Advertisment

ମଇଦାନକୁ ଆସିଥିଲେ ନେହରୁଙ୍କ ଜ୍ୱାଇଁ ଫିରୋଜ ଗାନ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ଲୋକସଭା ନିର୍ବାଚନ ହୋଇଥିଲା ୧୯୫୭ରେ । ଦ୍ୱିତୀୟ ଲୋକସଭା ନିର୍ବାଚନରେ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସ ନିଜର ସଫଳତାର କାହାଣୀ ପୁଣି ଦୋହରାଇଥିଲା। ନିର୍ବାଚନରେ ଜାତୀୟ କଂଗ୍ରେସ ମୋଟ ୪୯୦ଟି ସିଟ୍‌ରୁ ୨୯୬ଟି ସିଟ୍‌ ହାସଲ କରିବାରେ ସଫଳ ହୋଇଥିଲା। ବହୁମତ ହାସଲ କରିବା ପରେ ପଣ୍ଡିତ ନେହରୁ  ହୋଇଥିଲେ ପ୍ରଧାନମନ୍ତ୍ରୀ। ୧୧ ମେ ୧୯୫୭ରେ ଅନନ୍ତଶୟନମ୍‌ ଅୟେଙ୍ଗର୍‌ ସର୍ବସମ୍ମତି କ୍ରମେ ନୂଆ ଲୋକସଭା ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ଅୟେଙ୍ଗର୍‌ଙ୍କୁ ଲୋକସଭା […]

ଅଦ୍ୟତନ ହୋଇଛି
ମଇଦାନକୁ ଆସିଥିଲେ ନେହରୁଙ୍କ ଜ୍ୱାଇଁ ଫିରୋଜ ଗାନ୍ଧି

fir2

Advertisment


ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ଲୋକସଭା ନିର୍ବାଚନ ହୋଇଥିଲା ୧୯୫୭ରେ । ଦ୍ୱିତୀୟ ଲୋକସଭା ନିର୍ବାଚନରେ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସ ନିଜର ସଫଳତାର କାହାଣୀ ପୁଣି ଦୋହରାଇଥିଲା। ନିର୍ବାଚନରେ ଜାତୀୟ କଂଗ୍ରେସ ମୋଟ ୪୯୦ଟି ସିଟ୍‌ରୁ ୨୯୬ଟି ସିଟ୍‌ ହାସଲ କରିବାରେ ସଫଳ ହୋଇଥିଲା। ବହୁମତ ହାସଲ କରିବା ପରେ ପଣ୍ଡିତ ନେହରୁ  ହୋଇଥିଲେ ପ୍ରଧାନମନ୍ତ୍ରୀ।

Advertisment

୧୧ ମେ ୧୯୫୭ରେ ଅନନ୍ତଶୟନମ୍‌ ଅୟେଙ୍ଗର୍‌ ସର୍ବସମ୍ମତି କ୍ରମେ ନୂଆ ଲୋକସଭା ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ଅୟେଙ୍ଗର୍‌ଙ୍କୁ ଲୋକସଭା ଅଧ୍ୟକ୍ଷ କରିବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ନେହରୁ ପ୍ରସ୍ତାବ ଦେଇଥିଲେ। ଏହି ନିର୍ବାଚନରେ ସଫଳ ହେବା ପରେ କଂଗ୍ରେସ ଦଳର ସଦସ୍ୟଙ୍କ ସଂଖ୍ୟା ମଧ୍ୟ ବଢ଼ିଥିଲା। ନେହରୁଙ୍କ ଜ୍ୱାଇଁ ଫିରୋଜ ଗାନ୍ଧି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ନନ୍ଦ କିଶୋରଙ୍କୁ ୨୯୦୦୦ରୁ ଅଧିକ ଭୋଟରେ ହରାଇ ଉତ୍ତରପ୍ରଦେଶର ରାୟବରେଲିରେ ନିର୍ବାଚନ ଜିତିଥିଲେ।

ସବୁଠାରୁ ବଡ଼ କଥା ହେଲା ଯେ ଏହି ଲୋକସଭା ନିର୍ବଚନ ବେଳେ ଜଣେ ହେଲେ ମହିଳା ପ୍ରାର୍ଥୀ ନ ଥିଲେ। ଏହି ନିର୍ବାଚନରେ ସ୍ୱାଧୀନ ଦଳକୁ ୧୯ ପ୍ରତିଶତ ଭୋଟ ମିଳିଥିଲା। କଂଗ୍ରେସ ଦଳ ଦ୍ୱିତୀୟ ଲୋକସଭା ନିର୍ବାଚନରେ ଜିତିବା ପରେ  ୩୧ ମାର୍ଚ୍ଚ ୧୯୬୨ ମସିହାରେ ତା’ର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିଲା।

Advertisment

ଦ୍ୱିତୀୟ ଲୋକସଭା ନିର୍ବାଚନରେ କଂଗ୍ରେସକୁ ମିଳିଥିଲା ମୋଟ ୫୭,୫୭୯,୫୮୯ ଖଣ୍ଡ ଭୋଟ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe