେ କୋଟିଏ ଟଙ୍କାର ସମ୍ପତ୍ତି

କଟକ(ଓଡ଼ିଶା ରିପୋର୍ଟର): ରିକ୍ସାବାଲାଙ୍କୁ କରିଦେଲେ କୋଟିପତି। ନିଜ ଅର୍ଜିତ ସମ୍ପତ୍ତି ସବୁକୁ ତାଙ୍କ ହାତକୁ ଟେକିଦେଲେ। କୋଠା ସାଙ୍ଗକୁ ଟଙ୍କା, ସୁନା ଅଙ୍କାର ସବୁକିଛି, ରିକ୍ସାଚାଳକଙ୍କ ନାଁରେ ଲେଖିଦେଲେ। କଟକର ଜଣେ ବୃଦ୍ଧା ଦେଖାଇଛନ୍ତି ଏଭଳି ମହନୀୟତା। ସମ୍ପତି ପାଇଁ ବାପ ପୁଅ ଓ ଭାଇ ଭାଇ ମଧ୍ୟରେ ଝଗଡା ଲାଗୁଛି। ହେଲେ ରକ୍ତ ସଂପର୍କ ନହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ସବୁ ସମ୍ପତ୍ତିର ଉତରାଧିକାରୀ କରିଦେଇଛନ୍ତି ଜଣେ ବୃଦ୍ଧା। ଏମିତି ଏକ ନିଆରା ପଦକ୍ଷେପ […]

ଅଦ୍ୟତନ ହୋଇଛି
ରିକ୍ସାବାଲାଙ୍କ ହାତକୁ ଟେକି ଦେଲେ କୋଟିଏ ଟଙ୍କାର ସମ୍ପତ୍ତି

Minati pattanik and rickwa Driver

Advertisment

କଟକ(ଓଡ଼ିଶା ରିପୋର୍ଟର): ରିକ୍ସାବାଲାଙ୍କୁ କରିଦେଲେ କୋଟିପତି। ନିଜ ଅର୍ଜିତ ସମ୍ପତ୍ତି ସବୁକୁ ତାଙ୍କ ହାତକୁ ଟେକିଦେଲେ। କୋଠା ସାଙ୍ଗକୁ ଟଙ୍କା, ସୁନା ଅଙ୍କାର ସବୁକିଛି, ରିକ୍ସାଚାଳକଙ୍କ ନାଁରେ ଲେଖିଦେଲେ। କଟକର ଜଣେ ବୃଦ୍ଧା ଦେଖାଇଛନ୍ତି ଏଭଳି ମହନୀୟତା।

Advertisment

ସମ୍ପତି ପାଇଁ ବାପ ପୁଅ ଓ ଭାଇ ଭାଇ ମଧ୍ୟରେ ଝଗଡା ଲାଗୁଛି। ହେଲେ ରକ୍ତ ସଂପର୍କ ନହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ସବୁ ସମ୍ପତ୍ତିର ଉତରାଧିକାରୀ କରିଦେଇଛନ୍ତି ଜଣେ ବୃଦ୍ଧା। ଏମିତି ଏକ ନିଆରା ପଦକ୍ଷେପ ନେଇଛନ୍ତି କଟକ ସହରର ସୂତାହାଟ ଅଂଚଳର ମିନତୀ ପଟ୍ଟନାୟକ।

ସ୍ୱାମୀ ଓ ଝିଅଙ୍କର ମୃତ୍ୟୁ ପରେ ଏକାକୀ ରହୁଥିବା ୬୩ ବର୍ଷୀୟ ମିନତୀ ପଟ୍ଟନାୟକ ନିଜର ୩ ମହଲା ବିଶିଷ୍ଟ ଘର, ସୁନାଗହଣା ସବୁ ବୁଢ଼ା ସାମଲ ନାମକ ରିକ୍ସା ଚାଳକଙ୍କୁ ଦେଇ ଦେଇଛନ୍ତି। ଗତବର୍ଷ ମିନତୀଙ୍କ ସ୍ୱାମୀ କୃଷ୍ଣକୁମାର ପଟ୍ଟନାୟକଙ୍କର ଦେହାନ୍ତ ହୋଇଥିଲା। ପରେ ଝିଅ କୋମଲ କୁମାରୀଙ୍କୁ ନେଇ ବଞ୍ଚିବାକୁ ଭାବି ନେଇଥିଲେ ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ସ୍ୱାମୀ ଯିବାର ୬ମାସ ପରେ ଝିଅ କୋମଲଙ୍କର ବି ହୃଦଘାତରେ ମୃତ୍ୟୁ ହୋଇଗଲା। ୬ମାସ ଭିତରେ ଆଗ ପଛ ହୋଇ ସ୍ୱାମୀ ଓ ଝିଅ ଚାଲିଗଲେ। ଏହାପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ମିନତୀ।Minati

Advertisment

ତିନି ମହଲା ବିଶିଷ୍ଟ ଏତେ ବଡ଼ ଘରେ ଏକୁଟିଆ ଦିନ କାଟୁଥିଲେ। ବନ୍ଧୁବାନ୍ଧବ, ନିକଟ ସମ୍ପର୍କୀୟ କେହି ଅନେଇଲେ ନାହିଁ।  ଏ ସମୟରେ ରିକ୍ସା ଚାଳକ ବୁଢା ସାମଲ ମିନତୀଙ୍କ ପାଖରେ ଛିଡ଼ା ହୋଇଥିଲେ। ଦୀର୍ଘ ବର୍ଷ ଧରି ନେବା ଆଣିବା କରୁଥିବା ରିକ୍ସା ଚାଳକ ବୁଢ଼ା ହିଁ ମିନତୀଙ୍କ ପାଇଁ ସାହା ଭରସା ପାଲଟିଥିଲେ। ଏପରିକି ଅସୁସ୍ଥତା ବେଳେ ସେ ହିଁ ଔଷଧପତ୍ର ଆଣି ମଧ୍ୟ ପହଞ୍ଚାଉଥିଲେ।

ଶେଷରେ ତାଙ୍କରି ଭରସାରେ ବଞ୍ଚୁଥିବା ମନିତୀ ୩ ମାସ ତଳେ ନିଜର ସବୁ ସଂପତ୍ତି, ଘରଦ୍ୱାର, ସୁନାଗହଣା ଓ ଆସବାବପତ୍ର ବୁଢ଼ାଙ୍କ ନାଁରେ କରିଦେଇଛନ୍ତି। ମୃତ୍ୟୁ ପର୍ଯ୍ୟନ୍ତ ରିକ୍ସା ଚାଳକଙ୍କ ପରିବାର ମେଳରେ ଦିନ କାଟିବାକୁ ସ୍ଥିର କରିନେଇଛିନ୍ତି ମିନତୀ। ସ୍ନେହ ଶ୍ରଦ୍ଧା ଆଗରେ ସମ୍ପତ୍ତି ତୁଚ୍ଛ ବୋଲି ପ୍ରମାଣ କରିଦେଇଛନ୍ତି ସେ। ଯାହାକି ଏବେ ସମସ୍ତ ଙ୍କୁ ତାଯୁବ କରି ଦେଇଛି।

ମିନତୀ କୁହନ୍ତି, 'ମୋ ସ୍ୱାମୀ ଓ ଝିଅ ଚାଲିଗଲା ପରେ କେବଳ ବୁଢ଼ା ନୁହନ୍ତି ତାଙ୍କ ସ୍ତ୍ରୀ ବୁଟି ମଧ୍ୟ ମୋର ଯତ୍ନ ନେଇଛନ୍ତି। ମୋର ସାହାରା ହେବା ସହ ସେବା ମଧ୍ୟ କରିଛନ୍ତି। ଯେଉଁ ସମ୍ପର୍କୀୟମାନେ ସମ୍ପର୍କର ମୂଲ୍ୟବୋଧ ବୁଝି ନାହାଁନ୍ତି,  ସେଠି ଏ ଗରିବ ପରିବାରଟି ମୋ ଦୁଃଖ ବୁଝିଛନ୍ତି।  ଶେଷ ଜୀବନ ତକ ଏମାନଙ୍କ ପାଖରେ ବିତାଇ ଏ ଦୁନିଆରୁ ବିଦାୟ ନେବି।' 'ସେପଟେ ମୋ ଭଳି ଜଣେ ଗରିବ ଖଟିଖିଆ ମଣିଷକୁ ଏ ସବୁ ମିଳିବ ନିଶ୍ଚିତ ଭାବରେ ଚମତ୍କାର। କେଉଁ ଜନ୍ମରେ କେଉଁ ପୁଣ୍ୟ କରିଥିଲି। ଏ ଜନ୍ମରେ ରିକ୍ସା ଚଳେଇ ଏତେ କଷ୍ଟ କଲାପରେ ଭଗବାନ ମୋତେ ଆଜି କୋଟିପତି କରିଛନ୍ତି ବୋଲି  ରିକ୍ସା ଚାଳକ ବୁଢା କହିଛନ୍ତି।'

ବୁଢା ସାମଲ କଟକର ସିଧେଶ୍ୱର ସାହିରେ ଭଡାଘରେ ରହୁଥିଲେ। ତାଙ୍କର ଗୋଟିଏ  ଝିଅ ବାହା ହୋଇଯାଇଥିବା ବେଳେ, ଦୁଇ ପୁଅ ସ୍ତ୍ରୀକୁ ନେଇ ତାଙ୍କ ପରିବାର । ଆଜକୁ ତିନି ମାସ ତଳେ ହଠାତ ଦିନେ ମିନତୀ, ବୁଢା ପରିବାରଙ୍କୁ ଆଣି ନିଜ ଘରେ ରଖିଥିଲେ । ଗଲା ତିନି ମାସ ଧରି ବୁଢ଼ାଙ୍କ ପରିବାର ମିନତୀ ଙ୍କ ଘରେ ରହି ଆସୁଛନ୍ତି । ବୁଢା ଓ ତାଙ୍କ ପରିବାର ସଦସ୍ୟଙ୍କ ଆଚରଣ, ଉଚ୍ଚାରଣ ଓ ବ୍ୟବହାର ସେବା ଯତ୍ନରେ ମିନତୀ ଖୁସି ହୋଇ, ନିଜର ଏହି କୋଟିଏ ଟଙ୍କାର ସମ୍ପତ୍ତି ବୁଢା ପରିବାରକୁ ଦେବାକୁ ନିଷ୍ପତ୍ତି ନେଇଥିଲେ।

ଆଜିର ଦୁନିଆରେ ଯେଉଁଠି ଆପଣର ଲୋକଙ୍କ ମୁହଁକୁ କେହି ଚାହୁଁ ନାହାଁନ୍ତି, ସେଠି ସମ୍ପର୍କର ଏକ ନୂଆ ପରିଭାଷା ତିଆରି କରିଛନ୍ତି ୬୩ ବର୍ଷୀୟା ବୃଦ୍ଧା ମିନତୀ ପଟ୍ଟନାୟକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe