Advertisment

ରାଜଧାନୀରେ ‘ୱାନ୍‌ ସାଇଡ୍‌’, ‘ଲାଇନ୍‌ ଅପ୍‌’ ଓ ‘ସ୍ପାଏ’ ମାନିଆ

ଭୁବନେଶ୍ୱର (ରାକେଶ ମଲ୍ଲିକ): ନିଜକୁ ଆକର୍ଷଣୀୟ କରିବାକୁ ସମସ୍ତଙ୍କର ଇଚ୍ଛା। ସମସ୍ତେ ଚାହାଁନ୍ତି ଅନ୍ୟମାନଙ୍କ ଫୋକସ୍‌ରେ ରହିବା ପାଇଁ। ଏଥିପାଇଁ ସମସ୍ତେ କିଛି ନା କିଛି ଉପାୟ ଅବଲମ୍ବନ କରନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ଏହି ଭାବନା ଅଧିକ ଥାଏ। ବିଶେଷ କରି ହେୟାର ଷ୍ଟାଇଲ୍‌ ଉପରେ ସେମାନେ ଅଧିକ ଷ୍ଟ୍ରେସ୍ ଦିଅନ୍ତି। କାରଣ ହେୟାର ଷ୍ଟାଇଲ୍‌ ହିଁ ଏକ ମାଧ୍ୟମ ଯାହାଦ୍ୱାରା ଅନ୍ୟମାନଙ୍କ ନଜରକୁ ଆସିବା ସହଜ ବୋଲି ସାଧାରଣତଃ ଧାରଣା ରହିଛି। ଭୁବନେଶ୍ୱରରେ ଯୁବପିଢ଼ିଙ୍କ ହେୟାର […]

ଅଦ୍ୟତନ ହୋଇଛି
ରାଜଧାନୀରେ ‘ୱାନ୍‌ ସାଇଡ୍‌’, ‘ଲାଇନ୍‌ ଅପ୍‌’ ଓ ‘ସ୍ପାଏ’ ମାନିଆ

hair-cut

Advertisment

hair-cutଭୁବନେଶ୍ୱର (ରାକେଶ ମଲ୍ଲିକ): ନିଜକୁ ଆକର୍ଷଣୀୟ କରିବାକୁ ସମସ୍ତଙ୍କର ଇଚ୍ଛା। ସମସ୍ତେ ଚାହାଁନ୍ତି ଅନ୍ୟମାନଙ୍କ ଫୋକସ୍‌ରେ ରହିବା ପାଇଁ। ଏଥିପାଇଁ ସମସ୍ତେ କିଛି ନା କିଛି ଉପାୟ ଅବଲମ୍ବନ କରନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ଏହି ଭାବନା ଅଧିକ ଥାଏ। ବିଶେଷ କରି ହେୟାର ଷ୍ଟାଇଲ୍‌ ଉପରେ ସେମାନେ ଅଧିକ ଷ୍ଟ୍ରେସ୍ ଦିଅନ୍ତି। କାରଣ ହେୟାର ଷ୍ଟାଇଲ୍‌ ହିଁ ଏକ ମାଧ୍ୟମ ଯାହାଦ୍ୱାରା ଅନ୍ୟମାନଙ୍କ ନଜରକୁ ଆସିବା ସହଜ ବୋଲି ସାଧାରଣତଃ ଧାରଣା ରହିଛି। ଭୁବନେଶ୍ୱରରେ ଯୁବପିଢ଼ିଙ୍କ ହେୟାର ଷ୍ଟାଇଲ୍ ମାନିଆକୁ ନେଇ ଆମର ଏକ ବିଶେଷ ଉପସ୍ଥାପନା।

Advertisment

ରାଜଧାନୀରେ ଅଧିକାଂଶ ଯୁବକ ନିଜ ଚୁଟିକୁ ବିଭିନ୍ନ ଢଙ୍ଗରେ କାଟି ଏହାକୁ ରଙ୍ଗ କରୁଥିବା ଦେଖିବାକୁ ମିଳୁଛି। ନିଜ ମନକୁ ଆସୁଥିବା ନୂଆ ନୂଆ ଷ୍ଟାଇଲ୍‌କୁ ନେଇ ସେମାନେ ଏକ୍ସପେରିମେଣ୍ଟ୍‌ କରୁଛନ୍ତି। ତେବେ ‘ୱାନ୍ ସାଇଡ୍‌’ ‘ଲାଇନ୍‌ ଅପ୍‌’ ଓ ‘ସ୍ପାଏ’ କଟ୍‌ର ଚାହିଦା ରାଜଧାନୀରେ ଯୁବକଙ୍କ ମଧ୍ୟରେ ଅଧିକ ରହିଛି।

[caption id="attachment_108957" align="aligncenter" width="700"]Hair-Cutୱାନ ସାଇଡ୍‌[/caption]

Advertisment

ବହୁ ଯୁବକ ‘ୱାନ ସାଇଡ୍‌’ କଟ୍‌ କରୁଥିବା ଦେଖିବାକୁ ମିଳୁଛି। ଏହି କଟ୍‌ରେ ସେମାନେ ମୁଣ୍ଡର ଗୋଟେ ପାଖର ଚୁଟିକୁ ଏକଦମ ଛୋଟ କରି ଦେଉଛନ୍ତି। ଅନ୍ୟ ପାଖଟି ବଡ଼ ରହୁଥିବା ବେଳେ ମଝିବାଳ ଉପରକୁ ଉଠି ରହୁଛି। କିଛି କିଛି ପିଲା ମଝି ବାଳକୁ ବଡ଼ ରଖି ଛୋଟ କରିଥିବା ସାଇଡ୍‌କୁ ପକାଉଛନ୍ତି।

[caption id="attachment_108955" align="aligncenter" width="700"]hair-cutଲାଇନ୍‌ ଅପ୍‌[/caption]

‘ଲାଇନ୍‌ ଅପ୍‌’ ହେଉଛି ‘ୱାନ୍‌ ସାଇଡ’ କଟ୍‌ର ଲାଟେଷ୍ଟ୍ ଭର୍ସନ। କିଛି ପିଲା ଏହି କଟ୍‌ରେ ‘ୱାନ୍‌ ସାଇଡ୍‌’ ଭଳି ଗୋଟେ ପାଖ ଖୁବ୍ ଛୋଟ କରୁଥିବା ବେଳେ ଆଉ କିଛି ପିଲା ଦୁଇପାଖ ଓ ପଛ ବାଳ ଛୋଟ କରି ଦେଉଛନ୍ତି। ବାଳ ଛୋଟ କରିବା ପରେ ଏଥିରେ ଗୋଟେ କି ଦୁଇଟି ଲାଇନ୍‌ କରି ବାଳକୁ ସମ୍ପୂର୍ଣ୍ଣ ଉଠାଇ ଦେଉଛନ୍ତି ଅର୍ଥାତ ଖୁର ମାରି ଦେଉଛନ୍ତି। ଆଉ କିଛି ଏକାଧିକ ଲାଇନ୍‌ ସହିତ ବିଭିନ୍ନ ପ୍ରକାରର ଡିଜାଇନ୍‌ କରୁଛନ୍ତି (ଚିତ୍ରରେ ଦିଆଯାଇଥିବା ଭଳି)।

[caption id="attachment_108958" align="aligncenter" width="701"]hair-cutସ୍ପାଏ କଟ୍‌[/caption]

ରାଜଧାନୀର ଅଧିକାଂଶ ପିଲା ‘ସ୍ପାଏ’ କଟ୍‌ କରିବାକୁ ପସନ୍ଦ କରୁଛନ୍ତି। ବର୍ତ୍ତମାନ ସମୟରେ ଏହା ଏପରି ଏକ କଟ୍‌ ଯାହା ସମସ୍ତଙ୍କ ମୁଣ୍ଡରେ ଭଲ ଲାଗୁଛି। ଏହି କଟ୍‌ରେ ମୁଣ୍ଡର ଦୁଇ ସାଇଡ୍ ଓ ପଛପାଖ ଚୁଟିକୁ ମଧ୍ୟମ ଧରଣରେ କଟା ଯାଉଥିବା ବେଳେ ମଝି ବାଳ ସାମାନ୍ୟ ବଡ଼ ରହୁଛି। ମଝି ବାଳ ଉପରିକୁ ଛିଡ଼ା ହୋଇ ରହୁଛି।

ଏହି ସବୁ ହେୟାର କଟ୍‌ ପାଇଁ ବଡ଼ ବଡ଼ ପାର୍ଲର ଥିଲେ ମଧ୍ୟ ମଧ୍ୟମ ଓ ଛୋଟ୍‌ ପାର୍ଲରକୁ ଯୁବଗୋଷ୍ଠୀ ପସନ୍ଦ କରୁଛନ୍ତି। କାରଣ ବଡ଼ ପାର୍ଲର ଅପେକ୍ଷା ସେଠାରେ ସେମାନେ ବହୁତ କମ୍‌ ଟଙ୍କାରେ ଏହି ଷ୍ଟାଇଲରେ ନିଜ ଚୁଟି କାଟି ପାରୁଛନ୍ତି। ଛୋଟ ପାର୍ଲର ଗୁଡ଼ିକ ୧୫୦ରୁ ୨୦୦ ଟଙ୍କା ମଧ୍ୟରେ ଏପରି କଟ୍‌ କରୁଥିବା ବେଳେ ବଡ଼ ପାଲରେ ଏଥିପାଇଁ ଚାର୍ଜ ଅଧିକା ପଡ଼ି ଯାଉଛି।

ହାଇଟେକ୍‌ ଫେୟାର ଆଣ୍ଡ୍ ହେୟାରର ମାଲିକ ବିକ୍ରମ ବାରିକ (ପୁଲୁ) କହିଛନ୍ତି,“ବର୍ତ୍ତମାନ ଅଧିକାଂଶ ପିଲା ‘ୱାନ୍ ସାଇଡ୍’, ‘ଲାଇନ୍‌ ଅପ୍‌’ ଓ ‘ସ୍ପାଏ’ କଟ୍‌ କରୁଛନ୍ତି। ଏହାର ଡିମାଣ୍ଡ ବହୁତ ରହିଛି। ଏହାସହ କିଛି ପିଲା ଏହି କଟ୍‌ରେ ଆଉ କିଛି ନୂଆ ଆଡ୍‌ ଷ୍ଟାଇଲ୍‌ କରିବାକୁ କହୁଛନ୍ତି। ସେମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଆମେ କିଛି କିଛି ଷ୍ଟାଇଲ୍‌ କରି ଦେଉଛୁ। ଏଥିପାଇଁ ଅଧିକ ଫି’ ନେଉନାହୁଁ। ହେୟାର କଟ୍‌ର ଡିଜାଇନ୍‌କୁ ନେଇ ଯାହା ଫି’ ନେଉଛୁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe