Advertisment

ଜମି ଦିଅ, ନହେଲେ ପଛ ଜମିକୁ ବାଟ ଦେବୁନି!

ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ କାନୁନଗୋ): ବିନା ଲେଆଉଟରେ ଖଣ୍ଡ ଖଣ୍ଡ ହେଉଛି ଘରବାରି ପ୍ଲଟ୍। ପଛ ଜମିକୁ ବିକ୍ରି କରିବାକୁ ବାଧ୍ୟ କରୁଛନ୍ତି ବିଲଡର! ରେରା ଆଇନକୁ ବି ଖାତିର କରୁନାହାନ୍ତି ସବରେଜିଷ୍ଟ୍ରାର। ଘର ପାଇଁ ବେଆଇନ ଭାବେ ହେଉଛି ଜମିର ଖର୍ଦ୍ଦି–ବିକ୍ରି। ରେରାରେ ପଂଜୀକରଣ ନକରି ପ୍ରକଳ୍ପ କରିପାରିବେନି ବିଲଡର। ସବରେଜିଷ୍ଟ୍ରାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ କେବଳ କାଗଜରେ। ବେଆଇନ ପ୍ଲଟିଂ ପାଇଁ ଅସରାଏ ବର୍ଷାରେ ସହର ହେଉଛି ଜଳବନ୍ଦୀ! ଟଙ୍କା ନିଅ-ଆମକୁ ଜମି ବିକିଦିଅ। ଆମେ ଫ୍ଳାଟ […]

ଅଦ୍ୟତନ ହୋଇଛି
ଜମି ଦିଅ, ନହେଲେ ପଛ ଜମିକୁ ବାଟ ଦେବୁନି!

plot

Advertisment

ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ କାନୁନଗୋ): ବିନା ଲେଆଉଟରେ ଖଣ୍ଡ ଖଣ୍ଡ ହେଉଛି ଘରବାରି ପ୍ଲଟ୍ପଛ ଜମିକୁ ବିକ୍ରି କରିବାକୁ ବାଧ୍ୟ କରୁଛନ୍ତି ବିଲଡର! ରେରା ଆଇନକୁ ବି ଖାତିର କରୁନାହାନ୍ତି ସବରେଜିଷ୍ଟ୍ରାରଘର ପାଇଁ ବେଆଇନ ଭାବେ ହେଉଛି ଜମିର ଖର୍ଦ୍ଦି-ବିକ୍ରିରେରାରେ ପଂଜୀକରଣ ନକରି ପ୍ରକଳ୍ପ କରିପାରିବେନି ବିଲଡରସବରେଜିଷ୍ଟ୍ରାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ କେବଳ କାଗଜରେବେଆଇନ ପ୍ଲଟିଂ ପାଇଁ ଅସରାଏ ବର୍ଷାରେ ସହର ହେଉଛି ଜଳବନ୍ଦୀ!

Advertisment

ଟଙ୍କା ନିଅ-ଆମକୁ ଜମି ବିକିଦିଅ। ଆମେ ଫ୍ଳାଟ କରି ବିକୁବି। ଜମି ନଦେଲେ ତୁମ ଜମିକୁ ବାଟ ଛାଡ଼ିବୁ ନାହିଁ। ସୁନ୍ଦରପଦା ନିକଟ କଂଟିଲୋରେ ଜମି ବିକିବାକୁ ବାଧ୍ୟ କରୁଛନ୍ତି ବିଲଡର। ଜମି ନ ବିକିଲେ ବାଟ ନାହିଁ। ବିଲଡରଙ୍କ ଏମିତି ଧମକରେ ଭୁବନେଶ୍ବର ସମେତ ସାରା ରାଜ୍ୟରେ ଘର ବା ଫ୍ଲାଟ ତିଆରି ପାଇଁ ଅନେକ ବେଆଇନ ଜମି ଖର୍ଦି-ବିକ୍ରି କାରବାର ଚାଲିଛି।

ଭୁବନେଶ୍ବର ନିକଟ ସୁନ୍ଦରପଦା-କୁହା ଗ୍ରାମର ପ୍ରଭାତ କୁମାର ସେନାପତି କୁହନ୍ତି, କଂଟିଲୋରେ ତାଙ୍କର ପ୍ରାୟ ୧ ଏକର ଜମି ଜମି ଅଛି। ବିଲଡର ଅନ୍ୟ କିଛି ଜମି ପ୍ଲଟିଂ କରି ବିକ୍ରି କରିବା ପରେ ଜଟଣୀ ତହସିଲଦାର ଓ ସବରେଜିଷ୍ଟ୍ରରଙ୍କ ଜ୍ଞାତସାରରେ ପାଖକୁ ଲାଗିଥିବା ଆମ ଜମି ନେବାକୁ ବାଧ୍ୟ କରୁଛି। ଜମି ନ ବିକିଲେ ବାଟ ଛାଡ଼ୁନି ଓ କାଡା କେନାଲରୁ ପାଣି ମିଳୁନି।

Advertisment

୨୦୧୬ରେ ସାରା ଦେଶରେ ଲାଗୁ ହେଲା ରିଅଲ ଇଷ୍ଟେଟ ରେଗୁଲେଟୋରୀ ଅଥରିଟି (ରେରା) ଆଇନ। ୨୦୧୭ରେ ଓଡ଼ିଶାରେ ବି ଲାଗୁ ହେଲା ଓଡ଼ିଶା ରିଅଲ ଇଷ୍ଟେଟ ରେଗୁଲେଟୋରୀ ଅଥରିଟି (ଓରେରା) ନିୟମାବଳୀ। ଏଥିରେ କୁହାଗଲା ସହର ଓ ଗ୍ରାମାଂଚଳରେ ୫୦୦ ବର୍ଗ ମିଟରରୁ ଅଧିକ ଅଂଚଳରେ ଓରେରାର ବିନା ଅନୁମତିରେ ଘରବାରି ଜମି ଖଣ୍ଡ ଖଣ୍ଡ ହୋଇ ବିକ୍ରି ହୋଇପାରିବ ନାହିଁ। ଅନ୍ୟ ଅର୍ଥରେ କହିଲେ ୧୨.୩୫ ଡେସମିଲରୁ ଅଧିକ ଜମିରେ ଘର ବା ଫ୍ଲାଟ କରୁଥିବା ଲୋକଙ୍କୁ ଓରେରାର ଅନୁମତି ନେବାକୁ ପଡ଼ିବ। ନଚେତ ପ୍ଲଟ ବା ଫ୍ଳାଟ୍ ବିକ୍ରି ହୋଇପାରିବ ନାହିଁ। ମାତ୍ର ଦେଖାଗଲା ଅଧିକାଂଶ ସବରେଜିଷ୍ଟ୍ରାର ଓରେରା ଦ୍ୱାରା ପଂଜୀକୃତ ହୋଇନଥିବା ପ୍ରମୋଟର ବା ବିଲଡରଙ୍କ ଫ୍ଳାଟ ବିକ୍ରି କରିଚାଲିଲେ। ଖଣ୍ଡଗିରି ସବରେଜିଷ୍ଟ୍ରାର ତାର ଏକ ଉଦାହରଣ। ସେ ସାମ୍ପୁର ମୌଜାର `ଓମ୍ ପାରାଡାଇଜ୍’ ଆପାର୍ଟମେଂଟର ଏଭଳି ୧୮୩ଟି ଫ୍ଲାଟକୁ ୨୦୧୮ରୁ ୨୦୧୯ ଭିତରେ ବିକ୍ରି କରିଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଓରେରା କର୍ତୃପକ୍ଷ ରାଜସ୍ୱ ବିଭାଗକୁ ସୁପାରିଶ କରିଛନ୍ତି। ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ବି ସବରେଜିଷ୍ଟ୍ରାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ୨୦୨୧ ସେପଟେମ୍ବର ୨୨ ତାରିଖରେ ସୁପାରିଶ କରିଛନ୍ତି। ଅନ୍ୟପଟରେ ବିଏମସି ଭଳି ସଂସ୍ଥା ପ୍ରାକୃତିକ ନାଳକୁ ପୋତି ବିଭିନ୍ନ ଅନଧିକୃତ ବସତିକୁ ରାସ୍ତା ଦେଉଥିବା ଦେଖାଯାଉଛି।

ସେମିତି ରାଜାରାଣୀ ମୌଜାର ୮୫୩/୧୭୯୨ ନମ୍ବର ପ୍ଲଟକୁ ଉଦାହରଣ ଭାବରେ ନିଆଯାଇପାରେ। ଏଥିରେ ନାଳ କିସମ ଥିବା ପ୍ରାୟ ୩୦ ଫୁଟ ଚଉଡ଼ାର ଏକ ନାଳକୁ ପୋତି ୨ ଫୁଟ କରିଦିଆଯାଇଛି। ରାସ୍ତାର ଦୁଇ ପଟେ ଦେବୋତ୍ତର ଜମିରେ କ୍ରମଶଃ ବିଲଡିଂ ଗଢ଼ି ଉଠିବା ପରେ ବିଏମସି ନାଳ ପୋତି ରାସ୍ତା କରିଦେଇଛି।

ସେହିଭଳି ଶିଶୁପାଳଗଡ଼ର ଐତିହ୍ୟ ଅଂଚଳ। ମହାଦେବଶାସନ ଅଂଚଳରେ ଥିବା ଜଳସେଚନ ବିଭାଗର ନାଳ। ୧୮ ନମ୍ବର ପ୍ଲଟରେ ରହିଛି ନାଳ। ଯାହାକି ଗଂଗୁଆ ନାଳରେ ପଡ଼ିଛି। ମାତ୍ର ବର୍ତମାନ ଏ ଅଂଚଳରେ ବିଲଡରମାନେ ଘର ତିଆରି କରିବା ପରେ ୮୦ ଫୁଟର ନାଳଟି ପୋତା ଚାଲିଛି। ଭୁବନେଶ୍ବରରେ ରହିଛି ୧୦ଟି ପ୍ରାକୃତିକ ନାଳ। ରାଜସ୍ବ ବିଭାଗ ଓ ବିଏମସି ଜାଣତରେ ଅଧିକାଂଶ ନାଳ ଅବରୋଧ ହେଉଛି। ଫଳରେ ସାମାନ୍ୟ ବର୍ଷା ହେଲେ ଇସ୍କନ ମନ୍ଦିର ସାମନା ଭଳି ଅଂଚଳରେ କୃତ୍ରିମ ହ୍ରଦ ସୃଷ୍ଟି ହେଉଛି। ସରକାରଙ୍କ ଗୋଟିଏ ବିଭାଗ କ’ଣ କରୁଛି ଅନ୍ୟ ବିଭାଗ ଜାଣୁ ନାହିଁ। ଭୁବନେଶ୍ବରକୁ ସ୍ମାର୍ଟ ହେବା ପରିବର୍ତେ ଅନସ୍ମାର୍ଟ ହେଉଛି ଆଉ ନିରୀହ ସାଧାରଣ ଲୋକେ ଶୋଷଣର ଶିକାର ହେଉଛନ୍ତି। ଏ ନେଇ ଆମେ କଟକରେ ଅବସ୍ଥାପିତ ରାଜୱ ବିଭାଗର ମହାନୀରକ୍ଷିକ ଜ୍ୟୋତି ପ୍ରକାଶ ଦାସଙ୍କୁ ଯୋଗାଯୋଗ କରିଥିଲୁ। ତାଙ୍କ ଉତ୍ତର ଥିଲା- ଆଗରୁ ଏଭଳି ହୋଇଥାଇପାରେ। ମାତ୍ର ଅଗଷ୍ଯ ୫ ତାରିଖରେ ଏ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ବିନା ରେରାର ଅନୁମୋଦନରେ କେୌଣସି ଜମିବାଡ଼ି ବକ୍ରି ହେଉନାହିଁ। ଏ ନେଇ ଉଚ୍ଚ ସ୍ତରରେ ବୈଠକ ହୋଇଛି। ଖୁବ୍ ଶୀଘ୍ର ଏହାର ସମାଧାନ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe