Advertisment

ଭୋକିଲାଙ୍କ କ୍ଷୁଧା ନିବାରଣ କରୁଛି ‘ହାପି ଫ୍ରିଜ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏମିତି ଅନେକ ଲୋକ ରହିଛିନ୍ତି ଯେଉଁମାନଙ୍କର ରାତି ଭୋକରେ କଟୁଛି। ଅନେକ ଗରିବ ଲୋକ ରହିଛନ୍ତି ଯେଉଁମାନେ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ଅନ୍ୟପଟେ ଏଠାରେ କିଛି ଧନୀ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ବସବାସ କରୁଛନ୍ତି ଯେଉଁମାନଙ୍କ ପାଖରେ ଅନେକ ସମୟରେ ଖାଦ୍ୟ ବଳକା ପଡିଯାଉଛି। ସେମାନେ ସେହି ବଳକା ଖାଦ୍ୟକୁ ଫିଙ୍ଗି ଦେଉଛନ୍ତି। ଏଭଳି ପରିସ୍ଥିତିରେ ଖଦ୍ୟର ସଠିକ୍‌ ଉପଯୋଗ କରିବା ପାଇଁ […]

ଅଦ୍ୟତନ ହୋଇଛି
ଭୋକିଲାଙ୍କ କ୍ଷୁଧା ନିବାରଣ କରୁଛି ‘ହାପି ଫ୍ରିଜ୍‌’

happy-fridge

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏମିତି ଅନେକ ଲୋକ ରହିଛିନ୍ତି ଯେଉଁମାନଙ୍କର ରାତି ଭୋକରେ କଟୁଛି। ଅନେକ ଗରିବ ଲୋକ ରହିଛନ୍ତି ଯେଉଁମାନେ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ଅନ୍ୟପଟେ ଏଠାରେ କିଛି ଧନୀ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ବସବାସ କରୁଛନ୍ତି ଯେଉଁମାନଙ୍କ ପାଖରେ ଅନେକ ସମୟରେ ଖାଦ୍ୟ ବଳକା ପଡିଯାଉଛି। ସେମାନେ ସେହି ବଳକା ଖାଦ୍ୟକୁ ଫିଙ୍ଗି ଦେଉଛନ୍ତି। ଏଭଳି ପରିସ୍ଥିତିରେ ଖଦ୍ୟର ସଠିକ୍‌ ଉପଯୋଗ କରିବା ପାଇଁ ପ୍ରସ୍ତୁତ ହୋଇଛି ‘ହାପି ଫ୍ରିଜ୍‌’।

Advertisment

ନିକଟରେ ଭୁବନେଶ୍ୱରର ଷ୍ଟେସନ୍‌ ବଜାର ନିକଟ ରାସ୍ତା କଡ଼ରେ ଏହି ଫ୍ରିଜ୍‌ ରହିଛି। ଏହି ଫ୍ରିଜ୍‌କୁ ଏଠାରେ ରଖିବାର ଉଦ୍ଦେଶ୍ୟ ହେଉଛି, ଯଦି ଆପଣଙ୍କ ଘରେ କିମ୍ବା ଭୋଜିରେ କିଛି ଖାଦ୍ୟ ବଳକା ରହିଯାଉଛି ତେବେ ଆପଣ ସେ ଖାଦ୍ୟକୁ ଫୋପାଡିବା ପରିବର୍ତ୍ତେ ଏହି ଫ୍ରିଜ୍‌ରେ ରଖିଦେଇପାରିବେ। ଭୋକିଲା କିମ୍ବା ଗରିବ ଲୋକ ଯେଉଁମାନେ ଖାଇବାକୁ ପାଉନାହାନ୍ତି ସେମାନେ ଏଠାରୁ ଖାଦ୍ୟ ନେଇ ଖାଇପାରିବେ। ଏହି ଦେବାନେବା ପ୍ରକ୍ରିୟାରେ କିଛି ଟଙ୍କା ଲାଗିବ ନାହିଁ। ଅର୍ଥାତ୍‌ ଖାଦ୍ୟ ଖାଇବା ପାଇଁ ଗରିବ ଲୋକଙ୍କୁ କିଛି ଟଙ୍କା ଦେବାକୁ ପଡ଼ିବ ନାହିଁ।

publive-imageଏହି ଫ୍ରିଜ୍‌ରେ କେବଳ ନିରାମିଷ ଖାଦ୍ୟ ରଖାଯାଉଛି। ଯେହେତୁ ଆମିଷ ଖାଦ୍ୟ ଅଧିକ ଦିନ ପର୍ଯ୍ୟନ୍ତ ରହିବନାହିଁ ତେଣୁ ଏହି ଫ୍ରିଜ୍‌ରେ ଆମିଷ ରଖିବାକୁ ମନା କରାଯାଇଛି।

Advertisment

‘ଫିଡିଂ ଇଣ୍ଡିଆ’ ଏବଂ ‘ଷ୍ଟେସନ୍‌ ବଜାର କମିଟି’ର ମିଳିତ ଉଦ୍ୟମରେ ଏହି ‘ହାପି ଫ୍ରିଜ୍‌’ ପ୍ରତିଷ୍ଠା ହୋଇଛି।

publive-imageଲୋକମାନେ ଆଗକୁ ଏହି ଫ୍ରିଜ୍‌ରେ ଖାଦ୍ୟ ରଖିବାରେ ଅଭ୍ୟସ୍ତ ହୋଇଗଲେ  ଏପରି କିଛି ‘ହାପି ଫ୍ରିଜ୍‌’ ଅନ୍ୟ ଅଞ୍ଚଳରେ ରଖାଯିବ ବୋଲି ‘ଫିଡିଂ ଇଣ୍ଡିଆ’ର ଫାଉଣ୍ଡର କହିଛନ୍ତି।

ସୂଚନାଯୋଗ୍ୟ ଯେ ଦି’ ବର୍ଷ ତଳେ ଭୁବନେଶ୍ୱରର ସୈନିକ ସ୍କୁଲ ପାଖରେ ମଧ୍ୟ ହାଫି ଫ୍ରିଜ୍‌ ଏଭଳି ଏକ ଉଦ୍ୟମ ଆରମ୍ଭ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe