ଜନ୍ମଦିନର ଶୁଭେଚ୍ଛା: ଜୁକରବର୍ଗଙ୍କ ଜୀବନ ବଦଳାଇଦେଲେ ଭାରତର ସନ୍ଥ

ଆଜି ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ ଜନ୍ମଦିନ, ଯାହାଙ୍କ ଉଦ୍ୟମ ସୋଶାଲ ନେଟଓ୍ୱର୍କିଂ କ୍ଷେତ୍ରରେ ଅଭୂତ ପୂର୍ବ ସଫଳତା ଆଣିପାରିଛି। ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ମାର୍କ ଜୁକରବର୍ଗ।୧୯୮୪ ମସିହା ମେ’ ୧୪ରେ ସେ ଜନ୍ମ ଗ୍ରହଣ କରିଥିଲେ। ଜୁକରବର୍ଗ ଆଜି ଜଣେ ସଫଳ ଆମେରିକୀୟ ଉଦ୍ୟୋଗୀ ଏବଂ ସାରା ବିଶ୍ୱର ଲୋକପ୍ରିୟ ସୋଶାଲ ନେଟଓ୍ୱର୍କିଂ ସାଇଟ୍ ‘ଫେସବୁକ’ର ପ୍ରତିଷ୍ଠାତା ଭାବେ ଚାରିଆଡ଼େ ଲୋକପ୍ରିୟ। ସାରା ବିଶ୍ୱର କୋଣାନୁକୋଣରେ ଜୁକରବର୍ଗଙ୍କୁ ଲୋକେ ଜାଣନ୍ତି। ଆଉ ତାଙ୍କ ଉଦ୍ୟମର ଫଳ […]

mark zuckerberg

mark zuckerberg

Pragnya Choudhury
  • Published: Thursday, 14 May 2020
  • Updated: 14 May 2020, 01:48 PM IST

Sports

Latest News

ଆଜି ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ ଜନ୍ମଦିନ, ଯାହାଙ୍କ ଉଦ୍ୟମ ସୋଶାଲ ନେଟଓ୍ୱର୍କିଂ କ୍ଷେତ୍ରରେ ଅଭୂତ ପୂର୍ବ ସଫଳତା ଆଣିପାରିଛି। ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ମାର୍କ ଜୁକରବର୍ଗ।୧୯୮୪ ମସିହା ମେ' ୧୪ରେ ସେ ଜନ୍ମ ଗ୍ରହଣ କରିଥିଲେ। ଜୁକରବର୍ଗ ଆଜି ଜଣେ ସଫଳ ଆମେରିକୀୟ ଉଦ୍ୟୋଗୀ ଏବଂ ସାରା ବିଶ୍ୱର ଲୋକପ୍ରିୟ ସୋଶାଲ ନେଟଓ୍ୱର୍କିଂ ସାଇଟ୍ 'ଫେସବୁକ'ର ପ୍ରତିଷ୍ଠାତା ଭାବେ ଚାରିଆଡ଼େ ଲୋକପ୍ରିୟ।

ସାରା ବିଶ୍ୱର କୋଣାନୁକୋଣରେ ଜୁକରବର୍ଗଙ୍କୁ ଲୋକେ ଜାଣନ୍ତି। ଆଉ ତାଙ୍କ ଉଦ୍ୟମର ଫଳ ଫେସବୁକ୍ କେତେ ଲୋକପ୍ରିୟ ଆପଣମାନେ ସେ କଥା ଭଲ ଭାବନରେ ଜାଣନ୍ତି। ତେବେ ଜୁକରବର୍ଗଙ୍କୁ ଏଭଳି ଅଜସ୍ର ସଫଳତା ମିଳିବା ପଛରେ ଦୁଇଟି ବଡ଼ କାରଣ ରହିଛି, ଯାହା ଅଧିକାଂଶ ଲୋକେ ଜାଣି ନ ଥିବେ। ଆଜି ଜୁକରବର୍ଗଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା କିଛି ଜଣା, ଅଜଣା..

mark-zuckerberg

ମାର୍କ ଜୁକରବର୍ଗଙ୍କ ଏହି ପ୍ରଚଣ୍ଡ ସଫଳତା ପଛରେ ଦୁଇଟି ବିଷୟ ବିଶେଷ ଭାବରେ ଉତ୍ତରଦାୟୀ। ଗୋଟିଏ ହେଲା ତାଙ୍କ ବାପା ଦେଇଥିବା ଏକ ପୁସ୍ତକ, ଯାହା କମ୍ପୁଟର ପ୍ରୋଗ୍ରାମିଂ ସହ ଜୁକରବର୍ଗଙ୍କୁ ଯୋଡ଼ିଥିଲା। ଆରଟି ହେଲା ଜଣେ ଭାରତୀୟ ସନ୍ଥ, ଯିଏ ପ୍ରତ୍ୟେକ ଅସୁବିଧା ସମୟରେ ତାଙ୍କୁ ରାସ୍ତା ଦେଖାଇଥିଲେ।

ପ୍ରତ୍ୟେକ ପିଲାଙ୍କ କିଛି ନା କିଛି ବିଷୟ ପ୍ରତି ଦୁର୍ବଳତା ରହିଥାଏ। ଏହାକୁ କୌଣସି ଦିଗରେ ନେଇ ଆଗେଇ ଚାଲିଲେ, ଭବିଷ୍ୟତରେ ଏହା ହିଁ ଆମକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ସକ୍ଷମ କରିଥାଏ। କୌଣସି ବିଷୟ ପ୍ରତି ଆଗ୍ରହ ଓ ଜିଜ୍ଞାସା ହିଁ ଦିନେ ଦୁନିଆରେ ଆମକୁ ବାଦଶା ଭାବେ ଗଢ଼ିତୋଳେ। ଏଭଳି କିଛି ମାର୍କ ଜୁକରବର୍ଗଙ୍କ ସହ ମଧ୍ୟ ହୋଇଥିଲା। ପିଲାବେଳୁ ହିଁ ଜୁକରବର୍ଗଙ୍କୁ କମ୍ୟୁଟର ଖୁବ୍ ପସନ୍ଦ ଥିଲା। ଆଜି ସେ ଟେକ୍ନୋଲୋଜି ଜଗତର ଏକ ଉଜ୍ୱଳତମ ତାରକା। ଜୁକରବର୍ଗଙ୍କ ଦ୍ୱାରା ପ୍ରସ୍ତୁତ ସୋଶାଲ ନେଟଓ୍ୱର୍କିଂ ସାଇଟ୍ ଫେସବୁକକୁ ଆଜି ୨୫୦ କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି।

କମ୍ପ୍ୟୁଟର ଶିଖିବା, ଜାଣିବା ଓ ଅଧିକରୁ ଅଧିକ ଜାଣିବା ଲାଗି ମାର୍କ ଜୁକରବର୍ଗଙ୍କ ପିଲାବେଳୁ ଆଗ୍ରହ ଥିଲା। ସେ ନିଜର ଅଧିକାଂଶ ସମୟ କମ୍ୟୁଟର ପ୍ରୋଗ୍ରାମିଂ କରିବାରେ ବ୍ୟୟ କରୁଥିଲେ। ଏହା ଦେଖି ଦିନେ ତାଙ୍କ ବାପା ଏକ C++ ପୁସ୍ତକ ଜୁକରବର୍ଗଙ୍କୁ ଉପହାର ଦେଇଥିଲ। ବାସ୍, ଏହି ପୁସ୍ତକ ତାଙ୍କ ଜୀବନକୁ ବଦଳେଇ ଦେଇଥିଲା। C++ ପୁସ୍ତକ ପଢ଼ିବା ପରେ କମ୍ୟୁଟର ସହ ତାଙ୍କ ସମ୍ପର୍କ ଆହୁରି ନିବିଡ଼ ହୋଇଗଲା। ସେ ପ୍ରୋଗ୍ରାମିଂ କରିବାରେ ମନପ୍ରାଣ ଢ଼ାଳିଦେଲେ। ଧୀରେ ଧୀରେ ତାଙ୍କୁ ଜୀବନର ଲକ୍ଷ ପଥ ମିଳିଗଲା।

mark-and-his-wife

ଜୁକରବର୍ଗ ଫେସବୁକ ତିଆରି କରିବା ପୂର୍ବରୁ ନିଜ କଲେଜ ସମୟରୁ ହିଁ ଫେସମାସ ନାମକ ଏକ ଓ୍ୱେବସାଇଟ୍ ଲଞ୍ଚ୍ କରିଥିଲେ। ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ କିଏ ଅଧିକ ହଟ୍ ଏହି ଓ୍ୱେବସାଇଟ୍ ମାଧ୍ୟମରେ ସେ ଜଣାଇବାକୁ ଚାହୁଁଥିଲେ। ଏଥିଲାଗି ସେ ପ୍ରାରମ୍ଭରେ କେତେଜଣ ଝିଅ-ପୁଅଙ୍କ ଫଟୋ ଓ୍ୱେବସାଇଟରେ ଅପଲୋଡ୍ କରିଥିଲେ। ତେବେ ପରବର୍ତ୍ତି ସମୟରେ ଏହାକୁ ନେଇ ଖୁବ୍ ବାଦ ବିବାଦ ଉପୁଜିଥିଲା। ଅନେକେ ଅଭିଯୋଗ ଆଣି କହିଲେ ଯେ, ସେମାନଙ୍କ ବିନା ଅନୁମତିରେ ଫଟୋ ଓ୍ୱେବସାଇଟରେ ପଡ଼ିଛି। ତେବେ ଏହି ଘଟଣା କମ୍-ବେଶୀରେ ଜୁକରବର୍ଗଙ୍କୁ ଏକ ନୂଆ ସମ୍ଭାବନା ଦିଗରେ ପ୍ରେରଣା ଯୋଗାଇଲା।

ଫେସମାସ ପରେ ଜୁକରବର୍ଗ ଜାଣି ସାରିଥିଲେ ଯେ, ତାଙ୍କ ଲକ୍ଷ୍ୟ ପଥ କୁଆଡ଼େ।ଏହାପରେ ସେ ଏକ ଏଭଳି ଓ୍ୱେବସାଇଟ୍ ତିଆରି କରିବାକୁ ଚିନ୍ତା କଲେ, ଯେଉଁଠାରେ ଲୋକ ନିଜ ଫୋଟ ଦେଇପାରିବେ ଏବଂ ପରସ୍ପରକୁ ଖୋଜି ପାରିବେ। ୨୦୦୪ରେ ହାଓ୍ୱାର୍ଡ ୟୁନିଭର୍ସିଟିରେ ପାଠପଢ଼ା ସାରିବା ପରେ ଜୁକରବର୍ଗ ନିଜର କିେତେଜଣ ସାଙ୍ଗଙ୍କ ସହ ମିଶି ଫେସବୁକ ତିଆରି କଲେ। ଯେତେବେଳେ ଏହାକୁ ଉଦଘାଟନ କରାଗଲା, ସେତେବେଳେ ଏହାର ନାମ 'ଦି ଫେସବୁକ' ଥିଲା। ପରେ ୨୦୦୫ରେ ଏହାକୁ ଫେସବୁକ୍ ନାମ ରଖାଗଲା। ତେବେ ଫେସବୁକର ମୁଖ୍ୟାଳୟ ଆମେରିକାର କାର୍ଲଫର୍ନିଆରେ ରହିଛି।

ଚର୍ଚ୍ଚିତ ଆଉ ପ୍ରତିଷ୍ଠିତ ବ୍ୟକ୍ତି ଓ ବିବାଦ ଯେପରି ପରିସ୍ପର ପରିପୂରକ। ମାର୍କ ଜୁକରବର୍ଗଙ୍କୁ ନେଇ ମଧ୍ୟ ଜୋରଦାର୍ ବିବାଦ ଉପୁଜିଥିଲା। ସୋଶାଲ ନେଟଓ୍ୱର୍କିଂ ଓ୍ୱେବସାଇଟ୍ ତିଆରି କରିବା ଆଇଡିଆ ଆଉ କାହାର ଏବଂ ଜୁକରବର୍ଗ ଅନ୍ୟ ଜଣଙ୍କ ବିଚାରକୁ ଚୋରି କରିଥିବା ଅଭିଯୋଗ ଆସିଥିଲା। ବିବାଦ ଏତେ ତୀବ୍ର ରୂପ ନେଇଥିଲା ଯେ, ଏହାର ଅନ୍ତ ଲାଗି ମୋଟା ଅଙ୍କର ଅର୍ଥ ଦେବାକୁ ପଡ଼ିଥିଲା।

zukerberg-in-india

ଏକଦା ଫେସବୁକ କଠିନ ପରିସ୍ଥିତି ଦେଇ ଗତି କରୁଥିଲା। କମ୍ପାନୀ ବିକ୍ରି କରିଦେବା ଭଳି ପରିସ୍ଥିତି ଆସିଯାଇଥିଲା। ତେବେ ଏଭଳି ଏକ କଠିନ ସମୟରେ ଜୁକରବର୍ଗଙ୍କୁ ଜୀବନ ପୁଣି ଜୀଇଁବାର କଳା ଭାରତ ଶିଖାଇଲା। 'ଆପଲ୍'ର ସିଇଓ ଷ୍ଟିଭ୍ ଜାବସ୍ ଭାରତ ଯାଇ କିଛି ସମୟ କାଟିବାକୁ ଜୁକରବର୍ଗଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ସେ ଭାରତର ଉତ୍ତରାଖଣ୍ଡସ୍ଥ ନିମ କିରୋଲୀ ବାବାଙ୍କ ଆଶ୍ରମକୁ ଆସିଥିଲା। ସେଠାରେ ପାଖାପାଖି ଏକ ମାସ ସମୟ ଅତିବାହିତ କରିଥିଲେ। ଏହା ପରେ ସେ ଅନୁଭବ କରିଥିଲେ ଯେ, ପ୍ରକୃତରେ ଲୋକଙ୍କୁ ପରସ୍ପର ସହ ଯୋଡ଼ିବା କାମ ହିଁ ତାଙ୍କୁ ସୁଖ ଦେଇପାରିବ। ବାସ୍...ଏଠାରେ ଜୁକରବର୍ଗଙ୍କ ଫେସବୁକ୍ ଗାଡ଼ି ପୁଣି ଚାଲିଥିଲା। ଏନେଇ ସେ ଅନେକ ଥର କହିଛନ୍ତି ଯେ, ଭାରତ ବହୁତ ଆଶାବାଦୀ ସ୍ଥାନ। ଏହି ଆଶା ହିଁ ଆପଣଙ୍କୁ କେଉଁଠାରୁ କେଉଁଠାକୁ ନେଇପାରିବ।

ମାର୍କ ଜୁକରବର୍ଗ ଜଣେ ଚୀନ ମହିଳାଙ୍କୁ ବିବାହ କରିଛନ୍ତି। ଜୀବନରେ ନିଜ ପତ୍ନୀଙ୍କୁ ଖୁବ୍ ମହତ୍ୱ ଦିଅନ୍ତି ଜୁକରବର୍ଗ। ଖାସ୍ ନିଜ ଭଲପାଇବା ଓ ପତ୍ନୀଙ୍କ ପାଇଁ ସେ ମାଣ୍ଡ୍ରିନ୍ ଭାଷା ଶିଖିଥିଲେ। ଏକଦା ଚୀନ ଗସ୍ତରେ ଜୁକରବର୍ଗ ଏହି ଖୁଲାସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story