Advertisment

ଟ୍ୱିଟରରେ ଇ-ସେବା, ବାସ୍ତବରେ ଶୂନ

ଲକ୍ଷ୍ମୀନାରାୟଣ କାନୁନଗୋ ସରକାରଙ୍କ ଘୋଷଣା ଆପଣ ଶୁଣିଥିବେ। ଘରେ ବସି ଅନଲାଇନରେ ଆବେଦନ କରନ୍ତୁ। କିଛି ବିବାଦ ନଥିଲେ ମାସକରେ ଘରେ ମିଳିଯିବ ଆପଣଙ୍କୁ ଲିଗାଲ ହେୟାର ସାର୍ଟିଫିକେଟ। ସେମିତି ଜମି କିଣିଲା ପରେ ୭ ଦିନରେ ହୋଇଯିବ ନାମ ପରିବର୍ତନ ବା ମ୍ୟୁଟେସନ୍। ଘରେ ସ୍ପିଡ ପୋଷ୍ଟରେ ପହଞ୍ଚିଯିବ ଜମିର ଦଲିଲ ବା ରେକର୍ଡ ଅଫ୍ ରାଇଟସ। କିନ୍ତୁ ଭୁବନେଶ୍ବର ଶ୍ରୀରାମ ନଗରର ଅଶ୍ୱିନୀ ମହାପାତ୍ରଙ୍କ ଭଳି ଅନେକ ଅଛନ୍ତି ଯେଉଁମାନେ ବାପାଙ୍କ ମୃତ୍ୟୁ ପରେ […]

author-image
Ordigital Desk
ଅଦ୍ୟତନ ହୋଇଛି
ଟ୍ୱିଟରରେ ଇ-ସେବା, ବାସ୍ତବରେ ଶୂନ

Photo

  • ଲକ୍ଷ୍ମୀନାରାୟଣ କାନୁନଗୋ

ସରକାରଙ୍କ ଘୋଷଣା ଆପଣ ଶୁଣିଥିବେ। ଘରେ ବସି ଅନଲାଇନରେ ଆବେଦନ କରନ୍ତୁ। କିଛି ବିବାଦ ନଥିଲେ ମାସକରେ ଘରେ ମିଳିଯିବ ଆପଣଙ୍କୁ ଲିଗାଲ ହେୟାର ସାର୍ଟିଫିକେଟ। ସେମିତି ଜମି କିଣିଲା ପରେ ୭ ଦିନରେ ହୋଇଯିବ ନାମ ପରିବର୍ତନ ବା ମ୍ୟୁଟେସନ୍। ଘରେ ସ୍ପିଡ ପୋଷ୍ଟରେ ପହଞ୍ଚିଯିବ ଜମିର ଦଲିଲ ବା ରେକର୍ଡ ଅଫ୍ ରାଇଟସ। କିନ୍ତୁ ଭୁବନେଶ୍ବର ଶ୍ରୀରାମ ନଗରର ଅଶ୍ୱିନୀ ମହାପାତ୍ରଙ୍କ ଭଳି ଅନେକ ଅଛନ୍ତି ଯେଉଁମାନେ ବାପାଙ୍କ ମୃତ୍ୟୁ ପରେ ଅନଲାଇନରେ ଲିଗାଲ ହେୟାର ସାର୍ଟିଫିକେଟ ଆବେଦନ କରିବାର ଦେଢ଼ ବର୍ଷ ପରେ ବି ପାଇପାରିନାହାନ୍ତି ଲିଗାଲ ହେୟାର ସାର୍ଟିଫିକେଟ। ବାରମ୍ବାର ଆବେଦନ କଲା ପରେ ବି ମିଳୁନି ସାର୍ଟିଫିକେଟ। ୨୨/୧୦/୨୦୨୧ରେ ଅଶ୍ୱିନୀଙ୍କ ଅନଲାଇନ ଆବେଦନ ଗ୍ରହଣ କରାଯାଇଛି। ସେ ତାଙ୍କ ଆବେଦନରେ ବାପାଙ୍କ ଜମିର ରେକର୍ଡ, ବିଜୁଳି ବିଲ୍, ମୃତ୍ୟୁ ପ୍ରମାଣ ପତ୍ର ଦେଇଥିଲେ ବି ଫଳ ଶୂନ। ତହସିଲ ଅଫିସ ଗଲେ ବି ଫଳ ଶୂନ।

Advertisment

tweeterଉପରେ ଆପଣ ଦେଖୁଥିବା ଏହି ଚିତ୍ର ହେଉଛି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଆତ୍ମଘୋଷିତ ସଫଳତାର ପ୍ରମାଣପତ୍ର। ଯେଉଁଠି ବିଭାଗର ସଚିବ ଦାବି କରିଛନ୍ତି ୪ ବର୍ଷ ତଳେ ଧାର୍ଯ୍ୟ ସମୟ ଭିତରେ ୬୯ ପ୍ରତିଶତ ଇ-ଜାତିପ୍ରମାଣପତ୍ର ଦିଆଯାଉଥିଲା। ହେଲେ ଚଳିତ ବର୍ଷ ଅର୍ଥାତ୍ ୨୦୨୨ରେ ଏହି ସଫଳତା ହାର ୯୭.୧%ରେ ପହଁଚିଯାଇଛି।

cm1ସେମିତି ଧାର୍ଯ୍ୟ ୭ ଦିନରେ ଲକ୍ଷାଧିକ ଲୋକଙ୍କୁ ପଟ୍ଟା ଦିଆଯାଇଛି। ମାତ୍ର ଟ୍ୱିଟରେ ଥ୍ରେଡରେ ଲୋକେ ଏହି ଦାବିକୁ ବିଶ୍ୱାସ କରୁନାହାନ୍ତି। ଏହା ଏକ ଫମ୍ପା ପ୍ରଚାର ବୋଲି ବାରମ୍ବାର ପ୍ରମାଣ ସହ ଦର୍ଶାଇଛନ୍ତି।

Advertisment

ଜଣେ ୟୁଜର ପ୍ରଶାନ୍ତ ଲେଖିଛନ୍ତି ଏହା ଫାଇଭି ଟି ନୁହେଁ ଫେକ୍ ଟି। ଅବଦୁଲ ସେକ ଲେଖିଛନ୍ତି ଏବେ ସମସ୍ତଙ୍କୁ ଜାଗ୍ରତ ହେବାର ସମୟ ଆସିଛି। ଏଥିରୁ ସ୍ପଷ୍ଟ ହୋଇଛି ରାଜସ୍ୱ ବିଭାଗରେ ମୋ ସରକାର ଓ ୫-ଟି ଆସିବା ପରେ ବି ଲୋକ ଯେଉଁ ସମସ୍ୟାରେ ଥିଲେ ସେଭଳି ସମସ୍ୟାରେ ଅଛନ୍ତି।