Advertisment

କାମେଗୌଡ଼ାଙ୍କ ପାଇଁ ଆଜୀବନ ମାଗଣା ବସ୍‌‌ଯାତ୍ରା ବ୍ୟବସ୍ଥା କଲେ ସରକାର

ନୂଆଦିଲ୍ଲୀ: କର୍ଣ୍ଣାଟକ ମାଣ୍ଡ୍ୟ ଜିଲ୍ଲାର ଏକ ଛୋଟିଆ ଗାଁରେ ରହୁଥିବା କାମେଗୌଡ଼ାଙ୍କ ଉପରକୁ ସେତେବେଳେ ଲୋକମାନଙ୍କ ଧ୍ୟାନ ଗଲା ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ‘ମନ୍‌କି ବାତ୍’ରେ ତାଙ୍କ ବିଷୟରେ ଚର୍ଚ୍ଚା କଲେ। ମୋଦି କାମେଗୌଡ଼ାଙ୍କୁ ‘ଜଳ ଯୋଦ୍ଧା’ର ଆଖ୍ୟା ଦେଇଛନ୍ତି। କାମେଗୌଡ଼ା ତାଙ୍କ ଗାଁରେ ପାଣି ସମସ୍ୟା ଦୂର କରିବା ପାଇଁ ତଥା ଜଳ ସଂରକ୍ଷଣ କରିବା ପାଇଁ ଛୋଟ ଛୋଟ ଗାଡ଼ିଆ ତିଆରି କରିଛନ୍ତି। ଏପର୍ଯ୍ୟନ୍ତ କାମେଗୌଡ଼ା ୧୬ଟି ଗାଡ଼ିଆ ଖୋଳି […]

ଅଦ୍ୟତନ ହୋଇଛି
କାମେଗୌଡ଼ାଙ୍କ ପାଇଁ ଆଜୀବନ ମାଗଣା ବସ୍‌‌ଯାତ୍ରା ବ୍ୟବସ୍ଥା କଲେ ସରକାର

kamegoud-pic

Advertisment

ନୂଆଦିଲ୍ଲୀ: କର୍ଣ୍ଣାଟକ ମାଣ୍ଡ୍ୟ ଜିଲ୍ଲାର ଏକ ଛୋଟିଆ ଗାଁରେ ରହୁଥିବା କାମେଗୌଡ଼ାଙ୍କ ଉପରକୁ ସେତେବେଳେ ଲୋକମାନଙ୍କ ଧ୍ୟାନ ଗଲା ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ‘ମନ୍‌କି ବାତ୍’ରେ ତାଙ୍କ ବିଷୟରେ ଚର୍ଚ୍ଚା କଲେ। ମୋଦି କାମେଗୌଡ଼ାଙ୍କୁ ‘ଜଳ ଯୋଦ୍ଧା’ର ଆଖ୍ୟା ଦେଇଛନ୍ତି। କାମେଗୌଡ଼ା ତାଙ୍କ ଗାଁରେ ପାଣି ସମସ୍ୟା ଦୂର କରିବା ପାଇଁ ତଥା ଜଳ ସଂରକ୍ଷଣ କରିବା ପାଇଁ ଛୋଟ ଛୋଟ ଗାଡ଼ିଆ ତିଆରି କରିଛନ୍ତି। ଏପର୍ଯ୍ୟନ୍ତ କାମେଗୌଡ଼ା ୧୬ଟି ଗାଡ଼ିଆ ଖୋଳି ସାରିଲେଣି। ବିନା କାହାର ସାହାଯ୍ୟରେ ସେ ଏହି ଗାଡ଼ିଆ ସବୁ ଖୋଳିଛନ୍ତି। ୮୫ ବର୍ଷ ବୟସରେ କାମେଗୌଡ଼ା ଏମିତି କାର୍ଯ୍ୟ ପାଇଁ ମୋଦି ତାଙ୍କୁ ସାବାସି ଦେଇଥିଲେ। ଏହାପରେ କାମେଗୌଡ଼ାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଜାତୀୟ ଗଣମାଧ୍ୟମରେ  କାମେଗୌଡ଼ାଙ୍କୁ ନେଇ ଖବର ପ୍ରକାଶ ପାଇଲା।

Advertisment

ଏହାପରେ କର୍ଣ୍ଣାଟକ ସରକାର କାମେଗୌଡ଼ାଙ୍କ ପାଇଁ ରାଜ୍ୟରେ ଆଜୀବନ ବସ୍‌ରେ ମାଗଣା ଯାତ୍ରା ବ୍ୟବସ୍ଥା କରିଛନ୍ତି। ଜୁଲାଇ ୨ ତାରିଖରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା ଟ୍ୱିଟ୍‌ କରି ଏହି ସୂଚନା ଦେଇଥିଲେ। କାମେଗୌଡଙ୍କର ବସ୍‌ ପାସ୍‌ର ଏକ ଫଟୋ ଟ୍ୱିଟ୍‌ କରି ୟେଦୁରପ୍ପା ଲେଖିଛନ୍ତି, କର୍ଣ୍ଣାଟକ ଷ୍ଟେଟ୍‌ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌(କେଏସ୍‌ଆର୍‌ଟିସି) ପକ୍ଷରୁ କାମେଗୌଡଙ୍କ ପାଇଁ ଆଜୀବନ ମାଗଣା ବସ୍‌ ସେବାର ବ୍ୟବସ୍ଥା କରି ଦିଆଯାଇଛି।

publive-imageସୂଚନାଯୋଗ୍ୟ, ୮୫ବର୍ଷ ବୟସରେ ମଧ୍ୟ କାମେଗୌଡା ଗାଇଗୋରୁଙ୍କୁ ବିଲକୁ ଚରେଇ ନିଅନ୍ତି। ତାଙ୍କ ଗାଁରେ ପାଣିର ସମସ୍ୟା ଦୂର କରିବା ପାଇଁ ତଥା ଜଳ ସଂରକ୍ଷଣ କରିବା ପାଇଁ ସେ ଛୋଟ ଛୋଟ ଗାଡିଆ ତିଆରି କରିବା ଆରମ୍ଭ କରିଦେଇଥିଲେ। ଏପର୍ଯ୍ୟନ୍ତ କାମେଗୌଡା ୧୬ଗାଡିଆ ଖୋଳି ସାରିଲେଣି। କାମେଗୌଡା ବିନା କାହାର ସାହାଯ୍ୟରେ ଏହି ଗାଡିଆ ସବୁ ଖୋଳିଛନ୍ତି। ଏହି ଗାଡିଆ ପାଇଁ ପୂର୍ବ ଅପେକ୍ଷା ଏବେ କାମେଗୌଡାଙ୍କ ଗାଁ ଜଳ ସମସ୍ୟା କମ୍‌ ଦେଖିବାକୁ ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe