୧୫୦ଟି ଶବ୍ଦକୁ ନେଇ ପିଲାମାନେ ଆଙ୍କିଲେ ଗାନ୍ଧିଙ୍କ ଛବି

ନୂଆଦିଲ୍ଲୀ: ଆଜି ୧୫୦ତମ ଗାନ୍ଧି ଜୟନ୍ତୀ। ଏଥିପାଇଁ ଗୁଜୁରାଟ ଅହମ୍ମଦାବାଦର ଏଚ୍‌ବି କପାଡିଆ ସ୍କୁଲ୍‌ର ଛାତ୍ର ଛାତ୍ରୀମାନେ ମିଶି ୧୫୦ ଶବ୍ଦର ସମାହାରରେ ଏକ ଗାନ୍ଧିଙ୍କ ଚିତ୍ର ଆଙ୍କିଛନ୍ତି। ଏହି ଶବ୍ଦଗୁଡିକ ମଧ୍ୟରେ ପିଲାମାନେ ଫ୍ରିଡମ୍‌ ଫାଇଟର୍‌, ଜେନେରୋସ୍, ଅନେଷ୍ଟି ପରି ଶବ୍ଦକୁ ସାମିଲ୍‌ କରିଛନ୍ତି। କେବଳ ଶବ୍ଦକୁ ନେଇ ଗାନ୍ଧିଙ୍କ ଚିତ୍ର ଅଙ୍କା ଯାଇନି। ଏହି ସ୍କୁଲ୍‌ର ପାଖାପାଖି ୧୫୦ ପିଲା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ତାଙ୍କ ପରି ବେଶ ମଧ୍ୟ ଧାରଣ କରିଛନ୍ତି। ଗାନ୍ଧିଙ୍କ […]

g

g

Biswobandita Swain
  • Published: Wednesday, 02 October 2019
  • Updated: 02 October 2019, 05:39 PM IST

Sports

Latest News

ନୂଆଦିଲ୍ଲୀ: ଆଜି ୧୫୦ତମ ଗାନ୍ଧି ଜୟନ୍ତୀ। ଏଥିପାଇଁ ଗୁଜୁରାଟ ଅହମ୍ମଦାବାଦର ଏଚ୍‌ବି କପାଡିଆ ସ୍କୁଲ୍‌ର ଛାତ୍ର ଛାତ୍ରୀମାନେ ମିଶି ୧୫୦ ଶବ୍ଦର ସମାହାରରେ ଏକ ଗାନ୍ଧିଙ୍କ ଚିତ୍ର ଆଙ୍କିଛନ୍ତି। ଏହି ଶବ୍ଦଗୁଡିକ ମଧ୍ୟରେ ପିଲାମାନେ ଫ୍ରିଡମ୍‌ ଫାଇଟର୍‌, ଜେନେରୋସ୍, ଅନେଷ୍ଟି ପରି ଶବ୍ଦକୁ ସାମିଲ୍‌ କରିଛନ୍ତି।

କେବଳ ଶବ୍ଦକୁ ନେଇ ଗାନ୍ଧିଙ୍କ ଚିତ୍ର ଅଙ୍କା ଯାଇନି। ଏହି ସ୍କୁଲ୍‌ର ପାଖାପାଖି ୧୫୦ ପିଲା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ତାଙ୍କ ପରି ବେଶ ମଧ୍ୟ ଧାରଣ କରିଛନ୍ତି। ଗାନ୍ଧିଙ୍କ ପରି ସେମାନେ ମଧ୍ୟ ଧଳା ପୋଷାକ, ଆଖିରେ ଗୋଲ୍‌ ଚଷମା ଏବଂ ହାତରେ ବାଡି ଧରିଛନ୍ତି।

ଏଥିସହ ଏହି ସ୍କୁଲ୍‌ର ପିଲାମାନେ ଗାନ୍ଧି ଜୟନ୍ତୀ ଅବସରରେ ଚିତ୍ର ଆଙ୍କିବା ସହ ଗୀତ ଗାଇବା ଏବଂ ଶପଥ ଗ୍ରହଣ କରିବାର ପ୍ରୋଗାମ କରିଥିଲେ।

ଏହି ସ୍କୁଲ୍‌ର ଶିକ୍ଷକଙ୍କ କହିବା ‌ଅନୁଯାୟୀ, ଏହା ଆମ ପାଇଁ ଏକ ଗର୍ବର ବିଷୟ ଯେ ମହାତ୍ମା ଗାନ୍ଧିଙ୍କ ପରି ଜଣେ ବ୍ୟକ୍ତି ଆମ ଦେଶରେ ଜନ୍ମ ନେଲେ। ଏବଂ ଆହୁରି ଗୌରବର କଥା ଯେ ସେ ଆମ ରାଜ୍ୟ ଗୁଜୁରାଟର ସେ ଜନ୍ମ ନେଇଛନ୍ତି। ତାଙ୍କର ୧୫୦ତମ ଜୟନ୍ତୀକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଆମେ ସମସ୍ତେ ଚିନ୍ତା କରିଥିଲୁ ପିଲାମାନେ ମଧ୍ୟ ଏ ବିଷୟରେ ଭାବିଥିଲେ। ମହାତ୍ମା ଗାନ୍ଧିଙ୍କ ଆଦର୍ଶ ସହ ଜଡିତ ୧୫୦ଟି ଶବ୍ଦ ଖୋଜି ସ୍କୁଲ୍‌ର ପିଲାମାନେ ତାଙ୍କର ଏକ ଛବି ଆଙ୍କିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos