Advertisment

ଅନୀଲଙ୍କ ବାଡ଼ିରେ 'ଆଇସକ୍ରିମ୍' କଦଳୀ

ମାଙ୍ଗାଲୁରୁ: ସାଧାରଣ କଦଳୀ ତ ଗୋଟିଏ ପ୍ରକାରର ଥାଏ। କିନ୍ତୁ କେବେ ଆଇସକ୍ରିମ୍ କଦଳୀ କଥା ଶୁଣିଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ। କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଜଣେ ଚାଷୀଙ୍କ ପାଖରେ ବେଲଥାନଗଡ଼ି ତାଲୁକରେ ୨୫ ଏକର ଜାଗା ଅଛି। ଏହି ଜମିରେ ସେ କଦଳୀର ଏକ ଅଲଗା ପ୍ରଜାତି ଚାଷ କରୁଛନ୍ତି। ଏହି ପ୍ରଜାତି ହେଉଛି ବ୍ଲୁ ଜାଭା, ଯାହାକୁ ‘ଆଇସକ୍ରିମ୍’ କଦଳୀ କୁହାଯାଉଛି। ସେହି ଚାଷୀ ଜଣକ ହେଉଛନ୍ତି ଅନୀଲ୍, […]

ଅନୀଲଙ୍କ ବାଡ଼ିରେ 'ଆଇସକ୍ରିମ୍' କଦଳୀ

banana

Advertisment

ମାଙ୍ଗାଲୁରୁ: ସାଧାରଣ କଦଳୀ ତ ଗୋଟିଏ ପ୍ରକାରର ଥାଏ। କିନ୍ତୁ କେବେ ଆଇସକ୍ରିମ୍ କଦଳୀ କଥା ଶୁଣିଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ। କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଜଣେ ଚାଷୀଙ୍କ ପାଖରେ ବେଲଥାନଗଡ଼ି ତାଲୁକରେ ୨୫ ଏକର ଜାଗା ଅଛି। ଏହି ଜମିରେ ସେ କଦଳୀର ଏକ ଅଲଗା ପ୍ରଜାତି ଚାଷ କରୁଛନ୍ତି। ଏହି ପ୍ରଜାତି ହେଉଛି ବ୍ଲୁ ଜାଭା, ଯାହାକୁ 'ଆଇସକ୍ରିମ୍' କଦଳୀ କୁହାଯାଉଛି।

Advertisment

ସେହି ଚାଷୀ ଜଣକ ହେଉଛନ୍ତି ଅନୀଲ୍, ଯାହାଙ୍କର ବଲଞ୍ଜାରେ ଏକ ଜମି ଅଛି। ଗତ ୧୫ ବର୍ଷ ଧରି ଅନୀଲ ନିଜ ଜମିରେ ୭୦୦ରୁ ଅଧିକ କିଷମର ଟ୍ରଫିକାଲ୍ ଫଳ ଚାଷ କରିଆସୁଛନ୍ତି ଏବଂ ସେଥିରୁ ଅଧିକାଂଶ ଫଳ କିମ୍ବା ଦକ୍ଷିଣ ଆମେରିକା, ୟୁରୋପ କିମ୍ବା ଦକ୍ଷିଣ ପୂର୍ବ ଏସୀୟ ଦେଶ ଗୁଡ଼ିକରେ ମିଳିଥାଏ। ୩୭ ବର୍ଷୀୟ ଅନୀଲ୍ କହିଛନ୍ତି ଯେ ବୋଧହୁଏ କର୍ଣ୍ଣାଟକରେ ଜଣେ ଚାଷୀ ଦକ୍ଷିଣ ପୂର୍ବ ଏସିଆରେ ଲୋକପ୍ରିୟ ବ୍ଲୁ ଜାଭା ବା ଆଇସକ୍ରିମ୍ କଦଳୀ ଚାଷ କରିଛନ୍ତି।

ଅନୀଲ କହିଛନ୍ତି ଯେ କଦଳୀର ଏହି ଭେରାଇଟି ପାଞ୍ଚମାସ ତଳେ ଇଣ୍ଟରନେଟରେ ଧମାଲ୍ କରିଥିଲା, ଯେଉଁଥିରେ ଜଣେ ବ୍ୟକ୍ତି ଏ ସମ୍ବନ୍ଧରେ ବିସ୍ତୃତ ସୂଚନା ଦେଇଥିଲେ। ସେହି ବ୍ୟକ୍ତି ଜଣକ କହିଥିଲେ ଯେ ବାସ୍ତକରେ ଏହି କଦଳୀର ସ୍ୱାଦ ଭାନିଲା ଆଇସକ୍ରିମ୍ ଭଳି ଲାଗୁଛି।

Advertisment

Blue java bananas grow in india: कर्नाटक का यह किसान उगा रहा आइसक्रीम बनाना  - this karnataka farmer grows blue java bananas in india known as ice cream  banana | Navbharat Times

ଚାଷୀ ଜଣକ କହିଛନ୍ତି ଯେ ଏହି କଦଳୀ ଗୁଡ଼ିକ କ୍ରିମୀ (କ୍ରିମ୍ ଭଳି) ହୋଇଥାଏ ଏବଂ ଏହାର ସ୍କିନ୍ ନୀଳ ରଙ୍ଗର ହୋଇଥାଏ। ଏହି ଗଛକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହାକୁ ବ୍ୟାଗରେ ରୋପଣ କରାଯାଇଥାଏ। ଏଥିପାଇଁ ଫଳର ସେଟ୍ ପାଖାପାଖି ୫୦ ପର୍ଯ୍ୟନ୍ତ ସୀମିତ ରହେ। ସେ କହିଛନ୍ତି, ଦୁଇ ବର୍ଷ ତଳେ ମୁଁ ଥାଇଲ୍ୟାଣ୍ଡକୁ ଏକ ପ୍ରଦର୍ଶନୀକୁ ଯାଇଥିଲା, ଯେଉଁଠାରୁ ଟିସୁ-ସଂସ୍କୃତ ଉଦ୍ଭିଦ ଆଣିବା ପାଇଁ ପରିବହନ ସମେତ ୨୧ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଆମ ପାଖରେ ବର୍ତ୍ତମାନ ଏହି ଭେରାଇଟୀର ୧୯ଟି ଉଦ୍ଭିଦ ଅଛି।

ଅନୀଲ କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ଦକ୍ଷିଣ ଆମେରିକାରେ ମିଳୁଥିବା ଇନଗା ଏଡୁଲିସ୍ ( ଯାହାକୁ ଆଇସକ୍ରିମ୍ ବିନ୍ ମଧ୍ୟ କୁହାଯାଏ) ବଢ଼ାଇବାରେ ସଫଳ ହୋଇଛୁ। ଆମେ ପ୍ରାୟ ୧.୫ କ୍ୱିଣ୍ଟାଲ ଫଳ ଅମଳ କରିଛୁ। ଏହା ବ୍ୟତୀତ ଆମ ପାଖରେ ଧଳା ଜାବୋଟିକାବା, ଆବିୟୁ ଫଳ, ମାମୀ ସାପୋଟେ, ଚମ୍ପେଡକ୍, ଡୁରିଆନ୍, ଜାପାନିଜ୍ ଭେରାଇଟି ବ୍ଲାକବେରୀ, ଇଜିପ୍ଟର ଭେରାଇଟି ଜିଏସି ଫଳ, ଜାମ ଫଳ, ରୋଲିନିଆ ଡେଲିସିଓସା ଇତ୍ୟାଦି ଅଛି।'

ଅନୀଲ ତାଙ୍କର ୬ ଏକର ଜାଗାରେ ଶିକ୍ଷାଗତ ଉଦ୍ଦେଶ୍ୟ ପାଇଁ ଏକ ଅନନ୍ୟ ଫଳ ଉଦ୍ୟାନର ବିକଶିତ ପାଇଁ କାମ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ‘ରୁଚି ଥିବାରୁ ମୁଁ ଫଳ ଉପରେ ଅଧ୍ୟୟନ କଲି ଏବଂ ସାରା ବିଶ୍ୱର କୃଷକଙ୍କ ସହ କଥାବାର୍ତ୍ତା କରିଛି। ଦକ୍ଷିଣ ପୂର୍ବ ଏସିଆରୁ ଫଳ ଚାଷ କରିବା ଏବଂ ଆମର ଜଳବାୟୁ ଅବସ୍ଥା ସହିତ ଖାପ ଖାଇବା ଉପରେ ଧ୍ୟାନ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe