Advertisment

୧୫୦ଟି ଶବ୍ଦକୁ ନେଇ ପିଲାମାନେ ଆଙ୍କିଲେ ଗାନ୍ଧିଙ୍କ ଛବି

ନୂଆଦିଲ୍ଲୀ: ଆଜି ୧୫୦ତମ ଗାନ୍ଧି ଜୟନ୍ତୀ। ଏଥିପାଇଁ ଗୁଜୁରାଟ ଅହମ୍ମଦାବାଦର ଏଚ୍‌ବି କପାଡିଆ ସ୍କୁଲ୍‌ର ଛାତ୍ର ଛାତ୍ରୀମାନେ ମିଶି ୧୫୦ ଶବ୍ଦର ସମାହାରରେ ଏକ ଗାନ୍ଧିଙ୍କ ଚିତ୍ର ଆଙ୍କିଛନ୍ତି। ଏହି ଶବ୍ଦଗୁଡିକ ମଧ୍ୟରେ ପିଲାମାନେ ଫ୍ରିଡମ୍‌ ଫାଇଟର୍‌, ଜେନେରୋସ୍, ଅନେଷ୍ଟି ପରି ଶବ୍ଦକୁ ସାମିଲ୍‌ କରିଛନ୍ତି। କେବଳ ଶବ୍ଦକୁ ନେଇ ଗାନ୍ଧିଙ୍କ ଚିତ୍ର ଅଙ୍କା ଯାଇନି। ଏହି ସ୍କୁଲ୍‌ର ପାଖାପାଖି ୧୫୦ ପିଲା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ତାଙ୍କ ପରି ବେଶ ମଧ୍ୟ ଧାରଣ କରିଛନ୍ତି। ଗାନ୍ଧିଙ୍କ […]

ଅଦ୍ୟତନ ହୋଇଛି
୧୫୦ଟି ଶବ୍ଦକୁ ନେଇ ପିଲାମାନେ ଆଙ୍କିଲେ ଗାନ୍ଧିଙ୍କ ଛବି

g

Advertisment

ନୂଆଦିଲ୍ଲୀ: ଆଜି ୧୫୦ତମ ଗାନ୍ଧି ଜୟନ୍ତୀ। ଏଥିପାଇଁ ଗୁଜୁରାଟ ଅହମ୍ମଦାବାଦର ଏଚ୍‌ବି କପାଡିଆ ସ୍କୁଲ୍‌ର ଛାତ୍ର ଛାତ୍ରୀମାନେ ମିଶି ୧୫୦ ଶବ୍ଦର ସମାହାରରେ ଏକ ଗାନ୍ଧିଙ୍କ ଚିତ୍ର ଆଙ୍କିଛନ୍ତି। ଏହି ଶବ୍ଦଗୁଡିକ ମଧ୍ୟରେ ପିଲାମାନେ ଫ୍ରିଡମ୍‌ ଫାଇଟର୍‌, ଜେନେରୋସ୍, ଅନେଷ୍ଟି ପରି ଶବ୍ଦକୁ ସାମିଲ୍‌ କରିଛନ୍ତି।

Advertisment

କେବଳ ଶବ୍ଦକୁ ନେଇ ଗାନ୍ଧିଙ୍କ ଚିତ୍ର ଅଙ୍କା ଯାଇନି। ଏହି ସ୍କୁଲ୍‌ର ପାଖାପାଖି ୧୫୦ ପିଲା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ତାଙ୍କ ପରି ବେଶ ମଧ୍ୟ ଧାରଣ କରିଛନ୍ତି। ଗାନ୍ଧିଙ୍କ ପରି ସେମାନେ ମଧ୍ୟ ଧଳା ପୋଷାକ, ଆଖିରେ ଗୋଲ୍‌ ଚଷମା ଏବଂ ହାତରେ ବାଡି ଧରିଛନ୍ତି।

ଏଥିସହ ଏହି ସ୍କୁଲ୍‌ର ପିଲାମାନେ ଗାନ୍ଧି ଜୟନ୍ତୀ ଅବସରରେ ଚିତ୍ର ଆଙ୍କିବା ସହ ଗୀତ ଗାଇବା ଏବଂ ଶପଥ ଗ୍ରହଣ କରିବାର ପ୍ରୋଗାମ କରିଥିଲେ।

Advertisment

publive-imageଏହି ସ୍କୁଲ୍‌ର ଶିକ୍ଷକଙ୍କ କହିବା ‌ଅନୁଯାୟୀ, ଏହା ଆମ ପାଇଁ ଏକ ଗର୍ବର ବିଷୟ ଯେ ମହାତ୍ମା ଗାନ୍ଧିଙ୍କ ପରି ଜଣେ ବ୍ୟକ୍ତି ଆମ ଦେଶରେ ଜନ୍ମ ନେଲେ। ଏବଂ ଆହୁରି ଗୌରବର କଥା ଯେ ସେ ଆମ ରାଜ୍ୟ ଗୁଜୁରାଟର ସେ ଜନ୍ମ ନେଇଛନ୍ତି। ତାଙ୍କର ୧୫୦ତମ ଜୟନ୍ତୀକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଆମେ ସମସ୍ତେ ଚିନ୍ତା କରିଥିଲୁ ପିଲାମାନେ ମଧ୍ୟ ଏ ବିଷୟରେ ଭାବିଥିଲେ। ମହାତ୍ମା ଗାନ୍ଧିଙ୍କ ଆଦର୍ଶ ସହ ଜଡିତ ୧୫୦ଟି ଶବ୍ଦ ଖୋଜି ସ୍କୁଲ୍‌ର ପିଲାମାନେ ତାଙ୍କର ଏକ ଛବି ଆଙ୍କିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe