Advertisment

ଅଷ୍ଟମୀ ତିଥିରେ ମା’ ଦୁର୍ଗାଙ୍କୁ କାହିଁକି ‘ମହାଗୌରୀ’ ବେଶରେ ପୂଜା କରାଯାଏ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ନବରାତ୍ରୀର ଅଷ୍ଟମୀ ତିଥିରେ ମା’ ଦୁର୍ଗା ‘ମହାଗୌରୀ’ ରୂପରେ ପୂଜା ପାଆନ୍ତି। ମା’ଙ୍କ ଏହି ‘ମହାଗୌରୀ’ ରୂପ ଧାରଣ ସମ୍ପର୍କରେ ପୁରାଣରେ କିଛି ତଥ୍ୟ ରହିଛି। ଏହି ତଥ୍ୟ ଅନୁସାରେ, ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ମା’ କଠୋର ତପସ୍ୟା କରିଥିଲେ। ସେଥିପାଇଁ ତାଙ୍କ ରଙ୍ଗ ମଳିନ ଅର୍ଥାତ୍‌ କଳା ପଡ଼ିଯାଇଥିଲା। ସେ ଶାରୀରିକ ଭାବେ ଖୁବ୍‌ ଦୁର୍ବଳ ହୋଇ ପଡ଼ିଥିଲେ। ଶିବଙ୍କୁ ପ୍ରସନ୍ନ କରିବା ପରେ ମା’ ନିଜ ସ୍ୱାସ୍ଥ୍ୟ […]

ଅଦ୍ୟତନ ହୋଇଛି
ଅଷ୍ଟମୀ ତିଥିରେ ମା’ ଦୁର୍ଗାଙ୍କୁ କାହିଁକି ‘ମହାଗୌରୀ’ ବେଶରେ ପୂଜା କରାଯାଏ ?

GGGG

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ନବରାତ୍ରୀର ଅଷ୍ଟମୀ ତିଥିରେ ମା’ ଦୁର୍ଗା ‘ମହାଗୌରୀ’ ରୂପରେ ପୂଜା ପାଆନ୍ତି। ମା’ଙ୍କ ଏହି ‘ମହାଗୌରୀ’ ରୂପ ଧାରଣ ସମ୍ପର୍କରେ ପୁରାଣରେ କିଛି ତଥ୍ୟ ରହିଛି। ଏହି ତଥ୍ୟ ଅନୁସାରେ, ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ମା’ କଠୋର ତପସ୍ୟା କରିଥିଲେ। ସେଥିପାଇଁ ତାଙ୍କ ରଙ୍ଗ ମଳିନ ଅର୍ଥାତ୍‌ କଳା ପଡ଼ିଯାଇଥିଲା। ସେ ଶାରୀରିକ ଭାବେ ଖୁବ୍‌ ଦୁର୍ବଳ ହୋଇ ପଡ଼ିଥିଲେ। ଶିବଙ୍କୁ ପ୍ରସନ୍ନ କରିବା ପରେ ମା’ ନିଜ ସ୍ୱାସ୍ଥ୍ୟ ଓ ସ୍ୱରୂପକୁ ପୁନଃ ପ୍ରାପ୍ତି ପାଇଁ ପୁଣି ତପସ୍ୟା କରିଥିଲେ।

Advertisment

ଏହି ତପସ୍ୟା ପରେ ମା’ଙ୍କ ଶରୀରରୁ କଳା ବର୍ଣ୍ଣ ଚାଲି ଯାଇଥିଲା। ମା’ ସଂପୂର୍ଣ୍ଣ ଗୌର ବର୍ଣ୍ଣ ଧାରଣ କରିଥିଲେ। ସେଥିପାଇଁ ମା’ଙ୍କ ଅନ୍ୟନାମ ‘ମହାଗୌରୀ’।

ଏମିତି ବି କୁହାଯାଏ, ଏହି ‘ମହାଗୌରୀ’ ରୂପ ମା’ଙ୍କ ବିଭିନ୍ନ ଅଲୌକିକ ଲୀଳା ମଧ୍ୟରୁ ଗୋଟିଏ। ଶୁମ୍ଭ ଓ ନିଶୁମ୍ଭ ରାକ୍ଷସଙ୍କୁ ସଂହାର କରିବା ପାଇଁ ମା’ ରଚିଥିବା ଲୀଳା ମଧ୍ୟରେ ଏହି ‘ମହାଗୌରୀ’ ରୂପ ଅନ୍ୟତମ। ମା’ ଦୁର୍ଗାଙ୍କ ଏହି ‘ମହାଗୌରୀ’ ସ୍ୱରୂପକୁ ଅନ୍ନପୂର୍ଣ୍ଣା, ଐଶ୍ୱର୍ଯ୍ୟପ୍ରଦାୟିନୀ, ଚୈତନ୍ୟମୟୀ ବି କୁହାଯାଏ। ମା’ଙ୍କୁ ଏହି ରୂପରେ ପୂଜା କରିବା ଦ୍ୱାରା ଶାରୀରିକ କ୍ଷମତା ବିକଶିତ ହୋଇଥାଏ ଓ ମାନସିକ ଶାନ୍ତି ବୃଦ୍ଧି ପାଇଥାଏ।

Advertisment

ଅଷ୍ଟମୀ ତିଥିରେ କାହିଁକି ହୁଏ ମା’ଙ୍କ ଏହି ସ୍ୱରୂପ ପୂଜା:
ମହାଦେବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ମା’ ଆଦିଶକ୍ତି ୮ ବର୍ଷ ବୟସରୁ ହିଁ ତପସ୍ୟା ଆରମ୍ଭ କରିଥିଲେ। ତେବେ ଏହି ତପସ୍ୟା ଆରମ୍ଭ କରିବା ପୂର୍ବରୁ ହିଁ ଦେବ ମୁନି ନାରଦ ମା’ଙ୍କ ଅସଲ ପରିଚୟ ପାଇ ସାରିଥିଲେ। ଯେହେତୁ ମା’ ୮ ବର୍ଷ ବୟସରୁ କଠୋର ତପସ୍ୟା କରି ପରେ ‘ମହାଗୌରୀ’ ପାଲଟିଥିଲେ, ସେହି କାରଣରୁ ନବରାତ୍ରୀର ଅଷ୍ଟମୀ ତିଥିରେ ଦୁର୍ଗାଙ୍କୁ ‘ମହାଗୌରୀ’ ରୂପରେ ପୂଜା କରାଯାଉଛି।

ମହାଗୌରୀ ମା’ଙ୍କୁ ଶିବା ବି କୁହାଯାଏ। ଏହି ସ୍ୱରୂପରେ ମା’ ନନ୍ଦୀ ଉପରେ ବିରାଜମାନ କରିଥା’ନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe