ଗୁଟ୍‌ଖା ଛାଡ଼ି ଗଛ ଲଗାଉଛନ୍ତି

ନୂଆଦିଲ୍ଲୀ: ପ୍ରାୟ ଲୋକ ଏବେ ନିଶାଦ୍ରବ୍ୟରେ କବଳରେ ରହିଛନ୍ତି। ନିଶାଦ୍ରବ୍ୟ ଯେମିତିକି, ମଦ ଏବଂ ଗୁଟ୍‌ଖା ସେବନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଜାଣି ମଧ୍ୟ କିଛି ଲୋକ ନିଜକୁ ଏଥିରୁ ନିବୃତ୍ତ ରଖୁନାହାନ୍ତି। ପ୍ରାୟତଃ ଯୁବପିଢ଼ିଙ୍କୁ ଅଧିକ ଗୁଟ୍‌ଖା ସେବନ କରୁଥିବା ଦେଖାଯାଏ। ଥରେ ଏ ଗୁଟ୍‌ଖା ସେବନ ଅଭ୍ୟାସରେ ପରିଣତ ହୋଇଗଲେ, ଏହାକୁ ଛାଡିବା ମୁସ୍‌କିଲ୍‌ ହୋଇଯାଏ। ହେଲେ ଚେଷ୍ଟା କଲେ ସବୁ ସମ୍ଭବ। ଆଉ ଏହାର ଉଦାହରଣ ସାଜିପାରିଛନ୍ତି ରାଜସ୍ଥାନର ମହାବୀର ପ୍ରସାଦ।  ମହାବୀର […]

gudkha

Biswobandita Swain
  • Published: Friday, 27 September 2019
  • , Updated: 01 October 2019, 10:33 AM IST

ନୂଆଦିଲ୍ଲୀ: ପ୍ରାୟ ଲୋକ ଏବେ ନିଶାଦ୍ରବ୍ୟରେ କବଳରେ ରହିଛନ୍ତି। ନିଶାଦ୍ରବ୍ୟ ଯେମିତିକି, ମଦ ଏବଂ ଗୁଟ୍‌ଖା ସେବନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଜାଣି ମଧ୍ୟ କିଛି ଲୋକ ନିଜକୁ ଏଥିରୁ ନିବୃତ୍ତ ରଖୁନାହାନ୍ତି। ପ୍ରାୟତଃ ଯୁବପିଢ଼ିଙ୍କୁ ଅଧିକ ଗୁଟ୍‌ଖା ସେବନ କରୁଥିବା ଦେଖାଯାଏ। ଥରେ ଏ ଗୁଟ୍‌ଖା ସେବନ ଅଭ୍ୟାସରେ ପରିଣତ ହୋଇଗଲେ, ଏହାକୁ ଛାଡିବା ମୁସ୍‌କିଲ୍‌ ହୋଇଯାଏ। ହେଲେ ଚେଷ୍ଟା କଲେ ସବୁ ସମ୍ଭବ। ଆଉ ଏହାର ଉଦାହରଣ ସାଜିପାରିଛନ୍ତି ରାଜସ୍ଥାନର ମହାବୀର ପ୍ରସାଦ।  ମହାବୀର ଗୁଟ୍‌ଖା ଛାଡି ଦୈନିକ ଗୁଟ୍‌ଖା ପଛରେ ଖର୍ଚ୍ଚ କରୁଥିବା ଟଙ୍କାରେ ଗଛ ଲଗାଉଛନ୍ତି। ଗତ ୭ ବର୍ଷ ମଧ୍ୟରେ ହଜାରେରୁ ଅଧିକ ଗଛ ଲଗାଇ ସାରିଲେଣି।

ମହାବୀର ତାଙ୍କ ଅଞ୍ଚଳରେ ଥିବା ଏକ ହନୁମାନ ବାଟିକାରେ ୬୧ ପ୍ରକାରର ୧୦୦୦ରୁ ଅଧିକ ଗଛ ଲଗାଇଛନ୍ତି।

ମହାବୀରଙ୍କ କହିବା ଅନୁଯାୟୀ, ପିଲାଦିନୁ ସେ ଗଛଲତାକୁ ଭାରି ଭଲ ପାଉଥିଲେ। ପ୍ରାକୃତିକ ପରିବେଶରେ ବଢ଼ିଥିବା ମହାବୀର ଭାବିଥିଲେ ଯେ ସେ ବଡ଼ ହୋଇ ବୃକ୍ଷ ରୋପଣ କରିବେ ଏବଂ ପରିବେଶକୁ ଆହୁରି ପ୍ରାକୃତିକ ଢଙ୍ଗରେ ସଜେଇବେ। ସେ ଯେତେଯେତେ ବଡ଼ ହେଲେ ପାଠ ପଢ଼ା ଏବଂ ପରିବାରର ଦାୟିତ୍ୱ ମଝିରେ ତାଙ୍କର ଏହି ଇଚ୍ଛା ଧୀରେ ଧୀରେ ମରିବାରେ ଲାଗିଲା। ମହାବୀରଙ୍କର ଗୋଟେ ମେସିନ୍‌ ଦେକାନ ରହିଛି। ୨୦୧୩ ମସିହା କଥା। ଦିନେ ସେ ଦୋକାନରେ ବସି କାମ କରୁଥିବା ସମୟରେ ତାଙ୍କର ଜଣେ ବନ୍ଧୁ ଆସି କହିଲେ, ଗାଁର ହନୁମାନ ମନ୍ଦିର ପାଖରେ ୧୦୦ ଏକର ଜମି ଖାଲି ପଡ଼ିଛି। ସେଠାରେ ଗଛ ଲଗେଇଲେ କେମିତି ହୁଅନ୍ତା! ବନ୍ଧୁଙ୍କର ଏହି କଥାଟି ମହାବୀରଙ୍କୁ ମନକୁ ପାଇଲା।

ହେଲେ ଏତେ ବଡ଼ ଜାଗାରେ ବୃକ୍ଷ ଲଗାଇବା ପାଇଁ ସେ ଆର୍ଥିକ ସାହସ ବାନ୍ଧିପାରୁନଥିଲେ। ଏହାପର ଦିନ ମହାବୀର ତାଙ୍କର ଜଣେ ବନ୍ଧୁଙ୍କ ପାଖକୁ ଗଲେ ଏବଂ ଆର୍ଥିକ ସମସ୍ୟା ବିଷୟରେ କହିଲେ। ଯେତେବେଳେ ସେ ତାଙ୍କ ବନ୍ଧୁଙ୍କ ସହ କଥା ହେଉଥିଲେ ସେତେବେଳେ ସେ ଗୁଟ୍‌ଖା ଚୋବଉଥିଲେ।

 ଏସବୁ ଦେଖିବା ପରେ ବନ୍ଧୁ ଜଣଙ୍କ ତାଙ୍କୁ ଗୁଟ୍‌ଖା ଛାଡ଼ିବାକୁ କହିଥିଲେ ଏବଂ ଗୁଟ୍‌ଖା ପାଇଁ ଖର୍ଚ୍ଚ କରୁଥିବା ଟଙ୍କାରେ କିଛି ଭଲ ଖାଦ୍ୟ ଖାଆନ୍ତୁ, ନହେଲେ ପରିବାର ଲୋକଙ୍କୁ ଦେଇ ଦିଅନ୍ତୁ ବୋଲି କହିଥିଲେ।

ବନ୍ଧୁ ଜଣଙ୍କ ଏତିକି କହି ସେଠାରୁ ଉଠି ଚାଲିଯାଇଥିଲେ। ବନ୍ଧୁଙ୍କର ଯିବାପରେ ମହାବୀର ଚିନ୍ତା କଲେ ସତରେ ଗୁଟ୍‌ଖା ଖାଇବା ଦ୍ୱାରା ତାଙ୍କୁ କିଛି ମିଳୁନିl ତେଣୁ ସେ ଗୁଟ୍‌ଖା ଖାଉଥିବା ଟଙ୍କାରେ ଗଛର ମଂଜି ଆଣି ଲଗାଇପାରିବେ। ଏହାପରେ ସେ ପ୍ରତ୍ୟେକ ଦିନ ଗୁଟ୍‌ଖା ପଛରେ ଖର୍ଚ୍ଚ କରୁଥିବା ୩୦-୪୦ ଟଙ୍କାରେ ଗଛର ଚାରା ଆଣି ଲଗାଇବା ଆରମ୍ଭ କଲେ।

୨୦୧୬ ଫେବୃଆରୀ ୨୯ ତାରିଖ ଦିନ ତାଙ୍କ ପୁଅଙ୍କର ଜନ୍ମଦିନ ଥିଲା। ପୁଅର ଜନ୍ମ ଦିନ ମଧ୍ୟ ସେ ପୁଅକୁ ଅନାବଶ୍ୟକ ଉପହାର ଦେଇ ଖର୍ଚ୍ଚ କରିବା ପରିବର୍ତ୍ତେ ଗଛ ଚାରା କିଣି ଲଗାଇବା ଉପଯୁକ୍ତ ଭାବିଥିଲେ ଏବଂ ସେଇଟା ହିଁ କରିଥିଲେ।

୨୦୧୬ ମାର୍ଚ୍ଚ ୧ ତାରିଖ ଦିନ ହନୁମାନ ବାଟିକା ଦେଇ ଯାଉଥିବା ୧୧ ହଜାର କେଭି ତାର ଛିଡିବା ଦ୍ୱାରା ନିଆଁ ଲାଗି ସେଠାକାର ୨୦୦ ଗଛ ଜଳିଯାଇଥିଲା।

ମହାବୀର କୁହନ୍ତି, ସେଦିନ ସେ ଏମିତି କାନ୍ଦିଥିଲେ ଯେମିତି ତାଙ୍କ ମାଆ ଚାଲିଯାଇଛନ୍ତି।

Related story