Advertisment

‘ସରୋଜିନୀ ବନ’- ଜଣେ ବୃକ୍ଷପ୍ରେମୀ ମହିଳାଙ୍କ ପରିଶ୍ରମର ଫଳ

ବଣାଇ (ରଞ୍ଜିତ ଚୌଧୁରୀ): ‍ବର୍ଷ ବର୍ଷ ଧରି ପଡ଼ିଆ ପଡ଼ିଥିବା ଏକ ଜମି ଗତ ଦୁଇ ବର୍ଷ ହେଲା ସବୁଜିମାମୟ ହୋଇଛି। ସେଥିରେ ବଢୁଛନ୍ତି ବିଭିନ୍ନ ପ୍ରଜାତିର ତିନି ହଜାରରୁ ଅଧିକ ବୃକ୍ଷ। ଆଉ ଏହା ହେଉଛି ଜଣେ ମହିଳାଙ୍କ ପରିଶ୍ରମର ଫଳ। ତାଙ୍କ ନାଁ ସରୋଜିନୀ ମହନ୍ତ। ଦିନ ମଜୁରି କରି ପେଟ ପୋଷୁଥିବା ସରୋଜିନୀଙ୍କର ଏହି ନିଷ୍ଠା ଓ ପରିଶ୍ରମକୁ ଦେଖି ବନ ବିଭାଗ ଖୁସି ହୋଇଯାଇଛି। ତେଣୁ ଯେଉଁ ସ୍ଥାନଟିକୁ ସରୋଜିନୀ ସବୁଜିମାମୟ […]

ଅଦ୍ୟତନ ହୋଇଛି
‘ସରୋଜିନୀ ବନ’- ଜଣେ ବୃକ୍ଷପ୍ରେମୀ ମହିଳାଙ୍କ ପରିଶ୍ରମର ଫଳ

sorogini bana

Advertisment

ବଣାଇ (ରଞ୍ଜିତ ଚୌଧୁରୀ): ‍ବର୍ଷ ବର୍ଷ ଧରି ପଡ଼ିଆ ପଡ଼ିଥିବା ଏକ ଜମି ଗତ ଦୁଇ ବର୍ଷ ହେଲା ସବୁଜିମାମୟ ହୋଇଛି। ସେଥିରେ ବଢୁଛନ୍ତି ବିଭିନ୍ନ ପ୍ରଜାତିର ତିନି ହଜାରରୁ ଅଧିକ ବୃକ୍ଷ। ଆଉ ଏହା ହେଉଛି ଜଣେ ମହିଳାଙ୍କ ପରିଶ୍ରମର ଫଳ। ତାଙ୍କ ନାଁ ସରୋଜିନୀ ମହନ୍ତ। ଦିନ ମଜୁରି କରି ପେଟ ପୋଷୁଥିବା ସରୋଜିନୀଙ୍କର ଏହି ନିଷ୍ଠା ଓ ପରିଶ୍ରମକୁ ଦେଖି ବନ ବିଭାଗ ଖୁସି ହୋଇଯାଇଛି। ତେଣୁ ଯେଉଁ ସ୍ଥାନଟିକୁ ସରୋଜିନୀ ସବୁଜିମାମୟ କରିଛନ୍ତି, ତା’ର ନାଁ ‘ସରୋଜିନୀ ବନ’ ରଖିଛି ବନ ବିଭାଗ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଲହୁଣୀପଡ଼ା ବ୍ଲକର ଉଲସୁରେଇ ଗାଁରେ ରହିଛି ଏହି ‘ସରୋଜିନୀ ବନ’।

Advertisment

ସରୋଜିନୀ ହେଉଛନ୍ତି ଏହି ଉଲସୁରେଇ ଗାଁର ଝିଅ। ପିଲାଟି ବେଳୁ ବୃକ୍ଷ ଲଗାଇ ତା’ର ଯତ୍ନ ନେବାର ଯେଉଁ ନିଶା ସରୋଜନିନୀଙ୍କ ପାଖରେ ଦେଖିବାକୁ ମିଳିଥିଲା ଆଜି ୪୨ ବର୍ଷ ବୟସରେ ବି ତାହା ଅବ୍ୟାହତ ରହିଛି। ପିଲା ଦିନେ କୌଣସି ସ୍ଥାନରୁ ଚାରାଟିଏ ପାଇଲେ ତାକୁ ଆଣି ନିଜ ବାଡ଼ିରେ ଅବା ରାସ୍ତାକଡ଼ରେ ଲଗାଇ ଦେଉଥିଲେ ସରୋଜିନୀ। ତାଙ୍କର ଏହି କାମକୁ ସମସ୍ତେ ପ୍ରଶଂସା କରୁଥିଲେ। ତେଣୁ ଗଛ ଲଗାଇବା ନିଶା ଦିନକୁ ଦିନ ତାଙ୍କ ମଧ୍ୟରେ ବଢ଼ିଥିଲା।

[caption id="attachment_788024" align="aligncenter" width="650"]froest ସରୋଜିନୀ ମହନ୍ତଙ୍କ ଦ୍ୱାରା ସୃଷ୍ଟ ଜଙ୍ଗଲ[/caption]

Advertisment

ସରୋଜୀନଙ୍କ ଘର ପାଖରେ ୧.୯ ହେକ୍ଟର ଜମି ପଡ଼ିଆ ପଡ଼ିଥିଲା। ସରୋଜିନୀ ସେହି ଜମିରେ ଗଛ ଲଗାଇବାକୁ ଦୁଇ ବର୍ଷ ତଳେ କୁଳିପୋଷ ବନ ବିଭାଗକୁ ପ୍ରସ୍ତାବ ଦେଇଥିଲେ। ବୃକ୍ଷରୋପଣ ପ୍ରତି ସରୋଜନୀ ଆଗ୍ରହ ଦେଖି ବନ ବିଭାଗ ତାଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲା। ବନ ବିଭାଗ ସେହି ଜାଗାରେ ୨୦୨୦-୨୧ ଆର୍ଥିକ ବର୍ଷରେ ୩୦୦୦ରୁ ଅଧିକ ଚାରା ଲଗାଇ ଥିଲା। ଆଉ ସେଗୁଡ଼ିକର ଯତ୍ନ ନେବା ଦାୟିତ୍ୱ ସରୋଜୀନଙ୍କୁ ଦେଇଥିଲା। ସେ ଏକୁଟିଆ ଗଛ ଗୁଡ଼ିକର ଯତ୍ନ ନେଇଥିଲେ।

[caption id="attachment_788025" align="aligncenter" width="650"]froest (ସରୋଜିନୀଙ୍କ ଦ୍ୱାରା ଗଛଗୁଡିକର ରକ୍ଷଣାବେକ୍ଷଣ)[/caption]

ପ୍ରତିଦିନ ସକାଳ ୮ଟାରୁ ଉକ୍ତ ସ୍ଥାନକୁ ଆସନ୍ତି ସରୋଜିନୀ। ଆଉ ଅପରାହ୍ଣ ୫ଟାରେ ଫେରନ୍ତି। ପ୍ରତିଦିନ ଗଛରେ ପାଣି ଦେବା ସହ ଘାସ ବାଛିବା, ଗଛ ମୂଳେ ମାଟି ଦେବା ଏପରି ବିଭିନ୍ନ କାମ କରିଥା’ନ୍ତି। ବନ ବିଭାଗ ସରୋଜିନୀଙ୍କ ଏହି ସବୁ କାମ ଦେଖି ସେଠାରେ ତାଙ୍କୁ ଜଗୁଆଳି ଭାବେ ନିଯୁକ୍ତ କରିଛି। ଏଥିପାଇଁ ଦିନକୁ ତାଙ୍କୁ ୩୧୫ ଟଙ୍କା ପାରିଶ୍ରମିକ ଦେଉଛି।

ସରୋଜିନୀ  ବନରେ  ଶିଶୁ,  ତୁତ, ଫାର୍ଶୀ,  ପିଜୁଳି, ଆମ୍ବ, ଜାମୁ ଓ ପଣସ ଭଳି ବିଭିନ୍ନ ପ୍ରଜାତିର ତିନି ହଜାରରୁ ଅଧିକ ଗଛ ଲଗାଯାଇଛି। ଲୋକେ ଏଠାକୁ ବୁଲିବାକୁ ଆସି ସରୋଜିନୀଙ୍କୁ ପ୍ରଶଂସା କରୁଛନ୍ତି। ଏହି ଜଙ୍ଗଲଟିକୁ ତାଙ୍କ ନାମରେ ରଖାଯାଇଥିବାରୁ ତାଙ୍କୁ ଖୁବ୍ ଖୁସି ଲାଗୁଛି ବୋଲି ସରୋଜିନୀ କହିଛନ୍ତି।

କୁଳିପୋଷ ଫରେଷ୍ଟର ପ୍ରଦୀପ କୁମାର ଭୁଇଁ କହିଛନ୍ତି, ପଥୁରିଆ ଭୁଇଁରେ ଗଛ ବଡ଼ କରିବା କଷ୍ଟକର। ସରୋଜିନୀ ଆକ୍ଳାନ୍ତ ପରିଶ୍ରମ କରି ଏହି ଜଙ୍ଗଲଟିକୁ ସୃଷ୍ଟି କରିଛନ୍ତି।  ସରୋଜିନୀଙ୍କ ସଫଳତାର କାହାଣୀ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe