iop
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ସାମ୍ପ୍ରତିକ ସମାଜରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ କର୍ମସଂସ୍ଥାନ ନପାଇ ଅନେକ ଯୁବକ ବିପଥଗାମୀ ହୋଇ ପଡୁଥିବା ଲକ୍ଷ୍ୟ କରାଯାଉଛି। ଗୋଟିଏ ପଟେ ଯୁବଶକ୍ତି ରାଷ୍ଟ୍ର ଶକ୍ତି ବୋଲି ନାରା ଦିଆଯାଉଛି। ହେଲେ ଉପଯୁକ୍ତ ମାର୍ଗଦର୍ଶନ ଏବଂ ପ୍ରୋତ୍ସାହନ ଅଭାବରୁ ଆଜିର ଯୁବକମାନେ ନିଜ ପରିବାର ଓ ସମାଜ ପାଇଁ କିଛି କରିବା ପରିବର୍ତ୍ତେ ସମସ୍ୟା ହୋଇ ଉଭା ହେଉଛନ୍ତି। ତେବେ ଏହିଭଳି ଶିକ୍ଷିତ ଯୁବକମାନଙ୍କୁ ଭାରତୀୟ ସେନାବାହିନୀ ଏବଂ ପୁଲିସରେ ଭର୍ତ୍ତି କରିବା ଉଦ୍ଦେଶ୍ୟରେ ଜଗତସିଂହପୁର ଜିଲ୍ଳା ନାଉଗାଁ ଥାନା ଅନ୍ତର୍ଗତ ଦେବୀ ନଦୀକୂଳରେ ପ୍ରତିଷ୍ଠା କରାଯାଇଛି ମହାଗୁରୁ ବାଟାଲିଅନ।
/odisha-reporter/media/post_attachments/wp-content/uploads/2021/02/6nb-1.jpg)
ମାତ ୨୩ ବର୍ଷ ବୟସରଙ୍କ ସେ ଓଆଇଏସଏଫ୍ରେ ନିଯୁକ୍ତି ପାଇ ରାଉରକେଲାରେ ଟ୍ରେନିଂ ନେଇଥିଲେ। ତେବେ ଫିଜିକାଲ ଟେଷ୍ଟ ସମୟରେ ଅନେକ ଭଲ ପିଲା ବିଫଳ ହେଉଥିବା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା। ଫଳରେ ସେ ଟ୍ରେନିଂ ଅଧାରୁ ଘରକୁ ପଳାଇ ଆସି ଅରଖକୁଦ ଦେବୀ ନଦୀ ପାର୍ଶ୍ୱରେ ପ୍ରତିଷ୍ଠା କଲେ ମହାଗୁରୁ ବାଟାଲିଅନ। ୫ ବର୍ଷ ଧରି ସକାଳେ ଓ ଅପରାହ୍ନରେ ବିନାମୂଲ୍ୟରେ ନାଉଗାଁ ବ୍ଲକ ଏବଂ ଆଖପାଖ ଅଞ୍ଚଳର ଯୁବକମାନଙ୍କୁ ହାଇଜମ୍ପ, ଲଙ୍ଗଜମ୍ପ, ଲମ୍ୱା ଦୌଡ ପ୍ରଭୃତି ପ୍ରଶିକ୍ଷଣ ପ୍ରଦାନ କରି ଆସୁଛନ୍ତି ସିଲୁ। କେବଳ ଏତିକି ନୁହେଁ ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଏଠାରେ ମଧ୍ୟ ପ୍ରଶିକ୍ଷଣର ବ୍ୟବସ୍ଥା କରିଛନ୍ତି ସିଲୁ । ସାଧାରଣ ଜ୍ଞାନ,ଏରିଥମେଟିକ୍ ପ୍ରଭୃତି ଶିକ୍ଷା ଦିଆଯାଉଛି ଏହି ବାଟାଲିଅନ ଗୃହରେ। ଏହିଠାରେ ପ୍ରଶିକ୍ଷଣ ନେଇଥିବା ୪୦ରୁ ଉର୍ଦ୍ଧ୍ୱ ଯୁବକ ଏବେ ଭାରତୀୟ ସେନା, ଓଡିଶା ପୁଲିସ ଏବଂ ଅନ୍ୟ ସିକୁରିଟି ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ଏବେ ପ୍ରାୟ ୬୦ ଜଣ ପିଲା ଏଠାରେ ପ୍ରଶିକ୍ଷଣ ନେଉଛନ୍ତି।
ସିଲୁ ଭାଇ ଜଣେ ଦରଦୀ ମଣିଷ। ନାଉଗାଁ ତଥା ଆଖପାଖ ଅଞ୍ଚଳର ଯୁବକମାନେ କିଭଳି ବିପଥଗାମୀ ନହୋଇ ଅଧିକରୁ ଅଧିକ ଭାରତୀୟ ସେନା ତଥା ଅନ୍ୟ ସଂସ୍ଥାରେ ନିଯୁକ୍ତି ପାଇ ଦେଶସେବାରେ ଲାଗିପାରିବେ ସେଥିପାଇଁ ସେ ଉଦ୍ୟମ ଜାରି ରଖିଥିବା କହିଛନ୍ତି ଏଠାରେ ପ୍ରଶିକ୍ଷଣ ନେଇ ନିଯୁକ୍ତି ପାଇଥିବା ଯୁବକମାନେ। ଏପରିକି କୁସଙ୍ଗରେ ପଡି ଖରାପ ରାସ୍ତାକୁ ଚାଲି ଯାଇଥିବା ଯୁବକଙ୍କୁ ମଧ୍ୟ ସିଲୁ ଏଠାରେ ପ୍ରଶିକ୍ଷଣ ଦେଇ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିଥିବା ଏହି ଯୁବକମାନେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/iop.jpg)