dravid
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଇତିହାସରେ ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ନିଜ ଦେଶରେ ତ ଖୁବ୍ ନାଁ କରିଛନ୍ତି ଏବଂ ବିଦେଶରେ ମଧ୍ୟ ସେମାନଙ୍କର ଡିମାଣ୍ଡ ବହୁତ। ଏଭଳି ଜଣେ ବଡ଼ ନାଁ ଅଛି, ଯିଏ ଭାରତ ପକ୍ଷରୁ ୨୪ହଜାରରୁ ଅଧିକ ଅନ୍ତର୍ଜାତୀୟ ରନ୍ କରିଛନ୍ତି। ହେଲେ ସେହି କ୍ରିକେଟର ଜଣକ ଭାରତ କେବଳ ଭାରତ ନୁହେଁ, ସ୍କଟଲ୍ୟାଣ୍ଡ ତରଫରୁ ମଧ୍ୟ ମ୍ୟାଚ୍ ଖେଳିଛନ୍ତି। ଆଉ ସେହି ଖେଳାଳି ଜଣକ ଆଉ କେହି ନୁହନ୍ତି, ଦି ୱାଲ୍ ଭାବେ ପରିଚିତ ରାହୁଲ୍ ଦ୍ରାବିଡ୍।
ଦ୍ରାବିଡ୍ ସ୍କଟଲ୍ୟାଣ୍ଡ ପକ୍ଷରୁ ୧୨ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ୨୦୦୩ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ବିଶ୍ୱକପରେ ଭାରତ ରନର୍ସଅପ୍ ହୋଇଥିଲା। ବିଶ୍ୱକପରେ ଦ୍ରାବିଡ୍ ଭାରତର ଭାଇସ୍ କ୍ୟାପଟେନ୍ ଥିଲେ ଏବଂ ସୌରଭ ଗାଙ୍ଗୁଲି କ୍ୟାପଟେନ୍ ଥିଲେ। ଆଉ ସେହି ସମୟରେ ହେଡ୍ କୋଚ୍ ଥିଲେ ନ୍ୟୁଜିଲ୍ୟାଣ୍ଡର ଜନ୍ ରାଇଟ୍। ସ୍କଟିଶ କ୍ରିକେଟ୍ ୟୁନିୟନର ମୁଖ୍ୟ କାର୍ଯ୍ୟକାରୀ ଗ୍ୱେନ୍ ଜୋନ୍ସ ସେତେବେଳେ ଜନ୍ ରାଇଟକୁ ଅନୁରୋଧ କରି ମାର୍କି ଓଜରସିଜ୍ ଖେଳାଳି ନିୟମ ଆଧାରରେ ଜଣେ ଭାରତୀୟ ଷ୍ଟାର୍ ଖେଳାଳିଙ୍କ ଦାବି କରିଥିଲେ। ସେ ଏଭଳି ଜଣେ ଖେଳାଳି ପାଇଁ ଅନୁରୋଧ କରିଥିଲେ, ଯିଏ ସ୍କଟଲ୍ୟାଣ୍ଡ କ୍ରିକେଟ୍ ଟିମର ସହାୟତା କରିପାରିବେ ଏବଂ ନୂଆ ନୂଆ କଳା ଶିଖାଇପାରିବେ।
/odisha-reporter/media/post_attachments/wp-content/uploads/2021/11/rahul-dravid-scotland-team-cricket.jpg)
ସେହି ସମୟରେ ସ୍କଟଲ୍ୟାଣ୍ଡ ସାଲଟାୟର୍ସକୁ ତିନି ବର୍ଷର ଟ୍ରାଏଲ୍ ପିରିୟଡ୍ ପାଇଁ ଜାତୀୟ ଲିଗରେ ପ୍ରମୋଟ୍ କରାଯାଇଥିଲା। ଜନ୍ ରାଇଟ୍ ସଚିନ୍ ତେନ୍ଦୁଲକରଙ୍କୁ ଏହି ଦାୟିତ୍ୱ ଦେବାକୁ ଚାହୁଁଥିଲେ। ଏହା ସହ ସେ ଦ୍ରାବିଡଙ୍କୁ ମଧ୍ୟ ଏହି ଅଫର୍ ଦେଇଥିଲେ। ସେହି ସମୟରେ ଦ୍ରାବିଡ୍ ନୂଆ ନୂଆ ବିବାହ କରିଥିଲେ ଏବଂ ବାହାରକୁ ବୁଲିଯିବାକୁ ଚାହୁଁଥିଲେ। ଯେଉଁକାରଣରୁ ସେ ସ୍କଟଲ୍ୟାଣ୍ଡ ସହ ତିନି ମାସର ଚୁକ୍ତି ପାଇଁ ରାଜି ହୋଇଯାଇଥିଲେ। ଦ୍ରାବିଡ୍ ୪୫ହଜାର ପାଉଣ୍ଟରେ ଏହି ଚୁକ୍ତି ସ୍ୱାକ୍ଷର କରିଥିବା ଗଣମାଧ୍ୟମ ରିପୋର୍ଟରେ ଜଣାପଡ଼ିଥିଲା।
ଏହା ପରେ ଦ୍ରାବିଡ୍ ତାଙ୍କ ପତ୍ନୀ ବିଜେତାଙ୍କ ସହ ସ୍କଟଲ୍ୟାଣ୍ଡ ଗସ୍ତ କରିଥିଲେ। ସେ ସ୍କଟଲ୍ୟାଣ୍ଡ ପାଇଁ ୧୧ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏସବୁ ମ୍ୟାଚ୍ ଅଲଗା ଅଲଗା କାଉଣ୍ଟି ଟିମ୍ ବିପକ୍ଷରେ ଥିଲା। ସେ ସ୍କଟଲ୍ୟାଣ୍ଡ ପକ୍ଷରୁ ୬୬.୬୬ ହାରରେ ୬୦୦ ରନ୍ କରିଥିଲେ। ଏହାବ୍ୟତୀତ ଦ୍ରାବିଡ୍ ସ୍କଟଲ୍ୟାଣ୍ଡ ପକ୍ଷରୁ ପାକିସ୍ତାନ ବିପକ୍ଷରେ ଏକ ଟୁର୍ ମ୍ୟାଚ୍ ମଧ୍ୟ ଖେଳିଥିଲେ। କିନ୍ତୁ ଏହି ମ୍ୟାଚର ପ୍ରଥମ ବଲରେ ସେ ଆଉଟ୍ ହୋଇଯାଇଥିଲେ। ଏହି ମ୍ୟାଚକୁ ପାକିସ୍ତାନ ସହଜରେ ଜିତି ନେଇଥିଲା। ଏହିପରି ଭାବେ ଦ୍ରାବିଡ୍ ସ୍କଟଲ୍ୟାଣ୍ଡ ପକ୍ଷରୁ ୧୨ ମ୍ୟାଚ୍ ଖେଳିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/11/dravid.jpg)