Advertisment

ଏହି ଦୀପାବଳୀରେ ନୂଆ ହେୟାର ଷ୍ଟାଇଲ ଖାସ୍ ଆପଣଙ୍କ ପାଇଁ

ଆଲୋକର ପର୍ବ ଦୀପାବଳୀକୁ ଆଉ ମାତ୍ର କିଛି ଦିନର ଅପେକ୍ଷା। ଅପେକ୍ଷା କେବଳ ବାଣ ଫୁଟାଇବା କି ମିଠା ଖାଇବାରେ ନାହିଁ, ଅପେକ୍ଷା ସେହି ଦିନର ସାଜସଜ୍ଜାକୁ ନେଇ। ହଁ, ସଜେଇ ହେବା ନାରୀମାନଙ୍କ ଖାସ୍ ପସନ୍ଦ। ଆଉ ଏଥିପାଇଁ ମିଳିଯାଏ ଯଦି କିଛି ଖାସ୍ ଦିନ ତେବେ ତାର ଅନୁଭୂତି ଆହୁରୀ ନିଆରା। ଦୀପାବଳୀ ଅବସରରେ ନୂଆ ପୋଷାକ ସହ କେଶକୁ କିପରି ସଜାଇବେ ମାନେ କିଛି ହେୟାର ଷ୍ଟାଇଲକୁ ନେଇ ଖାସ୍ ଟିପ୍ ପାଇଁ […]

ଅଦ୍ୟତନ ହୋଇଛି
ଏହି ଦୀପାବଳୀରେ ନୂଆ ହେୟାର ଷ୍ଟାଇଲ ଖାସ୍ ଆପଣଙ୍କ ପାଇଁ

fabulous-wedding-

Advertisment

rope-hairଆଲୋକର ପର୍ବ ଦୀପାବଳୀକୁ ଆଉ ମାତ୍ର କିଛି ଦିନର ଅପେକ୍ଷା। ଅପେକ୍ଷା କେବଳ ବାଣ ଫୁଟାଇବା କି ମିଠା ଖାଇବାରେ ନାହିଁ, ଅପେକ୍ଷା ସେହି ଦିନର ସାଜସଜ୍ଜାକୁ ନେଇ। ହଁ, ସଜେଇ ହେବା ନାରୀମାନଙ୍କ ଖାସ୍ ପସନ୍ଦ। ଆଉ ଏଥିପାଇଁ ମିଳିଯାଏ ଯଦି କିଛି ଖାସ୍ ଦିନ ତେବେ ତାର ଅନୁଭୂତି ଆହୁରୀ ନିଆରା। ଦୀପାବଳୀ ଅବସରରେ ନୂଆ ପୋଷାକ ସହ କେଶକୁ କିପରି ସଜାଇବେ ମାନେ କିଛି ହେୟାର ଷ୍ଟାଇଲକୁ ନେଇ ଖାସ୍ ଟିପ୍ ପାଇଁ ‘ଓଡିଶା ରିପୋର୍ଟର’ର ପ୍ରତିନିଧି ଲୋରିନା ଜେନା ଭେଟିଥିଲେ ‘ବ୍ଲିସ୍ ଏଣ୍ଡ ବିୟୁଟି’ ସାଲୋନର ବିୟୁଟିସିଆନ୍ ସିପ୍ରା ସିହ୍ନାଙ୍କୁ।

Advertisment

ରୋପ୍‌ ଟ୍ୱିଷ୍ଟ ବନ: କେଶ ଯଦି ଲମ୍ବା ଥାଏ ତେବେ ଏକ ସାଧାରଣ ପୋନି କରନ୍ତୁ। ବାକି ଖୋଲା କେଶକୁ ଦୁଇ ଭାଗ କରନ୍ତୁ। ଏହାକୁ ରୋଲ କରି ଅର୍ଥାତ୍ ସାଧାରଣ ଭାବେ ଗୁଡାଇ ଗୁଡାଇ ପରସ୍ପର ସହ ଛନ୍ଦି ରବର ସାହାଯ୍ୟରେ ବାନ୍ଧି ଦିଅନ୍ତୁ। ଏହି ହେୟାର ଷ୍ଟାଇଲ ୱେଷ୍ଟର୍ଣ୍ଣ ଆଉଟ ଫିଟ୍‌ରେ ଖୁବ୍ ସୁନ୍ଦର ଲାଗେ।

cute-side-braidଟ୍ୱିଷ୍ଟେଡ୍ ସାଇଡ୍ ବ୍ରେଡ୍: ପ୍ରଥମେ ମୁଣ୍ଡର ମଧ୍ୟ ଭାଗରେ ବ୍ୟାକ୍‌ କୋମ୍ବ କରି ଏକ ହାଲକା ପଫ୍ କରନ୍ତୁ। ତାପରେ ସବୁ କେଶକୁ ଗୋଟେ ପାଖକୁ ଆଣି ଭଲ ଭାବେ ପାନିଆ ସାହାଯ୍ୟରେ କୁଣ୍ଡାଇ ଦିଅନ୍ତୁ। ଖୋଲା କେଶକୁ ଦୁଇ ଭାଗ କରି ଦୁଇ ହାତର ଆଙ୍ଗୁଠି ସାହାଯ୍ୟରେ ମୋଡିଲା ପରି କରି ଛନ୍ଦି ଦିଅନ୍ତୁ। ଏହିପରି ଦୁଇ ରୁ ତିନି ଥର ରୋଲ କରି ବା ମୋଡି ଶେଷରେ ରବର ସାହାଯ୍ୟରେ ବାନ୍ଧି ଦିଅନ୍ତୁ। ଏହି ଷ୍ଟାଇଲ ଉଭୟ ଏଥନିକ୍ ଓ ମଡର୍ଣ୍ଣ ଡ୍ରେସରେ କରିପାରିବେ।

Advertisment

ପଫ୍ ୱିଥ୍ କର୍ଲ: କେଶ ଯଦି କମ୍ ଅଛି ଏବଂ ବାନ୍ଧିବାକୁ ଚାହୁଁ ନାହାନ୍ତି, ତେବେ ପଫ୍ ୱିଥ୍ କର୍ଲ ଭଲ ଲାଗିବ। ବ୍ୟାକ୍ କମ୍ବି ସାହାଯ୍ୟରେ ପ୍ରଥମେ ଏକ ପଫ୍ କରନ୍ତୁ। ବାକି କେଶରେ ହିଟ୍ ପ୍ରୋଟେକ୍ଟ ସ୍ପ୍ରେ କରି କର୍ଲ ମେସିନ୍ ସାହାଯ୍ୟରେ ଅଳ୍ପ ଅଳ୍ପ ଚୁଟିକୁ ଟ୍ୱିଷ୍ଟ ବା ଗୁଡାଇ କିଛି ସମୟ ହିଟ୍ ଦିଅନ୍ତୁ। ହିଟ୍ ଦେବା ସମୟରେ ସତର୍କ ରହିବେ ଅଧିକ ହିଟ୍ କେଶକୂ ନଷ୍ଟ କରିଦେବ। ନିଜ ପସନ୍ଦ ଅନୁସାରେ ସଂପୂର୍ଣ୍ଣ କେଶ କିମ୍ବା କିଛି କେଶରେ ଏହି କର୍ଲ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe