Advertisment

ଧରାପୃଷ୍ଠରେ ସ୍ୱର୍ଗର ଅନୁଭବ: ଥରେ ବୁଲି ଆସନ୍ତୁ ଭାରତର ଏହି ୫ଟି ହିଲ୍‌ ଷ୍ଟେସନ

ହିଲ୍‌ ଷ୍ଟେସନରେ ଛୁଟି କାଟିବାର ମଜା ଅଲଗା। ଜଞ୍ଜାଳମୟ ପରିବେଶରୁ ବାହାରି ନିରଳା ହିଲ୍‌ ଷ୍ଟେସନ୍‌ରେ ସମୟ ବିତାଇବାକୁ କାହାକୁ ବା ଭଲ ନ ଲାଗେ। ଆମ ଦେଶର ବହୁ ଲୋକ ଛୁଟି କାଟିବାକୁ ବିଦେଶର ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ତେବେ ଭାରତରେ ଏପରି ବହୁ ହିଲ୍‌ ଷ୍ଟେସନ୍‌ ଅଛି ଯେଉଁଠି ଆପଣ ପାଇ ପାରିବେ ସ୍ୱରର ଅନୁଭୂତି। ଆସନ୍ତୁ ଜାଣିବା ଏପରି ୫ଟି ହିଲ୍‌ ଷ୍ଟେସନ୍‌ ସମ୍ପର୍କରେ। ତୱାଙ୍ଗ: ଅରୁଣାଚଳ ପ୍ରଦେଶର ପାହାଡ଼ ଘେରାରେ ରହିଛି […]

ଅଦ୍ୟତନ ହୋଇଛି
ଧରାପୃଷ୍ଠରେ ସ୍ୱର୍ଗର ଅନୁଭବ: ଥରେ ବୁଲି ଆସନ୍ତୁ ଭାରତର ଏହି ୫ଟି ହିଲ୍‌ ଷ୍ଟେସନ

hilstation

Advertisment

ହିଲ୍‌ ଷ୍ଟେସନରେ ଛୁଟି କାଟିବାର ମଜା ଅଲଗା। ଜଞ୍ଜାଳମୟ ପରିବେଶରୁ ବାହାରି ନିରଳା ହିଲ୍‌ ଷ୍ଟେସନ୍‌ରେ ସମୟ ବିତାଇବାକୁ କାହାକୁ ବା ଭଲ ନ ଲାଗେ। ଆମ ଦେଶର ବହୁ ଲୋକ ଛୁଟି କାଟିବାକୁ ବିଦେଶର ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ତେବେ ଭାରତରେ ଏପରି ବହୁ ହିଲ୍‌ ଷ୍ଟେସନ୍‌ ଅଛି ଯେଉଁଠି ଆପଣ ପାଇ ପାରିବେ ସ୍ୱରର ଅନୁଭୂତି। ଆସନ୍ତୁ ଜାଣିବା ଏପରି ୫ଟି ହିଲ୍‌ ଷ୍ଟେସନ୍‌ ସମ୍ପର୍କରେ।

Advertisment

[caption id="attachment_155389" align="aligncenter" width="798"]tawang ତୱାଙ୍ଗ[/caption]

ତୱାଙ୍ଗ: ଅରୁଣାଚଳ ପ୍ରଦେଶର ପାହାଡ଼ ଘେରାରେ ରହିଛି ଏହି ହିଲ୍‌ ଷ୍ଟେସନ୍‌। ଏହା ଏକ ଛୋଟ ଜିଲ୍ଲା ହୋଇଥିଲେ ମଧ୍ୟ ନିଜ ସୌନ୍ଦର୍ଯ୍ୟ ପାଇଁ ବେଶ ପ୍ରସିଦ୍ଧ। ଏହାର ସୁନ୍ଦର ପାହାଡିଆ ଅଞ୍ଚଳରେ ବୁଲିବାର ମଜା ଅଲଗା। ସୂର୍ଯ୍ୟ ଉଦୟର ପ୍ରଥମ କିରଣ ବରଫ ଆଚ୍ଛାଦିତ ପାହାଡ଼ ଶିଖର ଉପରେ ପଡିବାର ଦୃଶ୍ୟ ଅତ୍ୟନ୍ତ ମନୋରମ। ଏଠାରେ ବୁଲିବା ବେଳେ ଧର୍ମ ଓ ସଂସ୍କୃତିର ନୂଆ ରୂପ ଦେଖିବାକୁ ମିଳିଥାଏ।

Advertisment

[caption id="attachment_155390" align="aligncenter" width="796"]kalimpong କାଲିମ୍‌ପୋଙ୍ଗ[/caption]

କାଲିମ୍‌ପୋଙ୍ଗ: ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ରହିଛି କାଲିମ୍‌ପୋଙ୍ଗ ହିଲ୍‌ ଷ୍ଟେସନ। ମଧ୍ୟ ଭାରତର ସବୁଠାରୁ ସୁନ୍ଦର ସହର ବୋଲି ଏହାକୁ କୁହାଯାଇଥାଏ। ବର୍ଷ ସାରା ଏଠାରେ ପାଣିପାଗ ବହୁତ ଭଲ ରହିଥାଏ। ଏଠାକୁ କଞ୍ଚନଜଙ୍ଗା ଓ ହିମାଳୟର ଅନ୍ୟ ସ୍ଥାନର ମନୋରମ ଦୃଶ୍ୟ ସୁନ୍ଦର ଭାବେ ଦିଶିଥାଏ।

[caption id="attachment_155391" align="aligncenter" width="796"]zero ଜିରୋ[/caption]

ଜିରୋ: ବିଶ୍ୱ ଐତିହ ଦେଖିବା ସହ ହିଲ୍‌ ଷ୍ଟେସନ୍‌ ବୁଲିବାକୁ ଚାହୁଁଥିଲେ ଅରୁଣାଚଳ ପ୍ରଦେଶର ଜିରୋ ଠାରୁ ଭଲ ସ୍ଥାନ ଆପଣଙ୍କୁ ମିଳିବ ନାହିଁ। ଜିରୋର ସୁନ୍ଦର ପାଇନ ଗ୍ରୋଭ ବହୁତ ସୁନ୍ଦର ପିକ୍‌ନିକ୍‌ ସ୍ଥଳ। ଏହା ଇଟାନଗରରୁ ୧୧୫ କିମି ପର୍ଯ୍ୟନ୍ତ ଅଞ୍ଚଳରେ ରହିଛି। ଏହା ଅତ୍ୟନ୍ତ ସୁନ୍ଦର ହୋଇଥିଲେ ମଧ୍ୟ ବହୁତ କମ ପର୍ଯ୍ୟଟକ ଆସିଥାନ୍ତି।

[caption id="attachment_155392" align="aligncenter" width="803"]bir ବୀର ବିଲିଙ୍ଗ[/caption]

ବୀର ବିଲିଙ୍ଗ: ହିମାଚଳ ପ୍ରଦେଶର କାଙ୍ଗଡା ଘାଟିରେ ଥିବା ବୀର ବିଲିଙ୍ଗ ଭାରତ ଅନ୍ୟତମ ସୁନ୍ଦର ହିଲ୍‌ ଷ୍ଟେସନ। ପାରାଗ୍ଲାଡର ପାଇଲଟ୍‌ଙ୍କ ପାଇଁ ଏହି ହିଲ୍‌ ଷ୍ଟେସନ ସବୁଠାରୁ ଭଲ ସାଇଟ୍‌ ବୋଲି କୁହାଯାଇଥାଏ। ଏଠାକୁ କେବଳ ଦେଶରୁ ନୁହେଁ ବିଦେଶରୁ ବହୁ ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି। ଏଠାକୁ ଆସୁଥିବା ଅତିଥିଙ୍କ ପାଇଁ ଗ୍ଲାଇଡିଂ ଓ ଟ୍ରାକିଂ ପରି ବହୁତ ମଜାଦାର ସେବା ରହିଛି।

[caption id="attachment_155393" align="aligncenter" width="804"]tirthan ତୀର୍ଥଣ ଘାଟି[/caption]

ତୀର୍ଥଣ ଘାଟି: ହିମାଚଲ ପ୍ରଦେଶର ଆଉ ଏକ ସୁନ୍ଦର ହିଲ୍‌ ଷ୍ଟେସନ ହେଲା ତୀର୍ଥଣ ଘାଟି। ଏହି ଘାଟି ପାହାଡ, ନଦୀ ଓ ସୁନ୍ଦର ଝରଣା ଘେରାରେ ରହିଛି। ଏଠାରେ ଥିବା ଗ୍ରେଟ୍‌ ହିମାଳୟନ ନେଶନାଲ ପାର୍କ ଦେଖିବାକୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ଏଠାରେ ନଦୀରୁ ମାଛ ଧରିବା, ତୀକ୍ଷ୍ନ ପାହାଡ଼ରେ ଚଢିବାର ମଜା ଅଲଗା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe