Advertisment

ମକର ସଂକ୍ରାନ୍ତି: କାହିଁକି ଖେଚୁଡି ତିଆରି କରି ବଣ୍ଟାଯାଏ?

ନୂଆବର୍ଷର ପ୍ରଥମ ପର୍ବ ଭାବେ ଚଳିତ ବର୍ଷ ପଡୁଛି ମକର ସଂକ୍ରାନ୍ତି। ଏହି ଦିନ ସୂର୍ଯ୍ୟ ଦେବତା ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରନ୍ତି। ଏଥିପାଇଁ ଏହାକୁ ମକର ସଂକ୍ରାନ୍ତି ବୋଲି କୁହାଯାଏ। ଚଳିତ ବର୍ଷ ମକର ସଂକ୍ରାନ୍ତି ଜାନୁଆରୀ ୧୪ରେ ପାଳନ ହେବ। ଏହି ଦିନ ପବିତ୍ର ନଦୀରେ ସ୍ନାନ ଓ ଦାନ କରିବା ନେଇ ବିଶେଷ ମହତ୍ୱ ରହିଛି । ମକର ସଂକ୍ରାନ୍ତି ଦିନ ଗୁଡ, ଘିଅ, ଲୁଣ ଏବଂ ରାଶି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ମକର ସଂକ୍ରାନ୍ତି: କାହିଁକି ଖେଚୁଡି ତିଆରି କରି ବଣ୍ଟାଯାଏ?

Khichdi

ନୂଆବର୍ଷର ପ୍ରଥମ ପର୍ବ ଭାବେ ଚଳିତ ବର୍ଷ ପଡୁଛି ମକର ସଂକ୍ରାନ୍ତି। ଏହି ଦିନ ସୂର୍ଯ୍ୟ ଦେବତା ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରନ୍ତି। ଏଥିପାଇଁ ଏହାକୁ ମକର ସଂକ୍ରାନ୍ତି ବୋଲି କୁହାଯାଏ। ଚଳିତ ବର୍ଷ ମକର ସଂକ୍ରାନ୍ତି ଜାନୁଆରୀ ୧୪ରେ ପାଳନ ହେବ। ଏହି ଦିନ ପବିତ୍ର ନଦୀରେ ସ୍ନାନ ଓ ଦାନ କରିବା ନେଇ ବିଶେଷ ମହତ୍ୱ ରହିଛି ।

Advertisment

ମକର ସଂକ୍ରାନ୍ତି ଦିନ ଗୁଡ, ଘିଅ, ଲୁଣ ଏବଂ ରାଶି ବ୍ୟତୀତ କଳା ହରଡ ଡାଲି, ଚାଉଳ ଆଦି ଦାନ କରାଯାଏ।  କେବଳ ସେତିକି ନୁହେଁ, ଏହି ଦିନ ଘରେ ମଧ୍ୟ ହରଡ ଡାଲିରେ ଖେଚୁଡି ରୋଷେଇ ଖିଆଯାଏ। ଅନେକ ସ୍ଥାନରେ ଏହି ପର୍ବକୁ ଖେଚୁଡି ନାଁରେ ମଧ୍ୟ ଜଣାଶୁଣା। ବିଶ୍ୱାସ କରାଯାଏ ଯେ ଏହି ଦିନ ଖେଚୁଡି ତିଆରି କରି ଖାଇବା ଏବଂ ଦାନ କରିବା ତଥା ବାଣ୍ଟିବା ଦ୍ୱାରା ସୂର୍ଯ୍ୟ ଦେବତା ଏବଂ ଶନି ଦେବତାଙ୍କ କୃପା ଲାଭ ହୁଏ।  ତେବେ ମକର ସଂକ୍ରାନ୍ତି ଦିନ କାହିଁକି ଖେଚୁଡି ତିଆରି ହୁଏ ବଣ୍ଟାଯାଏ ଆସନ୍ତୁ ଜାଣିବା।

ମକର ସଂକ୍ରାନ୍ତି ଦିନ ଖେଚୁଡି ତିଆରି କରିବା, ଖାଇବା ଏବଂ ଦାନ କରିବା ପ୍ରଥା ବାବା ଗୋରଖନାଥଙ୍କ ସମୟରୁ ଆରମ୍ଭ ହୋଇଥିଲା। ଇତିହାସ ଅନୁଯାୟୀ, ଯେତେବେଳେ ନାଥ ଯୋଗୀ ଖିଲଜୀଙ୍କ ଆକ୍ରମଣ ସମୟରେ ଖାଦ୍ୟ ପ୍ରସ୍ତୁତ କରିବାକୁ ସମୟ ପାଇନଥିଲେ ଏବଂ ଏହି କାରଣରୁ, ସେ ଯୁଦ୍ଧ କରିବାକୁ ଯିବା ବେଳେ ଭୋକିଲା ରହିଯାଉଥିଲେ ସେତେବେଳେ ବାବା ଗୋରଖନାଥ ଡାଲି, ଚାଉଳ ଏବଂ ପନିପରିବାକୁ ଏକାଠି ରାନ୍ଧିବାକୁ ପରାମର୍ଶ ଦେଇଥିଲେ। ଶୀଘ୍ର ରୋଷେଇ ହୋଇଯାଉଥିବା ଏହି ଖେଚୁଡି ଦ୍ୱାରା ଯୋଗୀଙ୍କ ପେଟ ପୂରିବା ସହ ଏହା ପୌଷ୍ଟିକ ମଧ୍ୟ ଥିଲା।

Advertisment

ପରେ ବାବା ଗୋରଖନାଥ ଏହାର ନାଁ ଖେଚୁଡି ରଖିଥିଲେ। ଏହା ପରେ, ଖିଲଜୀଙ୍କ ଠାରୁ ମୁକ୍ତ ହେବା ପରେ, ମାକର ସଂକ୍ରାନ୍ତି ଦିନ ଯୋଗୀମାନେ ଉତ୍ସବ ପାଳନ କରିବା ସହ ଖେଚୁଡି ତିଆରି କରି ଲୋକମାନଙ୍କ ମଧ୍ୟରେ ବଣ୍ଟନ କରୁଥିଲେ। ସେହି ଦିନଠାରୁ ହିଁ ମାକର ସଙ୍କ୍ରାନ୍ତି ଦିନ ଖେଚୁଡି ତିଆରି କରିବା ପ୍ରଥା ଆରମ୍ଭ ହୋଇଥିଲା। କେବଳ ଏତିକି ନୁହେଁ ଗୋରଖପୁରର ବାବା ଗୋରଖନାଥ ମନ୍ଦିରରେ ଏହି ଦିନ ଖେଚୁଡି  ମେଳା ଆୟୋଜିତ ହୁଲ। ଏଥିସହ ବାବା ଗୋରଖନାଥଙ୍କ ପାଖରେ ଖେଚୁଡି ଭୋଗ ଲାଭେ।

ଧାର୍ମିକ ମହତ୍ୱ ଅନୁଯାୟୀ, ବିଶ୍ୱାସ ରହିଛି ଯେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦେବାତା ତାଙ୍କ ପୁଅ ଶନିଙ୍କ ଘରକୁ ଯାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହରଡ ଡାଲି ଶନି ଦେବ ସହ ଜଡିତ। ଏଭଳି ପରିସ୍ଥିତିରେ, ମକର ସଂକ୍ରାନ୍ତି ଦିନ ହରଡ ଡାଲରେ ତିଆରି ଖେଚୁଡି ଖାଇବା ଏବଂ ଦାନ କରିବା ଦ୍ୱାରା ସୂର୍ଯ୍ୟ ଦେବ ଏବଂ ଶନି ଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।

Makar Sankranti 2022